ବିଦ୍ୟୁତ୍ ବଂଟନରେ ରୂପାନ୍ତରଣ: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ଡିସ୍କମ୍ ଅନ୍ୟ ରାଜ୍ୟ ପାଇଁ ପାଲଟିଛନ୍ତି ନୀଳନକ୍ସା
ଭୁବନେଶ୍ୱର: ୨୦୨୦ ମସିହାରେ ଟାଟା ପାୱାର ସହିତ ଏକ ଅଗ୍ରଣୀ ସହଯୋଗିତାରେ ଓଡ଼ିଶା ଉଲ୍ଲେଖନୀୟ ଭାବେ ବିଦ୍ୟୁତ ଜନିତ କ୍ଷତିକୁ କମାଇଥିବା ବେଳେ ଭିତିଭୂମିର ଆଧୁନିକୀକରଣ କରିବା ସହିତ ସହରାଚଂଳ ଓ ଗ୍ରାମାଚଂଳରେ ୧୩ ଲକ୍ଷରୁ ଅଧିକ ନୂଆ ଗ୍ରାହକଙ୍କ ସହ ଭରସାଯୋଗ୍ୟ ବିଦ୍ୟୁତ୍ ସେବାକୁ ଲୋକଙ୍କ ନିକଟତର କରିପାରିଛି।
ପୂର୍ବରୁ ବାରମ୍ବାର ବିଦ୍ୟୁତ୍ ବ୍ୟାହତ, ଉଚ୍ଚ କ୍ଷତି ଏବଂ ଖରାପ ସେବା ଦ୍ୱାରା ଓଡ଼ିଶାର ବିଦ୍ୟୁତ୍ କ୍ଷେତ୍ର ପ୍ରଭାବିତ ହେଉଥିଲା। ଏବେ ସେହି ଅଂଚଳଗୁଡ଼ିକରେ ବିଶେଷ ରୂପାନ୍ତରଣ ସ୍ପଷ୍ଟ ପ୍ରତିଫଳିତ ହୋଇଛି। ଏହି ପରିବର୍ତନର ମୂଳରେ ରହିଛି ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ସଫଳ ଘରୋଇ ସରକାରୀ ସହଭାଗିତା (ପିପିପି) ଯାହା ଏକ ସ୍ଥିର, ପ୍ରଭାବଶାଳୀ ଏବଂ ଲୋକ-କୈନ୍ଦ୍ରୀକ ବିଦ୍ୟୁତ୍ ବ୍ୟବସ୍ଥା ଗଠନ କରିଛି। ଏଥିରୁ ଏହା ପ୍ରମାଣିତ ହୋଇଛି ଯେ ପ୍ରକୃତ ସୁଧାର କେବଳ ସହରଗୁଡ଼ିକରେ ନୁହେଁ, ବରଂ ଗ୍ରାମାଚଂଳରେ ମଧ୍ୟ ସମ୍ଭବ।
ବିପ୍ଳବର ଘଟଣାକ୍ରମ
ଏକଦା ଅନ୍ଧକାରରେ ଥିଲା
୨୦୨୦ ପୂର୍ବରୁ ଓଡ଼ିଶାର ପ୍ରଚୁର ପ୍ରାକୃତିକ ସମ୍ପଦ ଏବଂ ପରିଶ୍ରମୀ ଜନସଂଖ୍ୟା ସତ୍ୱେ ରାଜ୍ୟର ବିଦ୍ୟୁତ୍ କ୍ଷେତ୍ର ଅସ୍ଥିର ଥିଲା। ବିଦ୍ୟୁତ୍ ବଂଟନ କ୍ଷୟ ୩୦%ରୁ ଅଧିକ ଥିଲା ଯାହା ଭାରତରେ ଅନ୍ୟତମ ସର୍ବୋଚ୍ଚ ମଧ୍ୟରୁ ଅନ୍ୟତମ ଥିଲା। ରକ୍ଷଣାବେକ୍ଷଣ ପ୍ରତିଷେଧମୂଳକ ନୁହେଁ। ତେଣୁ ଲୋକମାନ ଭରସାହୀନ ବିଦ୍ୟୁତ୍ ସେବା ଓ ଆକଳନ ଆଧାରିତ ବିଲ୍ ସହ ବଂଚିବାକୁ ବାଧ୍ୟ ହେଉଥିଲେ। ରାଜ୍ୟର ବିତରଣ ବ୍ୟବସ୍ଥାକୁ ବ୍ୟବସାୟିକ କରିବାର ପୂର୍ବର ପ୍ରୟାସ ବିଫଳ ହୋଇଥିଲା। ବିଲ୍ ପ୍ରାୟତଃ ଅନୁମାନିତ ଭାବରେ ପ୍ରସ୍ତୁତ ହେଉଥିଲା। ପ୍ରାୟ ୩ ଲକ୍ଷ ମିଟର ଭାଙ୍ଗି ଯାଇଥିବା କିମ୍ବା ପୁରୁଣା ହୋଇଯାଇଥିଲା। ଏହି ଖରାପ ବ୍ୟବସ୍ଥା ରାଜ୍ୟର ଅଭିବୃଦ୍ଧିକୁ ମନ୍ଥର କରିଦେଇଥିଲା। ତା’ପରେ ଆସିଥିଲା ଏକ ସାହସିକ ନିଷ୍ପତି ଯାହା ସବୁକିଛି ବଦଳାଇ ଦେଇଥିଲା।
