ଟିଭିଏସ୍ ଆପାଚି: ୬ ନିୟୁତ ଦୃଢ଼ ଓ ୨୦ ବର୍ଷର ରେସିଂ ପରମ୍ପରା
ଭୁବନେଶ୍ୱର: ଦୁଇଚକିଆ ଓ ତିନିଚକିଆ ଯାନ ନିର୍ମାଣ କରୁଥିବା ଅଗ୍ରଣୀ ବିଶ୍ୱସ୍ତରୀୟ ଅଟୋମୋବାଇଲ୍ କମ୍ପାନି ଟିଭିଏସ୍ ମୋଟର କମ୍ପାନି ପକ୍ଷରୁ ଏହାର ପ୍ରିିମିୟମ୍ ମୋଟରସାଇକଲ୍ ବ୍ରାଣ୍ଡ୍ ଟିଭିଏସ୍ ଆପାଚିର ଦୁଇଟି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟକୁ ପାଳନ କରାଯାଉଛି। ଏହା ବ୍ରାଣ୍ଡ୍ର ୨୦ ବର୍ଷ ପୂର୍ତୀ ଏବଂ ବିଶ୍ୱବ୍ୟାପୀ ଏହା ହାଲ କରିଥିବା ୬ ନିୟୁତରୁ ଅଧିକ ଗ୍ରାହକଙ୍କ ବିଶ୍ୱାସକୁ ପାଳନ କରୁଛି। ଅତ୍ୟାଧୁନିକ ରେସିଂ ପ୍ରଯୁକ୍ତିରେ ପ୍ରସ୍ତୁତ ଟିଭିଏସ୍ ଆପାଚି ୬-ରୁ ଅଧିକ ଦେଶରେ ସବୁଠୁ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ଅନ୍ୟତମ ସ୍ପୋର୍ଟସ୍ ମୋଟରସାଇକଲ୍ ବ୍ରାଣ୍ଡ୍। ଯୁବପିଢ଼ି ଓ ମୋଟରସାଇକଲ୍ ପ୍ରେମୀଙ୍କୁ ଏହା ଉଭୟ ସଡ଼କ ଓ ଟ୍ରାକ୍ରେ ଶକ୍ତି ଓ ପ୍ରଦର୍ଶନ ପ୍ରଦାନ କରୁଛି।
ଟିଭିଏସ୍ ମୋଟର କମ୍ପାନିର ପରିଚାଳନା ନିର୍ଦ୍ଦେଶକ ପରିଚାଳନା ସୁଦର୍ଶନ ବେଣୁ କହିଛନ୍ତି ଯେ, “ଗତ ୨୦ ବର୍ଷ ମଧ୍ୟରେ ଟିଭିଏସ୍ ଆପାଚିର ୬ ନିୟୁତରୁ ଅଧିକ ଉତ୍ସାହୀ ରାଇଡରଙ୍କ ଅତୁଟ ବିଶ୍ୱାସ ଓ ଉତ୍ସାହ ପାଇଁ ଆମେ ଅତ୍ୟନ୍ତ କୃତଜ୍ଞ। ପ୍ରଦର୍ଶନ ଏବଂ ଉତ୍ସାହ ପ୍ରତି ସେମାନଙ୍କ ଭଲ ପାଇବା ଟିଭିଏସ୍ ଆପାଚିକୁ ବିଶ୍ୱସ୍ତରରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସ୍ପୋର୍ଟସ ମୋଟରସାଇକେଲ ବ୍ରାଣ୍ଡରେ ପରିଣତ କରିଛି। ଏହି ମାଇଲଖୁଂଟ ଆମର ଇଞ୍ଜିନିୟର, ଡିଜାଇନର, କାରଖାନା ଦଳ, ଡିଲର, ଯୋଗାଣକାରୀ ଏବଂ ଅଂଶୀଦାରଙ୍କ ଭଳି