ଟାଟା ପାୱାର ନେତୃତ୍ୱାଧୀନ ଓଡିଶା ଡିସ୍କମ୍ ଗୁଡିକ ପକ୍ଷରୁ ସୁରକ୍ଷା କବଚ ସହ ସୁରକ୍ଷା ଏବଂ ଗ୍ରାହକ ସେବାରେ ଉନ୍ନତି: ୨୧ ଲକ୍ଷ ଡିଜିଟାଲ୍ ସୁରକ୍ଷା ପରମିଟ୍ ପ୍ରଦାନ
ଭୁବନେଶ୍ୱର: ସୁରକ୍ଷା ଏବଂ ପରିଚାଳନା ଉତ୍କର୍ଷ ପ୍ରତି ଅଟଳ ପ୍ରତିବଦ୍ଧତାକୁ ଦୋହରାଇ ଟାଟା ପାୱାର ନେତୃତ୍ୱାଧୀନ ଓଡିଶା ଡିସକମଗୁଡ଼ିକ ଏକ ପରିବର୍ତନଶୀଳ ଡିଜିଟାଲ୍ ସମାଧାନ ‘ସୁରକ୍ଷା କବଚ’ ଆରମ୍ଭ କରିଛନ୍ତି।
ଏହି ପ୍ରଯୁକ୍ତି ସମ୍ବଳିତ ସୁରକ୍ଷା ପ୍ରାଚୀର ଓଡିଶାରେ ହାଇ ଟେନ୍ସନ୍ (ଏଚ୍ଟି) ନେଟୱର୍କ କାର୍ଯ୍ୟଗୁଡିକୁ କିପରି ନିର୍ବାହ କରାଯାଉଛି ତାହାକୁ ପୁନର୍ଗଠନ କରିଥିବା ବେଳେ ପରମିଟ୍ ଟୁ ୱାର୍କ (ପିଟିଡବ୍ଲ୍ୟୁ) ପଦ୍ଧତିକୁ ଏକ ଦୃଢ଼ ଡିଜିଟାଲ୍ ଢାଂଚା ଅଧୀନରେ ସୁରକ୍ଷା ପ୍ରୋଟୋକଲ୍ ପାଳନ ସହିତ ସଂଯୋଜିତ କରିଛି।
ସୁରକ୍ଷା କବଚ ହେଉଛି ଏକ ସମ୍ପୂର୍ଣ୍ଣ ଟୁଲ୍ ଯାହା ବିଦ୍ୟୁତ ବଣ୍ଟନ କାର୍ଯ୍ୟଗୁଡିକର ଗୁରୁତ୍ୱପୂର୍ଣ୍ଣ ଦିଗଗୁଡିକୁ ସୁରକ୍ଷା ଏବଂ ପରିଚାଳନାକୁ ଏକତ୍ରୀତ କରିଛି। ଏଚ୍ଟି ଲାଇନ୍ ଉପରେ ପ୍ରତ୍ୟେକ କାର୍ଯ୍ୟକ୍ରମ ଏହି ପ୍ଲାଟଫର୍ମ୍ ମାଧ୍ୟମରେ ଏକ ଡିଜିଟାଲ୍ ପରମିଟ୍ ସୁରକ୍ଷିତ କରିବା ପରେ ହିଁ ନିର୍ବାହ କରାଯାଉଛି ଯାହା ଦ୍ୱାରା ସୁରକ୍ଷା ପ୍ରୋଟୋକଲ୍ ଦୈନନ୍ଦିନ କାର୍ଯ୍ୟରେ ସଂଯୋଜିତ ହୋଇପାରିଛି। ଏହି ପ୍ରଣାଳୀରେ ଏମ୍ବେଡେଡ୍ ଉପକରଣ ଡାଟାବେସ୍, ପ୍ରି-ମାପିଂ ଅନୁମୋଦନ, ଢ଼ାଂଚାଗତ ସୁରକ୍ଷା ଚେକଲିଷ୍ଟ, ଏବଂ ଏସଏମ୍ଏସ୍ ଏବଂ ହ୍ୱାଟସ୍ଆପ୍ ମାଧ୍ୟମରେ ବାସ୍ତବ ଯୋଗାଯୋଗ ସୁବିଧା ଆଦି ସାମିଲ ରହିଛି ଯାହା ଏକ ଶୂନ୍ୟ-ସମାଧାନ ସୁରକ୍ଷା ସଂସ୍କୃତିକୁ ଆଗକୁ ବଢ଼ାଉଛି।
