ଏସବିଆଇ ଲାଇଫ ଇନସ୍ୟୁରାନ୍ସ ଓ ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ମଧ୍ୟରେ ସହଯୋଗିତା
ଭୁବନେଶ୍ୱର: ଭାରତର ଅନ୍ୟତମ ସବୁଠୁ ବିଶ୍ୱାସଯୋଗ୍ୟ ବୀମା କମ୍ପାନି ଏସବିଆଇ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ କର୍ପୋରେଟ ଏଜେନ୍ସି ସହଯୋଗିତା ସ୍ଥାପନ କରାଯାଇଛି। ଏହି ସହଯୋଗିତାର ଲକ୍ଷ୍ୟ ହେଉଛି ସାରା ଦେଶରେ ବ୍ୟାପକ ବୀମା ସମାଧାନ ପହଂଚାଇବା ସହିତ ସାରା ଭାରତରେ ଆର୍ôଥକ ସୁରକ୍ଷା ପହଂଚାଇ ଓ ଅପହଂଚ ଓ ଉଦୀୟମାନ ବଜାରରେ ପହଂଚି ‘୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା’କୁ ନେଇ ସରକାରଙ୍କ ରହିଥିବା ମିସନକୁ ସମର୍ଥନ କରିବା।
ଏସବିଆଇ ଲାଇଫ ଇନସ୍ୟୁରାନ୍ସର ଆଂଚଳିକ ନିର୍ଦେଶକ-ମୁମ୍ବାଇ ମେଟ୍ରୋ ଶ୍ରୀ ଅଶ୍ୱିନୀ କୁମାର ଓ ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କର ମୁଖ୍ୟ-ବ୍ୟାଙ୍କାସ୍ୟୁରାନ୍ସ ଓ କ୍ରସ ସେଲ୍ସ ଶ୍ରୀ ଦିଲ୍ଲୀ କେ ବିଦ୍ୟାର୍ଥୀ ରାଜିନାମାରେ ସ୍ୱାକ୍ଷର କରିଥିଲେ। ଏହି ଅବସରରେ ଏସବିଆଇ ଲାଇଫର ଇଭିପି ଓ ଇନଷ୍ଟିଚ୍ୟୁସନାଲ ଆଲାଏନ୍ସ ମୁଖ୍ୟ ଶ୍ରୀ ଗିରିଶ ଥାମ୍ପି ଓ ଉଭୟ ସଂସ୍ଥାର ଅନ୍ୟ ବରିଷ୍ଠ ଅଧିକାରୀମୋନେ ଉପସ୍ଥିତ ଥିଲେ।
ଏହି ସହଯୋଗିତା ଅଧୀନରେ ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଏହାର ଦେଶର ୨୧ଟି ରାଜ୍ୟ ଓ ୪ କେନ୍ଦ୍ର ଶାସିତ ଅଂଚଳରେ ଥିବା ୨୫୦୫ରୁ ଅଧିକ ବ୍ୟାଙ୍କିଂ ଟଚପଏଂଟର ବ୍ୟାପକ ନେଟୱର୍କ ଜରିଆରେ ଏସବିଆଇ ଲାଇଫ ଇନସ୍ୟୁରାନ୍ସର ଜୀବନ ବୀମା ସୁରକ୍ଷା, ସଂଚୟ ଓ ନିବେଶ, ଶିଶୁ, ମନି ବ୍ୟାକ ଓ ଅବସରକାଳୀନ ଯୋଜନା ଭଳି ବ୍ୟାପକ ବୀମା ସମାଧାନ ପ୍ରଦାନ କରିବ। ଦୁଇ ସଂସ୍ଥାର ସମନ୍ୱୟରେ ଗ୍ରାହକମାନେ ସେମାନଙ୍କ ବିବିଧ ସୁରକ୍ଷା ଓ ଦୀର୍ଘକାଳୀନ ଆଥିକ ଯୋଜନା ଲକ୍ଷ୍ୟ ପୂରଣ କରିପାରିବେ।
