ମୋସନ ଏଜୁକେସନ ପକ୍ଷରୁ ୨୦୦ କୋଟି ଟଙ୍କାର ଶିକ୍ଷାବୃତ୍ତିର ଶୁଭାରମ୍ଭ, ଭାରତର ଶ୍ରେଷ୍ଠ ଛାତ୍ରଛାତ୍ରୀ ଅନ୍ୱେଷଣ ପାଇଁ ୨.୫ କୋଟି ଟଙ୍କାର ନଗଦ ରାଶି ପୁରସ୍କାର
ଭୁବନେଶ୍ୱର: ନିତୀନ ବିଜୟଙ୍କ ଦ୍ୱାରା ପରିଚାଳିତ ମୋସନ ଏଜୁକେସନ୍ ପକ୍ଷରୁ ମୋସନ ପ୍ରତିଭା ଅନ୍ୱେଷଣ ପରୀକ୍ଷା (ଏମ୍ଟିଏସ୍ଇ) ଘୋଷଣା କରାଯାଇଛି। ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ (ବିଜ୍ଞାନ) ପର୍ଯ୍ୟନ୍ତର ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେଇପାରିବେ ଓ ନିଜ ପ୍ରତିଭା ପ୍ରଦର୍ଶନ କରିବାକୁ ସେମାନେ ଉଲ୍ଲେଖନୀୟ ପ୍ଲାଟଫର୍ମ ପାଇପାରିବେ। ୨୦୨୫ ଜୁଲାଇ ୨୦, ଅଗଷ୍ଟ ୩ ଓ ଅଗଷ୍ଟ ୨୪ ତାରିଖରେ ଏହି ପରୀକ୍ଷା ଅନ୍ଲାଇନ୍ରେ ଅନୁଷ୍ଠିତ ହେବ। ଏହି ନିର୍ଘଂଟ କରାଯାଇଥିବା ତାରିଖର ପୂର୍ବ ଦୁଇ ଦିନ ପର୍ଯ୍ୟନ୍ତ ଆଗ୍ରହୀ ଛାତ୍ରଛାତ୍ରୀମାନେ ପଞ୍ଜୀକରଣ କରିପାରିବେ।
ଏମ୍ଟିଏସ୍ଇରେ ଉଲ୍ଲେଖନୀୟ ରିୱାର୍ଡ ଓ ମାନ୍ୟତା ପ୍ରଦାନ କରାଯିବ। ଅଂଶଗ୍ରହଣକାରୀମାନଭ୍କ ପାଇଁ ୨୦୦ କୋଟି ଟଙ୍କା ମୂଲ୍ୟ ପର୍ଯ୍ୟନ୍ତର ଶିକ୍ଷାବୃତ୍ତି ହାସଲ କରିବା ଏବଂ ୨.୫ କୋଟି ଟଙ୍କାର ନଗଦ ରାଶି ଜିତିବ ଏବଂ ୫୦୦ରୁ ଅଧିକ ପିଲାଙ୍କ ପାଇଁ ମାଗଣା କୋଚିଂ ହାସଲ କରିବାର ସୁଯୋଗ ରହିଛି। ଏହା ବ୍ୟତୀତ ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ମେମେଟୋଂ ଓ ଇ-ସାର୍ଟିଫିକେଟ୍ ପ୍ରଦାନ କରାଯିବ। ୨୦୨୫ ଅକ୍ଟୋବରରେ ପରୀକ୍ଷା ଫଳ ପ୍ରକାଶ ପାଇବ। ପରୀକ୍ଷା ପୂର୍ବରୁ ପିଲାମାନଙ୍କ ପ୍ରସ୍ତୁତିରେ ସାହାଯ୍ୟ କରିବା ଲାଗି ମୋସନ ପକ୍ଷରୁ ନମୁନା ପେପର ପ୍ରଦାନ କରାଯିବ।