ୱେବ୍ ପୋର୍ଟାଲ୍, ମୋବାଇଲ୍ ଆପ୍ ଏବଂ ଏସ୍ଏପି ସଂଯୋଗ ମାଧ୍ୟମରେ ଏହି ସାଧନର ବହୁ-ପ୍ଲାଟଫର୍ମ୍କୁ ବ୍ୟବହାର କରିବା କ୍ଷମତା ଲାଇନମ୍ୟାନ୍ ଏବଂ ସବଷ୍ଟେସନ୍ ଅପରେଟର୍ ଭଳି ମୌଳିକ ସ୍ତରର କର୍ମଚାରୀମାନେ ମଧ୍ୟ ପ୍ରଯୁକ୍ତିଗତ ଦକ୍ଷତା ବ୍ୟବହାର କରିବାକୁ ସୁନିଶ୍ଚିତ କରୁଛି।
ଆଭ୍ୟନ୍ତରୀଣ ଦକ୍ଷତା ଏବଂ ସୁରକ୍ଷା ବ୍ୟତୀତ ସୁରକ୍ଷା କବଚ ଗ୍ରାହକ ଅନୁଭୂତିକୁ ମଧ୍ୟ ବିଶେଷ ଭାବରେ ଉନ୍ନତ କରିଛି। ଭୌଗୋଳିକ ସୂଚନା ପ୍ରଣାଳୀ (ଜିଆଇଏସ୍), ଶକ୍ତି ଅଡିଟ୍ ଗ୍ରୁପ୍ (ଇଏଜି), ଏବଂ ସମାନ ଧରଣର ସୁରକ୍ଷା ଏବଂ ପରିଚାଳନା କାର୍ଯ୍ୟପ୍ରଣାଳୀ ସହିତ ଡାଟା ସଂଯୋଗ କରି ଏହି ପ୍ଲାଟଫର୍ମ ଗ୍ରାହକଙ୍କ ସହିତ ସକ୍ରିୟ ଯୋଗାଯୋଗକୁ ସକ୍ଷମ କରୁଛି। ଗ୍ରାହକମାନେ ଯୋଜନାବଦ୍ଧ ବିଦ୍ୟୁତ୍ ବିଭ୍ରାଟ ବିଷୟରେ ପୂର୍ବ ଅନୁମୋଦିତ ଏସଏମ୍ଏସ୍ ନୋଟିଫିକେସନ ପାଇଥାନ୍ତି ଯାହା ଫଳରେ ସେମାନେ ପୂର୍ବରୁ ପ୍ରସ୍ତୁତ ହୋଇପାରିବେ ଏବଂ ଅସୁବିଧା କମ୍ ହୋଇପାରିବ।
ସୁରକ୍ଷା କବଚରୁ ମିଳୁଥିବା ଡାଟା, ୱେବସାଇଟରେ ଗ୍ରାହକମାନଙ୍କୁ ବିଦ୍ୟୁତ୍ ଯୋଗାଣ ବିଭ୍ରାଟ ସମ୍ପର୍କରେ ସଠିକ ସମୟରେ ସୂଚନା ଦେଇଥାଏ। ଏହା ସହିତ ରିଅଲ ଟାଇମ ଲିଙ୍କେଜ୍ ମାଧ୍ୟମରେ ଡିସକମ୍ର ୱେବସାଇଟରେ ବିଦ୍ୟୁତ୍ ଯୋଗାଣର ଗୁଣବତ୍ତା ସମ୍ପର୍କରେ ମଧ୍ୟ ସ୍ୱୟଂଚାଳିତ ଭାବେ ଗ୍ରାହକମାନଙ୍କ ପାଇଁ ସୂଚନା ଉପଲବ୍ଧ ହୁଏ।
