ଅଲଟ୍ରାଭାୟୋଲେଟି ପକ୍ଷରୁ ଭୁବନେଶ୍ୱରରେ ଏହାର ଉତ୍ପାଦ ବର୍ଗମାଳା ପ୍ରଦର୍ଶିତ; ବିଶ୍ୱର ସର୍ବୋନ୍ନତ ଇଲେକ୍ଟ୍ରିକ ସ୍କୁଟର ‘ଟେସେରାକ୍ଟ’ ଉନ୍ମୋଚିତ
– ଭୁବନେଶ୍ୱରରେ ଆଇକନିକ ପ୍ରଦର୍ଶନକାରୀ ମୋଟରସାଇକଲ ଏଫ୭୭ ଏମଏସିଏଚ ୨ ଓ ଏଫ୭୭ ସୁପରଷ୍ଟ୍ରିଟ ଉନ୍ମୋଚିତ
– ଦୁଇଟି ନୂଆ ଉତ୍ପାଦ-ବିଶ୍ୱର ପ୍ରଥମ ରାଡାର ସମନ୍ୱିତ ଇଲେକ୍ଟ୍ରିକ ସ୍କୁଟର ‘ଟେସେରାକ୍ଟ’ ଓ ମୋଟରସାଇକଲ ‘ସକୱେଭ’ ଉନ୍ମୋଚିତ
– ଅଲଟ୍ରାଭାୟୋଲେଟି ଏଫ୭୭ ଏମଏସିଏଚ ୨ ଓ ଏଫ୭୭ ସୁପରଷ୍ଟ୍ରିଟରେ ରହିଛି ଶ୍ରେଷ୍ଠ ମାନର ବୈଶିଷ୍ଟ୍ୟ:
– ଶିଳ୍ପର ଅଗ୍ରଣୀ ୩୨୩ କିମିର ଆଇଡିସି ରେଂଜ-ଏସିଆରେ ଉତ୍ପାଦିତ ଯେକୌଣସି ଇଲେକ୍ଟ୍ରିକ ଦୁଇଚକିଆ ମଧ୍ୟରେ ସର୍ବାଧିକ
– ଶିଳ୍ପର ଅଗ୍ରଣୀ ୧୦୦ ଏନଏମ ଟର୍କ ଓ ୧୫୫ କେପିଏଚର ଶ୍ରେଷ୍ଠ ସ୍ପିଡ
– ଡାଇନାମିକ ଷ୍ଟାବିଲିଟି କଂଟ୍ରୋଲ (ଡିଏସସି) ଓ ରିଜେନେରେଟିଭ ବ୍ରେକିଂର ୧୦ ସ୍ତରୀୟ, ଡୁଆଲ ଚ୍ୟାନେଲ ଏବିଏସ ଓ ଟ୍ରାକ୍ସନ କଂଟ୍ରୋଲ-ଦୁନିଆର ଯେକୌଣସି ଇଲେକ୍ଟ୍ରିକ ମୋଟରସାଇକଲ ପାଇଁ ପ୍ରଥମ
– ୟୁଭି କେୟାର ମ୍ୟାକ୍ସ ପ୍ରୋଗ୍ରାମ ସହିତ ବିଶ୍ୱର ପ୍ରଥମ ୮୦୦,୦୦୦ କିମି/୮ ବର୍ଷ ବ୍ୟାଟେରି ଓ ଡ୍ରାଇଭଟ୍ରେନ ୱୋରେଂଟି
– ଚଳିତ ବର୍ଷ ଭୁବନେଶ୍ୱରରେ ନୂଆ ୩ଏସ ଏକ୍ସପେରିଏନ୍ସ ସେଂଟର ସ୍ଥାପନ କରିବ
ଭୁବନେଶ୍ୱର: ଦ୍ରୁତତମ ଭାରତୀୟ ମୋଟରସାଇକେଲର ନିର୍ମାତା ଅଲଟ୍ରାଭାୟୋଲେଟି ପକ୍ଷରୁ ଆଜି ଭୁବନେଶ୍ୱରରେ ଏହାର ଅତ୍ୟାଧୁନିକ ଉତ୍ପାଦ ବର୍ଗମାଳାର ଶୁଭାରମ୍ଭ ଘୋଷଣା କରାଯାଇଛି। ତେରଟି ସହରରେ ଦୃଢ଼ ଉପସ୍ଥିତି ସହିତ ଏହି ପ୍ରଦର୍ଶନୀ ଅଲଟ୍ରାଭାୟୋଲେଟିର ଉଲ୍ଲେଖନୀୟ ଯାତ୍ରାରେ ଆଉ ଏକ ମାଇଲଖୁଂଟ ଏବଂ ସମଗ୍ର ଭାରତରେ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ପାଇଁ ଏହାର ସମର୍ପଣକୁ ଦର୍ଶାଉଛି।