ମହାମାରୀ ଭିତରେ ଏକ ନୂଆ ମୋଡ଼
୨୦୨୦-୨୧ରେ କୋଭିଡ୍-୧୯ ମହାମାରୀର ଚରମ ସୀମାରେ ଥିବା ସମୟରେ ଟାଟା ପାୱାର ଓଡ଼ିଶାର ଚାରି ବିଦ୍ୟୁତ୍ ବିତରଣ ସଂସ୍ଥା ସେସୁ, ନେସକୋ, ୱେସକୋ ଓ ସାଉଥକୋର ପରିଚାଳନା ନିୟନ୍ତ୍ରଣ ହାତକୁ ନେଇଥିଲା। ସେଗୁଡ଼ିକୁ ପୁନର୍ଗଠିତ କରି
ଟିପିସିଓଡିଏଲ୍, ଟିପିଏନ୍ଓଡିଏଲ୍, ଟିପିଡବ୍ଲ୍ୟୁଓଡିଏଲ୍ ଏବଂ ଟିପିଏସ୍ଓଡିଏଲ୍ ଗଠନ କରାଯାଇଥିଲା। ଅନ୍ୟମାନେ ପଛୁଘୁଂଚା ଦେଉଥିବା ବେଳେ ଟାଟା ପାୱାର ଆଗେଇ ଆସିଥିଲା ଓ ଉତମ ଫଳ ପ୍ରଦାନ କରିଥିଲା।
ଝଡ଼ ମୁହଁରେ ସ୍ଥିରତା
ପ୍ରକୃତ ପରୀକ୍ଷାର ସମୟ ବାତ୍ୟା ୟାସ୍ (୨୦୨୧ ମେ) ଏବଂ ବାତ୍ୟା ଦାନା ( ୨୦୨୪ ଅକ୍ଟୋବର)ରେ ଆସିଥିଲା। ସାଧାରଣତଃ ଏଭଳି ଭୟଙ୍କର ବାତ୍ୟା ବିଦ୍ୟୁତ୍ ଭିତିଭୂମିକୁ ସମ୍ପୂର୍ଣ୍ଣ ପଙ୍ଗୁ କରିଦେଉଥିଲା। କିନ୍ତୁ ଟାଟା ପାୱାର ବିଦ୍ୟୁତ୍ ବଂଟନ ବ୍ୟବସ୍ଥା ହାତକୁ ନେବା ପରେ ପରିବର୍ତନ ଦେଖିବାକୁ ମିଳିଥିଲା।
ଚା ୧୫,୦୦୦ ଗ୍ରାଉଣ୍ଡ୍ ଷ୍ଟାଫ୍ ମୂତୟନ କରାଯାଇଥିଲା
ଚା ବାତ୍ୟା ୟାସ୍ ଭୂପୃଷ୍ଠରେ ମାଡ଼ ହେବାର ୮ ଘଂଟା ମଧ୍ୟରେ ୭୦% ପ୍ରଭାବିତ ଅଂଚଳରେ ବିଦ୍ୟୁତ୍ ସେବା ସ୍ୱାଭାବିକ ହୋଇଥିଲା
ଚା ବାତ୍ୟା ଦାନାର ୨୪ ଘଂଟା ଭିତରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇଥିଲା
ସୁନିଶ୍ଚିତ ଯୋଜନା, ଦ୍ରୁତ ପ୍ରତିକ୍ରିୟା ବ୍ୟବସ୍ଥା, ଏବଂ ସ୍ଥାନୀୟ ଦଳଗୁଡ଼ିକୁ କ୍ଷମତା ପ୍ରଦାନ କରିବା ଦ୍ୱାରା ଏହି ସ୍ଥିରତା ମିଳିଥିଲା।
ଅଗ୍ରଗତିର କାହାଣୀ କହୁଥିବା ସଂଖ୍ୟା
ଟାଟା ପାୱାର ଦାୟିତ୍ୱ ନେବା ପରଠାରୁ ପ୍ରଭାବ ସ୍ପଷ୍ଟ ହୋଇଛି। ବିଦ୍ୟୁତ୍ ଜନିତ କ୍ଷତି ୩୦%ରୁ ହ୍ରାସ ପାଇ ୧୬.୪%କୁ ପହିଂଚିଛି। ସମସ୍ତ ଚାରି ଡିସକମ କୁ କ୍ରମାଗତ ଦୁଇ ବର୍ଷ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଏ+ ରେଟିଂ ପ୍ରଦାନ କରାଯାଇଛି ଯାହା ଓଡ଼ିଶାର ଇତିହାସରେ ପ୍ରଥମ।
