ଏଡବ୍ଲୁଏଲ ଏଗ୍ରି ବିଜନେସ ପକ୍ଷରୁ ଭକ୍ତି ଓ ସଂସ୍କୃତିର ଅନୁଭୂତି ସହ ରଥଯାତ୍ରା ପାଳନ
ଭୁବନେଶ୍ୱର: ଭାରତର ସର୍ବବୃହତ ଖାଦ୍ୟ ଏଫଏମସିଜି କମ୍ପାନି ଏଡବ୍ଲୁଏଲ ଏଗ୍ରି ବିଜନେସ ଲିମିଟେଡ ପକ୍ଷରୁ ବହୁମୁଖୀ ପ୍ରଯୁକ୍ତି ଅଭିଳାଷ ସହ ରୋଷେଇ ପରମ୍ପରାକୁ ମିଶାଇ ରଥଯାତ୍ରା ୨୦୨୫ ଅନୁଭୂତିରେ ରୂପାନ୍ତରଣ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ କମ୍ପାନି ପକ୍ଷରୁ ଏକ ବୃହତ ଅଭିଯାନର ଶୁଭାରମ୍ଭ କରାଯାଇଛି ଯେଉଁଥିରେ ସାତ ସୂତ୍ରୀ ରଣନୀତିକୁ ନେଇ ଉଭୟ ଡିଜିଟାଲ ଓ ପ୍ରତ୍ୟକ୍ଷ ଅନୁଭୂତିର ମିଶ୍ରଣ ରହିଛି। ଏହି ଅଭିଯାନରେ ପ୍ରଯୁକ୍ତି, ଲାଇଭ ରୋଷେଇ ପ୍ରଦର୍ଶନୀ, ବ୍ୟକ୍ତିଗତ ଯତ୍ନ ସ୍ଥାପନ ଓ ଆନାମୋରଫିକ ଆଉଟଡୋର ଓ ପୁରୀ ସାରା ପରିବହନ ବ୍ରାଣ୍ଡିଂ ସହିତ ଲକ୍ଷ ଲକ୍ଷ ଭକ୍ତଙ୍କୁ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି।
ଏହି ଅବସରରେ ଏଡବ୍ଲୁଏଲର ଯୁଗ୍ମ ସଭାପତି-ବିକ୍ରୟ ଓ ମାର୍କେଟିଂ ମୁକେଶ ମିଶ୍ର କହିଛନ୍ତି ଯେ, “ଏଡବ୍ଲୁଏଲରେ ଆମେ ସ୍ଥାନୀୟ ସୂକ୍ଷ୍ମତାକୁ ମହତ୍ୱ ଦେଉଛୁ ଯାହା ଆମକୁ ଆମର ଗ୍ରାହକଙ୍କ ସହିତ ଭଲ ଭାବରେ ଯୋଡ଼ିବାରେ ସାହାଯ୍ୟ କରୁଛି। ଆମ ହାଇପ-ର୍ଲୋକାଲ୍ ପଦ୍ଧତି ଆଂଚଳିକ ସାଂସ୍କୃତିକ ଏବଂ ରନ୍ଧନ ପସନ୍ଦ ଉପରେ ଗଭୀର ବୁଝାମଣା ଉପରେ ଆଧାରିତ। ତାହା ଆମକୁ ବ୍ରାଣ୍ଡଗୁଡ଼ିକ ମାଧ୍ୟମରେ ଗ୍ରାହକମାନଙ୍କ ସହିତ ଅଧିକ ପ୍ରାମାଣିକ ଏବଂ ଅର୍ଥପୂର୍ଣ୍ଣ ଉପାୟରେ ଯୋଗାଯୋଗ କରିବାରେ ସକ୍ଷମ କରୁଛି। ଏହି ଦର୍ଶନ ଆମକୁ ଜଗନ୍ନାଥଙ୍କ ରଥଯାତ୍ରା ଭଳି ଆଧ୍ୟାତ୍ମିକ ଗୁରୁତ୍ୱପୂର୍ଣ୍ଣ ଉତ୍ସବରେ ଉପସ୍ଥିତ ହେବାରେ ମାର୍ଗଦର୍ଶନ କରୁଛି। ରଥଯାତ୍ରା ୨୦୨୫ରେ ଆମର ଲକ୍ଷ୍ୟ ହେଉଛି ଏହି ଅସାଧାରଣ ସାଂସ୍କୃତିକ ଉତ୍ସବକୁ ସମ୍ମାନ ଦେବା ଏବଂ ପରମ୍ପରାକୁ ନବସୃଜନ ସହିତ ମିଶ୍ରଣ କରିବା। ସେଥିପାଇଁ ଆମେ ଏକକ ଭିଆର ଅନୁଭୂତିରୁ ଏକ ସମ୍ପୂର୍ଣ୍ଣ ବହୁ-ଇନ୍ଦ୍ରିୟ ଯାତ୍ରା ପର୍ଯ୍ୟନ୍ତ ବିସ୍ତାର କରିଛୁ ଯାହା ଭକ୍ତଙ୍କୁ ଫର୍ଚ୍ୟୁନ୍ ଏବଂ ଏଲାଇଫ୍ ଭଳି ଆମର ବ୍ରାଣ୍ଡଗୁଡ଼ିକ ସହିତ ପରସ୍ପର ଯୋଡ଼ିବାର ସୁଯୋଗ ହେଉଥିବା ବିଶ୍ୱାସକୁ ବ୍ୟକ୍ତିଗତ, ପାରମ୍ପରିକ ଏବଂ ହୃଦୟସ୍ପର୍ଶୀ ଉପାୟରେ ପାଳନ କରୁଛି।’’