ଏହି ଅଭିଯାନ ସମ୍ପର୍କରେ ମୋସନ ଏଜୁକେସନର ପ୍ରତିଷ୍ଠାତା ଓ ସିଇଓ ନିତୀନ ବିଜୟ କହିଛନ୍ତି ଯେ, “ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ପାଖରେ ପହଂଚିବା ଓ ସେମାନଙ୍କ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବାର ସୁଯୋଗ ସେମାନଙ୍କୁ ଦେବା ଲାଗି ଏହି ପ୍ରତିଭା ଅନ୍ୱେଷଣ ପରୀକ୍ଷା ହେଉଛି ଆମର ଏକ ମାଧ୍ୟମ। ଏମଟିଏସଇ ସହ ଆମେ ୧୮ ବର୍ଷରୁ ଅଧିକ ଶିକ୍ଷାଗତ ଉତ୍କର୍ଷ ପରମ୍ପରା ଗଠନ କରିବାକୁ ଚାହୁଛୁ। ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତାର ପ୍ରମାଣ ହେଉଛି ଏହି ଛାତ୍ରଛାତ୍ରୀମାନଙ୍କ ସଫଳ କାହାଣୀ।”
ଜେଇଇ ମେନ୍, ଜେଇଇ ଆଡ୍ଭାନ୍ସଡ୍ ଓ ନିଟ୍ ୨୦୨୫ ଭଳି ଜାତୀୟ ସ୍ତରୀୟ ପ୍ରତିଯୋଗିତାପୂର୍ଣ୍ଣ ପରୀକ୍ଷାରେ ଚମତ୍କାର ପ୍ରଦର୍ଶନ ପରେ ଏହି ପ୍ରତିଭା ଅନ୍ୱେଷଣ ପରୀକ୍ଷାର ଶୁଭାରମ୍ଭ କରାଯାଇଛି। ଜେଇଇ ମେନ୍ ୨୦୨୫ରେ ଅନିଶ ପ୍ରତାପ ୬୫୮ କାଟେଗୋରି ର୍ୟାଙ୍କ ପାଇଥିବା ବେଳେ ନିଟ୍ରେ ଅନୁଷ୍କା ସୁକ୍ରୱାଲ ୬୨୯ ମାର୍କ ଏବଂ ନିଟ ୟୁଜି ୨୦୨୫ରେ ରାମବାବୁ ଡାଙ୍ଗି ୨୩୭୪୮ ର୍ୟାଙ୍କ, ଆରତୀ ବସୱାଲ ୧୦୩୪୫ ର୍ୟାଙ୍କ ଓ ହର୍ଷ ଗୁପ୍ତା ୧୬୧୫୫ ର୍ୟାଙ୍କ ରଖିଥିଲେ।
ଜେଇଇ ମେନ୍ରେ ଶ୍ରେଷ୍ଠ ୧୦୦ରେ ୪ ଜଣ, ଶ୍ରେଷ୍ଠ ୫୦୦ରେ ୧୭ ଜଣ, ଶ୍ରେଷ୍ଠ ୧୦୦୦ରେ ୩୯ ଜଣ ଓ ଏଆଇଆର୍ ୧୦,୦୦୦ରେର ୪୫୩ ଜଣ ଛାତ୍ରଛାତ୍ରୀ ଥିଲେ। ଜେଇଇ ଆଡ୍ଭାନ୍ସଡ୍ରେ ଶ୍ରେଷ୍ଠ ୧୦୦ରେ ୬ ଜଣ, ଶ୍ରେଷ୍ଠ ୫୦୦ରେ ୨୩ ଜଣ ଓ ଶ୍ରେଷ୍ଠ ୧୦୦୦ରେ ଏହାର ୪୭ ଜଣ ଛାତ୍ରଛାତ୍ରୀ ଥିଲେ। ମୋସନର ୬,୩୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩,୨୩୧ ଜଣ ସଫଳ ହୋଇଛନ୍ତି, ଫଳରେ ୫୧.୦୨% ସଫଳତା ହାର ମିଳିଛି ଯାହା ଜାତୀୟ ହାରର ଦ୍ୱିଗୁଣିତ। ନିଟ୍ ୨୦୨୫ରେ ମେସନର ୭ ଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ୧୦୦ରେ ଓ ଶ୍ରେଷ୍ଠ ୫୦୦ରେ ୧୮ ଜଣ ଛାତ୍ରଛାତ୍ରୀ ଥିଲେ।
Comments are closed.