କ୍ଲିନ ଆଣ୍ଡ କ୍ଲିୟରର ନୂଆ ଡିଜିଟାଲ ଫିଲ୍ମ ଉନ୍ମୋଚିତ


ଭୁବନେଶ୍ୱର: ଭାରତର ଅଗ୍ରଣୀ ସ୍କିନକେୟାର ବ୍ରାଣ୍ଡ କ୍ଲିନ ଆଣ୍ଡ କ୍ଲିୟର ଏହାର ବିଦ୍ୟମାନ ଅଭିଯାନ ‘ପିମ୍ପଲ ହି ତୋ ହୈ’ର ଅଂଶ ଭାବେ ଏହାର ନୂଆ ଡିଜିଟାଲ ଫିଲ୍ମ ଉନ୍ମୋଚନ କରିଛି । ବ୍ରାଣ୍ଡର ପ୍ରତିଶ୍ରୁତିକୁ ସୁଦୃଢ କରି ଏହି ନୂଆ ଡିଜିଟାଲ ଫିଲ୍ମ କିଶୋରମାନଙ୍କ ବ୍ରଣ ଉପରେ ଏକ ସତେଜ ଦୃଷ୍ଟିକୋଣ ଉପସ୍ଥାପନା କରିଛି, ଯାହା କିଶୋରୀ ଝିଅମାନଙ୍କୁ ଅପ୍ରତ୍ୟାଶିତ ଘଟଣାଗୁଡିକୁ ଗ୍ରହଣ କରିବା ପାଇଁ ସଶକ୍ତ କରିବା ସହିତ ସେମାନଙ୍କୁ ଜୀବନରେ ଗୁରୁତ୍ୱ ବହନ କରୁଥିବା ବିଷୟଗୁଡିକ ଉପରେ ଧ୍ୟାନ ଦେବା ପାଇଁ ପ୍ରୋତ୍ସାହିତ କରୁଛି । ଏହି ନୂଆ ଡିଜିଟାଲ କ୍ୟାମ୍ପେନ ଜଣେ କିଶୋରୀଙ୍କ ଜୀବନରେ ବ୍ରଣ ସହିତ ଜଡିତ ଥିବା ଡ୍ରାମାକୁ ଆଲୋକପାତ କରିଛି । ନୂଆ କ୍ୟାମ୍ପେନ ନୂଆ ଓ ଉନ୍ନତ କ୍ଲିନ ଆଣ୍ଡ କ୍ଲିୟର ଫୋମିଙ୍ଗ ଫେସୱାଶକୁ ଆଲୋକିତ କରିଛି ଯାହା କେବଳ ୧ ସପ୍ତାହ ମଧ୍ୟରେ ବ୍ରଣ ହ୍ରାସ କରିବା ପାଇଁ ଡାକ୍ତରୀ ରୂପେ ପ୍ରମାଣିତ ଅଟେ ଏବଂ ଏହା କିଶୋର କିଶୋରୀମାନଙ୍କୁ ନିଜର ବ୍ରଣ ଚିନ୍ତାକୁ ଉତମ ଭାବେ ନିୟନ୍ତ୍ରଣ କରିବା ପାଇଁ ସକ୍ଷମ କରୁଛି ।
୫୦% ଅଧିକ ବ୍ରଣର ମୁକାବିଲା କରୁଥିବା ସାମଗ୍ରୀଗୁଡିକ ସହିତ ନୂଆ ଓ ଉନ୍ନତ କ୍ଲିନ ଆଣ୍ଡ କ୍ଲିୟର ଫୋମିଙ୍ଗ ଫେସୱାଶ ବିନା କୌଣସି ଅତିରିକ୍ତ ପାରାବେନ ଓ ସଲ୍‌ଫେଟ୍‌ରେ କୋମଳତାର ସହ ତ୍ୱଚାରୁ ମଇଳା, ତୈଳ ଓ ବ୍ରଣ ସୃଷ୍ଟିକାରୀ ଜୀବାଣୁଗୁଡିକୁ ଦୂର କରି ତାହାକୁ ସଫା କରିଥାଏ । ଏହାର ଉନ୍ନତ ପ୍ରସ୍ତୁତି ପ୍ରଣାଳୀକୁ ଆଜିର କିଶୋରୀ ଝିଅମାନଙ୍କର ତ୍ୱଚାର ଶୁଖିଲାପଣକୁ ନେଇ ରହିଥିବା ପ୍ରମୁଖ ଚିନ୍ତାଗୁଡିକୁ ଦୂର କରିବା ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଛି । ଏହି ଫେସ୍‌ୱାଶରେ ୪ ଗୁଣ ହାଇଡ୍ରେଟିଂ ଉପାଦାନ ରହିଛି ଏବଂ ଏହା ତ୍ୱଚାର ୯୯% ପ୍ରାକୃତିକ ଆଦ୍ରତାକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ, ପ୍ରତ୍ୟେକ ଥର ବ୍ୟବହାର ପରେ ଉଜ୍ଜ୍ୱଳ ଓ ସତେଜ ତ୍ୱଚା ପ୍ରଦାନ କରିଥାଏ ।
