ଇଣ୍ଡସଇଣ୍ଡ ବ୍ୟାଙ୍କ ପକ୍ଷରୁ ‘ଇଣ୍ଡି’ ଆପ ଜରିଆରେ ୧୫ ନିୟୁତରୁ ଅଧିକ ରିଟେଲ ବ୍ୟାଙ୍କିଂ ଗ୍ରାହକଙ୍କୁ ଉନ୍ନତ ବ୍ୟାଙ୍କିଙ୍ଗ ଅନୁଭୂତି ପ୍ରଦାନ

Share It

ଭୁବନେଶ୍ୱର: ଇଣ୍ଡସଇଣ୍ଡ ବ୍ୟାଙ୍କ ପକ୍ଷରୁ ଏହାର ସୁପର ଆପ ‘ଇଣ୍ଡି’କୁ ସମସ୍ତ ଖୁଚୁରା ରିଟେଲ ବ୍ୟାଙ୍କିଂ ଗ୍ରାହକଙ୍କ ପାଇଁ ସମ୍ପ୍ରସାରଣ କରାଯାଇଛି। ଏହି ପ୍ଲାଟଫର୍ମକୁ ୧୫ ନିୟୁତରୁ ଅଧିକ ଗ୍ରାହକ ଆସିବେ ବୋଲି ଲକ୍ଷ୍ୟ ରହିଛି। ଭବିଷ୍ୟତ ପାଇଁ ପ୍ରସ୍ତୁତ, ସୁରକ୍ଷିତ ଓ ବ୍ୟାପକ ବ୍ୟାଙ୍କିଂ ଅନୁଭୂତି ପ୍ରଦାନ କରିବା ଲାଗି ଇଣ୍ଡି ପକ୍ଷରୁ ସଂଚୟ ଖାତା, ମିଆଦୀ ଜମା, ଋଣ, କ୍ରେଡିଟ କାର୍ଡ, ମ୍ୟୁଚୁଆଲ ଫଣ୍ଡକୁ ଗୋଟିଏ ପ୍ଲାଟଫର୍ମରେ ସମନ୍ୱିତ କରାଯାଇଛି ଯାହା ନିରବଚ୍ଛିନ୍ନ ଓ ଉନ୍ନତ ବ୍ୟାଙ୍କିଂ ଅନୁଭୂତି ପ୍ରଦାନ କରିବ।
ଇଣ୍ଡିରେ ଉନ୍ନତ ସୁରକ୍ଷା ବ୍ୟବସ୍ଥା ରହିଛି ଯାହା ଜରିଆରେ ସମ୍ପୂର୍ଣ୍ଣ ଡିଜିଟାଲ ମାଧ୍ୟମରେ ଦୈନନ୍ଦୀନ ବ୍ୟାଙ୍କିଙ୍ଗ କାରବାର ହୋଇପାରିବ। ଶାଖାବିହୀନ ଭାବେ ଏଥିରେ ଗ୍ରାହକମାନେ ସାମିଲ ହୋଇପାରିବେ। ଏହି ସେବାରେ ନମ୍ବରହୀନ ଡେବିଟ କାର୍ଡ, ଭର୍ଚୁଆଲ ଥରେ ବ୍ୟବହାର ହେଉଥିବା କାର୍ଡ ଓ ଡାଇନାମିକ ଏଟିଏମ ପିନ ପ୍ରଦାନ କରାଯାଉଛି। ୧.୪ ନିୟୁତରୁ ଅଧିକ ଖାତା ଓ ୫୦% ସକ୍ରିୟ ମାସିକ ବ୍ୟବହାରକାରୀ ହାର ସହ ଏହା ଶିଳ୍ପର ୪୦% ହାରଠାରୁ ଉପରେ ରହିଛି।
ଏ ସମ୍ପର୍କରେ ଇଣ୍ଡସଇଣ୍ଡ ବ୍ୟାଙ୍କର ମୁଖ୍ୟ (ଡିଜିଟାଲ ବ୍ୟାଙ୍କିଂ ଆଣ୍ଡ ଷ୍ଟ୍ରାଟେଜି-ଏକଜିଷ୍ଟିଂ ବିଜନେସ) ଚାରୁ ସଚଦେବା ମାଥୁର କହିଛନ୍ତି ଯେ, ‘ଆମର ସମସ୍ତ ପୁରୁଣା ରିଟେଲ ବ୍ୟାଙ୍କିଂ ଗ୍ରାହକଙ୍କ ପାଖରେ ଇଣ୍ଡିକୁ ପହଂଚାଇ ଆମେ ଆନନ୍ଦିତ ଯାହା ସେମାନଙ୍କୁ ବାସ୍ତବ ହାଇପର-ପର୍ସନାଲାଇଜଡ ଓ ସୁରକ୍ଷିତ ବ୍ୟାଙ୍କିଂ ଅନୁଭୂତି ପ୍ରଦାନ କରିବ। ଶିଳ୍ପର ପ୍ରଥମ ଧରଣର ସୁବିଧା ସୁଯୋଗ ଯଥା ନମ୍ବରବିହୀନ ଡେବିଟ କାର୍ଡ ଓ ଭର୍ଚୁଆଲ ଥରେ ମାତ୍ର ବ୍ୟବହାର ହେଉଥିବା କାର୍ଡ ସୁରକ୍ଷାରେ ଉନ୍ନତି ଆଣିଥିବା ବେଳେ ଅତୁଳନୀୟ ସୁବିଧା ପ୍ରଦାନ କରୁଛି। ଇଣ୍ଡି ଜରିଆରେ ଆମେ ଭବିଷ୍ୟତ ଲାଗି ପ୍ରସ୍ତୁତ ଡିଜିଟାଲ ବ୍ୟାଙ୍କିଂ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛୁ ଯାହା ଆମ ଗ୍ରାହକମାନଙ୍କ ଉଦୀୟମାନ ଆବଶ୍ୟକତା ପୂରଣ କରିବ, ଯାହା ଫଳରେ ସେମାନଙ୍କ ହାତ ପାଆନ୍ତାରେ ବ୍ୟାପକ ସେବା ପହଂଚିପାରିବ।’’
କୋର ବ୍ୟାଙ୍କିଂ ଦକ୍ଷତା ବାହାରେ ଇଣ୍ଡିଆ ଗ୍ରାହକମାନଙ୍କୁ ନିର୍ଦ୍ଦିଷ୍ଟ ବ୍ରାଣ୍ଡ ଓ ଇନ୍ଧନ ଖର୍ଚ୍ଚରେ ୩ ପ୍ରତିଶତ ପର୍ଯ୍ୟନ୍ତ ରିୱାର୍ଡ, ଡେବିଟ କାର୍ଡ କାରବାରରେ ଶୂନ ଫୋରେକ୍ସ ମାର୍କଅପ ଓ ମାଗଣା ଲାଉଞ୍ଜରେ ପ୍ରବେଶ ସୁବିଧା ପ୍ରଦାନ କରୁଛି। ଗ୍ରାହକମାନେ ସ୍ମାର୍ଟ ଜମା ବିକଳ୍ପ, ସୁଧ ସହ ଲିଙ୍କ ସଂଚୟ, ଅଟୋ ସ୍ୱିପ ସୁବିଧା ଓ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନମନୀୟ କ୍ରେଡିଟ ଲାଇନର ମଧ୍ୟ ଲାଭ ଉଠାଇପାରିବେ।
ଗୁଗୁଲ ପ୍ଲେ ଷ୍ଟୋରରେ ୪.୬ ରେଟିଂ ଓ ଆପଲ ଆପ ଷ୍ଟୋରରେ ୪.୭ ରେଟିଂ ଏହି ପ୍ଲାଟଫର୍ମର ବର୍ଦ୍ଧିତ ଲୋକପ୍ରିୟତାକୁ ଦର୍ଶାଉଛି। ଆଇଓଏସରେ ଏହା ଶ୍ରେଷ୍ଠ ତିନି ଆର୍ôଥକ ଆପ ମଧ୍ୟରେ ରହିଛି। ଆଣ୍ଡ୍ରଏଡରେ ୧୭ ନିୟୁତରୁ ଅଧିକ ଡାଉନଲୋଡ ଓ ଆଇଓଏସରେ ୬.୭ ଲକ୍ଷ ଡାଉନଲୋଡ ସହ ପରବର୍ତୀ ପିଢ଼ିର ଡିଜିଟାଲ ବ୍ୟାଙ୍କିଙ୍ଗ ସମାଧାନ ପ୍ରଦାନ କରିବାରେ ଇଣ୍ଡସଇଣ୍ଡ ବ୍ୟାଙ୍କର ନେତୃତ୍ୱକୁ ଇଣ୍ଡି ସୁଦୃଢ଼ କରୁଛି।


Share It

Comments are closed.