ସୋନି ଇଣ୍ଡିଆ ପକ୍ଷରୁ ନୂଆ ବ୍ରାଭିଆ ୮-୨ କ୍ୟୁଡି ଓଏଲଇଡି ସିରିଜ ଉନ୍ମୋଚିତ

Share It

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ନୂଆ ବ୍ରାଭିଆ ୮-୨ ସିରିଜ ଉନ୍ମୋଚନ କରାଯାଇଛି। ଏହି ନୂଆ ସିରିଜରେ କ୍ୟୁଡି-ଓଏଲଇଡି ପ୍ରଯୁକ୍ତି ସହିତ ଅତ୍ୟାଧୁନିକ ଏଆଇ ପ୍ରୋସେସର ଏକ୍ସଆର ରହିଛି ଯାହା ଜୀବନ୍ତ ଅଡିଓ ଓ ଅତୁଳନୀୟ ଛବି ମାନ ପ୍ରଦାନ କରିବ। ଆଧୁନିକ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା ଏହି ସିରିଜରେ ଅକୋଷ୍ଟିକ ସରଫେସ ଅଡିଓ ଓ ଡଲବି ଭିଜନ ଆଟମସ ଏବଂ ବିଭିନ୍ନ ଷ୍ଟୁଡିଓ କାଲିବ୍ରେଟେଡ ମୋଡ ରହିଛି, ଯାହାକୁ ଅଗ୍ରଣୀ ଷ୍ଟ୍ରିମିଂ ସେବା ପ୍ରଦାନକାରୀଙ୍କ ସହଯୋଗରେ ପ୍ରସ୍ତୁତ କରାଯାଇଛି।
ନୂଆ ବ୍ରାଭିଆ ୮-୨ ସିରିଜ ୫୫ ଓ ୬୫ ଇଂଚ ସ୍କ୍ରିନ ଆକାରରେ ଉପଲବ୍ଧ ହୋଇଛି। ଏଥିରେ ଏକ୍ସଆର ପ୍ରୋସେସର ରହିଛି, ଯେଉଁଥରେ ଏଆଇ ଦୃଶ୍ୟ ଚିହ୍ନଟ ବ୍ୟବସ୍ଥା ରହିଛି। ତାହା ସଠିକତାର ସହ ଚିହ୍ନଟ ଓ ଅନୁଶୀଳନ କରି ଛବିରେ ଉନ୍ନତି ଆଣିପାରିବ।
ବ୍ରାଭିଆ ୮-୨ ସିରିଜରେ ରହିଛି ଷ୍ଟୁଡିଓ କାଲିବ୍ରେଟେଡ ମୋଡ ଯାହା ଘର ଅନୁସାରେ ଛବିକୁ ପୁନଃ ପ୍ରସ୍ତୁତ କରିବାର କ୍ଷମତା ରଖିଛି। ପୂର୍ବରୁ ଥିବା ନେଟଫ୍ଲିକ୍ସ ଆଡାପଟିଭ କାଲିବ୍ରେଟେଡ ମୋଡ ଓ ସୋନି ପିକଚର୍ସ କୋର କାଲିବ୍ରେଟେଡ ମୋଡ, ପ୍ରାଇମ ଭିଡିଓ କାଲିବ୍ରେଟେଡ ମୋଡ ସହିତ ଏହି ନୂଆ ମୋଡ ଗ୍ରାକମାନଙ୍କୁ କ୍ରିଏଟରଙ୍କ ଲେନ୍ସରେ ପ୍ରିମିୟମ ମନୋରଂଜନ ହାସଲ କରିବାରେ ସକ୍ଷମ କରିବ। ଏହାର ଆଇମ୍ୟାକ୍ସ, ଡଲବି ଭିଜନ ଓ ଡଲବି ଆଟମସ ଅତୁଳନୀୟ ବ୍ରାଇଟନେସ, କଂଟ୍ରାଷ୍ଟ, ରଙ୍ଗ ଓ ସାଉଣ୍ଡ ପ୍ରଦାନ କରିବ।
ବ୍ରାଭିଆ ୮-୨ ସିରିଜରେ ହାଇ ଲୁମିନାନ୍ସ ପ୍ୟାନେଲ ଓ ତାପମାତ୍ରା ସେନସର ରହିଛି ଯାହା ଏକ୍ସଆର କଂଟ୍ରାଷ୍ଟ ବୁଷ୍ଟରକୁ ୨୫ ପ୍ରକାର ନିର୍ଦ୍ଦିଷ୍ଟ ଆଲୋକ ସେଟିଂ ପ୍ରଦାନ କରିବ। ଏହି ପ୍ରଯୁକ୍ତି ଦ୍ୱାରା ଗାଢ଼ କଳା ଓ ଉଜ୍ଜ୍ୱଳ ଧଳା ରଙ୍ଗ ମିଳିବ। କ୍ୟୁଡି-ଓଏଲଇଡି ପ୍ୟାନେଲ ରଙ୍ଗକୁ ନିରନ୍ତର ରଖିବ। ଡଲବି ଭିଜନ ଓ ଡଲବି ଆଟମସ ସ୍ପଷ୍ଟ ସାଉଣ୍ଡ ପ୍ରଦାନ କରିବ। ଏଥିରେ ରହିଛି ସୋନି ପିକଚର କୋର ଯାହା ସୋନି ପିକଚର୍ସର ଲାଇବ୍ରେରି ପ୍ରଦାନ କରିବ। ଏଥିରେ ୪କେ ଏଚଡିଆର ଓ ଆଇମ୍ୟାକ୍ସ ସିନେମା ରହିଛି ଯାହା ଉନ୍ନତ ସିନେମା ଦେଖା ଅନୁଭୂତି ପ୍ରଦାନ କରିବ। ୨୪ ମାସ ପାଇଁ ମାଗଣାରେ ୧୦ଟି ସିନେମା ଷ୍ଟ୍ରିମିଂ କରିବାର କ୍ରେଡିଟ ମିଳିବ। ଏହାର ୱାନ ସ୍ଲେଟ ଡିଜାଇନ ବେଶ ଆକର୍ଷଣୀୟ ରହିଛି।
ନୂଆ ଟିଭିର କେ-୬୫ଏକ୍ସଆର୮୦ଏମ୨ର ଦାମ ୩,୪୧,୯୯୦ ଟଙ୍କା ଏବଂ କେ-୫୫ଏକ୍ସଆର୮୦ଏମ୨ର ଦାମ ୨,୪୬,୯୯୦ ଟଙ୍କା ରହିଛି। ସେଗୁଡ଼ିକ ୨୦୨୫ ଜୁନ ୧୭ରୁ ଉପଲବ୍ଧ ହେବ। ଗ୍ରାହକମାନେ ସୋନି ସେଂଟର, ସୋନି ଏକ୍ସକ୍ଲୁସିଭ ଷ୍ଟୋର, ସପଆଟଏସସି ଡଟ କମ, ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଦୋକାନ ଓ ଇ-କମର୍ସ ପୋର୍ଟାଲରେ ତାହା ଉପଲବ୍ଧ ହେବ।


Share It

Comments are closed.