ସଂପୂର୍ଣ୍ଣ ନୂଆ ଡିଜାଇନ୍ ଓ ଉନ୍ନତ ସୁବିଧାସୁଯୋଗ ସହିତ ଆଲ-ନ୍ୟୁ ରେନୋ ଟ୍ରାଇବର୍ ଉନ୍ମୋଚିତ

Share It

ଭୁବନେଶ୍ୱର: ଫ୍ରାନ୍ସର ଅଗ୍ରଣୀ କାର୍ ନିର୍ମାତା ରେନୋ ଗ୍ରୁପର ଏକ ସଂପୂର୍ଣ୍ଣ ସହାୟକ ସଂସ୍ଥା ରେନୋ ଇଣ୍ଡିଆ ପକ୍ଷରୁ ଆଜି ଆଲ-ନ୍ୟୁ ରେନୋ ଟ୍ରାଇବର୍ ଉନ୍ମୋଚନ କରାଯାଇଛି। ଏହା ଭାରତର ସବୁଠାରୁ ଅଭିନବ ୭-ସିଟ ବିଶିଷ୍ଟ କାର। ନୂଆ ଟ୍ରାଇବର୍ ଏକ ନୂତନ ଏବଂ ଆଧୁନିକ ଡିଜାଇନ୍ ପରିଭାଷା ସହିତ ଆସିଛି ଯାହା ଆରାମ ଦାୟକ ସୁବିଧା ସୁଯୋଗ ସହିତ ମଡ୍ୟୁଲାରିଟି, ରିଥିଙ୍କ୍ ସ୍ପେସ୍ ଦର୍ଶନର ଅନନ୍ୟ ଡିଏନଏକୁ ବଜାୟ ରଖିଛି।
ନୂଆ ପିଢ଼ିର ଏହି ସବୁଠାରୁ ଅଭିନବ ପରିବାର ପାଇଁ ଉପଯୋଗୀ କାର୍ ଏକ ସଂପୂର୍ଣ୍ଣ ନୂତନ ଆଗଭାଗ ସହିତ ଉନ୍ମୋଚିତ ହୋଇଛି। ଏଥିରେ ଏକ ନୂତନ ଗ୍ରିଲ୍‌, ସ୍କ୍ଲପଚରଡ ହୁଡ୍‌, ସତେଜ ବମ୍ପର, ସ୍ଲିକ୍ ଏଲଇଡି ପ୍ରୋଜେକ୍ଟର୍ ହେଡଲାମ୍ପ୍ ସହିତ ଏଲଇଡି ଡିଆରଏଲ ଏବଂ ନୂତନ ଏଲଇଡି ଫୋଗ୍ ଲାମ୍ପ୍ ରହିଛି।
ଭିତର ପାର୍ଶ୍ୱରେ କ୍ୟାବିନ୍ ଏକ ଷ୍ଟାଇଲିସ ଡୁଆଲଟୋନ ଡ୍ୟାସବୋର୍ଡ୍ ସହିତ ଆହୁରି ଉନ୍ନତ ହୋଇଛି। ଏଥିରେ ୮ ଇଂଚର ଭାସମାନ ଟଚସ୍କ୍ରିନ୍ ଡିସପ୍ଲେ ରହିଛି ଯାହା ୱାୟରଲେସ୍ ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଲ୍ କାରପ୍ଲେକୁ ସମର୍ଥନ କରୁଛି। ନୂତନ ଭିତର ପାର୍ଶ୍ୱରେ ନୂଆ ସିଟ ଅପହୋଲଷ୍ଟରି, ଆଧୁନିକ ଏଲଇଡି ଇନଷ୍ଟ୍ରୁମେଂଟ କ୍ଲଷ୍ଟର, ଏଲଇଡି କ୍ୟାବିନ୍ ଲାଇଟିଂ ବ୍ୟବସ୍ଥା ଏବଂ ପ୍ରିମିୟମ୍ ସ୍ପର୍ଶ ପାଇଁ ବ୍ଲାକ୍‌-ଆଉଟ୍ ଡୋର୍ ହ୍ୟାଣ୍ଡେଲ୍ ରହିଛି।