ଚଳିତ ବର୍ଷ କମ୍ପାନିର ପ୍ରମୁଖ ବ୍ରାଣ୍ଡ ଫର୍ଚ୍ୟୁନ୍ ପକ୍ଷରୁ ବଡ଼ଦାଣ୍ଡ ଉତ୍ସବର ମୁଖ୍ୟ ସ୍ଥାନରେ ୪୦ ଫୁଟ ଇନସୁଲେସନ ମାଧ୍ୟମରେ ନିଜର ଉପସ୍ଥିତି ପ୍ରଦର୍ଶନ କରିବ। ଫର୍ଚ୍ୟୁନ୍ ଜୋନରେ ତିନୋଟି ଭିନ୍ନ ଅନୁଭୂତି ରହିବ। ତାହା ହେଉଛି ଏକ ମିକ୍ସଡ ରିଅଲିଟି (ଏମଆର) ଏବଂ ଭର୍ଚୁଆଲ ରିଆଲିଟି (ଭିଆର) ଜୋନ୍, ଏକ ଲାଇଭ୍ କିଚେନ୍ ପ୍ରଦର୍ଶନ ସହିତ ନମୁନା ଏବଂ ଏକ ବଡ଼ ଏଲଇଡି ସ୍କ୍ରିନ୍ ଯାହା ଗ୍ରାହକଙ୍କୁ ବ୍ରାଣ୍ଡ ସହ ଯୋଡ଼ିବ। ଏହି ଜୋନର ଏକ ଭକ୍ତିମୟ ଆକର୍ଷଣ ହେଉଛି ଅଂଶଗ୍ରହଣକାରୀମାନେ ଓଡ଼ିଆ ପାରମ୍ପରିକ ମହାପ୍ରସାଦ ଖିଚଡ଼ି ଭଳି ଖାଦ୍ୟ ଫର୍ଚ୍ୟୁନ୍ ଉତ୍ପାଦ ବ୍ୟବହାର କରି ଓକୁଲସ ପିନ୍ଧି ମିକ୍ସଡ ରିଅଲିଟିରେ ରନ୍ଧନ କରିବେ। ତା’ପରେ ସେମାନେ ଭର୍ଚୁଆଲ ରିଆଲିଟି ପରିବେଶକୁ ଯାଇ ଜଗନ୍ନାଥ ମନ୍ଦିରରେ ପ୍ରସାଦ ଅର୍ପଣ କରିବେ। ଏହି ମହାପ୍ରସାଦ ଅନୁଭୂତି ଫର୍ଚ୍ୟୁନ୍ ଉତ୍ପାଦରେ ତିଆରି ଏକ ନମୁନା ପାଇବା ସହିତ ସମାପ୍ତ ହେବ।
ଏହି ଜୋନରେ ଏକ ଲାଇଭ୍ କିଚେନ୍ ଅନୁଭୂତି ମାଧ୍ୟମରେ ଘରୋଇ ରନ୍ଧନର ଆନନ୍ଦକୁ ଉତ୍ସାହିତ କରାଯିବ ଯେଉଁଥିରେ ଅଂଶଗ୍ରହଣକାରୀମାନେ ଓଡ଼ିଆ ପାରମ୍ପରିକ କାକରା ପିଠା ତିଆରି ପାଇଁ ପ୍ରତିଯୋଗିତା କରିବେ।
ଏହା ବ୍ୟତୀତ କମ୍ପାନିର ବ୍ୟକ୍ତିଗତ ଯତ୍ନ ବ୍ରାଣ୍ଡ ଏଲାଇଫ୍ ପକ୍ଷରୁ ଚିନ୍ତାଶୀଳ, ଉପଯୋଗିତା ଆଧାରିତ ଅନୁଭୂତି ପ୍ରଦାନ କରାଯିବ। ବେଳାଭୂମି ନିକଟରେ ଏକ ପରିବର୍ତନ ଷ୍ଟେସନ୍ ସ୍ଥାପନ କରାଯିବ ଯାହା ଭକ୍ତଙ୍କୁ ସ୍ନାନ ପରେ ସଫା ଏବଂ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିବ। ସେହିପରି ଫର୍ଚ୍ୟୁନ୍-ବ୍ରାଣ୍ଡେଡ୍ ଇ-ରିକ୍ସାଗୁଡ଼ିକ ସହର ମଧ୍ୟରେ ପରିଦର୍ଶନକୁ ଯାତାୟାତ ସୁବିଧା ପ୍ରଦାନ କରିବ।
ପୁରୀ ବେଳାଭୂମିରେ ଏକ ବଡ଼ ଏଲଇଡି ସ୍କ୍ରିନ୍ ମାଧ୍ୟମରେ ଆନାମୋର୍ଫିକ୍ କଂଟେଂଟ ପ୍ରଦର୍ଶନ କରାଯିବ ଯାହା ସମଗ୍ର ଉତ୍ସବ ବାତାବରଣକୁ ଉନ୍ନତ କରିବ।
Comments are closed.