ଦୂର୍ଗା ପୂଜା ପାଇଁ ସ୍ୱିଗି ପକ୍ଷରୁ ଆକର୍ଷଣୀୟ ଅଫର ଏବଂ ରିହାତି


ଭୁବନେଶ୍ୱର : ଚଳିତ ଦୂର୍ଗା ପୂଜାରେ ସ୍ୱିଗି ସହରର ଗ୍ରାହକଙ୍କ ପାଇଁ ରେଷ୍ଟୁରାଂଟ୍ ବ୍ରାଣ୍ଡ ଓ ଡେଲିଭରି ପାର୍ଟନର୍‌ମାନଙ୍କୁ ଏକତ୍ରିତ କରି ପାର୍ବଣକୁ ସେଲିବ୍ରେଟ୍ କରିବା ପାଇଁ ପ୍ରସ୍ତୁତ ହୋଇଛି । ଏହି ଶୁଭ ସମୟରେ ଭୁବନେଶ୍ୱର ପାରମ୍ପରିକ ଭାବେ ଅର୍ଡର୍‌ରେ ବୃଦ୍ଧି ପରିଲକ୍ଷିତ କରିଥାଏ । ତେଣୁ ସ୍ୱିଗି ପକ୍ଷରୁ ଏଭଳି ପାରମ୍ପରିକ ଖାଦ୍ୟଗୁଡିକ ଦ୍ରୁତ ବେଗ ଓ ନିର୍ଭରଯୋଗ୍ୟତା ସହିତ ଗ୍ରାହକଙ୍କ ନିକଟରେ ପହଂଚିବା ସୁନିଶ୍ଚିତ କରାଯାଇଛି । ସ୍ୱିଗି ସହରର ପସନ୍ଦର ରେଷ୍ଟୁରାଂଟ୍‌ଗୁଡିକରେ ଉତ୍ସାହଜନକ ଅଫର୍ ସହିତ ପାର୍ବଣଗୁଡିକରେ ଯୋଗ ଦେଇଛି । ଆସନ୍ତା ଅକ୍ଟୋବର ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ସ୍ୱିଗି ପକ୍ଷରୁ ଭୁବନେଶ୍ୱରର ପ୍ରମୁଖ ରେଷ୍ଟୁରାଂଟ୍ ଯେପରିକି ହୋଟେଲ ପ୍ରିୟା, ହୋଟେଲ୍ ସିରୋସ୍‌, ଗରମ ମସାଲା, ଜୁଗାଡ ଜଙ୍କ୍‌ଶନ ଓ ବିରିୟାନି ବକ୍ସ ଆଦିରୁ ଅର୍ଡରଗୁଡିକ ଉପରେ ସର୍ବନିମ୍ନ ୧୫୦ ଟଙ୍କାର ସ୍ୱତନ୍ତ୍ର ରିହାତି ପ୍ରଦାନ କରାଯାଉଛି । ଏହି ଅଫର୍ ସମ୍ପର୍କରେ ସ୍ୱିଗିର ଫୁଡ୍ ମାର୍କେଟ୍‌ପ୍ଲେସ୍ ବିଭାଗର ସିଇଓ ରୋହିତ କପୁର କହିଛନ୍ତି, “ପ୍ରତିବର୍ଷ ସ୍ୱିଗି ଖୁସି ବିତରଣ କରିବା ପାଇଁ କିଛି ଏକ୍ସଟ୍ରା କରିବାକୁ ଚାହିଁଥାଏ । ଆମର ଡେଲିଭରି ପାର୍ଟନର୍‌ମାନେ ଭୋଗ ସହ ସହରର କିଛି ବୃଦ୍ଧାଶ୍ରମକୁ ପରିଦର୍ଶନ କରିବେ, ଖାଦ୍ୟପ୍ରେମୀମାନେ ଉନ୍ନତ ଡିଲ୍ ଓ ଅଫର୍ ଉପଭୋଗ କରିବେ । ଏହା ଆମ ପାଇଁ କେବଳ ପାର୍ବଣରେ ଅଂଶଗ୍ରହଣ କରିବା ଲାଗି ନୁହେଁ ବରଂ ପ୍ରତ୍ୟେକ ଅବସରକୁ ସ୍ମରଣୀୟ କରିବା ପାଇଁ ଏକ ସୁଯୋଗ ଅଟେ ।’

ସ୍ୱିଗି/ଦୂର୍ଗା ପୂଜା କ୍ୟାମ୍ପେନ୍ ଦର୍ଶକଙ୍କୁ ସହରର ପୂଜା ପ୍ରସ୍ତୁତି ମାଧ୍ୟମରେ ଏକ ଆକର୍ଷଣୀୟ ଯାତ୍ରାକୁ ନେଉଛି, କିଭଳି ସ୍ୱିଗିର ଡେଲିଭରିଗୁଡିକ ଉତ୍ସବ ସହ ଜଡିତ ରହିଛି ତାହାକୁ ହାଇଲାଇଟ୍ କରିଛି । ଏହି ଦୂର୍ଗା ପୂଜା କ୍ୟାମ୍ପେନ୍ ହେଉଛି ଏକ ବିସ୍ତୃତ ୩୬୦ ଡିଗ୍ରୀ ସେଲିବ୍ରେଶନ ଯାହା ଏହାର ଗ୍ରାହକଙ୍କୁ ନିୟୋଜିତ କରିବା ପାଇଁ ବିଭିନ୍ନ ଟଚ୍‌ପଏଂଟ୍‌ଗୁଡିକରେ ପରିବ୍ୟାପ୍ତ ରହିଛି । ସେମାନଙ୍କର ଆଉଟ୍‌ଡୋର୍ ବ୍ରାଣ୍ଡିଙ୍ଗ୍ କୋଲ୍‌କାତା ଓ ୧୦ରୁ ଅଧିକ ସହରର ବିଭିନ୍ନ ପେଣ୍ଡାଲ ଓ ହୋର୍ଡିଂରେ ପ୍ରଦର୍ଶିତ ହେଉଛି । ପୂଜାର ଉତ୍ସାହକୁ ସୁଦୂର ପ୍ରସାରୀ କରିବା ପାଇଁ ଆପ୍ ଉପଭୋକ୍ତାଙ୍କ ଲାଗି ସ୍ୱିଗି ପକ୍ଷରୁ ବାହନ କନ୍‌ସେପ୍ଟ ସହ ଜଡିତ ଆକର୍ଷଣୀୟ ଗେମିଫିକେଶନର ଶୁଭାରମ୍ଭ କରାଯାଇଛି ଯାହା ସୁନିଶ୍ଚିତ କରୁଛି ଯେ ସ୍ୱିଗି ସହ ପ୍ରତ୍ୟେକ ଯୋଗାଯୋଗ ଏକ ଉତ୍ସାହଜନକ ଅନୁଭୂତି ହେବ । ଗ୍ରାହକମାନେ ପ୍ରତିଦିନ ରିୱାର୍ଡ ଜିତିପାରିବେ, ସର୍‌ପ୍ରାଇଜ୍ ଓ ଖୁସିର ଅନୁଭୂତି ପାଇପାରିବେ, ଏସବୁ କିଛି ଦୂର୍ଗା ପୂଜାକୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ଅବିସ୍ମରଣୀୟ ସେଲିବ୍ରେଶନରେ ପରିଣତ କରିବା ସହ ଜଡିତ ରହିଛି ।

 


Share It

Comments are closed.