ଜେଏସ୍‌ଡବ୍ଲୁ ପୋର୍ଟ ଲଜିଷ୍ଟିକ୍ସ ପକ୍ଷରୁ ନଭକାର କର୍ପୋରେସନର ସିଂହଭାଗ ଅଂଶଧନ ହାସଲ


ଭୁବନେଶ୍ୱର: ଜେଏସ୍‌ଡବ୍ଲୁ ଗ୍ରୁପ୍‌ର ଅଂଶ ଜେଏସ୍‌ଡବ୍ଲୁ ଇନଫ୍ରାଷ୍ଟ୍ରକ୍‌ଚର୍ ଲିିମିଟେଡ୍ ଏହାର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଜେଏସ୍‌ଡବ୍ଲୁ ପୋର୍ଟ ଲଜିଷ୍ଟିକ୍ସ ପ୍ରାଇଭେଟ୍ ଲିମିଟେଡ୍ ଜରିଆରେ ନଭକାର କର୍ପୋରେସନ୍ ଲିମିଟେଡ୍‌ରେ ଥିବା ପ୍ରମୋଟର ଓ ପ୍ରମୋଟର ଗ୍ରୁପ୍‌ର ସିଂହ ଭାଗ ଅଂଶଧନକୁ ହାସଲ କରିଛି । ଉଭୟ ସଂସ୍ଥା ମଧ୍ୟରେ ଆବଶ୍ୟକୀୟ ଚୁକ୍ତି ସ୍ୱାକ୍ଷର ହୋଇଛି ।
ଚିହ୍ନଟ କରାଯାଇଥିବା ସର୍ତ ପୂରଣ କରିବା ଏବଂ ବୌଧାନିକ ଅନୁମୋଦନ ହାସଲ ପରେ ଏହି ଅଧିଗ୍ରହଣ ସମ୍ପୂର୍ଣ୍ଣ ହେବ । ନଭକାର୍ ବିଏସ୍‌ଇ ଓ ଏନ୍‌ଏସ୍‌ଇରେ ତାଲିକାଭୁକ୍ତ ରହିଛି । ଏହାର ଗୋଟିଏ କଂଟେନର ଫ୍ରେଟ୍ ଷ୍ଟେସନ ଓ ଗତି ଶକ୍ତି କାର୍ଗୋ ଟର୍ମିନାଲ ଓ ଦୁଇଟି ସିଏଫ୍‌ଏସ୍‌୍ ରହିଛି । ଏହା ସହିତ ଗୁଜରାଟରେ ଏକ ଇନଲ୍ୟାଣ୍ଡ କଂଟେନର ଡିପୋ ରହିଛି ଯାହା ମଲ୍‌ଟି ମୋଡାଲ୍ ଲଜିଷ୍ଟିକ୍ସ ପାର୍କର ଏକ ଅଂଶ ।
ନଭକାର୍‌ର କ୍ୟାଟେଗୋରୀ ୧ ଏବଂ କ୍ୟାଟେଗୋରୀ ୨ର କଂଟେନର ଟ୍ରେନ ଅପରେଟର ଲାଇସେନ୍ସ ମଧ୍ୟ ରହିଛି । ନଭକାର ମହାରାଷ୍ଟ୍ର ଏବଂ ଗୁଜରାଟ ରାଜ୍ୟରେ ଶିଳ୍ପ ଅଂଚଳରେ ସୁବିଧାସୁଯୋଗ ସହ ପଶ୍ଚିମ ଭାରତରେ ଉପସ୍ଥିତି ଜାହିର କରିଛି ଏବଂ ଏହାର ରେଳ ଦକ୍ଷତାକୁ ବ୍ୟବହାର କରି ସର୍ବଭାରତୀୟ ସ୍ତରରେ ଏହାର ସେବା ନେଟ୍‌ୱର୍କର ବିସ୍ତାର କରୁଛି ।
ବନ୍ଦର ଏବଂ ଆନୁଷଙ୍ଗିକ ଭିତିଭୂମି କ୍ଷେତ୍ରରେ ସୁଯୋଗ ହାସଲ କରିବା ପାଇଁ କମ୍ପାନିର ରଣନୀତି ସହିତ ଏହି ଅଧିଗ୍ରହଣ ସମନ୍ୱିତ । ଏହି ଅଧିଗ୍ରହଣ ଫଳରେ କମ୍ପାନି ଲଜିଷ୍ଟିକ୍ସ ଏବଂ ଅନ୍ୟାନ୍ୟ ମୂଲ୍ୟ ଯୁକ୍ତ ସେବାରେ ପ୍ରବେଶ କରିବ । ଏହା ବ୍ୟବସାୟକୁ ଏହାର ଗ୍ରାହକମାନଙ୍କୁ ଉନ୍ନତ ବନ୍ଦର ସଂଯୋଗ ଏବଂ ସୁବ୍ୟବସ୍ଥିତ ଯୋଗାଣ ଶୃଙ୍ଖଳା ସମାଧାନ ପ୍ରଦାନ କରିବାରେ ସୁବିଧା ପ୍ରଦାନ କରିବ ।
ଦୂରଦୂରାନ୍ତ ସଂଯୋଗ ପ୍ରଦାନ ପାଇଁ ଏକ ବ୍ୟାପକ ତଥା ପ୍ରଭାବୀ ସର୍ବଭାରତୀୟ ଲଜିଷ୍ଟିକ ନେଟ୍‌ୱର୍କର୍ ଗଠନ କରିବା ଲାଗି କମ୍ପାନିର ଦୀର୍ଘକାଳନୀର ଲକ୍ଷ୍ୟ ଦିଗରେ ଏହି ଅଧିଗ୍ରହଣ ହେଉଛି ପ୍ରଥମ ପଦକ୍ଷେପ । ଭାରତର ଦୃତ ଅର୍ଥନୈତିକ ମୂଳଦୁଆକୁ ନେଇ ବନ୍ଦରଭିତିକ କଂଟେନର କାର୍ଗୋରେ କମ୍ପାନିର ଭାଗ ବଢ଼ାଇବାରେ ଏହି ଅଭିବୃଦ୍ଧି ରଣନୀତି ସହାୟକ ହେବ ।


Share It

Comments are closed.