ମାତ୍ର ୪ ବର୍ଷରେ ୪,୨୦୦ କୋଟିରୁ ଅଧିକ ଟଙ୍କା ଭିର୍ତିଭୂମି ବିକାଶରେ ବିନିଯୋଗ କରାଯାଇଥିବା ବେଳେ ୪୦,୦୦୦ରୁ ଅଧିକ ନୂତନ ଟ୍ରାନ୍ସଫର୍ମର ଏବଂ ୧,୨୦୦ ସବଷ୍ଟେସନ୍ ସ୍ଥାପନ କରାଯାଇଛି। ପ୍ରାୟ ୩ ଲକ୍ଷ ତ୍ରୁଟିପୂର୍ଣ ମିଟର ବଦଳାଯାଇଛି। ବର୍ତମାନ ବିଦ୍ୟୁତ୍ ବିଭ୍ରାଟ ବିରଳ ଘଟଣା ପାଲଟିଥିବା ବେଳେ ବିଲ୍ ସଠିକ ହୋଇଛି ଏବଂ ବିଦ୍ୟୁତ୍ ସେବା ପ୍ରତି ଲୋକଙ୍କ ବିଶ୍ୱାସ ଫେରିଛି।
ସହର ବାହାର ଅଂଚଳକୁ ଗୁରୁତ୍ୱ: ଲୋକଙ୍କୁ ପ୍ରାଥମିକତା
ବିଦ୍ୟୁତ୍ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପୂର୍ବରୁ ହୋଇଥିବା ପ୍ରୟାସଗୁଡ଼ିକ କେବଳ ସହରରେ କେନ୍ଦ୍ରୀଭୂତ ରହୁଥିଲା। ଏଥର ରୂପାନ୍ତରଣ ଗାଁ, ଛୋଟ ସହର ଏବଂ ଦୁର୍ଗମ ଅଂଚଳରେ ପହଂଚିପାରିଛି। ଏହି କାର୍ଯ୍ୟକ୍ରମରେ ୫,୦୦୦ରୁ ଅଧିକ ସ୍ଥାନୀୟ ଠିକାଦାର ଏବଂ ବିକ୍ରେତା ଯୋଡ଼ି ହୋଇଥିଲେ। ସେମାନଙ୍କୁ ୧୬,୦୦୦ କୋଟି ଟଙ୍କାର କାର୍ଯ୍ୟ ବରାଦ ଦିଆଯାଇଛି ଯାହା ରୋଜଗାର ସୃଷ୍ଟି କରି ସ୍ଥାନୀୟ ଅର୍ଥନୀତିକୁ ସହାୟତା ପ୍ରଦାନ କରିଛି।
୧୩ ଲକ୍ଷରୁ ଅଧିକ ନୂତନ ବିଦ୍ୟୁତ୍ ସଂଯୋଗ ପ୍ରଦାନ କରାଯାଇଛି ଯାହା ବିଶ୍ୱସନୀୟ ବିଦ୍ୟୁତ୍ ସେବାକୁ ଘର ଘର, ଛୋଟ ଦୋକାନରୁ ବଡ଼ ଶିଳ୍ପ ପର୍ଯ୍ୟନ୍ତ ବିସ୍ତାର କରିଛି। ଏହି ବିଶ୍ୱସନୀୟ ବିଦ୍ୟୁତ୍ ସେବା ଓଡ଼ିଶାର ସହରାଚଂଳ ଏବଂ ଗ୍ରାମାଚଂଳରେ ଜୀବିକା ଏବଂ ଅଭିବୃଦ୍ଧି ପ୍ରତି ଯୋଗଦାନ ଦେଇଛି।
ଦେଶ ପାଇଁ ଏକ ନୀଳନକ୍ସା
ଓଡ଼ିଶାର ବିଦ୍ୟୁତ୍ କ୍ଷେତ୍ର ବର୍ତମାନ ସମସ୍ୟାର କାହାଣୀ ନୁହେଁ ବରଂ ଏକ ଅଗ୍ରଗତିର ମଡେଲ। ଓଡ଼ିଶା ସରକାର ଏବଂ ଟାଟା ପାୱାର ମଧ୍ୟରେ ଏହି ପିପିପି ମଡେଲ୍ ପ୍ରମାଣିତ କରିଛି ଯେ ସଠିକ୍ ଦୃଷ୍ଟିକୋଣ, ପ୍ରତିବଦ୍ଧତା ଏବଂ ଜନ କୈନ୍ଦ୍ରୀକ ପଦ୍ଧତି ଜରିଆରେ ସମ୍ପୂର୍ଣ୍ଣ ସୁଧାର ଆଣିବା ସମ୍ଭବ।
ଭାରତ ଯେତେବେଳେ ବିକଶିତ ଭାରତ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛି ଓଡ଼ିଶା ଅନ୍ୟ ରାଜ୍ୟ, ବିଶେଷ କରି ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ପରି ବୃହତ୍ ଏବଂ ବିବିଧତାପୂର୍ଣ୍ଣ ରାଜ୍ୟଗୁଡ଼ିକ ପାଇଁ ଏକ ଅନୁକରଣୀୟ ମଡ଼େଲ ପ୍ରଦାନ କରୁଛି।
Comments are closed.