ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆଇମୋବାଇଲ୍‌‌ ପେ’ରେ ‘ସ୍ମାର୍ଟ ଲକ୍‌‌’ର ଶୁଭାରମ୍ଭ


ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଏହା ଆଇମୋବାଇଲ୍‌‌ ପେ’ରେ ‘ସ୍ମାର୍ଟ ଲକ୍‌’ ସୁବିଧାର ଶୁଭାରମ୍ଭ କରିଛି ଯାହା ଜରିଆରେ ଗ୍ରାହକମାନେ ଫୋନ୍‌‌ କିମ୍ବା ଇ-ମେଲ୍ ମାଧ୍ୟମରେ ଗ୍ରାହକ ସେବା ଅଧିକାରୀଙ୍କ ହସ୍ତକ୍ଷେପ ନଲୋଡ଼ି ବିଭିନ୍ନ ବ୍ୟାଙ୍କ ସେବାକୁ ଲକ୍ ଓ ଅନଲକ କରିପାରିବେ । ଏହା ଜରିଆରେ ଗ୍ରାହକମାନେ ଇଂଟରନେଟ ବ୍ୟାଙ୍କିଙ୍ଗ, ୟୁପିଆଇ, କ୍ରେଡିଟ କାର୍ଡ ଓ ଡେବିଟ କାର୍ଡ ଆଦିକୁ ଗୋଟିଏ ବଟନ କ୍ଲିକରେ ଲକ କିମ୍ବା ଅନଲକ କରିପାରିବେ । ସ୍ମାର୍ଟଲକ ହେଉଛି ଭାରତୀୟ ବ୍ୟାଙ୍କ ଶିଳ୍ପରେ ପ୍ରଥମ ଧରଣର ପଦକ୍ଷେପ ଯାହା ମାଧ୍ୟମରେ ସମ୍ପୂର୍ଣ୍ଣ ଆଇମୋବାଇଲ ପେ’କୁ ଲକ କିମ୍ବା ଅନଲକ କରିହେବ ।
ନିଜ ଖାତା କିମ୍ବା କାର୍ଡରେ ଠକେଇ ସନ୍ଦେହ ଭଳି ମାମଲାରେ ଗ୍ରାହକମାନେ ସ୍ମାର୍ଟଲକକୁ ବ୍ୟବହାର କରିପାରିବେ । ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ କୌଣସିି ସେବାକୁ ବ୍ୟବହାର କରିବାକୁ ଚାହୁନଥିବା ବେଳେ ମଧ୍ୟ ସେମାନେ ଏହି ସେବା ବ୍ୟବହାର କରିପାରିବେ ।
ଆଇସିଆଇସିଆଇ ବ୍ୟାଙ୍କର ଡିଜିଟାଲ ଚ୍ୟାନେଲ ଆଣ୍ଡ ପାର୍ଟନରସିପ୍ ମୁଖ୍ୟ ସିଦ୍ଧାର୍ଥ ମିଶ୍ର କହିଛନ୍ତି ଯେ, ଆଇସିଆଇସିଆଇ ବ୍ୟାଙ୍କର ଡିଜିଟାଲ ଚ୍ୟାନେଲ ଓ ପାର୍ଟନରସିପ ମୁଖ୍ୟ ସିଦ୍ଧାର୍ଥ ମିଶ୍ର କହିଛନ୍ତି ଯେ ଗ୍ରାହକଙ୍କ ଆକାଉଣ୍ଟର ସୁରକ୍ଷା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗ୍ରାହକଙ୍କ ଆକାଉଣ୍ଟର ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ସେମାନଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ‘ସ୍ମାର୍ଟଲକ୍‌’ ଆରମ୍ଭ କରିବା ବ୍ୟାଙ୍କର ଆଉ ଏକ ପ୍ରୟାସ । ଏହି ଡୁ-ଇଟ୍‌-ୟୁରସେଲ୍ଫ (ଡିଆଇୱାଇ) ସୁବିଧା ଗ୍ରାହକଙ୍କୁ ଗୋଟିଏ ସ୍ଥାନରେ ନିଜ ହାତରେ ବ୍ୟାଙ୍କିଙ୍ଗ ସେବା ପାଇଁ ବର୍ଦ୍ଧିତ ସୁରକ୍ଷାର ସୁବିଧା ପ୍ରଦାନ କରିଥାଏ । ‘ସ୍ମାର୍ଟଲକ୍‌’ ପ୍ରଚଳନ ବ୍ୟାଙ୍କର ବିଭିନ୍ନ ‘ସୁରକ୍ଷିତ ବ୍ୟାଙ୍କିଙ୍ଗ୍‌’ ପଦକ୍ଷେପର ଏକ ଅଂଶ ।”ସ୍ମାର୍ଟଲକ ସୁବିଧାକୁ ବ୍ୟବହାର କରିବା ଲାଗି ଆଇମୋବାଇଲ ପେ’ରେ ଲଗଇନ କରନ୍ତୁ । ଏହା ପରେ ହୋମ ସ୍କ୍ରିନର ତଳ ଡାହାଣ କୋଣରେ ଥିବା ‘ସ୍ମାର୍ଟଲକ’ ଉ‌ପରେ କ୍ଲିକ କରନ୍ତୁ । ଯେଉଁ ସେବାକୁ ଲକ କିମ୍ବା ଅନଲକ କରିବାକୁ ଚାହୁଛନ୍ତି ତାହା ଚୟନ କରନ୍ତୁ । ସ୍ୱାଇପ କରି ତାହା ସ୍ପଷ୍ଟ କରନ୍ତୁ ।
ଆଇମୋବାଇଲ ପେ’ ବିଷୟରେ ଅଧିକ ଜାଣିବା ଓ ଡାଉନଲୋଡ କରିବା ଲାଗି ଗୁଗୁଲ ପ୍ଲେ ଷ୍ଟୋର ଓ ଆପଲ ଆପ ଷ୍ଟୋର ପରିଦର୍ଶନ କରନ୍ତୁ ।
ଆଇମୋବାଇଲ ପେ’କୁ ବ୍ୟବହାର କରିବା ଲାଗି ଯେକୌଣସିି ବ୍ୟାଙ୍କର ଗ୍ରାହକମାନେ ସେମାନଙ୍କ ଖାତାକୁ ଆପ ସହ ଯୋଡ଼ି ୟୁପିଆଇ ଆଇଡି ସୃଷ୍ଟି କରିପାରିବେ ଏବଂ କାରବାର ଆରମ୍ଭ କରିପାରିବେ ।
ଅଧିକ ବିବରଣୀ ପାଇଁ ବ୍ୟାଙ୍କର ୱେବସାଇଟ ଓ ସୋସିଆଲ ମିଡିଆ ହାଣ୍ଡେଲ ପରିଦର୍ଶନ କରନ୍ତୁ ।


Share It

Comments are closed.