ଟର୍ମ ଇନସ୍ୟୁରାନ୍ସ (ମିଆଦୀ ବୀମା)କୁ ବୁଝିବା: ସଠିକ ସମୟ କାହିଁକି ମିଆଦଠାରୁ ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ବର: ମିଆଦୀ ବୀମାକୁ ଦୀର୍ଘଦିନ ଧରି ଆର୍ôଥକ ସୁରକ୍ଷାର ମୂଳଦୁଆ ବୋଲି ବିବେଚନା କରାଯାଉଛି। ଏହା ସଂଚୟ କିମ୍ବା ନିବେଶର କୌଣସି ଅତିରିକ୍ତ ସୁବିଧା ନଦେଇ କେବଳ ଶୁଦ୍ଧ ବୀମା ସୁରକ୍ଷା ପ୍ରଦାନ କରୁଛି। ପାରମ୍ପରିକ ଜୀବନ ବୀମା ଯୋଜନାଗୁଡ଼ିକରେ ସୁରକ୍ଷା ସହିତ ସମ୍ପତି ସୃଷ୍ଟିର ମିଶ୍ରଣ ରହିଛି। କିନ୍ତୁ ମିଆଦୀ ଜମା ଏକ ସରଳ ପଦ୍ଧତି। ଯଦି ପଲିସିଧାରକ ପଲିସି ଅବଧିରେ ମୃତ୍ୟୁବରଣ କରନ୍ତି, ତାଙ୍କ ପରିବାରକୁ ଏକକାଳୀନ ବୀମା ରାଶି ପ୍ରଦାନ କରାଯିବ। ଏହା ଭିନ୍ନ ଆଉ କିଛି ନୁହେଁ। ଏଥିରେ କୌଣସି ବୋନସ୍ ନାହିଁ, କୌଣସି ଫେରସ୍ତ ନାହିଁ, କେବଳ ସାଲିସବିହୀନ ବୀମା ସୁରକ୍ଷା।
କିନ୍ତୁ ଆର୍ôଥକ ସଚେତନତା ବୃଦ୍ଧି ସହିତ ଏକ ଗଭୀର ପ୍ରଶ୍ନ ସୃଷ୍ଟି ହୋଇଛି: ମିଆଦୀ ଜମା ପ୍ରକୃତରେ କେବେ ଆବଶ୍ୟକ ଏବଂ କେତେ ଦିନ ପର୍ଯ୍ୟନ୍ତ ଏହାକୁ ରଖିବା ଉଚିତ୍?
ମିଆଦୀ ବୀମାର ଭୂମିକା: ଆୟର ସ୍ଥାନ ନେବା, ଆଜୀବନ ସୁରକ୍ଷା ନୁହେଁ
ଫାଇନାନ୍ସିଆଲ ପ୍ଲାନରମାନେ ଗୋଟିଏ କଥାରେ ଏକମତ। ତାହା ହେଉଛି ମିଆଦୀ ଜମା ଆଜୀବନ ପାଇଁ ନୁହେଁ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଏକ ବ୍ୟକ୍ତିର ସକ୍ରିୟ ଆୟ ଅର୍ଜନ ବର୍ଷଗୁଡ଼ିକରେ ଆୟର ସ୍ଥାନ ପୂରଣ କରିବା। ଯଦି ଏକ ପରିବାର ଆପଣଙ୍କ ଆୟ ଉପରେ ନିର୍ଭରଶୀଳ, ତେବେ ମିଆଦୀ ଜମା ନିଶ୍ଚିତ କରେ ଯେ ଆପଣଙ୍କ ଅନୁପସ୍ଥିତିରେ ସେମାନେ ଆର୍ôଥକ ଭାବରେ ଅସୁରକ୍ଷିତ ହେବେନାହିଁ। ଏହା ଗୃହ ଋଣ, ଇଏମଆଇ, ଶିକ୍ଷା ଖର୍ଚ୍ଚ ଏବଂ ଦୈନନ୍ଦିନ ଜୀବନଯାପନ ଖର୍ଚ୍ଚ ସବୁକୁ ସୁରକ୍ଷା ପ୍ରଦାନ କରିବାରେ ସାହାଯ୍ୟ କରିବ।
ଅଧିକାଂଶ ବ୍ୟକ୍ତିଙ୍କ ପାଇଁ ଏହି ଆବଶ୍ୟକତା ୨୫ ବର୍ଷରୁ ୬୦-୭୦ ବର୍ଷ ବୟସ ମଧ୍ୟରେ ସର୍ବାଧିକ ହୋଇଥାଏ। ସେହି ସମୟରେ ଦାୟିତ୍ୱଗୁଡ଼ିକ ଅଧିକ ଥାଏ ଏବଂ ଆୟ ଅର୍ଜନ ସର୍ବାଧିକ ଥାଏ। ଏହି ସମୟସୀମାରେ ମିଆଦୀ ବୀମା ଏକ ଆର୍ôଥକ ସୁରକ୍ଷା ଜାଲ ଭାବରେ କାମ କର ଯାହା ଏକ ପରିବାରର ଜୀବନଶୈଳୀ, ଲକ୍ଷ୍ୟ ଏବଂ ମାନସିକ ଶାନ୍ତିକୁ ବଜାୟ ରଖିବାରେ ସାହାଯ୍ୟ କରିପାରିବ।