ଦୀର୍ଘ ଦିନ ଧରି ସାରା ଦେଶରେ ଗ୍ରାହକଙ୍କୁ ଆକର୍ଷିତ କରୁଥିବା ଅଲଟ୍ରାଭାୟୋଲେଟିର ଅତ୍ୟାଧୁନିକ ଏବଂ କାର୍ଯ୍ୟଦକ୍ଷତା ବିଶିଷ୍ଟ ଦୁଇ ଚକିଆ ଯାନକୁ ଓଡ଼ିଶା ଏବେ ଅନୁଭବ କରିବାରେ ସକ୍ଷମ ହେବ। ଗ୍ରାହକ ସେବାକୁ ବଢ଼ାଇବା ପାଇଁ ଅଲଟ୍ରାଭାୟୋଲେଟି ଚଳିତ ବର୍ଷ ଭୁବନେଶ୍ୱରରେ ନିଜର ଅତ୍ୟାଧୁନିକ ଏକ୍ସପେରିଏନ୍ସ ସେଂଟର ପ୍ରତିଷ୍ଠା କରିବାକୁ ଯାଉଛି। ଏହି ୩ଏସ୍ ଏକ୍ସପିରିଏନ୍ସ ସେଂଟର ବ୍ୟାପକ ମାଲିକାନା ସେବା ପ୍ରଦାନ କରିବ, ଯାହା ଭୁବନେଶ୍ୱର ଏବଂ ଓଡ଼ିଶାର ଆଖପାଖ ଅଂଚଳର ଗ୍ରାହକଙ୍କ ପାଇଁ ଏକ ଅତୁଳନୀୟ ଅନୁଭୂତି ସୁନିଶ୍ଚିତ କରିବ।
ଅଲଟ୍ରାଭାୟୋଲେଟିର ସିଇଓ ତଥା ସହ-ପ୍ରତିଷ୍ଠାତା ନାରାୟଣ ସୁବ୍ରମଣ୍ୟମ କହିଛନ୍ତି ଯେ, “ଭୁବନେଶ୍ୱରରେ ଆମର ଉତ୍ପାଦ ବର୍ଗମାଳା ପ୍ରଦର୍ଶନ କରିବା ଅଲଟ୍ରାଭାୟୋଲେଟି ପାଇଁ ଏକ ଗର୍ବିତ ମାଇଲଖୁଂଟ। ଅତ୍ୟାଧୁନିକ ଡିଜାଇନ୍, କାର୍ଯ୍ୟଦକ୍ଷତା ଏବଂ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ସମଗ୍ର ଭାରତରେ ଅସାଧାରଣ ଗମନାଗମନ ସୁବିଧା ପ୍ରଦାନ କରିବାକୁ ଆମର ପ୍ରତିବଦ୍ଧତାକୁ ଏହା ଦୋହରାଇଛି। ଏହି ପଦକ୍ଷେପ ଉଭୟ ସ୍ଥାନୀୟ ଏବଂ ଜାତୀୟ ଆକାଂକ୍ଷା ପୂରଣ କରି ବଜାରରେ ଉପସ୍ଥିତ ରହିବାର ଆମର ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି। ଆଗାମୀ ମାସରେ ଆମେ ଆମର ଅଭିନବ ଉତ୍ପାଦ ଏବଂ ନିରବଚ୍ଛିନ୍ନ ବ୍ୟବସାୟ ଅଭିଜ୍ଞତାକୁ ଭୁବନେଶ୍ୱରକୁ ଆଣିବୁ ଏବଂ ଓଡ଼ିଶାର ପଡ଼ୋଶୀ ଅଂଚଳର ଆବଶ୍ୟକତା ପୂରଣ କରିବୁ ଯାହା ଆମର ସର୍ବଭାରତୀୟ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ଆଣିବ।”
