ଆଦିତ୍ୟ ବିର୍ଲା ସନ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ସୁପର ଟର୍ମ ପ୍ଲାନର ଶୁଭାରମ୍ଭ

Share It

 

ଭୁବନେଶ୍ୱର: ଆଦିତ୍ୟ ବିର୍ଲା କ୍ୟାପିଟାଲର ବୀମା କମ୍ପାନି ଆଦିତ୍ୟ ବିର୍ଲା ସନ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ଏବିଏସଏଲଆଇ ସୁପର ଟର୍ମ ପ୍ଲାନ ଉନ୍ମୋଚନ କରାଯାଇଛି। ଲକ୍ଷ୍ୟ ସହ ଯୋଡ଼ି ହୋଇଥିବା ଆର୍ôଥକ ସୁରକ୍ଷା ସହିତ ସ୍ୱାସ୍ଥ୍ୟ ପରିଚାଳନା ସେବାକୁ ମିଶାଇ ଏହି ଏକକ ଶୁଦ୍ଧ ସୁରକ୍ଷା ଟର୍ମ ପ୍ଲାନ ପ୍ରଦାନ କରିବା ଲାଗି ଏହାକୁ ପ୍ରସ୍ତୁତ କରାଯାଇଛି। ଏହା କମ୍ପାନିର ଗ୍ରାହକ ପ୍ରଥମ ଆଭିମୁଖ୍ୟ ଓ ପଲିସିଧାରକଙ୍କ ସାମଗ୍ରିକ କଲ୍ୟାଣକୁ ସମର୍ଥନ କରିବା ପାଇଁ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
ଏବିଏସଏଲଆଇ ସୁପର ଟର୍ମ ପ୍ଲାନରେ ତିନି ପ୍ରକାର ବୀମା ସୁରକ୍ଷା ବିକଳ୍ପ ରହିଛି। ଲେବଲ ସୁରକ୍ଷାରେ ପଲିସି ଅବଧି ସାରାରେ ବୀମା ରାଶି ସ୍ଥିର ରହିବ ଏବଂ ପଲିସିଧାରକଙ୍କ ଦେହାନ୍ତରେ ଏକକାଳୀନ, ମାସିକ ଆୟ କିମ୍ବା ଉଭୟର ମିଶ୍ରଣ ଆକାରରେ ଦିଆଯାଇପାରିବ। ବର୍ଦ୍ଧିତ ସୁରକ୍ଷା ବିକଳ୍ପରେ ବୀମା ରାଶି ବାର୍ଷିକ ୫ ପ୍ରତିଶତ ବଢ଼ିବ ଯାହା ସମୟ ଗଢ଼ିବା ସହ ସୁରକ୍ଷା ବଢ଼ାଇବ। ଲେବଲ ସୁରକ୍ଷା ସହିତ ପ୍ରିମିୟମ ଫେରସ୍ତ ବିକଳ୍ପରେ ମୃତ୍ୟୁକାଳୀନ ବୀମା ରାଶି ସ୍ଥିର ରହିବ ଏବଂ ପଲିସିଧାରକ ପଲିସି ଅବଧି ପର୍ଯ୍ୟନ୍ତ ଜୀବିତ ରହିଲେ ମୋଟ ପ୍ରିମିୟମକୁ ୧୦୦ ପ୍ରତିଶତ ଫେରସ୍ତ କରାଯିବ।
ଜୀବନ ବୀମା ସୁରକ୍ଷା ସହିତ ଏହି ପ୍ଲାନରେ ସ୍ୱାସ୍ଥ୍ୟ ପରିଚାଳନା ସେବା ମଧ୍ୟ ରହିଛି ଯାହା ପଲିସି ଅବଧି ସାରା ମିଳିବ। ଏହା ପଲିସିଧାରକଙ୍କୁ ପରିବାରର ଆର୍ôଥକ ଭବିଷ୍ୟତ ସୁରକ୍ଷିତ ରଖିବା ସହ ନିଜ ସ୍ୱାସ୍ଥ୍ୟକୁ ପ୍ରତ୍ୟକ୍ଷ ଭାବେ ନିରୀକ୍ଷଣ କରିବା ଏବଂ ବଜାୟ ରଖିବାରେ ସଶକ୍ତ କରିବ। ଏଥି