ଜଷ୍ଟଡାଏଲ୍ ସହିତ ସମୃଦ୍ଧ ହେଉଛି ଭୁବନେଶ୍ୱରର ବ୍ୟବସାୟ


ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଓ ବୃହତ ସହର ଭାବେ ଭୁବନେଶ୍ୱର ଭାରତର ଅନ୍ୟତମ ପୁରାତନ ସହର ଭାବେ ଏକ ସମୃଦ୍ଧ ଐତିହ୍ୟକୁ ଗର୍ବିତ କରିଛି । ବର୍ତମାନ ଏହା ଏକ ଗତିଶୀଳ ପ୍ରଶାସନିକ ଏବଂ ପର୍ଯ୍ୟଟନ କେନ୍ଦ୍ର ଭାବେ ବାର୍ଷିକ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ସୂଚନା ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ଇଞ୍ଜିନିୟରିଂ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବିବିଧ ଅର୍ଥନୈତିକ ଦୃଶ୍ୟପଟ ସହିତ ଭୁବନେଶ୍ୱର ପୂର୍ବ ଭାରତରେ ଏକ ସମୃଦ୍ଧ ବାଣିଜ୍ୟିକ କେନ୍ଦ୍ର ଭାବେ ଉଭା ହୋଇଛି । ସହରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଆଧୁନିକ ସୁବିଧା ଏହାକୁ ଉଭୟ ପର୍ଯ୍ୟଟକ ଏବଂ ବ୍ୟବସାୟ ପାଇଁ ଏକ ଆକର୍ଷଣୀୟ ସ୍ଥାନରେ ପରିଣତ କରିଛି ।
ଏହି ଜୀବନ୍ତ ଅର୍ଥନୈତିକ ପୃଷ୍ଠଭୂମି ମଧ୍ୟରେ ଭୁବନେଶ୍ୱରରେ ଏମଏସଏମଇର ଅଭିବୃଦ୍ଧିରେ ସହାୟକ ହେଉଛି ଜଷ୍ଟଡାଏଲ୍ । ଏହାର ବ୍ୟାପକ ପ୍ଲାଟଫର୍ମ ମାଧ୍ୟମରେ, ଜଷ୍ଟଡାଏଲ୍ ଏମଏସଏମଇଗୁଡ଼ିକୁ ସମ୍ଭାବ୍ୟ ଗ୍ରାହକଙ୍କ ସହ ଯୋଗାଯୋଗ କରିବା ଏବଂ ସେମାନଙ୍କ ବ୍ୟବସାୟକୁ ବିସ୍ତାର କରିବା ପାଇଁ ଏକ ନିର୍ଭରଯୋଗ୍ୟ ଉପାୟ ପ୍ରଦାନ କରୁଛି । ଜଷ୍ଟିଡାଏଲ ସେବାର ଲାଭ ଉଠାଇ ଉଦ୍ୟୋଗୀମାନେ ଲିଡ୍ ସୃଷ୍ଟି କରିବା ଏବଂ ସେମାନଙ୍କ ବ୍ୟବସାୟିକ ପ୍ରସାର ବୃଦ୍ଧି କରିବାରେ ଯଥେଷ୍ଟ ଲାଭ ପାଇଛନ୍ତି ।
ୱାନ୍ ୮ ସେଲୁନ୍ ଆଣ୍ଡ୍ ସ୍ପାର ମାଲିକ ସୁଚିସ୍ମିତା ପ୍ରଜ୍ଞାନ ବେହେରା କହିଛନ୍ତି ଯେ, “ଜଷ୍ଟଡାଏଲ ଲିଡ୍ ସୃଷ୍ଟି କରିବା ଏବଂ ଆମ ବ୍ୟବସାୟକୁ ବିସ୍ତାର କରିବାରେ ଭରସାଯୋଗ୍ୟ ସାବ୍ୟସ୍ତ ହୋଇଛି । ଆମେ ମାର୍କେଟିଂ ଉଦ୍ଦେଶ୍ୟରେ ଜଷ୍ଟଡାଏଲ୍‌କୁ ସୁପାରିସ କରୁଛୁ ଏବଂ ଆମେ ଏକ ନୂତନ ଶାଖା ଖୋଲିବା ସହିତ ଏହାର ସେବାଗୁଡିକର ଲାଭ ଉଠାଇବା ଜାରି ରଖିବୁ । ପ୍ଲାଟଫର୍ମର ଉପଭୋକ୍ତା-ଅନୁକୂଳ ଇଂଟରଫେସ୍ ଏବଂ ବ୍ୟାପକ ପହଂଚ ଏହାକୁ ବୃଦ୍ଧି କରିବାକୁ ଚାହୁଁଥିବା କ୍ଷୁଦ୍ର ବ୍ୟବସାୟଗୁଡିକ ପାଇଁ ଏକ ମୂଲ୍ୟବାନ ସମ୍ପତିରେ ପରିଣତ କରିଛି ।”