ନୂତନ ଟ୍ରାଇବର୍ର ପଛ ପାର୍ଶ୍ୱରେ ଏକ ପୁନଃ ଡିଜାଇନ୍ କରାଯାଇଥିବା ବମ୍ପର, ଉନ୍ନତ ଏଲଇଡି ଟେଲ୍ ଲାମ୍ପ୍‌, ଏକ ନୂତନ ସ୍କିଡ୍ ପ୍ଲେଟ୍ ଏବଂ ଏକ ଷ୍ଟାଇଲିସ ଟେଲ୍ ଲାମ୍ପ୍ କନେକ୍ଟିଂ ଏମ୍ବେଲିସର ରହିଛି ଯାହା ଏହାର ସମକାଳୀନ ରୂପାନ୍ତରଣକୁ ପୂର୍ଣ୍ଣ କରିଛି।
୩୫ଟି ନୂତନ ସୁବିଧା ସହିତ ସଜ୍ଜିତ ଏହି କାର୍ ହେଉଛି ରେନୋର ରିଥିଙ୍କ୍ ବ୍ରାଣ୍ଡ୍ ରୂପାନ୍ତରଣ ରଣନୀତି ଅଧୀନରେ ପ୍ରଥମ ଉତ୍ପାଦ। ରିଥିଙ୍କ୍ ସ୍ପେସ୍ ଦର୍ଶନ ଅନୁଯାୟୀ ଏହା ଶ୍ରେଷ୍ଠ ଶ୍ରେଣୀର ମଡ୍ୟୁଲାର୍ ସିଟିଂ ପ୍ରଦାନ କରୁଛି। ଏହାର ତୃତୀୟ ଧାଡିରେ ଇଜି-ଫିକ୍ସ ସିଟ୍ ସହିତ ୫, ୬ କିମ୍ବା ୭-ସିଟ୍ ଭାବେ ତାହାକୁ ପ୍ରସ୍ତୁତ କରାଯାଇପାରିବ ଏବଂ ଏହି ବର୍ଗର ଅଗ୍ରଣୀ ବୁଟ୍ ସ୍ପେସ୍ ୬୨୫ ଲିଟର୍ ପର୍ଯ୍ୟନ୍ତ ରହିଛି। ତାହା ଗ୍ରାହକମାନଙ୍କୁ ସେମାନଙ୍କର ବିଭିନ୍ନ ଜୀବନଶୈଳୀ ଆବଶ୍ୟକତା ପୂରଣ ପାଇଁ କାରକୁ ବିଭିନ୍ନ ଉପାୟରେ ବ୍ୟବହାର କରିବାର ସୁଯୋଗ ଦେଉଛି।
ନୂତନ ଟ୍ରାଇବର୍ ବର୍ତମାନ ଚାରିଟି ନୂତନ ଭାରିଆଂଟ ଯଥା ଅଥେଟିଂକ୍‌, ଇଭୋଲ୍ୟୁସନ୍‌, ଟେକନୋ ଏବଂ ଇମୋସନରେ ଉପଲବ୍ଧ। ଏହାର ପ୍ରାରମ୍ଭିକ ମୂଲ୍ୟ ୬.୨୯ଟଙ୍କାରୁ ୯.୧୬ ଟଙ୍କା ମଧ୍ୟରେ ରହିଛି। ଏହାର ବୁକିଂ ଆଜିଠାରୁ ସମସ୍ତ ଡିଲରସିପରେ ଆରମ୍ଭ ହୋଇଛି।
ନୂତନ ଟ୍ରାଇବର୍ ବର୍ତମାନ ୨୧ଟି ଷ୍ଟାଣ୍ଡାର୍ଡ୍ ସୁରକ୍ଷା ସୁବିଧା ସହିତ ଆସିଛି ଯେଉଁଥିରେ ୬ଟି ଏୟାରବ୍ୟାଗ୍‌, ଇଏସପି, ଟିପିଏମଏସ, ଇବିଡି ସହିତ ବ୍ରେକ୍ ଆସିଷ୍ଟ୍ ଆଦି ସୁବିଧା ରହିଛି। ଏହା ବ୍ୟତୀତ ଏହି ବର୍ଗରେ ପ୍ରଥମ ଥର ପାଇଁ ଏଥିରେ ସାମ୍ନା ପାର୍କିଂ ସେନସର ବ୍ୟବହାର କରାଯାଇଛି।
ନୂଆ ଉତ୍ପାଦ ଉନ୍ମୋଚନ ଅବସରରେ ରେନୋ ଇଣ୍ଡିଆର ପରିଚାଳନା ନିର୍ଦେଶକ ଶ୍ରୀ ଭେଙ୍କଟରାମ୍ ମାମିଲ୍ଲାପିଲେ କହିଛନ୍ତି ଯେ, “ଭାରତ ରେନୋର ବିଶ୍ୱସ୍ତରୀୟ ରଣନୀତିର ଏକ ମୁଖ୍ୟ ଆଧାର ହୋଇରହିଛି। ତାହା ଏକ ଶକ୍ତିଶାଳୀ ଉତ୍ପାଦ ବର୍ଗମାଳା, ସମ୍ପ୍ରସାରିତ ରପ୍ତାନି ପରିଚାଳନା, ଏବଂ ଗ୍ରାହକ ସନ୍ତୁଷ୍ଟି ଉପରେ ନୂତନ ଧ୍ୟାନ ସହିତ ପରିଚାଳିତ ହେଉଛି। ଆଲ-ନ୍ୟୁ ଟ୍ରାଇବର୍ ଉନ୍ମୋଚନ ଦ୍ୱାରା ତାହାର ଉଦାହରଣ ସ୍ୱରୂପ ପ୍ରଦର୍ଶିତ ହୋଇଛି। ଏହି ମଡେଲ୍ ଭାରତରେ ପ୍ରଥମ ଥର ପାଇଁ ରେନୋର ନୂତନ ବ୍ରାଣ୍ଡ୍ ଲୋଗୋ ସହିତ ଆସିଛି ଯାହା କମ୍ପାନିର ଆଧୁନିକ ଦିଗ ଏବଂ ଭାରତୀୟ ଆକାଂକ୍ଷା ସହିତ ଗଭୀର ଭାବେ ସମନ୍ୱିତ ରହିଛି।
ଏକ ସମ୍ପୂର୍ଣ୍ଣ ସଂଯୋଜିତ ପରିଚାଳନା ଭାବେ ଭାରତରେ ଏକ ବିନିର୍ମାଣ କାରଖାନା, ଆରଆଣ୍ଡଡି କେନ୍ଦ୍ର ଏବଂ ଡିଜାଇନ୍ ଷ୍ଟୁଡିଓ ସହିତ ରେନୋ ଭାରତୀୟ ଗ୍ରାହକଙ୍କ ପାଇଁ ବିଶେଷ ଭାବରେ ତିଆରି କରାଯାଇଥିବା ଯାନବାହାନ ବିକାଶ ଏବଂ ଉତ୍ପାଦନ ଜାରି ରଖିଛି, ତାହା ହେଉଛି ପ୍ରକୃତରେ ଭାରତ ଦ୍ୱାରା, ଭାରତ ପାଇଁ। ନୂତନ ଟ୍ରାଇବର୍ ୯୦%ରୁ ଅଧିକ ସ୍ଥାନୀୟକରଣ କରାଯାଇଛି ଯାହା ଭାରତୀୟ ବଜାରରେ ରେନୋର ଦୀର୍ଘମିଆଦୀ ପ୍ରତିବଦ୍ଧତାକୁ ଉଜ୍ଜ୍ୱଳ କରୁଛି।”
