ପିଏମ୍‌-ଜାତୀୟ ଆପ୍ରେଂଟିସ୍ ପ୍ରୋତ୍ସାହନ ସ୍କିମ୍‌ରେ ୪୧ ଲକ୍ଷରୁ ଅଧିକ ଆପ୍ରେଟିଂସ୍ ସାମିଲ, ଜୋନାଲ୍ ସମୀକ୍ଷା ବୈଠକ ଅନୁଷ୍ଠିତ

Share It

ଭୁବନେଶ୍ୱର: ଜାତୀୟ ଆପ୍ରେଂଟିସ୍ ପ୍ରୋତ୍ସାହନ ସ୍କିମ୍‌-୨ ଅଧୀନରେ ପୂର୍ବାଚଂଳ ଓ ଦକ୍ଷିଣାଚଂଳ ରାଜ୍ୟର ଜୋନାଲ୍ ସମୀକ୍ଷା ବୈଠକ ଅନୁଷ୍ଠିତ ହେବା ସହ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ (ଏମ୍‌ଏସ୍‌ଡିଇ) ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରିଛି।ଭୁବନେଶ୍ୱରର ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥଲା ଯେଉଁଥିରେ ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ପ୍ରମୁଖ ଅଂଶୀଦାରମାନେ ଭାଗ ନେଇ ୨୦୨୬ ମାର୍ଚ୍ଚ ସୁଦ୍ଧା ୪୬ ଲକ୍ଷ ଆପ୍ରେଟିଂସ ନିୟୋଜିତ କରିବାର ଲକ୍ଷ୍ୟ, ଅଗ୍ରଗତି, ଆହ୍ୱାନ ଓ ରୋଡମ୍ୟାପ୍ ଉପରେ ଆଲୋଚନା ହୋଇଥିଲା।
ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ସଚିବ ଅତୁଲ କୁମାର ତିୱାରୀ କହିଛନ୍ତି ଯେ, “ଜାତୀୟ ଆପ୍ରେଟିଂସିପ୍ ପ୍ରୋତ୍ସାହନ ଯୋଜନା କେବଳ ଏକ କାର୍ଯ୍ୟକ୍ରମ ନୁହେଁ। ଏହା ଭାରତର ଅଭିବୃଦ୍ଧି ଆକାଂକ୍ଷା ସହିତ ସମନ୍ୱିତ ଏକ ଶିଳ୍ପ ପ୍ରସ୍ତୁତ କର୍ମଚାରୀ ଗଠନ ଦିଗରେ ଏକ ପରିବର୍ତନଶୀଳ ଯାତ୍ରା। ଗତ କିଛି ବର୍ଷ ମଧ୍ୟରେ ଆମେ ଉଲ୍ଲେଖନୀୟ ଅଗ୍ରଗତି ଦେଖିଛୁ। ତିନି ଥର ଆପ୍ରେଂଟିସିପ୍ ସଂପୃକ୍ତିଠାରୁ ଆରମ୍ଭ କରି ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ଏବଂ ମହିଳାଙ୍କ ଅଂଶଗ୍ରହଣରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଆର୍ଟିଫିସିଆଲ ଇଂଟେଲିଜେନ୍ସ ଏବଂ ଇଲେକ୍ଟ୍ରିକ୍ ଯାନ ମେକାନିକ୍ ଭଳି ଉଦୀୟମାନ ଶିଳ୍ପ ଧାରାକୁ ଆମେ ଗ୍ରହଣ କରୁଥିବା ବେଳେ ଆମର ଧ୍ୟାନ ଏକ ଦୃଢ଼, ସୁବ୍ୟବସ୍ଥିତ ଇକୋସିଷ୍ଟମ ସୃଷ୍ଟି କରିବା ଉପରେ ରହିଛି ଯାହା ଯୁବଗୋଷ୍ଠୀଙ୍କୁ ବିଶ୍ୱସ୍ତରୀୟ ପ୍ରାସଙ୍ଗିକ ଦକ୍ଷତା ସହିତ ସଶକ୍ତ କରୁଛି। ରାଜ୍ୟ, ଶିଳ୍ପ ଏବଂ ଏମଏସଏମଇ ସହିତ ସହଯୋଗୀ ପ୍ରୟାସ ଏବଂ ଟେକ୍ନୋଲୋଜିର ଉପଯୋଗ ମାଧ୍ୟମରେ, ଆମେ ଲକ୍ଷ ଲକ୍ଷ ଯୁବ ଭାରତୀୟଙ୍କ ପାଇଁ ଆପ୍ରେଟିଂସିପ୍ ପ୍ରଶିକ୍ଷଣକୁ ଆକାଂକ୍ଷୀ ଏବଂ ପ୍ରଭାବଶାଳୀ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।”
