ବ୍ରିଗେଡ ହୋଟେଲ ଭେଂଚର୍ସ ଲିମିଟେଡର ଇନିସିଆଲ ପବ୍ଲିକ ଅଫରିଂ ୨୦୨୫ ଜୁଲାଇ ୨୪ ଗୁରୁବାର ଖୋଲିବ

Share It

ଭୁବନେଶ୍ୱର: ବ୍ରିଗେଡ ହୋଟେଲ ଭେଂଚର୍ସ ଲିମିଟେଡ (ବିଇଏଲ)ର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ୨୦୨୫ ଜୁଲାଇ ୨୪ ଗୁରୁବାର ଦିନ ଖୋଲିବ। ଆଙ୍କର ନିବେଶକମାନେ ଗୋଟିଏ କାର୍ଯ୍ୟ ଦିବସ ପୂର୍ବରୁ ୨୦୨୫ ଜୁଲାଇ ୨୩, ବୁଧବାର ଦିନ ବିଡ ଦାଖଲ କରିପାରିବେ। ବିଡ ଦାଖଲ କରିବାର ଶେଷ ଦିବସ ହେଉଛି ୨୦୨୫ ଜୁଲାଇ ୨୮, ସୋମବାର।
ଏହି ଇସ୍ୟୁରେ ୭୫୯.୬ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ। ଇକ୍ୱିଟି ସେୟାରର ଦାମ ୮୫ ଟଙ୍କାରୁ ୯୦ ଟଙ୍କା ମଧ୍ୟରେ ରହିବ। ନିବେଶକମାନେ ସର୍ବନିମ୍ନ ୧୬୬ଟି ଇକ୍ୱିଟି ସେୟାରର ବିଡ୍ ଦାଖଲ କରିପାରିବେ ଏବଂ ପରବର୍ତୀ ସମୟରେ ସେଥିରେ ୧୬୬ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବେ।
ଯୋଗ୍ୟ କର୍ମଚାରୀମାନଙ୍କ ପାଇଁ ୭.୫୯ କୋଟି ଟଙ୍କାର ଇକ୍ୱିଟି ସେୟାର ସଂରକ୍ଷିତ ରହିବ। ସେମାନଙ୍କୁ ଇକ୍ୱିଟି ସେୟାର ପିଛା ୩ ଟଙ୍କାର ରିହାତି ମିଳିବ। ବିଇଏଲର ଅଂଶଧନକାରୀମାନଙ୍କ ଲାଗି ୩୦.୩୮ କୋଟି ଟଙ୍କାର ଇକ୍ୱିଟି ସେୟାର ସଂରକ୍ଷିତ ରହିବ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ, ସେଥିରୁ ୪୬୮.୧୪ କୋଟି ଟଙ୍କାକୁ କମ୍ପାନି ଓ ଏହାର ସହାୟକ ସଂସ୍ଥା ଏସଆରପି ପ୍ରସ୍ପରିଟା ହୋଟେଲ ଭେଂଚର୍ସ ଲିମିଟେଡ୍ ହାସଲ କରିଥିବା କିଛି ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବାରେ, ୧୦୭.୫୨ କୋଟି ଟଙ୍କାକୁ ପ୍ରତିଷ୍ଠାତାଙ୍କଠାରୁ ଜମି କିଣିବାରେ, ଅଧିଗ୍ରହଣ ଜରିଆରେ ଅଭିବୃଦ୍ଧି ବଢ଼ାଇବା ଏବଂ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରିବା ଯୋଜନା ରହିଛି।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ମାନଙ୍କ ଲାଗି ସଂରକ୍ଷିତ ରଖାଯିବ । ତାହାର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଆଙ୍କର ନିବେଶକଙ୍କୁ ଦିଆଯାଇପାରିବ । ସେଥିରୁ ଏକ ତୃତୀୟାଂଶ ଇକ୍ୱିଟି ସେୟାର ଘରୋଇ ମ୍ୟୁଚୁଆଲ ଫଣ୍ଡ ଲାଗି ସଂରକ୍ଷିତ ରହିବ । ନିଟ କ୍ୟୁଆଇବିର ୫ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ମ୍ୟୁଚୁଆଲ ଫଣ୍ଡ ଲାଗି ରଖାଯିବ । ଯଦି ମ୍ୟୁଚୁଆଲ ଫଣ୍ଡର ହାରାହାରି ଭାଗ କ୍ୟୁଆଇବି ଭାଗର ୫ ପ୍ରତିଶତରୁ କମ ରହିବ ତେବେ ତାହାକୁ କ୍ୟୁଆଇବି ଭାଗରେ ଯୋଡ଼ାଯିବ । ନିଟ ଅଫରର ୧୫ ପ୍ରତିଶତ ରାଶିକୁ ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରଖାଯିବ । ସେଥିରୁ ୩୫ ପ୍ରତିଶତ ଇକ୍ୱିଟି ସେୟାର ଖୁଚୁରା ନିବେଶକମାନଙ୍କ ଲାଗି ରହିବ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଜେଏମ ଫାଇନାନ୍ସିଆଲ ଲିମିଟେଡ ଓ ଆଇସିଆଇସିଆଇ ସିକ୍ୟୁରିଟିଜ ଲିମିଟେଡ ।


Share It

Comments are closed.