ଟିଭିଏସ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଅଟେ ଯେଉଁମାନେ ପ୍ରତିଦିନ ନବସୃଜନ ସୀମାକୁ ଆଗକୁ ବଢ଼ାଉଛନ୍ତି। ଟିଭିଏସ୍ ଆପାଚିର ସ୍ଥାୟୀ ସଫଳତା ଅତ୍ୟାଧୁନିକ ରେସିଂ ପ୍ରଯୁକ୍ତି, ଉତ୍କୃଷ୍ଟ ଇଞ୍ଜିନିୟରିଂ ଏବଂ ଅତୁଳନୀୟ ପ୍ରଦର୍ଶନରୁ ଉତ୍ପନ୍ନ ହୋଇଛି। ମୋଟରସାଇକେଲ ଚାଳନାର ରୋମାଂଚକୁ ଭଲ ପାଉଥିବା ନୂଆ ପିଢ଼ିର ଯୁବ ରାଇଡରଙ୍କୁ ସଶକ୍ତ କରିବା ପାଇଁ ଏହା ଆମର ନିରନ୍ତର ପ୍ରତିବଦ୍ଧତାର ପ୍ରମାଣ।”
ଟିଭିଏସ୍ ରେସିଂର ୪୩ ବର୍ଷର ଐତିହ୍ୟ ଓ ଟ୍ରାକ୍ରୁ ଅନୁପ୍ରାଣିତ ଟିଭିଏସ୍ ଆପାଚିରେ ଉଚ୍ଚ ପ୍ରଦର୍ଶନ ମୋଟରସାଇକଲ୍, କ୍ଷୀପ୍ରତା, ନବସୃଜନର ଗୁଣ ରହିଛି। ଟିଭିଏସ୍ ଆପାଚିର ଲୋକପ୍ରିୟତା ବାଲାଂଦେଶ, ନେପାଳ, କଲମ୍ବିଆ, ଗୁଏଟମାଲା, ମେକ୍ସିକୋ, ହଣ୍ଡୁରାସ, ଜିନିଆରେ ରହିଛି। ୨୦୦୫ରେ ଟିଭିଏସ୍ ଆପାଚିର ଶୁଭାରମ୍ଭ ହୋଇଥିଲା ଯାହାର ପ୍ରଥମ ମଡେଲ୍ ଥିଲା ଆପାଚି ୧୫୦। ଭାରତର ପ୍ରଦର୍ଶନ କୈନ୍ଦ୍ରୀକ ମୋଟରସାଇକଲ୍ର ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏହି ମୋଟରସାଇକଲ୍କୁ ପ୍ରସ୍ତୁତ କରାଯାଇଛି। ଟିଭିଏସ୍ ଆପାଚି ହେଉଛି ପ୍ରଥମ ଭାରତୀୟ ଦୁଇଚକିଆ ଯାହା ବିଲ୍ଡ ଟୁ ଅର୍ଡର୍ ଭାବେ ପ୍ରଦାନ କରାଯାଉଛି।
ଟିଭିଏସ୍ ମୋଟର କମ୍ପାନିର ପ୍ରିମିୟମ ବିଜନେସ୍ ମୁଖ୍ୟ ବିମଳ ସୁମ୍ବଲି କହିଛନ୍ତି ଯେ, “ଟିଭିଏସ ଆପାଚି ପ୍ରିମିୟମ୍ ମୋଟରସାଇକେଲରେ ଅଗ୍ରଣୀ ରହିଛି ଯାହା ରେସିଂ ଉତ୍କର୍ଷତା ଏବଂ ଅଭିନବତା ଉପରେ ଆଧାରିତ ଏକ ବ୍ରାଣ୍ଡ ନିର୍ମାଣ ପାଇଁ ଆମର ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି। ଗତ ୨୦ ବର୍ଷ ମଧ୍ୟରେ ଆପାଚି ପ୍ରଦର୍ଶନ ମୋଟରସାଇକେଲ ଚାଳନାକୁ ପୁନଃବ୍ୟାଖ୍ୟା କରିଛି ଏବଂ ଆପାଚି ଓନର୍ସ ଗ୍ରୁପ୍ ମାଧ୍ୟମରେ ଏକ ସମୃଦ୍ଧ ବ୍ୟବସ୍ଥା ସୃଷ୍ଟି କରିଛି ଯାହା ବିଶ୍ୱସ୍ତରରେ ଉତ୍ସାହୀ ରାଇଡରମାନଙ୍କୁ ଏକାଠି କରିଛି। ୬୦ ଲକ୍ଷ ଗ୍ରାହକଙ୍କ ମାଇଲଖୁଂଟ ଅତିକ୍ରମ କରିବା ବ୍ରାଣ୍ଡର ଉତ୍କର୍ଷତାର ନିରବଚ୍ଛିନ୍ନ ପ୍ରୟାସ, କ୍ଷେତ୍ରର ପ୍ରଥମ ଉଦ୍ଭାବନକୁ ଅଗ୍ରଣୀ କରିବା ଏବଂ ଅତୁଳନୀୟ ଉପଭୋକ୍ତା ଅନୁଭୂତି ପ୍ରଦାନ କରିବାର ଏକ ପ୍ରମାଣ। ଆଗକୁ ବଢ଼ିବା ସହିତ ପ୍ରିମିୟମ ମୋଟର ସାଇକେଲ ଚାଳନାର ଭବିଷ୍ୟତକୁ ଆକାର ଦେବା ପାଇଁ କାର୍ଯ୍ୟଦକ୍ଷତା, ପ୍ରଯୁକ୍ତି ବିଦ୍ୟା ଏବଂ ଗୋଷ୍ଠୀ ନିୟୋଜନର ସୀମାକୁ ଆଗକୁ ବଢ଼ାଇବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ରହିଛୁ। ଆପାଚି ଏକ ମୋଟର ସାଇକେଲ ଠାରୁ ଅଧିକ। ଏହା ଏକ ଆନ୍ଦୋଳନ, ଏକ ଐତିହ୍ୟ ଏବଂ ରେସିଂ ଉତ୍ସାହୀମାନଙ୍କର ଏକ ସମୁଦାୟ।”
ଆପାଚି ଓନର୍ସ ଗ୍ରୁପ୍ (ଏଓଜି)ରେ ବିଶ୍ୱବ୍ୟାପୀ ୩,୦୦,୦୦୦ରୁ ଅଧିକ ରାଈଡର୍ ରହିଛନ୍ତି। ଆପାଚି ଏକ ଅଭିଳାଷୀ ଓ ବଶ୍ୱସ୍ତରୀୟ ଦଳ ଗଠନ କରିଛି ଯେଉଁମାନେ ପ୍ରଦର୍ଶନ ପ୍ରତି ଭଲ ପାଇବା ଓ ଗାଡ଼ିଚାଳନାର ରୋମାଂଚ ବାଂଟୁଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମ, ଟ୍ରାକ୍ ଡେ’, ସମ୍ମିଳନୀ ଆଦିରେ ଭାଗ ନେବା ଲାଗି ବ୍ରାଣ୍ଡ୍ ସେମାନଙ୍କୁ ସୁଯୋଗ ପ୍ରଦାନ କରୁଛି, ଯାହା ଗ୍ରାହକଙ୍କ ଭିତରେ ଭଲ ପାଇବାକୁ ବେଶ୍ ମଜଭୁତ କରୁଛି। ଏହି ଯାତ୍ରାର ପରବର୍ତୀ ପର୍ଯ୍ୟାୟରେ ଟିଭିଏସ୍ ଆପାଚି ରାଇଡର୍ମାନଙ୍କ ସ୍ୱପ୍ନକୁ ଆଗକୁ ବଢ଼ାଇବା ଏବଂ ସେମାନଙ୍କୁ ଶ୍ରେଷ୍ଠ ଅନୁଭୂତି ପ୍ରଦାନ କରିବା ଜାରି ରଖିବ।
Comments are closed.