୩୬୦ ୱାନ ୱେଲଥ ପକ୍ଷରୁ କ୍ରିସିଲ ସହଯୋଗିତାରେ ‘୩୬୦ ୱାନ ୱେଲଥ କ୍ରିଏଟର୍ସ ତାଲିକା’ର ଶୁଭାରମ୍ଭ ସଂସ୍କରଣ ଉନ୍ମୋଚିତ

Share It

ଭୁବନେଶ୍ୱର: ୱନେ ୱେଲଥ ପକ୍ଷରୁ କ୍ରିସିଲ ସହଯୋଗିତାରେ ୩୬୦ ୱାନ ୱେଲଥ କ୍ରିଏଟର୍ସ ତାଲିକାର ଶୁଭାରମ୍ଭ ସଂସ୍କରଣକୁ ଉନ୍ମୋଚନ କରାଯାଇଛି। ଭାରତର ଅନ୍ୟତମ ଅଗ୍ରଣୀ ସଂପତି ପରିଚାଳନା କମ୍ପାନି ୩୬୦ ୱାନ ଡବ୍ଲୁଏଏମର ଏକ ଅଂଶ ହେଉଛି ଏହି ତାଲିକା। ଏଥିରେ ସର୍ବନିମ୍ନ ୫ ବିଲିଅନ ଟଙ୍କା ସପଂତି ଥିବା ବ୍ୟକ୍ତିଙ୍କୁ ବିଚାରକୁ ନିଆଯାଇଛି, ଯେଉଁମାନଙ୍କ ସଂଖ୍ୟା ହେଉଛି ୨୦୧୩। ଏଥିରେ ଉଦ୍ୟୋଗୀ, ପ୍ରଫେସନାଲ, ନିବେଶକ ଓ ଉତରାଧିକାରୀ ରହିଛନ୍ତି। ସେମାନଙ୍କ ମିଳିତ ସଂପତି ପରିମାଣ ୧୦୦ ଟ୍ରିଲିଅନ ଟଙ୍କା ରହିଛି।
ଆକାଶ ଅମ୍ବାନି ଓ ଅନନ୍ତ ଅମ୍ବାନି ହେଉଛନ୍ତି ସବୁଠୁ ଧନୀ ଭାରତୀୟ। ସେମାନଙ୍କ ସଂପତି ୩.୫୯ ଲକ୍ଷ କୋଟି ଟଙ୍କା ରହିଛି। ୧୬୧ ଜଣ ବ୍ୟକ୍ତିଙ୍କ ସଂପତି ୧୦୦ ବିଲିଅନ ଟଙ୍କାରୁ ଅଧିକ ଥିବା ବେଳେ ୧୬୯ ଜଣଙ୍କ ସଂପତି ୫୦ ବିଲିଅନ ଟଙ୍କାରୁ ୧୦୦ ବିଲିଅନ ଟଙ୍କା ମଧ୍ୟରେ ରହିଛି। ପ୍ରତିଷ୍ଠାତା ସଂପତିରେ ଟାଟା ଗ୍ରୁପ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ଆଦାନୀ ଗ୍ରୁପର ପରିବାର ସଦସ୍ୟ ରହିଛନ୍ତି, ଯେଉଁମାନଙ୍କ ସଂପତି ୩୬ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି।
୩୬୦ ୱାନର ପ୍ରତିଷ୍ଠାତା, ଏମଡି ଓ ସିଇଓ କରନ ଭଗତ କହିଛନ୍ତି ଯେ, “ଭାରତର ଅର୍ଥନୀତି ଭାଗ୍ୟକୁ ଆକାର ପ୍ରଦାନ କରୁଥିବା ବ୍ୟକ୍ତିବିଶେଷ ଓ ପରିବାରଙ୍କୁ ଲିପିବନ୍ଧ କରିବା ଲାଗି ଏକ ଐତିହାସିକ ଉଦ୍ୟମ ହେଉଛି ୩୬୦ ୱାନ ୱେଲ୍ଥ କ୍ରିଏଟର ତାଲିକା। କେବଳ ସଂଖ୍ୟା ନୁହେଁ, ପ୍ରଯୁକ୍ତିରୁ ଫିନଟେକରେ ପ୍ରଥମ ପିଢ଼ିର ନବସୃଜନକାରୀଙ୍କଠାରୁ ଆରମ୍ଭ କରି ବହୁ ପିଢ଼ି ଧରି ଜାରି ରହିଥିବା ପରିବାର ନେତୃତ୍ୱାଧୀନ ସଂସ୍ଥା ପର୍ଯ୍ୟନ୍ତର କାହାଣୀ ବର୍ଣ୍ଣନା କରି ଆମେ ଭାରତର ସଂପତି ସୃଷ୍ଟିକାରୀଙ୍କ ବ୍ୟାପକତା ଓ ଗଭୀରତା ଉପରେ ଆଲୋକପାତ କରିବାକୁ ଚାହୁଛୁ।”
ମୁମ୍ବାଇରେ ସର୍ବାଧିକ ୫୭୭ ସଂପତି ସୃଷ୍ଟିକାରୀ ରହିଛନ୍ତି ଓ ସେମାନଙ୍କ ନିୟନ୍ତ୍ରଣରେ ୪୦ ପ୍ରତିଶତ ସଂପତି ରହିଛି। ଏହା ପଛକୁ ନୂଆଦିଲ୍ଲୀ ଓ ବେଙ୍ଗାଲୁରୁରେ ଯଥାକ୍ରମେ ୧୭ ପ୍ରତିଶତ ଓ ୮ ପ୍ରତିଶତ, ଅହମଦାବାଦରେ ୫ ପ୍ରତିଶତ ସଂପତି ସୃଷ୍ଟିକାରୀ ରହିଛନ୍ତି। ଏଭଳି ୧୪୩ ଜଣ ସଂପତି ସୃଷ୍ଟିକାରୀ ରହିଛନ୍ତି ଯାହାଙ୍କ ବୟସ ୪୦ ବର୍ଷରୁ କମ। ଭାରତପେର ଶାଶ୍ୱତ ନାକରାନୀଙ୍କ ବୟସ ସର୍ବନିମ୍ନ ୨୭ ବର୍ଷ ରହିଛି।