ନୂଆ ଉତ୍ପାଦ ଉନ୍ମୋଚନର ମହତ୍ୱ ସମ୍ପର୍କରେ ରେନୋ ଇଣ୍ଡିଆର ଉପ ସଭାପତି (ବିକ୍ରି ଏବଂ ମାର୍କେଟିଂ) ଶ୍ରୀ ଫ୍ରାନସିସ୍କୋ ହିଡାଲଗୋ କହିଛନ୍ତି ଯେ, “ଟ୍ରାଇବର୍ ସର୍ବଦା ଭାରତୀୟ ପରିବାରଙ୍କ ବିକଶିତ ଆବଶ୍ୟକତାକୁ ଆମର ଗଭୀର ବୁଝାମଣାକୁ ପ୍ରତିଫଳିତ କରିଆସିଛି। ତାହା ହେଉଛି ସ୍ମାର୍ଟ୍ ଇଞ୍ଜିନିୟରିଂ, ମଡ୍ୟୁଲାରିଟି ଏବଂ ଅସାଧାରଣ ପ୍ରିମିୟମ୍ ମୂଲ୍ୟର ମିଶ୍ରଣ। ଆଲ-ନ୍ୟୁ ଟ୍ରାଇବର୍ ସହିତ ଆମେ ଆମର ‘ରିଥିଙ୍କ୍ ସ୍ପେସ୍‌’ ଦର୍ଶନକୁ ଆଗକୁ ବଢ଼ାଇବ ଭାରତର ସବୁଠାରୁ ବଡ଼ ଚାରି ମିଟରରୁ କାର୍ ପ୍ରଦାନ କରୁଛୁ ଯାହା ବର୍ତମାନ ସଂପୂର୍ଣ୍ଣ ନୂତନ ଡିଜାଇନ୍ ଏବଂ ସୁବିଧା ସହିତ ଉପଲବ୍ଧ। ଏହି ଉନ୍ମୋଚନ ରେନୋ-ରିଥିଙ୍କର ଭାବକୁ ଜୀବନ୍ତ କରୁଛି ଏବଂ ଆମେ ଆଶା କରୁଛୁ ଯେ ଏହା ଆମର ଗତିକୁ ଆହୁରି ତ୍ୱରାନ୍ୱିତ କରିବ ଏବଂ ଭାରତରେ ରେନୋର ଉପସ୍ଥିତିକୁ ସୁଦୃଢ଼ କରିବ।”
ଆଲ-ନ୍ୟୁ ଟ୍ରାଇବର୍ ୬୨୫୦ ଆରର୍ପିଏମରେ ୭୨ ପିଏସର ସର୍ବାଧିକ ଶକ୍ତି ଏବଂ ୩୫୦୦ ଆରର୍ପିଏମରେ ୯୬ ଏନଏମର ସର୍ବାଧିକ ଟର୍କ୍ ପ୍ରଦାନ କରୁଛି। ଟ୍ରାନ୍ସମିସନ୍ ବିକଳ୍ପ ମଧ୍ୟରେ ସମସ୍ତ ଭାରିଆଂଟ ପାଇଁ ୫-ସ୍ପିଡ୍ ମ୍ୟାନୁଆଲ୍ ଟ୍ରାନ୍ସମିସନ୍ ରହିଛି। ଟପ୍‌-ଏଣ୍ଡ୍ ଇମୋସନ୍ ଭାରିଆଂଟରେ ଅତ୍ୟାଧୁନିକ ଇଜି-ଆର୍ ଏଏମଟି ମଧ୍ୟ ରହିଛି ଯାହା ଗାଡ଼ିଚାଳନା ବେଳେ ଆରାମ ଏବଂ ସୁବିଧାକୁ ବୃଦ୍ଧି କରିଛି। ଏହି ପାୱାରଟ୍ରେନ ସହିତ ସହର ଏବଂ ରାଜପଥରେ ଗାଡ଼ିଚାଳନା ପାଇଁ ଏକ ସହଜ ଏବଂ ପ୍ରତିକ୍ରିୟାଶୀଳ ପ୍ରଦର୍ଶନ ନିଶ୍ଚିତ କରୁଛି।
