ଏମଏସ୍‌ଏମ୍‌ଇ ଦିବସ: ଆର୍ଥିକ ଅନୁଷ୍ଠାନ କିଭଳି କ୍ଷୁଦ୍ର ବ୍ୟବସାୟର ସାମଗ୍ରିକ ଅଭିବୃଦ୍ଧି


ଭୁବନେଶ୍ୱର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଆମ ଅର୍ଥନୀତିର ମେରୁଦଣ୍ଡ ଯାହା ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ଓ ଅଭିନବତାକୁ ପ୍ରୋତ୍ସାହିତ କରୁଛି । ଅନ୍ତର୍ଭୁକ୍ତୀକରଣ ଏବଂ ସ୍ଥିର ଅର୍ଥନୀତି ସୁନିଶ୍ଚିତ କରିବା ଓ ନିଯୁକ୍ତି ଏବଂ ପରିବର୍ତନ ଲାଗି ଏହି ଲକ୍ଷ ଲକ୍ଷ ଉଦ୍ୟୋଗଗୁଡିକ ଶକ୍ତିଶାଳୀ ଇଞ୍ଜିନ ସଦୃଶ ଅଟେ । ଜୁନ୍ ୨୭ରେ ପାଳନ କରାଯାଉଥିବା ବିଶ୍ୱ ଏମ୍‌ଏସ୍‌ଏମ୍‌ଇ ଦିବସରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ, ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଏବଂ ବିଶ୍ୱସ୍ତରରେ ନିଯୁକ୍ତି ସୁଯୋଗ ଯୋଗାଇବାରେ ଏମ୍‌ଏସ୍‌ଏମ୍‌ଇଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ଦିଆଯାଇଛି ।
ପିରାମଲ ଫାଇନାନ୍ସର ପରିଚାଳନା ନିର୍ଦ୍ଦେଶକ ଜୟରାମ ଶ୍ରୀଧରନ ଏମଏସଏମଇର ସାମଗ୍ରିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାରେ ଆର୍ôଥକ ଅନୁଷ୍ଠାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ଏକ ଏନବିଏଫସି ଭାବରେ ଆମେ ଏମଏସଏମଇର ସାମଗ୍ରିକ ଅଭିବୃଦ୍ଧିରେ ଆର୍ôଥକ ଅନୁଷ୍ଠାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରୁଛୁ । ସେମାନଙ୍କ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଆର୍ôଥକ ଅନୁଷ୍ଠାନଗୁଡିକ ଏକ ବହୁମୁଖୀ ଆଭିମୁଖ୍ୟ ଗ୍ରହଣ କରିବା ଆବଶ୍ୟକ । ପ୍ରଥମତଃ, ଅର୍ଥର ନିରବଚ୍ଛିନ୍ନ ଉପଲବ୍ଧତା ଏବଂ ଦ୍ୱିତୀୟଃ ଋଣ ବ୍ୟତୀତ ଅନ୍ୟାନ୍ୟ ସେବାଅତ୍ୟନ୍ତ ଜରୁରୀ ଅଟେ ।
କ୍ଷୁଦ୍ର ଋଣ ଏବଂ ନମନୀୟ କ୍ରେଡିଟ୍ ଲାଇନ୍ ସମେତ ଉପଯୁକ୍ତ ଋଣ ସମାଧାନ, ଏମଏସଏମଇର ଅନନ୍ୟ ଆବଶ୍ୟକତା ପୂରଣ କରିଥାଏ । ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଋଣ ଅନୁମୋଦନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଦ୍ୱାରା ପ୍ରତିବନ୍ଧକ ଯଥେଷ୍ଟ ହ୍ରାସ ପାଇଥାଏ, ଯାହା ପୁଞ୍ଜିକୁ ଦ୍ରୁତ ହାସଲ କରିବାରେ ସକ୍ଷମ କରିଥାଏ ।