୩୬୦ ୱାନର ସହ ପ୍ରତିଷ୍ଠାତା ଓ ୩୬୦ ୱାନ ୱେଲଥର ସିଇଓ ୟତିନ ଶାହ କହିଛନ୍ତି ଯେ, “ଏହା ଏକ ଧନୀ ତାଲିକାଠାରୁ ଅଧିକ ଏବଂ ଭାରତର ଉଦ୍ୟମିତା ଆକାଂକ୍ଷା, ଆନ୍ତଃ ପିଢ଼ି ପରମ୍ପରା ଏବଂ ଉଦୀୟମାନ ଅର୍ଥନୈତିକ ଶକ୍ତିକୁ ପ୍ରତିଫଳିତ କରୁଛି। ଗ୍ରାମୀଣ ସଂସ୍ଥାରୁ ବିଶ୍ୱସ୍ତରୀୟ ପ୍ରଯୁକ୍ତି ଉଦ୍ୟୋଗ ପର୍ଯ୍ୟନ୍ତ ସଂପତି କିଭଳି ନବସୃଜନ, ଅନ୍ତର୍ଭୁକ୍ତୀକରଣ ଏବଂ ପ୍ରଭାବକୁ ଆକାର ପ୍ରଦାନ କରୁଛି, ତାହା ଏଥିରେ ପ୍ରତିଫଳିତ ହୋଇଛି।”
କ୍ରିସିଲ ଇଂଟେଲିଜେନ୍ସର ସଭାପତି ଓ ବ୍ୟବସାୟ ମୁଖ୍ୟ ପ୍ରୀତି ଅରୋରା କହିଛନ୍ତି ଯେ, ‘କ୍ରିସିଲ ସହଯୋଗରେ ପ୍ରସ୍ତୁତ ୩୬୦ ୱାନ ୱେଲଥ କ୍ରିଏଟର ତାଲିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ବିବିଧ ଉଛଦ୍ୟୋଗୀମାନଙ୍କ ସଫଳତାକୁ ପାଳନ କରିବା। ବ୍ୟକ୍ତିଗତ ସ୍ତରରେ ସଂପତିର ଏକ ତାଲିକ ଭାରତରେ ସଂପତି ସୃଷ୍ଟି ଉପରେ ଏକ ଉତମ ବୁଝାମଣା ପ୍ରଦାନ କରୁଥିବା ବେଳେ ଭାରତର ଅର୍ଥନୈତିକ ଭବିଷ୍ୟତକୁ ଆକାର ପ୍ରଦାନ କରୁଥିବା ବ୍ୟକ୍ତିମାନଙ୍କ ଅବଦାନ ଉପରେ ଆଲୋକପାତ କରୁଛି।”
ଭାରତର ସଂପତିରେ ୨୪ ପ୍ରତିଶତ ଭାଗ ମହିଳାଙ୍କ ରହିଛି। ୩୩ ପ୍ରତିଶତ ସହ ଫାର୍ମାରେ ସେମାନଙ୍କ ଅପେକ୍ଷାକୃତ ଉତମ ପ୍ରତିନିଧିତ୍ୱ ରହିଛି। ଉତରାଧିକାରୀ ସୂତ୍ରରେ ସଂପତି ପାଇଥିବା ମହିଳାମାନେ ସେମାନଙ୍କ ପୁରୁଷ ପ୍ରତିପକ୍ଷଙ୍କ ତୁଳନାରେ ୨୩ ପ୍ରତିଶତ ଅଧିକ ଧନୀ ରହିଛି। ବ୍ୟକ୍ତି ପିଛା ହାରାହାରି ସଂପତି ତାଲିକାରେ ବ୍ୟାଙ୍କିଙ୍ଗ, ଟେଲିକମ ଓ ବିମାନ ଚଳାଚଳ କ୍ଷେତ୍ରର ଉଦ୍ୟୋଗ ଆଗରେ ରହିଛନ୍ତି। ୬୨ ପ୍ରତିଶତ ସଂପତି ସୃଷ୍ଟିକାରୀ ସେମାନଙ୍କ ବ୍ୟବସାୟରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହିଛନ୍ତି। ମୋଟ ସଂପତିର ୯୩ ପ୍ରତିଶତ ସାର୍ବଜନୀନ ଭାବେ ତାଲିକାଭୁକ୍ତ କମ୍ପାନିରେ ରହିଛି। ବ୍ୟକ୍ତିପିଛା ସର୍ବନିମ୍ନ ସଂପତି ୫୦୦ କୋଟି ଟଙ୍କା ରହିଛି। ହାରାହାରି ସଂପତି ୧୪୨୩ କୋଟି ଟଙ୍କା ରହିଛି। ୫୦ ଲକ୍ଷ କୋଟି ଟଙ୍କାର ସଂପତି ଟ୍ରଷ୍ଟ ଓ ପ୍ରତିଷ୍ଠାତାଙ୍କ ପାଖରେ ଓ ନିୟନ୍ତ୍ରଣରେ ଥିବା ସଂସ୍ଥାରେ ରହିଛି।


Share It

Comments are closed.