୨୦୨୪ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ର ରେସ୍‌-୨ର ପ୍ରଥମ ରାଉଣ୍ଡରେ ହୋଣ୍ଡା ରେସିଂ ଇଣ୍ଡିଆ ଯୁବ ଚାଳକଙ୍କ ଉଲ୍ଳେଖନୀୟ ପ୍ରଦର୍ଶନ


ଭୁବନେଶ୍ୱର: ଚେନ୍ନାଇର ମାଡ୍ରାସ ଇଂଟରନ୍ୟାସନାଲ୍ ସର୍କିଟରେ ଚାଲିଥିବା ୨୦୨୪ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ର ରେସ୍‌-୨ର ପ୍ରଥମ ରାଉଣ୍ଡରେ ହୋଣ୍ଡା ରେସିଂ ଇଣ୍ଡିଆର ଯୁବ ଚାଳକମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ।
ଯୁବ ଚାଳକମାନେ ଚମ୍ପିଆନ୍‌ସିପ୍‌ରେ ନିଜ ପାଇଁ ଗୌରବ ଆଣିବା ଲାଗି ରେସ୍ କରିଥିଲେ । ସେମାନେ ଅତ୍ୟନ୍ତ ବିଶ୍ୱାସ ପ୍ରଦର୍ଶନ କରିବା ସହ ଟ୍ରାକ୍‌ରେ ରେସ୍ କରିଥିଲେ । ଦ୍ୱିତୀୟ ରାଉଣ୍ଡରେ ଆକ୍ସନ ଓ ରୋମାଂଚ ଦେଖିବାକୁ ମିଳିଥିଲା । ଚେନ୍ନାଇର ଶ୍ୟାମ ସୁନ୍ଦର ଚମତ୍କାର ପ୍ରଦର୍ଶନ କରି ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏ୍‌ଫ୍‌୨୫୦ଆର୍ ବର୍ଗରେ ନିଦ୍ୱର୍ନ୍ଦ୍ୱର୍ରେ ଅଗ୍ରଣୀ ଭାବେ ଉଭା ହୋଇଥିଲେ । ସେ ରେସ୍ ଟ୍ରାକ୍‌ରେ ଶ୍ରେଷ୍ଠ ଦକ୍ଷତା ପ୍ରଦର୍ଶନ କରିଥିଲେ । ଆଜିର ରେସ୍‌ରେ ୩ ଚାଳକଙ୍କ ଦୁର୍ଘଟଣା ଘଟିଥିଲା ।
ନିଜ ପୂର୍ବ ଅଭିଜ୍ଞତାକୁ ବ୍ୟବହାର କରି ଶ୍ୟାମ ଦ୍ରୁତ ଗତିରେ ଆଗକୁ ବଢ଼ିବା ସହ ୫:୪୬.୭୧୬ ସମୟ ନେଇ ପ୍ରଥମ ସ୍ଥାନରେ ରହି ରେସ୍ ଶେଷ କରିଥିଲେ । ନିଜ ଦକ୍ଷତାକୁ ସଠିକ୍ ଢଙ୍ଗରେ ଉପଯୋଗ କରି ସେ ମୋହସିନ ପି ଓ ରକ୍ଷୀତ ଏସ୍ ଡାଭେଙ୍କଠାରୁ ଆଗକୁ ବଢ଼ିଥିଲେ । ଆହ୍ୱାନପୂର୍ଣ୍ଣ ସ୍ଥାନରୁ ରେସ୍ ଆରମ୍ଭ କରି ସେ ଆଗକୁ ବଢ଼ିଥିଲେ । ତାଙ୍କ ବିଜୟ ହେଉଛି ଦକ୍ଷତା, ସମର୍ପଣ ଓ କ୍ରୀଡ଼ା ପ୍ରତି ଅତୁଟ ପ୍ରତିବଦ୍ଧତାର ପ୍ରମାଣ ।
ମାଲାପୁରମ୍‌ର ୨୨ ବର୍ଷୀୟ ଚାଳକ ମୋହସିନ୍ ପି ଓ ଚେନ୍ନାଇର ୧୬ ବର୍ଷୀୟ ଚାଳକ ରକ୍ଷୀତ ଏସ୍ ଡାଭେ ରେସ୍ ଟ୍ର୍ରାକ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ । ମୋହସିନ ଅତୁଳନୀୟ ଦକ୍ଷତା ଓ ବିଶେଷତା ପ୍ରଦର୍ଶନ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେ ୫:୪୭.୧୦୬ ସମୟ ନେଇ ରେସ୍ ଶେଷ କରିଥିଲେ ।