ବୀମା ଗ୍ରହଣୀୟତା ବଢ଼ାଇବା ଏବଂ ବିଶ୍ୱସନୀୟ ସମାଧାନ ପ୍ରଦାନ କରିବା ଲାଗି ପରିଚିତ ଏସବିଆଇ ଲାଇଫ ଏହି ସହଯୋଗିତା ଜରିଆରେ ବିଶେଷ କରି ଗ୍ରାମାଚଂଳ ଓ ଅର୍ଧ ସହରାଚଂଳ ବଜାରରେ ଏହାର ଆଉଟରିଚକୁ ଆହୁରି ଦୃଢ଼ କରିପାରିଛି। ଏହି ସହଯୋଗିତାରେ ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କର ଡିଜିଟାଲ ପ୍ଲାଟଫର୍ମ ଓ ଗ୍ରାହକ ସମ୍ପୃକ୍ତି ଚ୍ୟାନେଲଗୁଡ଼ିକ ଏକ ସରଳ, ସ୍ୱଚ୍ଛ ଓ ସହଜ ବୀମା ଯାତ୍ରା ସୁନିଶ୍ଚିତ କରିବ।
ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦେଶକ ଓ ଉପ ସିଇଓ ଶ୍ରୀ ଉତ୍ତମ ତିବ୍ରେୱାଲ କହିଛନ୍ତି ଯେ, “ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କରେ, ଆମେ ବିଶ୍ୱାସ କରୁ ଯେ ଆର୍ôଥକ ସୁରକ୍ଷା ଏକ ମୌଳିକ ଅଧିକାର, ଏକ ସୁବିଧା ନୁହେଁ। ଏସବିଆଇ ଲାଇଫ୍ ଇନସ୍ୟୁରାନ୍ସ ସହିତ ଏହି ସହଭାଗୀତା ଭାରତର ସହରାଞ୍ଚଳ ଏବଂ ଅର୍ଦ୍ଧ-ସହରୀ ଅଞ୍ଚଳରେ ବିବିଧ ସମ୍ପ୍ରଦାୟକୁ ନିର୍ଭରଯୋଗ୍ୟ, ଆବଶ୍ୟକତା-ଭିତ୍ତିକ ବୀମା ସମାଧାନ ପ୍ରଦାନ କରିବା ପାଇଁ ଆମର ସହଭାଗୀ ପ୍ରତିବଦ୍ଧତାକୁ ସୁଦୃଢ଼ କରିବ। ଉଭୟ ପ୍ରତିଷ୍ଠାନର ଶକ୍ତିକୁ ମିଶ୍ରଣ କରି, ଆମେ ପ୍ରକୃତ ଆର୍ôଥକ ଅନ୍ତର୍ଭୁକ୍ତିକରଣକୁ ଆଗେଇ ନେବା ତଥା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ଉତ୍ତମ କାଲି ସୁରକ୍ଷିତ କରିବା ଲକ୍ଷ୍ୟ ରଖିଛୁ।”
ଏସବିଆଇ ଲାଇଫ ଇନସ୍ୟୁରାନ୍ସର ସଭାପତି-ବିଜନେସ ଷ୍ଟ୍ରାଟେଜି ଶ୍ରୀ ଅଭିଜିତ ଗୁଳନିକର କହିଛନ୍ତି ଯେ, “ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ସହ ଆମ ସହଯୋଗିତା ସାରା ଭାରତରେ ବୀମା ଗ୍ରହଣୀୟତାକୁ ବଢ଼ାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏସବିଆଇ ଲାଇଫରେ ଆମେ ପରିବାରଗୁଡ଼ିକର ଆର୍ôଥକ ଭବିଷ୍ୟତକୁ ସୁରକ୍ଷିତ କରି ଲୋକମାନଙ୍କୁ ଚିନ୍ତାମୁକ୍ତ କରିବାକୁ ପ୍ରତିବଦ୍ଧ ରହିଛୁ। ଗ୍ରାମାଂଚଳରେ ଦୃଢ଼ ଉପସ୍ଥିତ ଓ ଗୋଷ୍ଠୀ ସହ ସମୃକ୍ତିରେ ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କର ଦୃଢ଼ତା ଆମକୁ ‘୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା’ ଲକ୍ଷ୍ୟର ନିକଟତର କରିଥିବା ବେଳେ ପ୍ରତି ଘର ପାଖରେ ସୁରକ୍ଷାକୁ ପହଂଚାଉଛି।”
Comments are closed.