ଟାଟା କ୍ୟାପିଟାଲର ସାମାଜିକ ଅଭିଯାନ ସାରା ଭାରତରେ ୧ ନିୟୁତରୁ ଅଧିକ ଜୀବନରେ ଆଣିଛି ସକାରାତ୍ମକ ପରିବର୍ତନ
ଭୁବନେଶ୍ୱର: ଟାଟା ଗ୍ରୁପର ଆର୍ôଥକ ଶାଖା ଟାଟା କ୍ୟାପିଟାଲର ସାମାଜିକ ପ୍ରଭାବ ଅଭିଯାନ ସାରା ଭାରତରେ ୧ ନିୟୁତରୁ ଅଧିକ ଲୋକଙ୍କ ପାଖରେ ପହଂଚିଛି। କମ୍ପାନି ପକ୍ଷରୁ ଜଳ ସଂରକ୍ଷଣ, ଅକ୍ଷୟ ଶକ୍ତି, ସ୍ୱାସ୍ଥ୍ୟସେବା ଓ ଶିକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି।
ଟାଟା କ୍ୟାପିଟାଲ ପକ୍ଷରୁ ୨୦୨୪-୨୫ ବାର୍ଷିକ ରିପୋର୍ଟରେ ଏକ ‘ଭାରତର ଅଭିଳାଷ ପୂରଣ କରୁଥିବା ଏକ ଦାୟିତ୍ୱବାନ ଆର୍ôଥକ ସହଯୋଗୀ’ ଭାବେ ଉଦ୍ଦେଶ୍ୟ ଆଧାରିତ ଦର୍ଶନ ଉପରେ ଆଲୋକପାତ କରାଯାଇଛି। ଟାଟା ଗ୍ରୁପର ମୂଲ୍ୟବୋଧ ବଜାୟ ରଖି କମ୍ପାନି ଏହାର ସାମାଜିକ ଓ ପରିବେଶଜନିତ ପ୍ରାଥମିକତାକୁ ଏହାର ମୂଳ ବ୍ୟବସାୟ ରଣନୀତି ସହ ସମନ୍ୱିତ କରିଥିବା ବାର୍ଷିକ ରିପୋର୍ଟରେ ଦର୍ଶାଇଛି।
ଜଳ ସଂରକ୍ଷଣରେ କମ୍ପାନିର ପ୍ରମୁଖ ଅଭିଯାନ ଜଳଆଧାର ମହାରାଷ୍ଟ୍ର, ରାଜସ୍ଥାନ ଓ ତାମିଲନାଡୁର ୨୦୦ରୁ ଅଧିକ ଗ୍ରାମରେ ୨୫୦୦ ନିୟୁତ ଲିଟରରୁ ଅଧିକ ଜଳ ଅମଳ କ୍ଷମତା ସୃଷ୍ଟି କରିଛି। ଏହା ୭୯୦ ଜଳାଶୟ ପରିସ୍କାର କରିଛି ଯାହା ୫,୪୦,୦୦୦ ଲୋକଙ୍କୁ ପ୍ରଭାବିତ କରିପାରିଛି ଏବଂ ହାରାହାରି ଭାବେ ଭୂତଳ ଜଳସ୍ତରକୁ ୫.୫ ମିଟର ବୃଦ୍ଧି କରିଛି ଏବଂ ଚାଷୀଙ୍କ ଚାଷ ୩୦,୦୦୦ ଟଙ୍କା ବଢ଼ାଇଛି।
ଗ୍ରିନ ସ୍ୱିଚ୍ ଅଭିଯାନରେ ସ୍ୱଚ୍ଛ ଶକ୍ତି ଉପରେ ଗୁରୁତ୍ୱାରୋପ କରି ୧୯ଟି ପଡ଼ାରେ ସୌର ଶକ୍ତି ଉପଲବ୍ଧ କରାଯାଇଛି ଯାହା ଦ୍ୱାରା ୭୫୦୦ ଲୋକଙ୍କ ପାଖରେ ଏବଂ ୧୨୦୦ରୁ ଅଧିକ ଘରେ ବିଦ୍ୟୁତ ଶକ୍ତି ପହଂଚିପାରିଛି। ସମୁଦାୟ ଏହା ୯୯ଟି ପଡ଼ା ବିଦ୍ୟୁତକରଣ କରିଥିବା ବେଳେ ୨୦,୦୦୦ରୁ ଅଧିକ ହିତାଧିକାରୀ ଉପକୃତ ହୋଇପାରିଛନ୍ତି ଯାହା ଉଦ୍ୟୋଗୀମାନଙ୍କ ବାର୍ଷିକ ହାରାହାରି ଆୟ ୪୦,୦୦୦ ଟଙ୍କାବଢ଼ାଇପାରିଛି।
ଆରୋଗ୍ୟତାରା ଅଭିଯାନରେ ଆରୋଗ୍ୟଯୋଗ୍ୟ ଅସୁସ୍ଥତା ଦୂର କରିବା ଉପରେ ଧ୍ୟାନ ଦିଆଯାଉଛି। ଏହି ବର୍ଷରେ ୬୧୦,୦୦୦ ଲୋକଙ୍କ ସ୍କ୍ରିନିଂ କରାଯାଇଥିବା ବେଳେ ଅସ୍ତ୍ରୋପଚାର ଜରିଆରେ ୪୪,୦୦୦ରୁ ଅଧିକ ଲୋକଙ୍କ ଦୃଷ୍ଟି ଶକ୍ତି ସ୍ୱାଭାବିକ ହୋଇପାରିଛି।
ସେହିପରି, ପଙ୍ଖ ଶିକ୍ଷାବୃତି କାର୍ଯ୍ୟକ୍ରମରେ ଶିକ୍ଷାଗତ ସଶକ୍ତୀକରଣ ଉପରେ ଧ୍ୟାନ ଦିଆଯାଇଛି। ୨୦୨୪-୨୫ରେ ୧୨,୦୦୦ରୁ ଅଧିକ ଯୁବକଯୁବତୀ ଗୁଣାତ୍ମକ ଶିକ୍ଷା ପାଇପାରିଛନ୍ତି ଏବଂ ସାମଗ୍ରିକ ଭାବେ ଏହା ୨୫,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ନିକଟରେ ପହଂଚିପାରିଛି।
Comments are closed.