ଆର୍ କେ ସ୍ୱାମୀ ଲିମିଟେଡର ଇନିସିଆଲ ପବ୍ଲିକ ଅଫର ୨୦୨୪ ମାର୍ଚ୍ଚ ୪ରେ ଖୋଲିବ


ଭୁବନେଶ୍ୱର: ଆର୍ କେ ସ୍ୱାମୀ ଲିମିଟେଡର ଇନିସିଆଲ ପବ୍ଲିକ ଅଫର ୨୦୨୪ ମାର୍ଚ୍ଚ ୪ ସୋମବାର ଦିନ ଖୋଲିବ ଏବଂ ମାର୍ଚ୍ଚ ୬, ବୁଧବାର ଦିନ ବନ୍ଦ ହେବ । କମ୍ପାନିର ଇକ୍ୱିଟି ସେୟାର ପିଛା ଦାମ୍ ୨୭୦ ଟଙ୍କାରୁ ୨୮୮ ଟଙ୍କା ମଧ୍ୟର ଧାର୍ଯ୍ୟ କରାଯାଇଛି । ନିବେଶକମାନେ ସର୍ବନିମ୍ନ ୮୦ଟି ଇକ୍ୱିଟି ସେୟାର ପାଇଁ ବିଡ ଦାଖଲ କରାଯାଇପାରିବ ଏବଂ ଏହା ପରେ ୮୦ଟି ଇକ୍ୱିଟି ସେୟାର ଲେଖାଏଁ ଗୁଣିତକ ହିସାବରେ ସେଥିରେ ଯୋଡ଼ିପାରିବେ । ଆଙ୍କର ନିବେଶକମାନଙ୍କ ପାଇଁ ବିଡ୍‌/ ଅଫର ୨୦୨୪ ମାର୍ଚ୍ଚ ୧, ସୋମବାର ଦିନ ଖୋଲିବ ।
ଏହି ଅଫରରେ ୧୭୩ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର୍ ଫର୍ ସେଲ୍‌ରେ ୮,୭୦୦,୦୦୦ ଇକ୍ୱିଟି ସେୟାର ଉପଲବ୍ଧ କରାଯିବ । ଶ୍ରୀନିବାସନ କେ ସ୍ୱାମୀଙ୍କ ଦ୍ୱାରା ୧,୭୮୮,୦୯୩ ଇକ୍ୱିଟି ସେୟାର, ନରସିଂହମ କ୍ରିଷ୍ଣସ୍ୱାମୀଙ୍କ ପକ୍ଷରୁ ୧,୭୮୮,୦୯୩ ଇକ୍ୱିଟି ସେୟାର ଏବଂ ଏଭାଷ୍ଟନ ପାୟୋନିୟର ଫଣ୍ଡ୍ ଏଲ୍‌ପି ଦ୍ୱାରା ୪,୪୪୫,୭୧୪ ଇକ୍ୱିଟି ସେୟାର ଏବଂ ପ୍ରେମ୍ ମାର୍କେଟିଂ ଭେଂଚର୍ସ ଏଲ୍‌ଏଲ୍‌ପି ଦ୍ୱାରା ୬୭୮,୧୦୦ ଇକ୍ୱିଟି ସେୟାର ବିକ୍ରି କରାଯିବ ।
ଇସ୍ୟୁରୁ ମିଳିବାକୁ ଥିବା ପାଣ୍ଠିକୁ କମ୍ପାନିର ୫୪ କୋଟି ଟଙ୍କାର କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା, ୧୦.୯ କୋଟି ଟଙ୍କାରେ ଏକ ଡିଜିଟାଲ ଭିିଡିଓ କଂଟେଟ୍ ପ୍ରଡକ୍ସନ ହାଉସ୍ ପ୍ରତିଷ୍ଠା କରିବା, କମ୍ପାନି ଓ ଏହାର ସହାୟକ ସଂସ୍ଥା ହଂସା ରିସର୍ଚ୍ଚ ଗ୍ରୁପ ପ୍ରାଇଭେଟ ଲିମିଟେଡ, ହଂସା କଷ୍ଟମର ଇକ୍ୱିଟି ପ୍ରାଇଭେଟ୍ ଲିମିଟେଡ୍‌ରେ ଆଇଟି ଭିତିଭୂମିର ବିକାଶ ପାଇଁ ୩୩.୩୪ କୋଟି ଟଙ୍କା, ଏକ ନୂଆ ଗ୍ରାହକ ସେବା କେନ୍ଦ୍ର ଓ ଟେଲିଫୋନ ସାକ୍ଷାତକାର କେନ୍ଦ୍ର ସ୍ଥାପନ କରିବାରେ ୨୧.୭୩ କୋଟି ଟଙ୍କା ଏବଂ ଅବଶିଷ୍ଟ ରାଶି ସାଧାରଣ କର୍ପୋରେଟ୍ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡର ନିୟମ ଅନୁସାରେ ଏହି ଅଫରର ୫୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ସମାନୁପାତିକ ଭିତିରେ ଯୋଗ୍ୟ ସଂସ୍ଥାଗତ ନିବେଶକ (କ୍ୟୁଆଇବି)ମାନଙ୍କ ଲାଗି ରହିବ । ବୁକ୍ ରନିଂ ଲିଡ୍ ମ୍ୟାନେଜରଙ୍କ ପରାମର୍ଶରେ କ୍ୟୁଆଇବି ଭାଗର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ଆଙ୍କର ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯାଇପାରିବ । ସେଥିରୁ ଅତିକମ୍‌ରେ ଏକ ତୃତୀୟାଂଶ ଇକ୍ୱିଟି ସେୟାରକୁ ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍‌ମାନଙ୍କୁ ପ୍ରଦାନ କରାଯିବ । ଯଦି ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍ ସବୁ ସେୟାର ନେବେ ନାହିଁ ତେବେ ଅବଶିଷ୍ଟ ସେୟାରକୁ କୁଆଇବିଙ୍କ ପାଇଁ ପୁଣି ଥରେ ସାମିଲ କରାଯାଇପାରିବ । ଅଫରର ୧୫ ପ୍ରତିଶତ ଇକ୍ୱିଟି ସେୟାର ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରହିବ । ସେବି ନିୟମ ଅନୁସାରେ ନେଟ୍ ଅଫରର ୩୫% ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଖୁଚୁରା ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯିବ ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟ୍‌ସ ଲିମିଟେଡ୍‌, ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍ ଓ ମୋତିଲାଲ ଓସ୍ୱାଲ୍ ଇନଭେଷ୍ଟମେଂଟ୍ ଆଡଭାଇଜର୍ସ ଲିମିଟେଡ୍ ।


Share It

Comments are closed.