ବ୍ୟାପକ ସହାୟତା ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ଆର୍ôଥକ ଅନୁଷ୍ଠାନଗୁଡ଼ିକ ସରକାର ଏବଂ ଶିଳ୍ପ ସଂସ୍ଥା ସହିତ ଭାଗିଦାରୀ କରିବା ଉଚିତ । ଏହି ସହଯୋଗ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଏବଂ ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନ ପରି ଅନୁଦାନ, ସବସିଡି ଏବଂ ପରାମର୍ଶ କାର୍ଯ୍ୟକ୍ରମରେ ସୁବିଧା ପ୍ରଦାନ କରିପାରିବ, ଯାହା ସେମାନଙ୍କୁ ସେମାନଙ୍କ କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ଆବଶ୍ୟକ ସମ୍ବଳ ଏବଂ ମାର୍ଗଦର୍ଶନ ପ୍ରଦାନ କରିପାରିବ ବୋଲି ଜୟରାମ କହିଛନ୍ତି ।
ଋଣ ବ୍ୟତୀତ, ଆର୍ôଥକ ସାକ୍ଷରତା କାର୍ଯ୍ୟକ୍ରମଗୁଡିକ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟ ଯୋଡିଥାଏ । ଏମଏସଏମଇ ମାଲିକମାନଙ୍କୁ ଆର୍ôଥକ ପରିଚାଳନା, ନିବେଶ ରଣନୀତି ଏବଂ ବିପଦ ପ୍ରଶମନ ବିଷୟରେ ଶିକ୍ଷିତ କରିବା ସେମାନଙ୍କୁ ସଚେତନ ନିଷ୍ପତି ନେବାକୁ ସଶକ୍ତ କରୁଛି ଯାହା ଦ୍ୱାରା ସେମାନଙ୍କ ବ୍ୟବସାୟ ସ୍ଥାୟୀତ୍ୱ ଏବଂ ଅଭିବୃଦ୍ଧି ସମ୍ଭାବନା ବୃଦ୍ଧି ପାଇଥାଏ ।
ଟେକ୍ନୋଲୋଜି ଏବଂ ଡାଟା ଆନାଲିଟିକ୍ସ ଏମଏସଏମଇ ଆର୍ôଥକ ସହାୟତାକୁ ପରିବର୍ତନ କରୁଛି । ବିକଳ୍ପ କ୍ରେଡିଟ୍ ସ୍କୋରିଂ ମଡେଲ୍ ଏବଂ ବିଗ୍ ଡାଟା ଗ୍ରହଣ କରିବା ଦ୍ୱାରା ଆର୍ôଥକ ଅନୁଷ୍ଠାନଗୁଡ଼ିକ ଏମଏସଏମଇର ଋଣ ଯୋଗ୍ୟତାକୁ ଅଧିକ ସଠିକ ଭାବରେ ମୂଲ୍ୟାଙ୍କନ କରିପାରିବେ । ବିଶେଷକରି ପାରମ୍ପରିକ କ୍ରେଡିଟ୍ ଇତିହାସ ନଥିବା ସଂସ୍ଥାଗୁଡିକର ସହଜରେ ମୂଲ୍ୟାଙ୍କନ କରିପାରିବେ ।
ଶେଷରେ, ଆର୍ôଥକ ଅନୁଷ୍ଠାନଗୁଡ଼ିକ ସୁଲଭ ଅର୍ଥ ପ୍ରଦାନ, ଆର୍ôଥକ ସାକ୍ଷରତା ବୃଦ୍ଧି, ସହଯୋଗୀ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଏବଂ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ଏମଏସଏମଇ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ଏହି ସାମଗ୍ରିକ ଆଭିମୁଖ୍ୟ କେବଳ ବ୍ୟକ୍ତିଗତ ଉଦ୍ୟୋଗର ଅଭିବୃଦ୍ଧିକୁ ସମର୍ଥନ କରେ ନାହିଁ ବରଂ ବ୍ୟାପକ ଅର୍ଥନୈତିକ ଢାଂଚାକୁ ମଧ୍ୟ ସୁଦୃଢ଼ କରିଥାଏ ।


Share It

Comments are closed.