ଟିପିସିଓଡିଏଲ୍ ପକ୍ଷରୁ ପୂଜା ଋତୁ ପାଇଁ ସୁରକ୍ଷା ପରାମର୍ଶ
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିିମିଟେଡ୍ (ଟିପିସିଓଡିଏଲ) ପକ୍ଷରୁ ଆଗାମୀ ଉତ୍ସବ ଋତୁ ସମୟରେ ଭରସାଯୋଗ୍ୟ ଓ ସୁରକ୍ଷିତ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବା ପାଇଁ ବ୍ୟାପକ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।
ଲୋକମାନଙ୍କ ସୁରକ୍ଷା ପ୍ରତି ପ୍ରତିବଦ୍ଧତାକୁ ଦୃଢ଼ କରି ଟିପିସିଓଡିଏଲ୍ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି, ଯେଉଁଥିରେ କାର୍ଯ୍ୟକ୍ରମ ଆୟୋଜକ ଓ ଭେଣ୍ଡରମାନଙ୍କୁ ପେଣ୍ଡାଲ ଓ ଅସ୍ଥାୟୀ ଦୋକାନ ପାଇଁ ଆଇନଗତ ଅସ୍ଥାୟୀ ବିଦ୍ୟୁତ ସଂଯୋଗ ନେବାକୁ ପରାମର୍ଶ ଦିଆଯାଇଛି। ବେଆଇନ ହୁକ ପକାଇବା ପ୍ରତି ସତର୍କ କରାଯାଇଛି ଏବଂ କୁହାଯାଇଛି ଯେ ଏଭଳି ଅଭ୍ୟାସ ବେଆଇନ ହୋଇଥିବା ବେଳେ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ଏବଂ ଅଗ୍ନିକାଣ୍ଡର ବିପଦ ବଢ଼ାଇବାରେ ଏବଂ ଗମ୍ଭୀର ବିଦ୍ୟୁତ ବିଭ୍ରାଟର କାରଣ ହୋଇପାରେ।
ବିଦ୍ୟୁତ ଯୋଗାଣର ନିରୀକ୍ଷଣ କରିବା, ଅସ୍ଥାୟୀ ବିଦ୍ୟୁତ ସଂଯୋଗ ପ୍ରଦାନ କରିବା ଏବଂ ଅସ୍ୱୀକୃତ ବିଦ୍ୟୁତ ବ୍ୟବହାର ରୋକିବା ଲାଗି ଟିପିସିଓଡିଏଲର ଉତ୍ସର୍ଗୀକୃତ ଟିମକୁ କ୍ଷେତ୍ର ସ୍ଥଳଗୁଡ଼ିକରେ ମୂତୟନ କରାଯିବ।
ଟିପିସିଓଡିଏଲ ପକ୍ଷରୁ ଜାରି କରାଯାଇଥିବା ପ୍ରମୁଖ ଗାଇଡଲାଇନଗୁଡ଼ିକ ହେଉଛି:
ୱାୟରିଂ ଓ ପରୀକ୍ଷଣ ପାଇଁ କେବଳ ଲାଇସେନ୍ସପ୍ରାପ୍ତ ଇଲେକ୍ଟ୍ରିସିଆନଙ୍କ ସହାୟତା ନିଅନ୍ତୁ
ବିଦ୍ୟୁତ ତାର ତଳେ ପେଣ୍ଡାଲ ଯେଭଳି ସ୍ଥାପନ ନ ହୁଏ ତାହା ନିଶ୍ଚିତ କରନ୍ତୁ
ଯେକୌଣସି ପ୍ରକାରର ବିଦ୍ୟୁତ ବ୍ୟବସ୍ଥାଠାରୁ ସୁରକ୍ଷିତ ଦୂରତ୍ୱ ବଜାୟ ରଖନ୍ତୁ
ଯେକୌଣସି ପରିସ୍ଥିତିରେ ବେଆଇନ ହୁକ ପକାଇବାରୁ ବିରତ ରୁହନ୍ତୁ
ପେଣ୍ଡାଲ, ଦୋକାନ ଓ ଆଲୋକ ସାଜସଜ୍ଜା ପାଇଁ ସୁରକ୍ଷିତ ଆଇନଗତ ଅସ୍ଥାୟୀ ସଂଯୋଗ ନିଅନ୍ତୁ। ଅତିରିକ୍ତ ସୁରକ୍ଷା ପାଇଁ ୩୦ ଏମଏ ଆରସିସିବି ବ୍ୟବହାର କରନ୍ତୁ
ସମସ୍ତ ବିଦ୍ୟୁତ ବ୍ୟବସ୍ଥାର ଉପଯୁକ୍ତ ଆର୍ଥିଂ ସୁନିଶ୍ଚିତ କରନ୍ତୁ
ଅଗ୍ନି ନିର୍ବାପକ ଯନ୍ତ୍ର ରଖନ୍ତୁ ଏବଂ ଶକ୍ତି ମିତବ୍ୟୟୀ ଏଲଇଡି ଲାଇଟ ବ୍ୟବହାର କରନ୍ତୁ
ପତାକା ଲଗାଇବା ପାଇଁ ଧାତବ ପାଇପ କିମ୍ବା ରଡ ବ୍ୟବହାର କରନ୍ତୁ ନାହିଁ, କାରଣ ତାହା ଖୋଲା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁର୍ଘଟଣାର କାରଣ ହୋଇପାରେ।
ଉତ୍ସବ ସମୟରେ ଗ୍ରାହକମାନଙ୍କ ଜରୁରୀକାଳୀନ ଆବଶ୍ୟକତାର ମୁକାବିଲା କରିବା ପାଇଁ ଟିପିସିଓଡିଏଲ ପକ୍ଷରୁ ୨୪ ଘଂଟିଆ କଲ ସେଂଟର (୧୯୧୨/୧୮୦୦-୩୪୫-୭୧୨୨)କୁ ସୁଦୃଢ଼ କରାଯାଇଛି।
ଏହି ଅବସରରେ ଟିପିସିଓଡିଏଲ୍ର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ଟିପିସିଓଡିଏଲ୍ରେ ଆମେ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଉଛୁ। ପ୍ରସ୍ତାବିତ ସୁରକ୍ଷା ଗାଇଡଲାଇନକୁ ପାଳନ କରିବା ଏବଂ ଆଇନଗତ ଅସ୍ଥାୟୀ ବିଦ୍ୟୁତ ସଂଯୋଗ ନେବା ଲାଗି ଆମେ ନାଗରିକ, କାର୍ଯ୍ୟକ୍ରମ ଆୟୋଜକ ଓ ଭେଣ୍ଡରମାନଙ୍କୁ ଆହ୍ୱାନ ଦେଉଛୁ। ମିଳିତ ଭାବେ ଆମେ ଏହି ଉତ୍ସବକୁ ଉଭୟ ଖୁସିମୟ ଓ ସୁରକ୍ଷିତ କରିପାରିବା।’’
ଟିପିସିଓଡିଏଲ ଏହି ଉତ୍ସବ ଋତୁକୁ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ଓ ଉଲ୍ଲାସମୟ ଅନୁଭବରେ ପରିଣତ କରିବାକୁ ପ୍ରତିବଦ୍ଧ ରହିଛି ଏବଂ ସମସ୍ତଙ୍କୁ ଖୁସିମୟ ଓ ସୁରକ୍ଷିତ ଉତ୍ସବ ପାଳନର ଶୁଭକାମନା ଜଣାଉଛି।
Comments are closed.