ଅଲଟ୍ରାଭାୟୋଲେଟିର ଏଫ୭୭ ଏମଏସିଏଚ୍୨ ଓ ଏଫ୭୭ ସୁପରଷ୍ଟ୍ରିଟ୍ ଇଲେକ୍ଟ୍ରିକ୍ ମୋଟରସାଇକଲ କାର୍ଯ୍ୟଦକ୍ଷତାକୁ ପୁନଃନିର୍ଦ୍ଧାରଣ କରି ମାତ୍ର ୨.୮ ସେକେଣ୍ଡରେ ଘଂଟା ପ୍ରତି ୦ରୁ ୬୦ କିଲୋମିଟର ବେଗରେ ଗତି କରିବାକୁ ପ୍ରସ୍ତୁତ ହୋଇଯାଉଛି। ୧୦.୩ କିଲୋୱାଟ୍ ବ୍ୟାଟେରୀ ପ୍ୟାକ୍ ସହ ଏବଂ ୩୦ କିଲୋୱାଟ୍ (୪୦.୨ ଏଚପି)ର ସର୍ବୋଚ୍ଚ ଶକ୍ତି ଉତ୍ପନ୍ନ କରୁଥିବା ଏହି ମୋଟରସାଇକେଲ ୧୦୦ ଏନଏମ ଶୀର୍ଷ ଟର୍କ ପ୍ରଦାନ କରୁଛିା ଏହା ମାତ୍ର ୨.୮ ସେକେଣ୍ଡରେ ଘଂଟା ପ୍ରତି ୦ରୁ ୬୦ କିଲୋମିଟର ବେଗରେ ଗତି କରି ୩୨୩ କିଲୋମିଟର ପ୍ରଭାବଶାଳୀ ଆଇଡିସି ରେଞ୍ଜ ପ୍ରଦାନ କରୁଛି ଏବଂ ଘଂଟା ପ୍ରତି ୧୫୫ କିଲୋମିଟର ସ୍ପିଡରେ ପହଞ୍ଚିପାରୁଛି। ଅଲଟ୍ରାଭାୟୋଲେଟିର ବିକଳ୍ପ ପ୍ୟାକେଜ୍ ମଧ୍ୟ ସମସ୍ତ ଏଫ୭୭ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି ଯାହାର ଉଦ୍ଦେଶ୍ୟ ହେଉଛି ଗାଡ଼ିଚାଳନା ଅନୁଭୂତିକୁ ଆହୁରି ବଢ଼ାଇବା।
ଏଫ୭୭ ମାକ ୨ ଓ ଏଫ୭୭ ସୁପରଷ୍ଟ୍ରିଟର ମୂଲ୍ୟ ୨,୯୯,୦୦୦ ଟଙ୍କା ରହିଛି। ଏଫ୭୭ ମାକ୨ ଏବଂ ଏଫ୭୭ ସୁପରଷ୍ଟ୍ରିଟ୍ ପାଇଁ କଂପାନି ୱେବସାଇଟ୍ www.ultraviolette.com ବୁକିଂ ଖୋଲା ରହିଛି।
ଏହାବ୍ୟତୀତ କମ୍ପାନି ଦୁଇଟି ନୂଆ ପ୍ରମୁଖ ଉତ୍ପାଦ ବିଶ୍ୱର ସର୍ବୋନ୍ନତ ଇଲେକ୍ଟ୍ରିକ୍ ସ୍କୁଟର ‘ଟେସେରାକ୍ଟ’ ଏବଂ ଏକ ବିପର୍ଯ୍ୟସ୍ତ ଇଲେକ୍ଟ୍ରିକ୍ ମୋଟରସାଇକେଲ୍ ‘ସକକ୍ୱେଭ୍’କୁ ଉନ୍ମୋଚନ କରିଛି। ଟେସେରାକ୍ଟରେ ପ୍ରଥମ ସମନ୍ୱିତ ରାଡାର ଏବଂ ଡାସକ୍ୟାମ୍ ରହିଛି ଯାହା ଓମନିସେନ୍ସ ଦର୍ପଣ ସହିତ ନିରବଚ୍ଛିନ୍ନ ଭାବରେ ଯୋଡ଼ି ହୋଇଛି। ଏହା ବ୍ଲାଇଣ୍ଡସ୍ପଟ୍ ଚିହ୍ନଟ, ଲେନ୍ ପରିବର୍ତନ, ଓଭରଟେକିଂ ବେଳେ ସହାୟତା ଏବଂ ଦୁର୍ଘଟଣା ଆଲର୍ଟ ଭଳି ଉନ୍ନତ ନିରାପତା ଜ୍ଞାନକୌଶଳ ପ୍ରଦାନ କରୁଛି। ଉନ୍ନତ ନିରାପତା ଏବଂ ଶକ୍ତି ବ୍ୟବହାରରେ କରିବା ପାଇଁ ଏଥିରେ ଟ୍ରାକ୍ସନ୍ କଂଟ୍ରୋଲ ଏବଂ ଡାଇନାମିକ ରେଜେନ୍ ରହିଛି। ଏହାବ୍ୟତୀତ ଟେସେରାକ୍ଟରେ ୭ ଇଂଚର ଟଚସ୍କ୍ରିନ୍ ଟିଏଫଟି ଡିସପ୍ଲେ ଏବଂ ଓଆରଭିଏମ ସହ ବହୁ ରଙ୍ଗର ଏଲଇଡି ଡିସପ୍ଲେ ରହିଛି ।