ଯେତେବେଳେ ବୀମା ସୁରକ୍ଷା ଗୁରୁତ୍ୱ କମିଥାଏ
ଆପଣ ଯେତେବେଳେ ଅବସର ପର୍ଯ୍ୟାୟକୁ ଆସନ୍ତି, ସାଧାରଣତଃ ୬୦କିମ୍ବା ୭୦ ବର୍ଷ ବୟସ ପରେ ମିଆଦୀ ଜମାର ଆବଶ୍ୟକତା କମିଯାଏ। କାହିଁକି ନା:
– ଗୃହ ଋଣ ଏବଂ ଅନ୍ୟାନ୍ୟ ଋଣ ସମ୍ଭବତଃ ପରିଶୋଧ ହୋଇସାରିଥାଏ
– ସନ୍ତାନମାନେ ଆର୍ôଥକ ଭାବରେ ସ୍ୱାଧୀନ ହୋଇସାରିଥାନ୍ତି
– ଏକ ଅବସର ପାଣ୍ଠି ପୂର୍ବରୁ ପ୍ରସ୍ତୁତ ହୋଇସାରିଥାଏ
– ଦୈନନ୍ଦିନ ଖର୍ଚ୍ଚ ଭଲ ଭାବରେ ଯୋଜନାବଦ୍ଧ ଏବଂ ସ୍ଥିର ହୋଇଥାଏ
ଏଭଳି ପରିସ୍ଥିତିରେ ମିଆଦୀ ବୀମା ପାଇଁ ଉଚ୍ଚ ପ୍ରିମିୟମ ପ୍ରଦାନ ଜାରି ରଖିବାର ଆବଶ୍ୟକତା ବଦଳରେ ଅବସରକାଳୀନ ଆୟ, ସ୍ୱାସ୍ଥ୍ୟ ସେବା ଏବଂ ସମ୍ପତି ସଂରକ୍ଷଣ ଉପରେ ଧ୍ୟାନ ଦେବା ଅଧିକ ଯୁକ୍ତିଯୁକ୍ତ ହୋଇଥାଏ ।
ଗୋଟିଏ ନିୟମ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ
ତଥାପି, ଏଠାରେ କୌଣସି ସାର୍ବଜନୀନ ନିୟମ ନାହିଁ। ଜଣେ ସ୍ୱାବଲମ୍ବୀ ବୃତିଧାରୀ ୬୦ ବର୍ଷ ପରେ ମଧ୍ୟ ଭଲ ଆୟ କରିପାରନ୍ତି। କେହି କେହି ବୃଦ୍ଧାବସ୍ଥାରେ ମଧ୍ୟ ଦାୟିତ୍ୱ ରଖିପାରନ୍ତି—ଯେପରିକି ନିର୍ଭରଶୀଳ ପିତାମାତା କିମ୍ବା ବୟସ୍କ ହେବା ପରେ ଜନ୍ମିଥିବା ଛୋଟ ସନ୍ତାନକୁ ପାଳିଥାନ୍ତି। ସେମାନଙ୍କ ପାଇଁ ପାରମ୍ପରିକ ଅବସର ବୟସ ପରେ ମଧ୍ୟ ମିଆଦୀ ଜମା ସୁରକ୍ଷା ବୃଦ୍ଧି କରିବା ଯୁକ୍ତିସଙ୍ଗତ ହୋଇପାରେ।
ଗୁରୁତ୍ୱପୂର୍ଣ୍ଣ ହେଉଛି ବ୍ୟକ୍ତିଗତକରଣ: ପଲିସିର ଅବଧିକୁ ଆପଣଙ୍କ ଆର୍ôଥକ ନିର୍ଭରଶୀଳ ବ୍ୟକ୍ତି ଏବଂ ଦାୟିତ୍ୱ ସହିତ ଖାପ ଖୁଆଇବାକୁ ହେବ। ଏହା କୌଣସି ସାଧାରଣ ନିୟମ ନୁହେଁ।
ସୁଚିନ୍ତିତ ଆର୍ôଥକ ଯୋଜନା ଆଡ଼କୁ ଏକ ପରିବର୍ତନ
ବୀମା ଉଦ୍ୟୋଗ ଏହି ଚିନ୍ତାଧାରାର ପରିବର୍ତନକୁ ପ୍ରତିଫଳିତ କରିବା ଆରମ୍ଭ କରିଛି। ଆଜିର ଗ୍ରାହକ ଅଧିକ ସଚେତନ, ଡିଜିଟାଲ୍ ବୁଦ୍ଧିମାନ ଏବଂ ଯେଉଁ ବ୍ରାଣ୍ଡ ଉପରେ ବିଶ୍ୱାସ ରଖନ୍ତି, ସେହି ବ୍ରାଣ୍ଡର ଦାବି ଅନୁଭୂତିକୁ ମଧ୍ୟ ବିଚାର କରନ୍ତି।