ସହିତ ଏହା ଉନ୍ନତ ଜୀବନ ସ୍ତର ସୁରକ୍ଷା ବିକଳ୍ପ ପ୍ରଦାନ କରିବ ଯାହା ଜୀବନର ଗୁରୁତ୍ୱପୂର୍ଣ୍ଣ ଘଟଣା ଯଥା ବିବାହ, ସନ୍ତାନ ଜନ୍ମ କିମ୍ବା ଗୃହ ଋଣ ଭଳି ମାମଲାରେ ବର୍ଦ୍ଧିତ ବୀମା ରାଶିର ବିକଳ୍ପ ପ୍ରଦାନ କରିବ। ସେହି ବିକଳ୍ପକୁ ଶୁଭାରମ୍ଭ ସମୟରୁ ଚୟନ କରାଯାଇଥିବ ଏବଂ ଅନ୍ୟାନ୍ୟ ସର୍ତ ପୂରଣ ହେଉଥିବା ଦରକାର।
ଆଦିତ୍ୟ ବିର୍ଲା ସନଲାଇଫ ଇନସ୍ୟୁରାନ୍ସ କମ୍ପାନି ଲିମିଟେଡର ଏମଡି ଓ ସିଇଓ ଶ୍ରୀ କମଲେଶ ରାଓ କହିଛନ୍ତି ଯେ, ‘ଏବିଏସଏଲଆଇରେ ଆମେ ଲୋକ ଓ ପରିବାରଗୁଡ଼ିକୁ ବୀମା ସମାଧାନ ଜରିଆରେ ସଶକ୍ତ କରିବାକୁ ପ୍ରତିବଦ୍ଧ ରହିଛୁ ଯାହା ଦୀର୍ଘକାଳୀନ ସୁରକ୍ଷା ଓ ମାନସିକ ଶାନ୍ତି ପ୍ରଦାନ କରିବ। ନମନୀୟ ସୁରକ୍ଷା, ଇନ-ବିଲଟ ସ୍ୱାସ୍ଥ୍ୟ ପରିଚାଳନା ସେବା ଏବଂ ଜଟିଳ ଅସୁସ୍ଥତା ଓ ଦିବ୍ୟାଙ୍ଗ ଭଳି ଜୀବନର ଅନିଶ୍ଚିତତା ବିରୋଧରେ ସୁରକ୍ଷା ଜରିଆରେ ବ୍ୟାପକ ଆର୍ଥକ ସୁରକ୍ଷା ପଦାନ କରିବାକୁ ଏବିଏସଏଲଆଇ ସୁପର ଟର୍ମ ପ୍ଲାନକୁ ପ୍ରସ୍ତୁତ କରାଯାଇଛି।’’
ଏବିଏସଏଲଆଇ ସୁପର ଟର୍ମ ପ୍ଲାନ ଦାବି ଅବଗତ ସୁବିଧାରେ ତତ୍କାଳ ପେମେଂଟ ପ୍ରଦାନ କରୁଛି, ଯେଉଁଥିରେ ନିର୍ଦ୍ଦିଷ୍ଟ ପରିମାଣର ରାଶି ଦାବି ପଞ୍ଜୀକରଣ ହେବାର ଗୋଟିଏ ଦିନରେ ପ୍ରଦାନ କରାଯିବ। ମୃତ୍ୟୁକାଳୀନ ସୁବିଧା ବଂଟନରେ ଏହି ପ୍ଲାନ ଉନ୍ନତ ନମନୀୟତା ପ୍ରଦାନ କରିବ। ଶୁଭାରମ୍ଭ ସମୟରେ ପଲିସିଧାରକମାନେ ଏକକାଳୀନ, ସମାନ ମାସିକ ଆୟ କିମ୍ବା ଉଭୟର ବିକଳ୍ପ ଭଳି ତିନି ପ୍ରକାର ବିକଳ୍ପରୁ ଚୟନ କରିପାରିବେ।
ଏଥି ସହିତ ଷ୍ଟାଗରଡ ଡେଥ ବିନିଫିଟ ଅଧୀନରେ ନୋମିନି ପାଂଚ ବର୍ଷ ପର୍ଯ୍ୟନ୍ତ ମାସିକ କିସ୍ତି ପାଇପାରିବେ। ଏହା ବ୍ୟତୀତ ଏହି ପ୍ଲାନରେ ଆୟ ଲାଭ ହିସାବ ରହିଛି ଯାହା ନୋମିନିମାନଙ୍କୁ ସେମାନଙ୍କ ମାସିକ ଆୟକୁ ଆୟ ସୁବିଧା ଅବଧିରେ ଏକକାଳୀନ ଲାଭକୁ ରୂପାନ୍ତରୀତ କରିହେବ।


Share It

Comments are closed.