ଆର୍‌ୱାଇ ପ୍ରୋପଟିଜ୍‌ର ପରିଚାଳନା ନିର୍ଦ୍ଦେଶକ ୱାଲିଦ ପଟେଲ ଜଷ୍ଟଡାଏଲ୍ ଦ୍ୱାରା ପ୍ରଦାନ କରାଯାଇଥିବା ଗୁଣବତା ଲିଡ୍‌କୁ ପ୍ରମାଣିତ କରି କହିଛନ୍ତି ଯେ, “ଆମେ ଗତ ୫ ବର୍ଷ ଧରି ଜଷ୍ଟଡାଏଲ୍ ସହିତ ଯୋଡ଼ିହୋଇରହିଛୁ ଏବଂ ପ୍ଲାଟଫର୍ମ ମାଧ୍ୟମରେ ଗୁଣାତ୍ମକ ଲିଡ୍ ପାଇଛୁ ଯାହା ନୂତନ ବ୍ୟବସାୟ କିମ୍ବା ସେମାନଙ୍କର ବର୍ତମାନର ବ୍ୟବସାୟକୁ ବିସ୍ତାର କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏକ ଉତମ ଅଂଶୀଦାର ଚୟନରେ ପରିଣତ ହୋଇଛି । ଏହାବ୍ୟତୀତ, ୧୦ ବର୍ଷ ପାଇଁ ଗ୍ରାହକଙ୍କ ଦ୍ୱାରା ଏକ ବ୍ୟବସାୟ ତାଲିକା ପ୍ରମାଣିତ ହେବା ସହିତ ସମୀକ୍ଷା, ବିଶ୍ୱାସକୁ ବଢ଼ାଇଛି ।”
ଜଷ୍ଟଡାଏଲ୍‌ଙ୍କ ସହାୟତାରେ ସହରର କ୍ଷୁଦ୍ର ବ୍ୟବସାୟୀମାନେ ବ୍ୟାପକ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାରେ ସକ୍ଷମ ହୋଇଛନ୍ତି ଏବଂ ବ୍ୟାପକ ଦର୍ଶକଙ୍କ ନିକଟରେ ପହଂଚିବାରେ ସକ୍ଷମ ହୋଇଛନ୍ତି ଯାହା ଶେଷରେ ଅଭିବୃଦ୍ଧି ଏବଂ ସଫଳତା ଆଣିଛି । ନିରାମୟ ଅପ୍ଟିମା କ୍ଲିନିକର ପ୍ରକାଶ ନାୟକ ଜଷ୍ଟଡାଏଲ ଠାରୁ ମିଳିଥିବା ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି । “ମୁଁ ଦୁଇଟି ସଂସ୍ଥା ପରିଚାଳନା କରୁଛି ଏବଂ ଗତ ତିନି ବର୍ଷ ଧରି ଜଷ୍ଟଡାଏଲ୍ ସେବା ବ୍ୟବହାର କରୁଛି । ଏହି ପ୍ଲାଟଫର୍ମ ଆମର ଅଭିବୃଦ୍ଧିକୁ ସହଜ କରି ଅନେକ ଲିଡ୍ ସୃଷ୍ଟି କରିଛି । କଂପାନିର କାର୍ଯ୍ୟନିର୍ବାହୀମାନେ ଆମର ସମସ୍ତ ଚିନ୍ତାକୁ ପ୍ରଭାବଶାଳୀ ଭାବରେ ସମାଧାନ କରିଛନ୍ତି । ନିକଟରେ ଆମର ପ୍ୟାକେଜ୍ ନବୀକରଣ କରିବା ପରେ ଆମ ପ୍ରତିକ୍ରିୟାରେ ଉଲ୍ଲେଖନୀୟ ଉନ୍ନତି ହୋଇଛି । ଆଗକୁ ଯାଇ ଆମେ ଜଷ୍ଟଡାଏଲ୍‌ଙ୍କ ସହ ଆମର ସମ୍ପର୍କ ଜାରି ରଖିବାକୁ ଯୋଜନା କରୁଛୁ ଏବଂ ଅନ୍ୟମାନଙ୍କୁ ଏହା ସୁପାରିସ କରିବାକୁ ଯୋଜନା କରୁଛୁ, କାରଣ ଏହା ଗ୍ରାହକଙ୍କ ନିକଟରେ ପହଂଚିବାକୁ ସହଜ କରୁଛି ଏବଂ ଆମର ବଜାର ଉପସ୍ଥିତିକୁ ସୁଦୃଢ଼ କରୁଛି ।”


Share It

Comments are closed.