ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ପ୍ରକଳ୍ପ ନମନକୁ ସହାୟତା ପାଇଁ ଭାରତୀୟ ସେନା ଓ ଜନ ସେବା କେନ୍ଦ୍ର ଇ-ଗଭର୍ଣ୍ଣାସ୍ ସହ ସହଯୋଗିତା
ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ସେନା ଭେଟେରାନ୍ ଓ ସେମାନଙ୍କ ପରିବାରକୁ ସହାୟତା ପ୍ରଦାନ କରିବା ଲାଗି ଉତ୍ସର୍ଗୀକୃତ ଅଭିଯାନ ପ୍ରକଳ୍ପ ନମନକୁ ସହାୟତା ପ୍ରଦାନ କରିବା ପାଇଁ ଭାରତୀୟ ସେନା ଓ ସିଏସ୍ସି ଇ-ଗଭର୍ଣ୍ଣାସ୍ ସହିତ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି। ଏହି ବୁଝାମଣାପତ୍ରରେ ଲେଫଟନାଂଟ୍ ଜେନେରାଲ୍ ରଣଜିତ ସିଂହ, ଡିଜି ଡିସି ଓ ଡବ୍ୁ୍ୟ, ବ୍ରିଗେଡିୟର ମନଦୀପ ସିଂହ, ଏସଏମ, ବ୍ରିଗେଡିଅର ଡିଆଇଏଭି, ଆକ୍ସିସ୍ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ଉପସଭାପତି-ଭାରତ ବ୍ୟାଙ୍କିଙ୍ଗ ମୋହିତ ଜୈନ ଓ ସିଏସ୍ସି ଇ-ଗଭର୍ଣ୍ଣାସ୍ ସର୍ଭିସେସ୍ ଇଣ୍ଡିଆ ଲିମିଟେଡ୍ର ଉପ ସଭାପତି ହରିଷ ଓବରଏ ସ୍ୱାକ୍ଷର କରିଥିଲେ। ସେନା ଭେଟେରାନ୍, ଯୁଦ୍ଧରେ ସ୍ୱାମୀଙ୍କୁ ହରାଇଥିବା ବିଧବା ଓ ଏନ୍ଓକେମାନଙ୍କୁ କଲ୍ୟାଣ ଓ ପେନ୍ସନ୍ ସମ୍ପର୍କିତ ସୁବିଧା ପ୍ରଦାନ କରିବା ଲାଗି ବ୍ୟାଙ୍କ ଫାସିଲିସେନ୍ ସେଂଟର୍ ସ୍ଥାପନ କରିବ।
୨୦୨୩ରେ ଆରମ୍ଭ ହୋଇଥିବା ପ୍ରକଳ୍ପ ନମନ ପ୍ରତିରକ୍ଷା ମନ୍ତ୍ରଣାଳୟର ଡିଜିଟାଲ୍ ପେନ୍ସନ୍ ବ୍ୟବସ୍ଥା ଲାଗୁ କରିବା ଉପରେ ଗୁରୁତ୍ୱାରୋପ କରୁଛି। ଏହି ସହଯୋଗିତାରେ ସିଏସ୍ସି-ଇ ଗଭର୍ଣ୍ଣାସ୍ ପକ୍ଷରୁ ମହାରଷ୍ଟ୍ର, ଗୁଜରାଟ, ତାମିଲନାଡୁ, ପଂଜାବ, ଉତରପ୍ରଦେଶ, ଜେଆଣ୍ଡ୍କେ, ପଶ୍ଚିମବଙ୍ଗ, ଅରୁଣାଚଳପ୍ରଦେଶ, ଆସାମ, ନାଗାଲ୍ୟାଣ୍ଡ, ରାଜସ୍ଥାନ ଆଦି ୧୩ଟି ରାଜ୍ୟରେ ୨୫ ଡିଆଇଏଭି କେନ୍ଦ୍ର ସ୍ଥାପନ କରିବ। ଏହି କେନ୍ଦ୍ରଗୁଡ଼ିକ ବିଭିନ୍ନ ପ୍ରକାର ପ୍ରଶ୍ନ ଗ୍ରହଣ କରିବା ସହିତ ବ୍ୟାପକ ସୁବିଧା ଦେବ।