ଏହା ବ୍ୟତୀତ ଏହି ପ୍ଲାଟଫର୍ମ୍ ଯୋଜନାବଦ୍ଧ ଏବଂ ଅଣ ଯୋଜନାବଦ୍ଧ ରକ୍ଷଣାବେକ୍ଷଣ କାର୍ଯ୍ୟକ୍ରମର ଶୀଘ୍ର, ସୁରକ୍ଷିତ, ଏବଂ ସମନ୍ୱିତ କ୍ଷେତ୍ର ନିର୍ବାହ ନିଶ୍ଚିତ କରୁଛି। ଏହା ସିଧାସଳଖ ଭାବେ ଦ୍ରୁତ ସୁଧାର ସମୟ, ଡାଉନଟାଇମ୍ ହ୍ରାସ ଏବଂ ଅଧିକ ବିଶ୍ୱସନୀୟ ବିଦ୍ୟୁତ୍ ଯୋଗାଣ ଫଳରେ ସାମଗ୍ରିକ ଗ୍ରାହକ ସନ୍ତୁଷ୍ଟି ବୃଦ୍ଧି ପାଇଛି।
ଏହି ଟୁଲ୍ ବାସ୍ତବ ସମୟ ନିରୀକ୍ଷଣ ଏବଂ ପ୍ରଦର୍ଶନକୁ ସମର୍ଥନ କରୁଥିବା ବେଳେ କେନ୍ଦ୍ରୀୟ ଡାଟାକୁ ଏହା ଟିମ୍ ଓ ସ୍ଥାନଗୁଡ଼ିକରେ ପହଂଚାଉଛି। ଫଳସ୍ୱରୂପ ଏହା ଦୈନିକ, ମାସିକ, ଏବଂ ବାର୍ଷିକ ମାପଦଣ୍ଡ ସ୍ୱୟଂଚାଳିତ ଭାବେ ସୃଷ୍ଟି କରିବା ପାଇଁ ବ୍ୟବହୃତ ହେଉଛି। ମାନୁଆଲ୍ ହସ୍ତକ୍ଷେପକୁ ଦୂର କରି ଏହା ଡାଟା ସତ୍ୟତା ନିଶ୍ଚିତ କରୁଛି ଏବଂ ସେବା ଗୁଣବତ୍ତା ରେ ନିରନ୍ତର ଉନ୍ନତି ପାଇଁ ଡାଟା-ଆଧାରିତ ସିଦ୍ଧାନ୍ତ ନେବା ପାଇଁ ଟିମ୍କୁ ସଶକ୍ତ କରୁଛି।
ବର୍ତମାନ ସୁଦ୍ଧା ଓଡିଶାରେ ସୁରକ୍ଷା କବଚ ମାଧ୍ୟମରେ ୨୧ ଲକ୍ଷରୁ ଅଧିକ ପରମିଟ୍ ଜାରି କରାଯାଇଛି ଯାହା ଏହାର ବ୍ୟାପକ ଗ୍ରହଣ ଏବଂ ପ୍ରଭାବକୁ ପ୍ରତିଫଳିତ କରୁଛି।
ଏହା କେବଳ ଏକ ଡିଜିଟାଲ୍ ଟୁଲ୍ ନୁହେଁ, ସୁରକ୍ଷା କବଚ ହେଉଛି ବିଦ୍ୟୁତ୍ ବଂଟନ କ୍ଷେତ୍ର ପାଇଁ ଏକ ବ୍ୟାପକ ମଡେଲ୍ ଯାହା ସୁରକ୍ଷା ଦୃଢ଼ କରିବା, ସ୍ୱଚ୍ଛତା ବୃଦ୍ଧି କରିବା ଏବଂ ଡାଟା-ଆଧାରିତ ସିଦ୍ଧାନ୍ତ ନେବାକୁ ସମର୍ଥନ କରିବାର କ୍ଷମତା ରଖିଛି । ଏହା ଏକ ସମାଧାନ ପ୍ରସ୍ତୁତ କରୁଛି ଯାହା ପରିଚାଳନା ଆଧୁନିକୀକରଣ କରିବା ସମୟରେ କର୍ମଚାରୀ ଏବଂ ଗ୍ରାହକ ସୁରକ୍ଷାକୁ ପ୍ରାଥମିକତା ଦେଉଛି।
Comments are closed.