ଟାଟା ପାୱାର୍ର ସ୍ମାର୍ଟ ସର୍କୁଲାରିଟି କାର୍ଯ୍ୟକ୍ରମ ୫୦୦୦ କେଜି ପ୍ଲାଷ୍ଟିକ୍କୁ ମହିଳାଙ୍କ ପାଇଁ ଜୀବନଜୀବିକା ସୁଯୋଗରେ ପରିଣତ କରିବ
ଭୁବନେଶ୍ୱର: ଟାଟା ପାୱାରର ଅନୋଖା ଧାଗା ସ୍ମାର୍ଟ ସର୍କୁଲାରିଟି କାର୍ଯ୍ୟକ୍ରମ ୫୦୦୦ କେଜିର ଏକକ ବ୍ୟବହାର ପ୍ଲାଷ୍ଟିକ୍ ବର୍ଜ୍ୟକୁ ଉଚ୍ଚ ଗୁଣାତ୍ମକ ମାନର, ରିସାଇକଲ୍ ଫ୍ୟାବ୍ରିକ୍ ଉତ୍ପାଦରେ ପରିଣତ କରିଛି। ଛଅଟି କେନ୍ଦ୍ରର ମହିଳାମାନଙ୍କ ନେତୃତ୍ୱାଧୀନ ଏହି ଅଭିଯାନ ପ୍ଲାଷ୍ଟିକ୍ ପ୍ରଦୂଷଣର ଜରୁରୀକାଳୀନ ଆହ୍ୱାନର ମୁକାବିଲା କରୁଥିବା ବେଳେ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ଉଚିତ୍ ବ୍ୟବସାୟ ଆୟ ସହିତ ସ୍ଥାନୀୟ ସମାଜକୁ ସଶକ୍ତ କରୁଛି।
ଏହି କାର୍ଯ୍ୟକ୍ରମ ଡେନିମ୍ ଦାନ ସହିତ ସମନ୍ୱିତ ରହିଛି ଯାହା ପ୍ରାକ୍-ପସନ୍ଦର ପୋଷାକକୁ ଏକ ନୂଆ ଦୃଷ୍ଟିକୋଣ ପ୍ରଦାନ କରୁଥିବା ବେଳେ ୟୁଜଡ୍ ପୋଷାକର ଜୀବନକାଳକୁ ବଢ଼ାଉଛି। ଟାଟା ଗ୍ରୁପ୍ର ପ୍ରୋଜେକ୍ଟ ଆଲିଙ୍ଗନ ଓ ସର୍କୁଲାର ଇକୋନିମ୍ ସମାଧାନ ପାଇଁ ଟାଟା ପାୱାର୍ର ପ୍ରତିବଦ୍ଧତା ସହିତ ସମନ୍ୱିତ ହୋଇ ଶୁଭାରମ୍ଭ କରାଯାଇଥିବା ଏହି ଅଭିଯାନ ବିଶ୍ୱ ପରିବେଶ ଦିବସ ୨୦୨୫ ଭାବ ଓ ପ୍ଳାଷ୍ଟିକ୍ ପ୍ରଦୂଷଣକୁ ଶେଷ କରିବାର ବିଷୟବସ୍ତୁ ସହିତ ଯୋଡ଼ିହୋଇରହିଛି। ବିଶ୍ୱ ପରିବେଶ ଦିବସ ୨୦୨୫ ପ୍ଲାଷ୍ଟିକ୍ ବ୍ୟବହାର ବିଷୟରେ ପୁନର୍ବିଚାର କରିବାକୁ ଆହ୍ୱାନ ଦେଉଥିବା ବେଳେ ଏହି ଅଭିଯାନ ମଧ୍ୟ ପ୍ଲାଷ୍ଟିକ୍କୁ ବର୍ଜନ, ହ୍ରାସ, ପୁନଃ ବ୍ୟବହାର, ରିସାଇକଲ୍ ଓ ପୁଣି ଥରେ ଭାବିବା ଲାଗି ଲୋକମାନଙ୍କୁ ଆହ୍ୱାନ ଦେଉଛି।
ଟାଟା ପାୱାରର ଟ୍ରମ୍ବେ କାରଖାନା, ଆବାସିକ କଲୋନି, ମୁମ୍ବାଇରେ ଟାଟା ଗ୍ରୁପ୍ ଓ ଟାଟା ପାୱାର କାର୍ଯ୍ୟାଳୟ ତରଫରୁ ସହର ବ୍ୟାପୀ ପ୍ଲାଷ୍ଟିକ୍ ସଂଗ୍ରହ ଅଭିଯାନ ସହିତ ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିଲା। କମ୍ପାନିର କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟମାନେ ଏଥିରେ ଭାଗ ନେଇଥିଲେ। ସର୍କୁଲାର ବର୍ଜ୍ୟ ପରିଚାଳନା ସାମାଜିକ ସଂସ୍ଥା ରିସର୍କଲ୍ ଓ ସଫାଇ ସାଥୀଙ୍କ ସହଯୋଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଗ୍ରହ କରାଯାଇଥିବା ବର୍ଜ୍ୟକୁ ଆର୍ପିଇଟି (ରିସାଇକଲ୍ଡ ପଲିଥିଲିନ୍ ଟେରେଫଥାଲେଟ୍)ରେ ରୂପାନ୍ତରିତ କରାଯାଇଥିଲା। ରିସାଇକ୍ଲ୍ଡ ଫ୍ୟାବ୍ରିକ୍ରୁ ସ୍ଥାୟୀ ଜିନିଷ ପ୍ରସ୍ତୁତ କରିବା ପାଇଁ ଅନୋଖା ଧାଗା ସହିତ ଜଡ଼ିତ ମହିଳାମାନଙ୍କୁ ତାଲିମ ଦିଆଯାଇଥିଲା। ସେମାନେ ୂଟି-ସାର୍ଟ, ଟୋଟା ବ୍ୟାଗ୍, ଓ ବସ୍ତା ଆଦି ପ୍ରସ୍ତୁତ କରିଥିଲେ।
ସଷ୍ଟେନେବଲ୍ ଇଜ୍ ଆଟେନେବଲ୍ ଅଭିଯାନ ଅଧୀନରେ ଟାଟା ପାୱାର ଏହି ଅଭିଯାନର ସ୍ଥାୟୀ ଜୀବନଯାପନ, ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ଓ ଜଳବାୟୁ ସଚେତନ ନବସୃଜନ ଆଡ଼କୁ ନେବାର ନେତୃତ୍ୱ ନେଉଛି। ସବୁଜ ଶକ୍ତିକୁ
ସହଜରେ ଗ୍ରହଣ କରିବାର ସମାଧାନ ପ୍ରଦାନ କରି ଟାଟା ପାୱାର ସାରା ଦେଶରେ ସ୍ଥାୟୀ ଜୀବନଯାପନ ଆଡ଼କୁ ନିରବଚ୍ଛିନ୍ନ ପରିବର୍ତନ କରୁଥିବା ବେଳେ ସବୁଜ ଶକ୍ତି ଗ୍ରହଣୀୟତାର ଲାଭକୁ ଲୋକପ୍ରିୟ କରୁଛି। ଅନୋଖା ଧାଗା ସ୍ମାର୍ଟ ସର୍କୁଲାରିଟି କାର୍ଯ୍ୟକ୍ରମ ହେଉଛି ତାହାର ଏକ ସ୍ୱାଭାବିକ ସମ୍ପ୍ରସାରଣ।
ଟାଟା ପାୱାର୍ର ବୃହତର ସିଏସ୍ଆର୍ ଫ୍ରେମ୍ୱର୍କର ଅଂଶ ଭାବେ ଅନୋଖା ଧାଗା ୯ଟି ରାଜ୍ୟର ୩୦,୦୦୦ରୁ ଅଧକ ମହିଳାଙ୍କୁ ସଶକ୍ତ କରିଛି। ଏହା ସେମାନଙ୍କୁ ତାଲିମ, ବଜାର ଲିଙ୍କେଜ୍ ଓ ଉଦ୍ୟମିତା ସୁଯୋଗ ପ୍ରଦାନ କରୁଛି। ମହାରାଷ୍ଟ୍ରର ମୁଲସିରୁ ଏକ ଛୋଟ ଲଘୁ ଉଦ୍ୟମ ଭାବେ ଆରମ୍ଭ ହୋଇଥିବା ଏହି ଅଭିଯାନ ଏକ ଜାତୀୟ ଆନ୍ଦୋଳନରେ ପରିଣତ ହୋଇଛି ମହିଳାଙ୍କ ବିଶ୍ୱାସ ବଢ଼ାଇଛି ଏବଂ ହୋମ୍ ଡେକର୍ଠାରୁ ଆରମ୍ଭ କରି ଅଫିସ୍ ଷ୍ଟେସନାରି, ପୁଷ୍ଟିଯୁକ୍ତ ମିଲେଟ୍ ଭିତିକ କୁକିଜ୍ ପର୍ଯ୍ୟନ୍ତ ପରିବେଶ ମିତବ୍ୟୟୀ ସ୍ୱଦେଶୀ ଉତ୍ପାଦ ପ୍ରସ୍ତୁତ କରିବାରେ ସେମାନଙ୍କୁ ସକ୍ଷମ କରୁଛି।
ଅନ୍ତର୍ଭୁକ୍ତୀକରଣ ଓ ଗୋଷ୍ଠୀ ଭିତିକ ଅଭିଯାନ ଜରିଆରେ ଟାଟା ପାୱାର ସ୍ଥାୟିତ୍ୱ ନବସୃଜନର ନେତୃତ୍ୱ ନେଉଛି। ବର୍ଜ୍ୟକୁ ସୁଯୋଗରେ ପରିଣତ କରି କମ୍ପାନି ପରିବେଶ ଉପରେ ତାହାର ପ୍ରଭାବ କମ୍ କରୁଥିବା ବେଳେ ସବୁଜ ଜୀବନଜୀବିକାର ବ୍ୟାପକ ଓ ଅନୁକରଣୀୟ ମଡେଲ୍ ସୃଷ୍ଟି କରୁଛି। ଏହି ଉଦ୍ୟମକୁ ସମସ୍ତ ବ୍ୟବସ୍ଥା ପର୍ଯ୍ୟନ୍ତ ସମ୍ପ୍ରସାରଣ କରି ଟାଟା ପାୱାର ଏକ ସ୍ୱଚ୍ଛ, ସବୁଜ ଓ ଅଧିକ ସମାନତାର ଭବିଷ୍ୟତ ପ୍ରତି ପ୍ରତିବଦ୍ଧତାକୁ ଦୋହରାଇଛି।
Comments are closed.