ଟାଟା ଏଆଇଏ ଲାଇଫ୍ ଇନସ୍ୟୁରାନ୍ସର ଚିଫ୍ ବ୍ୟାଙ୍କାସୁରାନ୍ସ ଅଫିସର କମଳ ଭରଦ୍ୱାଜ କହିଛନ୍ତି ଯେ, “ଟାଟା ଏଆଇଏରେ ଆମେ ମିଆଦୀ ବୀମା ବିଷୟରେ ଗ୍ରାହକଙ୍କ ଧାରଣାରେ ଏକ ପରିବର୍ତନ ଦେଖୁଛୁ। ଗ୍ରାହକମାନେ ନିଜ ସକ୍ରିୟ ଆୟ ଅର୍ଜନ ବର୍ଷଗୁଡ଼ିକ ସହିତ ପଲିସି ଅବଧିକୁ ଖାପ ଖୁଆଇବା ଆରମ୍ଭ କରିଛନ୍ତି। ସେମାନେ ବୁଝିଛନ୍ତି ଯେ ମିଆଦୀ ବୀମାର ମୂଳ ଉଦ୍ଦେଶ୍ୟ ହେଉଛି ଆୟର ସୁରକ୍ଷା, ଆଜୀବନ ସୁରକ୍ଷା କିମ୍ବା ସମ୍ପତି ସୃଷ୍ଟି ନୁହେଁ। ଗତ କିଛି ମାସରେ ଆମେ ୭୦ ବର୍ଷ ବା ତାହା ଠାରୁ କମ୍ ବୟସ ପର୍ଯ୍ୟନ୍ତ ସୁରକ୍ଷା ଦେଉଥିବା ଟର୍ମ ପ୍ଲାନ୍ ବାଛୁଥିବା ନୂଆ ଗ୍ରାହକଙ୍କ ସଂଖ୍ୟାରେ ୧୦% ବୃଦ୍ଧି ଦେଖିଛୁ। ଏହି ପ୍ରବୃତି ଏକ ବର୍ଦ୍ଧିତ ସଚେତନତା ଏବଂ ଜୀବନର ବିଭିନ୍ନ ପର୍ଯ୍ୟାୟ ଅନୁଯାୟୀ ସୁଚିନ୍ତିତ ଆର୍ôଥକ ଯୋଜନା ପ୍ରତି ପସନ୍ଦକୁ ପ୍ରତିଫଳିତ କରୁଛି।”
ସେ ଏହା ମଧ୍ୟ କହିଛନ୍ତି ଯେ, “ବୀମା ସୁରକ୍ଷା ପ୍ରଦାନକାରୀ ଭାବେ ଆମେ ଏହି ପରିବର୍ତନକୁ ନେତୃତ୍ୱ ଦେବା ଉଚିତ୍। କେବଳ ଉତ୍ପାଦ ପ୍ରଦାନ କରି ନୁହେଁ, ବରଂ ଆମ ଗ୍ରାହକଙ୍କୁ ବୁଝାଇବାକୁ ହେବ ଯେ ବୀମା ସୁରକ୍ଷା କେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ କେଉଁ ସମୟରେ ଏକ ସୁଚିନ୍ତିତ ଅବସର ପାଇଁ ଆୟ ଏବଂ ସ୍ୱାସ୍ଥ୍ୟ-କେନ୍ଦ୍ରିତ ସମାଧାନ ଆଡ଼କୁ ମୁହାଁଇବା ଉଚିତ୍। ସେହିପରି ଗ୍ରାହକଙ୍କୁ ଏକ ସରଳ ଉତ୍ପାଦ ଦରକାର ଯାହା ସେମାନଙ୍କ ଆବଶ୍ୟକତାକୁ ପୂରଣ କରିବ, ଉତମ ଅନବୋର୍ଡିଂ ଅନୁଭୂତି ପ୍ରଦାନ କରିବ ଏବଂ ଆବଶ୍ୟକ ସମୟରେ ନିର୍ଭରଯୋଗ୍ୟ ସେବା ଯୋଗାଇବ।”
ଶେଷ କଥା
ମିଆଦୀ ବୀମା ଆପଣଙ୍କ ସମ୍ପୂର୍ଣ୍ଣ ଜୀବନକୁ ସୁରକ୍ଷିତ କରିବା ପାଇଁ ନୁହେଁ। ଯେକୌଣସି ଆର୍ôଥକ ସାଧନ ପରି ଏହାର ମୂଲ୍ୟ ଅନ୍ତନିହିତ ରହିଛି। ଏହାକୁ କେତେ ଚିନ୍ତାପୂର୍ବକ ବ୍ୟବହାର କରାଯାଉଛି ଉପରେ ତାହା ନିର୍ଭର କରୁଛି।
Comments are closed.