ଟିପିସିଓଡିଏଲ ପକ୍ଷରୁ ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

Share It

ଟିପିସିଓଡିଏଲ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଟିପିସିଓଡିଏଲର କର୍ପୋରେଟ କାର୍ଯ୍ୟାଳୟ ସମେତ ସମସ୍ତ ସର୍କଲ, ଡିଭିଜନ ଓ ଟେକନୋଲୋଜି ସେଣ୍ଟରରେ ଏହି ଯୋଗ ଦିବସ ପାଳିତ ହୋଇଛି। ଟିପିସିଓଡିଏଲ ସିଇଓ ଶ୍ରୀ ଅରଭିନ୍ଦ୍ ସିଂହଙ୍କ ନେତୃତ୍ୱରେ ଟିପିସିଓଡିଏଲ କର୍ମଚାରୀ ଓ ଅଧିକାରୀମାନେ ସାମିଲ ହୋଇ ଯୋଗ କରିଥିଲେ। ଚଳିତ ବର୍ଷ ଯୋଗ ଦିବସ ଉପଲକ୍ଷେ ଥିମ୍ ରହିଛି ‘ “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ”। ଏହି ଅବସରରେ ଶ୍ରୀ ସିଂହ କହିଥିଲେ ଯେ ଯୋଗ ଏକ ସୁସ୍ଥ, ଶାରୀରିକ ଓ ମାନସିକସ୍ତରରେ ରହିବା ପାଇଁ ସର୍ବୋତ୍ତମ ଉପାୟ। ଉନ୍ନତ ସ୍ୱାସ୍ଥ୍ୟ, ଶକ୍ତି ଓ ଶାନ୍ତି ପାଇଁ ଯୋଗକୁ ନିୟମିତ ଅଭ୍ୟାସ କରିବା ଆବଶ୍ୟକ। ନିଜର ଓ ପରିବାର ସ୍ତରରେ ଉତ୍ତମ ସ୍ୱାସ୍ଥ୍ୟର ମହତ୍ତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୁସ୍ଥ ଶରୀର, ମନ, ସମାଜ ଓ ଆଧ୍ୟାତ୍ମିକ ଜୀବନ ପାଇଁ ଯୋଗ ହେଉଛି ଏକ ସର୍ବୋକ୍ରୃଷ୍ଟ ମାଧ୍ୟମ । ଯୋଗ ହିଁ ଏକମାତ୍ର ମାଧ୍ୟମ ଯାହା ମନକୁ ଶାନ୍ତ କରିଥାଏ । ଦୁନିଆକୁ ଆମର ଏହି ପ୍ରାଚୀନ କଳା ଓ ଏହାର ସୁଫଳ ସମ୍ପର୍କରେ ଅବଗତ କରାଇବା ପାଇଁ ଆମ ଦେଶର ନେତୃତ୍ୱରେ ପୁରା ବିଶ୍ୱ ପାଳନ କରୁଛି ଯୋଗ ଦିବସ । ୨୦୧୫ରୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଜୁନ୍ ୨୧ ତାରଖକୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି ।


Share It

Comments are closed.