ସକୱେଭ ହେଉଛି ଏକ ସୁଚିନ୍ତିତ ଭାବରେ ଡିଜାଇନ୍ ଏବଂ ଇଞ୍ଜିନିୟରିଂ କରାଯାଇଥିବା ମୋଟରସାଇକେଲ ଯାହା ଉତ୍ସାହଜନକ ଗାଡ଼ି ଚାଳନା ଅନୁଭୂତି ଓ ଗାଡ଼ିଚାଳନାରେ ଆନନ୍ଦକୁ ବଢ଼ାଇବାକୁ ଚାହୁଥିବା ଚାଳକଙ୍କ ଚାହିଦା ପୂରଣ କରିବ। ଏହା ୨-ଷ୍ଟ୍ରୋକ୍ ମୋଟର ସାଇକେଲ ଯୁଗର ସମାନ ରୋମାଂଚର ପ୍ରତିଶ୍ରୁତି ଦେଉଛି ଯାହା ହାଲୁକା, ମଜାଦାର ଏବଂ ସହଜ ମୋଟରସାଇକେଲର ପ୍ରତିନିଧିତ୍ୱ କରୁଛି।
ଟେସେରାକ୍ଟର ମୂଲ୍ୟ ୧,୪୫,୦୦୦ଟଙ୍କା ଏବଂ ସକୱେଭର ମୂଲ୍ୟ ୧,୭୫,୦୦୦ ଟଙ୍କା ରହିଛି। ଟେସେରାକ୍ଟ ଏବଂ ସକକ୍ୱେଭ୍ ପାଇଁ ୯୯୯ ଟଙ୍କାରେ ପ୍ରି-ବୁକିଂ କମ୍ପାନି ୱେବସାଇଟରେ ଖୋଲା ରହିଛି।
ଆମର ଅତ୍ୟାଧୁନିକ ଜ୍ଞାନକୌଶଳ ଭବିଷ୍ୟତର ଡିଜାଇନ୍ ଏବଂ ଉନ୍ନତ ଇଞ୍ଜିନିୟରିଂ ବ୍ରାଣ୍ଡର ପରିଚୟକୁ ବଜାୟ ରଖି ପ୍ରମୁଖ ବଜାରରେ ଅଧିକ ଉପଲବ୍ଧ ହେବାକୁ ଯାଉଛି। ଏହା ନବସୃଜନ, ଗବେଷଣା ଓ ବିକାଶ ଏବଂ ଗ୍ରାହକ କେନ୍ଦ୍ରୀକରଣ ପ୍ରତି ଆମର ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି।
ଅଲଟ୍ରାଭାୟୋଲେଟିର ସିଟିଓ ଏବଂ ସହ-ପ୍ରତିଷ୍ଠାତା ନୀରଜ ରାଜମୋହନ କହିଛନ୍ତି ଯେ, “ଆମେ ଉନ୍ନତ ଜ୍ଞାନକୌଶଳ ବିକଶିତ କରିବା ଉପରେ ଧ୍ୟାନ ଦେବା ଜାରି ରଖିବୁ ଯାହା କେବଳ ଆମ ଉତ୍ପାଦଗୁଡ଼ିକୁ ସର୍ବୋତମ ନୁହେଁ ବରଂ ଆମ ସମୁଦାୟ ପାଇଁ ଅଧିକ ସଂଯୁକ୍ତ ଏବଂ ଅସୁବିଧାମୁକ୍ତ ଯାତ୍ରା ଏବଂ ମାଲିକାନା ଅନୁଭୂତି ପ୍ରଦାନ କରିବ।’’
୨୦୨୬ ଆର୍ôଥକ ବର୍ଷ ସୁଦ୍ଧା କମ୍ପାନି ଭାରତର ୫୦ଟି ସହରରେ ଏହାର ଉପସ୍ଥିତି ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି ଏବଂ ବ୍ରିଟେନ, ଜର୍ମାନୀ, ସ୍ପେନ, ପର୍ତୁଗାଲ ଏବଂ ଫ୍ରାନ୍ସ ଭଳି ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବିଶ୍ୱ ବଜାର ଉପରେ ଧ୍ୟାନ ଦେବାକୁ ଲକ୍ଷ୍ୟ ରଖିଛି ।
Comments are closed.