ରକ୍ଷୀତ ଏସ୍ ଡାଭେ ମାତ୍ର ୦.୭୦୦ ସେକେଣ୍ଡ ଯୋଗୁଁ ଦ୍ୱିତୀୟ ସ୍ଥାନ ହରାଇଥିଲେ । ସେ ୫:୪୭.୮୦୬ ସମୟ ନେଇ ରେସ୍ ଶେଷ କରିବା ସହ ତୃତୀୟ ସ୍ଥାନରେ ରହିଥିଲେ । ଆହ୍ୱାନପୂର୍ଣ୍ଣ ଆରମ୍ଭ ଯୋଗୁଁ ସେ ସପ୍ତମ ଲ୍ୟାପରୁ ରେସ୍ ଆରମ୍ଭ କରିଥିଲେ । ସେ ନିଜ ସ୍ଥିରତା ଓ ରେସିଂ ଶକ୍ତି ପ୍ରଦର୍ଶନ କରି ପୋଡିୟମ୍‌ରେ ପହଂଚିବାରେ ସଫଳ ହୋଇଥିଲେ ।
ଦୁର୍ଭାଗ୍ୟବଶତଃ ରାହୀଣ ଖତ୍ରି, ବିଘ୍ନେଶ ପୋଥୁ ଓ ଏ ଏସ୍ ଜେମ୍‌ସ ଦୁର୍ଘଟଣାର ଶିକାର ହେବାରୁ ରେସ୍ ଶେଷ କରିପାରିନଥିଲେ । ସ୍ୱାସ୍ଥ୍ୟ ସମସ୍ୟା ପାଇଁ କୋହ୍ଲାପୁରର ସିଦ୍ଦେଶ ସାୱନ୍ତ ରେସ୍‌ରେ ଭାଗ ନେଇପାରିନଥିଲେ ।
ଉଚ୍ଚ ସ୍ତରରେ ପହଂଚିବାକୁ ଅଭିଳାଷ ରଖିଥିବା ଯୁବ ଚାଳକମାନଙ୍କ ଲାଗି ଏକ ମୁଳଦୁଆ ଭାବେ କାମ କରୁଛି ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍ । ଏହି ଚମ୍ପିଆନ୍‌ସିପ୍‌ରେ ରହିଛି ମୋଟୋ୩ ରେସିଂ ପାଇଁ ପ୍ରସ୍ତୁତ କରାଯାଇଥିବା ହୋଣ୍ଡା ଏନ୍‌ଏସ୍‌ଏଫ୍‌୨୫୦ଆର୍ ମୋଟରସାଇକଲ୍ ଯାହା ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ପ୍ଲାଟପର୍ମ ପ୍ରଦାନ କରୁଛି । ହାଲୁା ଚେଚିସ, ଶକ୍ତିଶାଳୀ ଇଂଜିନ୍ ସହ ଏରୋଡାଇନାମିକ୍ ବଡି ନେଇ ଏନ୍‌ଏସ୍‌ଏଫ୍‌୨୫୦ଆର୍ ଟ୍ରାକ୍‌ରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଛି । ଏହି ଚମ୍ପିଆନ୍‌ସିପ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତିଭାବାନ ଚାଳକଙ୍କୁ ଚିହ୍ନଟ କରି ସେମାନଙ୍କୁ ପେସାଦାର ତାଲିମ ଦେଇ ସମୃଦ୍ଧ କରିବା । ପେସାଦାର ମୋଟରସାଇକଲ୍ ରେସିଂ କ୍ଷେତ୍ରରେ ପ୍ରବେଶ କରିବା ଲାଗି ଏହି ଚମ୍ପିଆନ୍‌ସିପ୍ ପଥ ପ୍ରଦର୍ଶନ କରୁଛି ।
ଏହି ସିଜନ୍‌ରେ ୫ଟି ରାଉଣ୍ଡ ରହିଛି ଯାହା ମାଡ୍ରାସ୍ ଇଂଟରନ୍ୟାସନାଲ୍ ସର୍କିଟ୍‌େ ୨୦୨୪ ଜୁନ୍ ୧୪-୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି । ଦ୍ୱିତୀୟରୁ ପଂଚମ ରାଉଣ୍ଡ ପର୍ଯ୍ୟନ୍ତ ଚେନ୍ନାଇରେ ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ଓ ଅକ୍ଟୋବରରେ ଅନୁଷ୍ଠିତ ହେବ ।


Share It

Comments are closed.