ଜାପାନରେ ଏସିଆ ରୋଡ୍ ରେସିଂ ଚମ୍ପିଆନ୍‌ସିପ୍‌ର ତୃତୀୟ ରାଉଣ୍ଡର ରେସ୍‌-୨ରେ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ର ଉଲ୍ଲେଖନୀୟ ପ୍ରଦର୍ଶନ


ଭୁବନେଶ୍ୱର: ଜାପାନର ମୋବିଲିଟି ରିସୋର୍ଟ ମୋଟେଗିରେ ଚାଲିଥିବା ୨୦୨୪ ଏଫ୍‌ଆଇଏମ୍ ଏସିଆ ରୋଡ୍ ରେସିଂ ଚମ୍ପିଆନ୍‌ସିପ୍‌ର ରେସ୍‌-୨ର ତିନୋଟି ରାଉଣ୍ଡରେ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟିମ୍ ଏପି ୨୫୦ ଶ୍ରେଣୀରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ।
ଗତକାଲି ରେସ୍‌-୧ରେ ଟିମ୍ ପାଇଁ ମୂଲ୍ୟବାନ ପଏଂଟ୍ ହାସଲ କରିଥିବା ଭାରତର ଦୁଇ ଚାଳକ କେଭିନ୍ କ୍ୱିଂଟାଲ୍ ଓ ମୋହସିନ୍ ପରମବାନ୍‌ଙ୍କୁ ରେସ୍‌-୨ରେ କଡ଼ା ଆହ୍ୱାନର ସମ୍ନା କରିବାକୁ ପଡ଼ିଥିଲା ଓ ଦୁର୍ଭାଗ୍ୟବସତଃ ସେମାନେ ଦଳ ପାଇଁ କୌଣସି ପଏଂଟ୍ ସଂଗ୍ରହ କରିପାରିନଥିଲେ ।
ରେସ୍‌-୨ରେ ଚାଳକ ମୋହସିନ୍ ପି ନିଜ ଦକ୍ଷତାକୁ ଭଲ ଭାବେ ଉପଯୋଗ କରିଥିଲେ । ଗ୍ରିଡ୍‌ର ୨୦ତମ ସ୍ଥାନରୁ ରେସ୍ ଆରମ୍ଭ କରି ରେସ୍ ସାରା ସେ ସ୍ଥାୟିତ୍ୱ ବଜାୟ ରଖିଥିଲେ । ନିଜ ଅଭିଜ୍ଞତାର ସଠିକ୍ ଉପଯୋଗ କରି ସେ ଅନ୍ତର୍ଜାତୀୟ ରାଇଡରମାନଙ୍କୁ କଡ଼ା ଆହ୍ୱାନ ଦେଇଥିଲେ । ମୋଟ ୨୨:୨୦.୯୨୮ ସମୟ ନେଇ ୧୭ତମ ସ୍ଥାନରେ ରହି ସେ ରେସ୍ ଶେଷ କରିଥିଲେ, କିନ୍ତୁ କୌଣସି ପଏଂଟ୍ ଜିତିପାରିନଥିଲେ ।
ଅନ୍ୟ ପକ୍ଷରେ ପ୍ରତିଭାବାନ ଯୁବ ଚାଳକ କେଭିନ୍ କ୍ୱିଂଟାଲ୍ ଗ୍ରିଡ୍‌ର ୧୮ତମ ସ୍ଥାନରୁ ରେସ୍ ଆରମ୍ଭ କରିଥିବା ବେଳେ ସାରା ରେସ୍‌ରେ ସ୍ଥିରତା ବଜାୟ ରଖିଥିଲେ । ନିଜର ଦକ୍ଷତାକୁ ଉପଯୋଗ କରି ସେ ରେସ୍‌ରେ କଡ଼ା ଆହ୍ୱାନ ସୃଷ୍ଟି କରିଥିଲେ । ମାତ୍ର ମେସିନ୍‌ରେ କେତେକ ବୈଷୟିକ ତ୍ରୁଟି ପାଇଁ ଷଷ୍ଠ ଲ୍ୟାପ୍‌ରେ ତାଙ୍କୁ ରେସ୍ ଛାଡ଼ିବାକୁ ପଡ଼ିଥିଲା ।
ନିଜ ପ୍ରଦର୍ଶନ ସମ୍ପର୍କରେ କେଭିନ୍ କହିଛନ୍ତି ଯେ, “ଆଜି, ମୁଁ ଦୃଢ଼ ଆରମ୍ଭ କଲି, କିନ୍ତୁ ମୋ ମେସିନ୍‌ରେ ଯାନ୍ତ୍ରିକ ସମସ୍ୟା ମୋର ଯୋଜନାରେ ବାଧା ସୃଷ୍ଟି କରିଥିଲା । ଗତକାଲିର ଫଳାଫଳକୁ ଦେଖି ମୁଁ ଏହି ରେସ଼ରେ ମଧ୍ୟ ଅତିରିକ୍ତ ପଏଂଟ୍ ହାସଲ କରିପାରିବି ବୋଲି ଦୃଢ଼ ବିଶ୍ୱାସ ରଖିଥିଲି । ଦୁର୍ଭାଗ୍ୟବଶତଃ, ମୁଁ ରେସ୍ ଶେଷ କରିବାରେ ଅସମର୍ଥ ରହିଲି । ତେବେ ଏହି ରାଉଣ୍ଡରୁ ମୁଁ ବହୁତ କିଛି ଶିଖିଛି ଏବଂ ମୋତେ ସମର୍ଥନ କରିଥିବାରୁ ମୁଁ ମୋ ଟିମ୍ ଏବଂ ପ୍ରଶିକ୍ଷକମାନଙ୍କୁ ଧନ୍ୟବାଦ ଜଣାଉଛି । ସକାରାତ୍ମକ ଦୃଷ୍ଟିକୋଣ ସହିତ ମୁଁ ଆଗାମୀ ରାଉଣ୍ଡରେ ଉନ୍ନତ ଫଳାଫଳ ଆଶା କରୁଛି ।”
ସେହିପରି, ମୋହସିନ୍ ପି କହିଛନ୍ତି ଯେ, “ଯଦିଓ ମୁଁ ଦଳ ପାଇଁ ପଏଂଟ୍ ହାସଲ କରିବାରୁ ବଂଚିତ ହୋଇଥିଲି, ତଥାପି ଆଜିର ରେସରେ ମୋର ଉନ୍ନତି ପରିଲକ୍ଷିତ ହୋଇଛି । ପ୍ରତିଯୋଗିତା କଠିନ ଥିଲା, ତେଣୁ ମୁଁ ସ୍ଥାୟିତ୍ୱ ବଜାୟ ରଖିବା ଉପରେ ଧ୍ୟାନ ଦେଇଥିଲି । ଯେତେବେଳେ ମୁଁ କାଭିନଙ୍କୁ ରେସ୍ ଛାଡ଼ିବା ଦେଖି, ବିନା ତ୍ରୁଟିରେ ରେସ୍ ଶେଷ କରିଥିଲି । ଏହି ଅଭିଜ୍ଞତା ଆମକୁ ବହୁତ କିଛି ଶିଖାଇଛି ଏବଂ ଆଗାମୀ ପର୍ଯ୍ୟାୟରେ ଉନ୍ନତ ଫଳାଫଳ ପାଇଁ ଆମର ରଣନୀତିକୁ ବଢ଼ାଇବ ।”


Share It

Comments are closed.