ଗୋଦରେଜ ଆପ୍ଲାଏନ୍ସ ପକ୍ଷରୁ ବିକ୍ରି ପରବର୍ତ୍ତୀ ସେବାରେ ଏକ ନମ୍ବର ରେଟିଂ ହାସଲ


ମୁମ୍ବାଇ: ଗୋଦରେଜ ଆପ୍ଲାଏନ୍ସ ଓ ନିଲସନଆଇକ୍ୟୁ ଦ୍ୱାରା ଭାରତର ୧୨ଟି ସହରରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ ଗୋଦରେଜ ଆଣ୍ଡ ବଏସର ବ୍ୟବସାୟ ଗୋଦରେଜ ଆପ୍ଲାଏନ୍ସକୁ ହୋମ୍ ଆପ୍ଲାଏନ୍ସ ବର୍ଗରେ ବିକ୍ରି ପରବର୍ତ୍ତୀ ସେବାରେ ଏକ ନମ୍ବର ମାନ୍ୟତା ପ୍ରଦାନ କରାଯାଇଛି ।
ଏହି ଅଧ୍ୟୟନର ଉଦ୍ଦେଶ୍ୟ ଥିଲା ଉପଭୋକ୍ତା ସ୍ଥାୟୀ ବ୍ରାଣ୍ଡଗୁଡିକ ଦ୍ୱାରା ପ୍ରଦାନ କରାଯାଉଥିବା ବିକ୍ରୟ ପରବର୍ତ୍ତୀ ସେବା ସହିତ ସାମଗ୍ରିକ ସନ୍ତୋଷକୁ ଆକଳନ କରିବା । ସର୍ଭେରେ ଭାଗ ନେଇଥିବା ଉତ୍ତରଦାତାଙ୍କ ମଧ୍ୟରେ ଗୋଦରେଜ ଆପ୍ଲାଏନ୍ସ ସର୍ବୋଚ୍ଚ ନେଟ ପ୍ରମୋଟର ସ୍କୋର, ସର୍ବୋଚ୍ଚ ସମ୍ପର୍କ ଶକ୍ତି ସୂଚକାଙ୍କ ଏବଂ ବିକ୍ରି ପରବର୍ତ୍ତୀ ସେବାରେ ସର୍ବୋଚ୍ଚ ସାମଗ୍ରିକ ସନ୍ତୋଷ ହାସଲ କରିଛି । ସର୍ଭେରେ ଭାଗ ନେଇଥିବା ଉତ୍ତରଦାତାଙ୍କ ମଧ୍ୟରେ ବର୍ତ୍ତମାନର ଉପକରଣ ମାଲିକ (ଫ୍ରିଜ, ୱାସିଂ ମେସିନ, ମାଇକ୍ରୋୱେଭ ଓଭେନ୍‌, ଏୟାର କଣ୍ଡିସନର) ସାମିଲ ଥିଲେ ଯେଉଁମାନେ ବିକ୍ରି ପରେ ଉତ୍ପାଦକୁ ଅନୁଭବ କରିଛନ୍ତି ।
ଗୋଦରେଜ୍ ଆପ୍ଲାଏନ୍ସର ବ୍ୟବସାୟ ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ କମଲ ନନ୍ଦୀ କହିଛନ୍ତି ଯେ, “ଗୋଦରେଜରେ ଗ୍ରାହକଙ୍କ ଆନନ୍ଦ ଆମର ସର୍ବୋଚ୍ଚ ପ୍ରାଥମିକତା । ଆମର ଉତ୍ପାଦଗୁଡିକ କଠୋର ଗୁଣବତ୍ତା ଯାଞ୍ଚ ଦେଇ ଗତି କରୁଛି ଏବଂ ଆମେ ଆମର ମୂଲ୍ୟବାନ ଗ୍ରାହକମାନଙ୍କୁ ସର୍ବୋତ୍ତମ ଉପକରଣ ଏବଂ ବିକ୍ରୟ ପରେ ସେବା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ । ତୃତୀୟ ଥର ପାଇଁ ବିକ୍ରି ପରବର୍ତ୍ତୀ ସେବାରେ ଏକ ନମ୍ବର ରେଟିଂର ଏହି ମାନ୍ୟତା ଗ୍ରାହକଙ୍କ ସନ୍ତୋଷ ଏବଂ ଆନନ୍ଦ ପ୍ରତି ଆମର ପ୍ରତିବଦ୍ଧତାର ପ୍ରମାଣ । ଆମେ ଆମର ବିକ୍ରୟ ପରବର୍ତ୍ତୀ ସେବାରେ ଯଥେଷ୍ଟ ବିନିଯୋଗ କରିଛୁ ଏବଂ ଆମର ସେବା ବିଶେଷଜ୍ଞମାନଙ୍କୁ ବ୍ୟାପକ ପ୍ରଶିକ୍ଷଣ ପ୍ରଦାନ କରୁଛୁ । ସେବାକୁ ସୁଦୃଢ଼ କରିବା ପାଇଁ ଅଟୋମେସନ୍ ହେଉଛି ଆଉ ଏକ ଗୁରୁତ୍ୱ କ୍ଷେତ୍ର ।”


Share It

Comments are closed.