ଜେଇଇ ଆଡ଼ଭାନସଡ଼ରେ କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲର ସଫଳତା


ଭୁବନେଶ୍ୱର,୧୧ ।୬: ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ଆଡ଼ଭାନସଡ଼-୨୦୨୪ରେ କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲର ପିଲାମାନେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ଜେଇଇ ଆଡ଼ଭାନସଡ଼୍‍ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଥିବା ବେଳେ କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲର ପିଲାମାନେ ସେମାନଙ୍କର ନିଷ୍ଠା ଓ ପ୍ରତିଭାର ପରିଚୟ ଦେଇଛନ୍ତି।

ସ୍କୁଲର ଛାତ୍ର ଅନିଷ ଦାରିକା ସର୍ବଭାରତୀୟସ୍ତରରେ ୧୦୯ ରାଙ୍କ ହାସଲ କରିଥିବା ବେଳେ ଶୈଳେଶ କୁମାର ସାହୁ ୧୮୪୯ ରାଙ୍କରେ ରହିଛନ୍ତି। ସେହିପରି ଶୁଭଙ୍କର ଦାଶ ସର୍ବଭାରତୀୟ ସ୍ତରରେ ୨୬୩୮, ଆଦିତ୍ୟ ପ୍ରଧାନ ୨୮୮୭,  ଆଶୁତୋଷ ମହାରଣା ୩୦୮୦ ଓ ଆଦିତ୍ୟ ପ୍ରଧାନ (ଖ) ସର୍ବ ଭାରତୀୟ ରାଙ୍କ ୧୫୧୮୯ ହାସଲ କରିଛନ୍ତି।

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଜେଇଇ ଆଡ଼ଭାନସଡ଼ରେ ସଫଳତା ହାସଲ କରିଥିବା ସ୍କୁଲର ଛାତ୍ରମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ନିଷ୍ଠା ଓ ପରିଶ୍ରମ ଏବଂ  ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମାର୍ଗଦର୍ଶନ ସ୍କୁଲର ଏହି ସଫଳତା ଆଣିଦେଲା ବୋଲି କହିଛନ୍ତି। କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲର ଗୁଣାତ୍ମକ ଶିକ୍ଷା ଓ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ସର୍ବୋତ୍ତମ ଯତ୍ନ ଫଳରେ ପ୍ରତିବର୍ଷ ବିଭିନ୍ନ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିଆସୁଛନ୍ତି।


Share It

Comments are closed.