ସଂପୂର୍ଣ୍ଣ ମାନସିକ ଶାନ୍ତି ପ୍ରଦାନ କରିବା ପାଇଁ କାରଟି ୩ ବର୍ଷର ଷ୍ଟାଣ୍ଡାର୍ଡ୍ ୱାରେଣ୍ଟି ସହିତ ଆସିଛି ଯାହାକୁ ରେନୋ ସିକ୍ୟୋର ପ୍ରୋଗ୍ରାମ୍ ଅଧୀନରେ ୭ ବର୍ଷ / ଅସୀମିତ କିଲୋମିଟର୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ସୁବିଧାସୁଯୋଗକୁ ବଢ଼ାଇବା ପାଇଁ ବର୍ତମାନ ନୂତନ ଟ୍ରାଇବର୍ ସରକାରଙ୍କ ଦ୍ୱାରା ଅନୁମୋଦିତ ସିଏନଜି ରିଟ୍ରୋଫିଟମେଣ୍ଟ୍ କିଟ୍ ସହିତ ସାରା ଦେଶରେ ଉପଲବ୍ଧ ହୋଇଛି ଏବଂ ଏହା ସହିତ ୩-ବର୍ଷର ୱାରେଂଟି ପ୍ରଦାନ କରାଯାଉଛି।
ଭାରତରେ ନିର୍ମିତ ଟ୍ରାଇବର୍ ପୂର୍ବରୁ ଦେଶରେ ୧.୮୪ ଲକ୍ଷ ଖୁସି ଗ୍ରାହକ ହାସଲ କରିସାରିଛି ଏବଂ ଏହା ବିଶ୍ୱର ଏକ ଡଜନରୁ ଅଧିକ ଦେଶକୁ ରପ୍ତାନି କରାଯାଇଛି। ଆଲ ନ୍ୟୁ ଟ୍ରାଇବର୍ ଦୃଢ଼ ଦେଖାଯିବା ସହିତ ସମୃଦ୍ଧ ସୁବିଧାସୁଯୋଗ ଏବଂ ଚିନ୍ତାଶୀଳ ପ୍ରିମିୟମ୍ ଉନ୍ନତ ପ୍ରଯୁକ୍ତି ସହ ଆସିଛି ଯାହା ଭାରତୀୟ ଗ୍ରାହକଙ୍କ ପାଇଁ ଅଗ୍ରଣୀ ଡିଜାଇନ ଏବଂ ଜନ କୈନ୍ଦ୍ରୀକ ନବସୃଜନ ପ୍ରତି ରେନୋର ପ୍ରତିବଦ୍ଧତାକୁ ସୁଦୃଢ଼ କରୁଛି।
ରେନୋ ବ୍ରାଣ୍ଡ ଦେଶରେ ୩୫୦ରୁ ଅଧିକ ସେଲ୍ସ ଏବଂ ୪୫୦ରୁ ଅଧିକ ସର୍ଭିସ୍ ଟଚ୍ ପଏଂଟ ସହିତ ଭଲ ଭାବରେ ପ୍ରତିଷ୍ଠିତ ହୋଇସାରିଛି। ଆଲ-ନ୍ୟୁ ଟ୍ରାଇବରର ପରିଚୟ ରେନୋର ଉତ୍ପାଦ ନବୀକରଣ ରଣନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଯାହା ଚମତ୍କାର ଏବଂ ପ୍ରତିଯୋଗିତାମୂଳକ ଭାରତୀୟ ଅଟୋମୋବାଇଲ୍ ବଜାରରେ ଏହାର ଯୋଗ୍ୟ ସ୍ଥାନ ହାସଲ କରିବା ଲକ୍ଷ୍ୟ ରଖିଛି।


Share It

Comments are closed.