ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଗୁଜରାଟ କାରଖାନାରେ ତୃତୀୟ ଆସେମ୍ବଲି ଲାଇନ୍ ଉଦଘାଟିତ


ଭୁବନେଶ୍ୱର: ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନକୁ ସୁଦୃଢ଼ କରିବାର ଅଂଶସ୍ୱରପ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଗୁଜରାଟର ବିଠଲପୁରଠାରେ ଥିବା ଏହାର ଚତୁର୍ଥ ଦୁଇଚକିଆ କାରଖାନାରେ ତୃତୀୟ ଆସେମ୍ବଲି ଲାଇନ୍‌କୁ ଉଦ୍‌ଘାଟନ କରାଯାଇଛି ଯାହା ଫଳରେ ଏହାର କ୍ଷମତା ୬.୫ ଲକ୍ଷ ୟୁନିଟ୍ ବୃଦ୍ଧି ପାଇଛି ।
ଏହି ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କଟର ଇଣ୍ଡିଆର ସଭାପତି, ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ସୁସୁମୁ ଓଟାନି କହିଛନ୍ତି ଯେ, “ଗୁଜରାଟର ବିଠଲପୁରଠାରେ ଥିବା କାରଖାନାରେ ନୂଆ ତୃତୀୟ ଆସେମ୍ବଲି ଲାଇନ୍‌ରକୁ ଉଦ୍‌ଘାଟନ କରିବା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସାବ୍ୟସ୍ତ ହୋଇଛି । ଗ୍ରାହକମାନଙ୍କୁ ଶୀଘ୍ର ସେବା ଯୋଗାଇ ଦେବା ଲାଗି ଏହି କ୍ଷମତା ସମ୍ପ୍ରସାରଣ କରାଯାଇଛି ଯାହା ଏଚ୍‌ଏମ୍‌ଏସ୍‌ଆଇର ମୋଟ ବାର୍ଷିକ ଉତ୍ପାଦନ କ୍ଷମତାରେ ଉଲ୍ଲେଖନୀୟ ବୃଦ୍ଧି ଆଣିବ । ଏଚ୍‌ଏମ୍‌ଏସ୍‌ଆଇର ଗୁଜରାଟ କାରଖାନା ଦେଶ ଓ ରପ୍ତାନି ବଜାର ଲାଗି ସ୍କୁଟର ଉତ୍ପାଦନ କରୁଛି ଯାହା ଆମକୁ କେବଳ ଭାରତ ନୁହେଁ ସାରା ବିଶ୍ୱରେ ସ୍କୁଟରୀକରଣ ଧାରାରେ ଅଗ୍ରଣୀ ଭୂମିକା ବଜାୟ ରଖିବାରେ ସହାୟକ ହୋଇଛି ।’’
ବିଠଲପୁର କାରଖାନା ହେଉଛି ହୋଣ୍ଡାର ବିଶ୍ୱରେ ସର୍ବବୃହତ କାରଖାନା ଯେଉଁଠାରେ କେବଳ ସ୍କୁଟର ତିଆରି ହେଉଛି । ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ ଲକ୍ଷ୍ୟ’ ଅନୁସାରେ ସ୍ଥାନୀୟ ଉତ୍ପାଦନ ପ୍ରତି କଂପାନିର ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି । ଗୁଜରାଟ କାରଖାନାରେ ତୃତୀୟ ଆସେମ୍ବଲି ଲାଇନ୍ ଯୋଡ଼ିବା ଦ୍ୱାରା କ୍ଷମତାରେ ୬.୫ ଲକ୍ଷ ୟୁନିଟ୍ ଯୋଗ କରାଯାଇପାରିଛି ।
ବିଠଲପୁର କାରଖାନାରେ ହୋଣ୍ଡାର ଆକ୍ଟିଭା, ଡିଓ, ଆକ୍ଟିଭା ୧୨୫ ଓ ଡିଓ ୧୨୫ ସ୍କୁଟର ନିର୍ମାଣ କରାଯାଉଛି । ଏହି କାରଖାନାରେ ଏକ ଉତ୍ସର୍ଗୀକୃତ ଇଂଜିନ ଲାଇନ୍ ରହିଛି ଯେଉଁଠାରେ ୨୫୦ ସିସିରୁ ଅଧିକ କ୍ଷମତା ଇଂଜିନ ବିଶ୍ୱ ବଜାର ଲାଗି ପ୍ରସ୍ତୁତ କରାଯାଉଛି । ସାରା ବିଶ୍ୱରେ ହୋଣ୍ଡା ପାଇଁ ଭାରତ ହେଉଛି ଅନ୍ୟତମ ବୃହତ ଉତ୍ପାଦନ ସ୍ଥଳ ।
ବିଠଲପୁରରେ କାରଖାନା ସହିତ ଯୋଗାଣ ଶୃଙ୍ଖଳ ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । କଂପାନି ଏହାର ଶ୍ରମଶକ୍ତିରେ ମହିଳାମାନଙ୍କ ଯୋଗଦାନ ବଢ଼ାଇବା ଉପରେ ବିଚାର କରୁଛି । ମହିଳା କର୍ମଚାରୀମାନଙ୍କ ଲାଗି କଂପାନି ବିଭିନ୍ନ ସୁବିଧାସୁଯୋଗର ବ୍ୟବସ୍ଥା କରିଛି । କଂପାନି କାରଖାନା ପାରିପାଶ୍ୱିର୍କ ଅଂଚଳର ବିକାଶ ଲାଗି ସିଏସ୍‌ଆର୍ କ୍ଷେତ୍ରରେ ଖର୍ଚ୍ଚ କରୁଛି । ୨୦୩୦ ସୁଦ୍ଧା ଗୁଜରାଟ କାରଖାନାକୁ କାର୍ବନ ନ୍ୟୁଟ୍ରାଲ୍ କରିବାକୁ କଂପାନି ଯୋଜନା ରଖିଛି ।


Share It

Comments are closed.