ଆକ୍ସିସ୍ ବ୍ୟାଙ୍କର କାର୍ଯ୍ୟକାରୀ ନିର୍ଦେଶକ ମୁନିଷ ଶାରଦା କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କରେ ଆମେ ଭାରତୀୟ ସେନା ଓ ସିଏସ୍ସି ଇ-ଗଭର୍ଣ୍ଣାସ ସହିତ ନମନ ପ୍ରକଳ୍ପକୁ ସମର୍ଥନ କରିବା ପାଇଁ ବେଶ୍ ଗର୍ବିତ। ଏହି ସମୟରେ ସହଯୋଗ ଆମର ରାଷ୍ଟ୍ର ନିର୍ମାଣ ପ୍ରତି ନିରନ୍ତର ପ୍ରତିବଦ୍ଧତା ଏବଂ ଦେଶର ପାଇଁ ନିଷ୍ଟାପର ସେବା ପ୍ରଦାନକାରୀମାନଙ୍କୁ ଆମର ହୃଦୟରୁ କୃତଜ୍ଞତା ଜଣାଉଛୁ। ଆମେ ବିଶ୍ୱାସ କରୁଛୁ ଯେ ଏହି ସହଯୋଗ ସେନାର ପୂର୍ବ ଭେଟେରାନ ଓ ସେମାନଙ୍କର ପରିବାର ପାଇଁ ଏକ ଅଧିକ ସାମାଜିକ ଓ ସମର୍ଥକ ପରିବେଶ ସୃଷ୍ଟି କରିବାରେ ସାହାଯ୍ୟ କରିବ।”
ବ୍ରିଗ୍ ଡିଆଇଏଭିର ଏସ୍ଏମ୍ ବ୍ରିଗେଡିୟର୍ ମନଦୀପ ସିଂହ କହିଛନ୍ତି ଯେ, “ଆମ ଭେଟେରାନ୍ ଓ ସେମାନଙ୍କ ପରିବାର ପାଇଁ କଲ୍ୟାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆକ୍ସିସ୍ ବ୍ୟାଙ୍କ ଓ ସିଏସ୍ସି ଇ-ଗଭର୍ଣ୍ଣାସ୍ ସହଯୋଗରେ ଆମେ ଦେଶର ସେବା କରୁଥିବା ଲୋକମାନଙ୍କୁ ସମ୍ମାନଜନ ଓ ନିରବଚ୍ଛିନ୍ନ ସେବା ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛୁ।”
ସିଏସ୍ସି ଇ-ଗଭର୍ଣ୍ଣାସ୍ ସର୍ଭିସେସ୍ ଇଣ୍ଡିଆ ଲିମିଟେଡ୍ର ଏମ୍ଡି ଓ ସିଇଓ ଶ୍ରୀ ସଞ୍ଜୟ ରାକେଶ କହିଛନ୍ତି ଯେ, “ପ୍ରକଳ୍ପ ନମନକୁ ସମର୍ଥନ କରିବା ପାଇଁ ସିଏସ୍ସିରେ ଆମେ ଗର୍ବିତ ଯାହା ହେଉଛି ସେନା ଭେଟେରାନ୍ ଓ ସେମାନଙ୍କ ପରିବାରକୁ ଡିଜିଟାଲ୍ ଅନ୍ତର୍ଭୁକ୍ତୀକରଣ ଜରିଆରେ ସଶକ୍ତ କରିବା ପାଇଁ ଆମ ମିଳିତ ଲକ୍ଷ୍ୟର ପ୍ରତିଫଳନ। ଡିଆଇଏଭି ସ୍ଥାନଗୁଡ଼ିକରେ ଫାସିଲିଟେସନ୍ ସେଂଟର୍ ସ୍ଥାପନ କରି ପେନ୍ସନ୍ ଓ କଲ୍ୟାଣମୂଳକ ସେବା ଦେଶର ଦୁର୍ଗମ ଅଂଚଳରେ ପହଂଚିବାକୁ ସୁନିଶ୍ଚିତ କରିବାକୁ ଆମେ ଲକ୍ଷ୍ୟ ରଖିଛୁ।”
Comments are closed.