ଏହି କ୍ୟାମ୍ପେନ ପଛରେ ରହିଥିବା ପ୍ରେରଣା ସମ୍ପର୍କରେ ଏସେନ୍ସିଆଲ ହେଲ୍‌ଥ ଆଣ୍ଡ ସ୍କିନ୍ ହେଲ୍‌ଥ,କେନଭ୍ୟୁର ମାର୍କେଟିଂ ବିଭାଗର ଉପାଧ୍ୟକ୍ଷ ଓ ବିଜ୍‌ନେସ ୟୁନିଟ୍ ମୁଖ୍ୟ ମନୋଜ ଗଡ୍‌ଗିଲ କହିଛନ୍ତି, “ଲକ୍ଷ ଲକ୍ଷ ଝିଅମାନଙ୍କ ଦ୍ୱାରା ବିଶ୍ୱାସ କରାଯାଉଥିବା ଏକ ଅଗ୍ରଣୀ ଟିନ୍ ସ୍କିନକେୟାର ବ୍ରାଣ୍ଡ ଭାବେ କ୍ଲିନ ଆଣ୍ଡ କ୍ଲିୟର ଜଣେ କିଶୋରୀଙ୍କ ଜୀବନ ଓ ସେମାନଙ୍କ ତ୍ୱଚାରୁ ଏଭଳି ଛୋଟ ଛୋଟ ବ୍ୟାଘାତଗୁଡିକୁ ଦୂର କରିବାରେ ବିଶ୍ୱାସ ରଖିଥାଏ ଯାହାଫଳରେ ସେମାନେ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକ ଉପରେ ଧ୍ୟାନ ଦେଇପାରିବେ । ଆମର ନୂଆ ଓ ଉନ୍ନତ କ୍ଲିନ ଆଣ୍ଡ କ୍ଲିୟର ଫୋମିଙ୍ଗ ଫେସୱାଶ ସେମାନଙ୍କର ବ୍ରଣ ଚିନ୍ତାକୁ ଦୂର କରି ଓ ସେମାନଙ୍କର ତ୍ୱଚାକୁ ମଏଶ୍ଚରାଇଜ କରିବା ପାଇଁ ଏକ ପ୍ରଭାବଶାଳୀ ସମାଧାନ ପ୍ରଦାନ କରି ଅତୁଳନୀୟ ଫଳାଫଳ ଦେଉଛି ।” ସେହିପରି ଡିଡିବି ମୁଦ୍ରା ଗ୍ରୁପ୍‌ର ଗ୍ରୁପ୍ କ୍ରିଏଟିଭ ଡାଇରେକ୍ଟର ହର୍ଷଦା ମେନନ କହିଛନ୍ତି, “ ଆମର ନୂଆ କ୍ୟାମ୍ପେନ ବ୍ରଣକୁ ନେଇ ରହିଥିବା କିଶୋରୀମାନଙ୍କ ସାମାଜିକ ଚିନ୍ତାକୁ ଦୂର କରୁଥିବା ବେଳେ ଏହା ଏହି ବିଚାରଧାରାକୁ ଆଗକୁ ବଢାଇଛି । ଆମେ କିଶୋରୀମାନଙ୍କୁ ସେମାନଙ୍କର ଆତ୍ମବିଶ୍ୱାସ ଫେରାଇବାକୁ ଚାହୁଁଛୁ ।” ଏହି ନୂଆ କ୍ୟାମ୍ପେନର ଅଂଶ ଭାବେ କ୍ଲିନ ଆଣ୍ଡ କ୍ଲିୟର ବିଭିନ୍ନ ବଜାରରେ ଲୋକପ୍ରିୟ ଜାତୀୟ ଓ ଆଂଚଳିକ ଇନ୍‌ଫ୍ଲୁଏନ୍ସରମାନଙ୍କ ସହ ସହଭାଗିତା କରିଛି । ଏହି ଡିଜିଟାଲ କ୍ୟାମ୍ପେନ ମ୍ୟୁଜିକ ଷ୍ଟ୍ରିମିଂ ଆପ୍ ଓ ଗେମିଂ ପ୍ଲାଟ୍‌ଫର୍ମଗୁଡିକ ସମେତ ୟ୍ୟୁଟୁବ୍‌, ମେଟା ଓ ଅଗ୍ରଣୀ ଓଟିଟି ଚ୍ୟାନେଲଗୁଡିକରେ ପ୍ରଦର୍ଶିତ ହେବ ।


Share It

Comments are closed.