ବନ୍ଧନ ବ୍ୟାଙ୍କରେ ପ୍ରତ୍ୟକ୍ଷ ଟିକସର ଅନଲାଇନ୍ ସଂଗ୍ରହ ସୁବିଧା ସକ୍ରିୟ (ଲାଇଭ୍‌)


ଭୁବନେଶ୍ୱର: ବନ୍ଧନ ବ୍ୟାଙ୍କ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ସାରା ଭାରତରେ ଏହାର ଗ୍ରାହକ ଓ ଅଣ ଗ୍ରାହକଙ୍କଠାରୁ ଅନଲାଇନ୍‌ରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ସୁବିଧା ଆରମ୍ଭ କରାଯାଇଛି । ବ୍ୟାଙ୍କ ଏବେ ଆୟକର ବିଭାଗର ପ୍ଲାଟଫର୍ମ ଟିଆଇଏନ୍ ୨.୦ ଜରିଆରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଲାଗି ଲାଇଭ୍ ହୋଇଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ଏଜେନ୍ସି ବ୍ୟାଙ୍କ ଭାବେ ନିଯୁକ୍ତ କରାଯାଇଥିବା ବନ୍ଧନ ବ୍ୟାଙ୍କ ଏହାର ୧୭୦୦ରୁ ଅଧିକ ଶାଖା ଜରିଆରେ ଅଫଲାଇନ୍‌ରେ ମଧ୍ୟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ କରୁଛି ।
ଏହି ଲାଇସେନ୍ସ ଅଧୀନରେ ବନ୍ଧନ ବ୍ୟାଙ୍କର ଗ୍ରାହକମାନେ ବ୍ୟାଙ୍କର ରିଟେଲ୍ ଇଂଟରନେଟ୍ ବ୍ୟାଙ୍କିଙ୍ଗ, କର୍ପୋରେଟ୍ ଇଂଟରନେଟ୍ ବ୍ୟାଙ୍କିଙ୍ଗ, ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ଓ ଇଂଟରନେଟ୍ ବ୍ୟାଙ୍କିଙ୍ଗ ଭଳି ପେମେଂଟ୍ ଗେଟ୍‌ୱେ ଜରିଆରେ ଶୀଘ୍ର, ନିରବଚ୍ଛିନ୍ନ ଓ ସୁବିଧାରେ ପ୍ରତ୍ୟକ୍ଷ ଟିକସ ପଇଠ କରିପାରିବେ । ସେମାନେ ନଗଦ ରାଶି, ଚେକ ଓ ଡିମାଣ୍ଡ ଡ୍ରାଫ୍ଟ ଜରିଆରେ ବ୍ୟାଙ୍କର ଯେକୌଣସିି ଶାଖାରେ ମଧ୍ୟ ଟିକସ ପଇଠ କରିପାରିବେ । ଏହି ସେବା ସାରା ଦେଶରେ ବନ୍ଧନ ବ୍ୟାଙ୍କର ଗ୍ରାହକ ଓ ଅଣଣ ଗ୍ରାହକମାନଙ୍କୁ ପ୍ରତ୍ୟକ୍ଷ ଟିକସ ପଇଠ କରିବାର ନିରବଚ୍ଛିନ୍ନ ସୁବିଧା ପ୍ରଦାନ କରୁଛି ।
ବନ୍ଧନ ବ୍ୟାଙ୍କ ଏବେ ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରୁ ୩୫ଟିରେ ଉପସ୍ଥିତ ଥିବା ବେଳେ ସାରା ଭାରତରେ ଥିବା ଏହାର ୬୩୦୦ରୁ ଅଧିକ ବ୍ୟାଙ୍କିଙ୍ଗ ଆଉଟ୍‌ଲେଟ୍ ଜରିଆରେ ୩.୩୫ କୋଟିରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି ।
ଏହି ଅବସରରେ ବନ୍ଧନ ବ୍ୟାଙ୍କର ସରକାରୀ ବ୍ୟବସାୟ ଗ୍ରୁପ୍ ମୁଖ୍ୟ ଶ୍ରୀ ଦେବରାଜ ଶାହ କହିଛନ୍ତି ଯେ, “କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପାଇଁ ଏକ ଏଜେନ୍ସି ବ୍ୟାଙ୍କ ଭାବେ ଆମେ ପରିଚାଳନା ଆରମ୍ଭ କରିଥିବାରୁ ଅତ୍ୟନ୍ତ ଗର୍ବିତ ମନେ କରୁଛୁ । ଏହା ହେଉଛି ବ୍ୟାଙ୍କର ବ୍ୟାପକ ଉତ୍ପାଦରେ ଆଉ ଏକ ଯୋଗଦାନ ଯେଉଁଥିରେ ଉନ୍ନତ ଡିଜିଟାଲ୍ ଦକ୍ଷତାର ଶକ୍ତି ରହିଛି । ସାରା ଦେଶରେ ଡିଜିଟାଲ୍ ବ୍ୟବସ୍ଥା ସମୃଦ୍ଧ ହେଉଥିବା ବେଳେ ତାହା ଚିନ୍ତାମୁକ୍ତ ଉତ୍କୃଷ୍ଟ ସୁବିଧା ପ୍ରଦାନ କରୁଛି । ଏକ ବ୍ୟାଙ୍କ ଭାବେ ଆମେ ସରକାରଙ୍କ ଇ-ଗଭର୍ଣ୍ଣାସ୍ ଯୋଜନା ସହିତ ସମନ୍ୱିତ ରହିଛୁ ।’’


Share It

Comments are closed.