ବୈଠକର ବିଷୟବସ୍ତୁ “ଶିଳ୍ପ-ପ୍ରସ୍ତୁତ କର୍ମଚାରୀଙ୍କ ପାଇଁ ଆପ୍ରେଟିଂସିପ୍ ପ୍ରଶିକ୍ଷଣ” ଶିକ୍ଷା ଏବଂ ନିଯୁକ୍ତି ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାରେ ଆପ୍ରେଂଟିସିପ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲା। ରାଜ୍ୟଗୁଡ଼ିକ ଏବଂ ଟୋୟୋଟା କିର୍ଲୋସ୍କର, ଟାଟା ଗ୍ରୁପ୍ ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ଦ୍ୱାରା ଆକର୍ଷଣୀୟ ଏବଂ ବୁଝାମଣାପୂର୍ଣ୍ଣ ତଥ୍ୟ ଉପସ୍ଥାପନା କରାଯାଇଥିଲା। ଆରମ୍ଭ ହେବା ପରଠାରୁ ଏହି ସ୍କିମ୍‌ରେ ସମଗ୍ର ଦେଶରେ ୪୧.୨ ଲକ୍ଷରୁ ଅଧିକ ପ୍ରଶିକ୍ଷାର୍ଥୀଙ୍କୁ ନିୟୋଜିତ କରିଛି। କେବଳ ଏନଏପିଏସ -୨ ଅଧୀନରେ ୨୬ ଲକ୍ଷ ପ୍ରଶିକ୍ଷାର୍ଥୀ ପ୍ରଶିକ୍ଷଣ ନେଇଛନ୍ତି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଜରିଆରେ ଷ୍ଟାଇପେଣ୍ଡ ସହାୟତା ବାବଦରେ ୧୫୫୦ କୋଟି ଟଙ୍କା ପ୍ରଶିକ୍ଷାର୍ଥୀଙ୍କ ଖାତାକୁ ସିଧାସଳଖ ପ୍ରଦାନ କରାଯାଇଛି।
ସମୀକ୍ଷା ଅଧିବେଶନରେ ଉଭୟ ଜୋନରେ ଉଲ୍ଲେଖନୀୟ ସଫଳତା ଉପରେ ଆଲୋକପାତ କରାଯାଇଥିଲା। ଦକ୍ଷିଣାଚଂଳରେ ତାମିଲନାଡୁ, କର୍ଣ୍ଣାଟକ ଏବଂ ତେଲେଙ୍ଗାନା ଆପ୍ରେଟିଂସିପ୍ କ୍ଷେତ୍ରରେ ଅଗ୍ରଣୀ ଭାବେ ଉଭା ହୋଇଛନ୍ତି। ସେହିପରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଓଡ଼ିଶା ପୂର୍ବାଚଂଳରେ ଦୃଢ଼ ଅଂଶଗ୍ରହଣ କରି ଆଂଚଳିକ କର୍ମଶକ୍ତି ବିକାଶରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି। ଆପ୍ରେଂଟିସିପ୍‌ରେ ମହିଳାଙ୍କ ଅଂଶଗ୍ରହଣ କ୍ରମାଗତ ଭାବେ ବୃଦ୍ଧି ପାଉଛି ଯାହା ଦକ୍ଷତା ବିକାଶକୁ ମହିଳା ଏବଂ ଅବହେଳିତ ସମୁଦାୟମାନଙ୍କ ପାଇଁ ଅଧିକ ଅନ୍ତର୍ଭୁକ୍ତୀକରଣ ଏବଂ ଉପଲବ୍ଧ କରାଇବା ପାଇଁ ପ୍ରୟାସକୁ ପ୍ରତିଫଳିତ କରୁଛି।
ବୈଠକରେ ଉତର ପୂର୍ବାଚଂଳ ଭଳି ଅନଗ୍ରସର ଅଂଚଳରେ ଆପ୍ରେଂଟିସିପ ସୁଯୋଗ ବଢ଼ାଇବା, ଡିବିଟିରେ ଷ୍ଟାଇପେଣ୍ଡ ପ୍ରଦାନ ପାଇଁ ଥିବା ବ୍ୟବଧାନ ଦୂର କରିବା ଆଦି ଉପରେ ଆଲୋଚନା ହୋଇଥିଲା। ରାଜ୍ୟ କ୍ରିୟାନ୍ୱୟନ ସମୀକ୍ଷା କମିଟି (ଏସଆଇଆରସି) ଓ ରାଜ୍ୟ ଆପ୍ରେଂଟିସିପ ପରିଷଦ (ଏସ୍‌ଏସି) ଭଳି ପ୍ରଶାସନିକ ଢାଂଚାକୁ ମଜଭୁଦ କରିବାର ରଣନୀତି ସମ୍ପର୍କରେ ଅଂଶୀଦାରମାନେ ଆଲୋଚନା କରିଥିଲେ। ଶିକ୍ଷା ଓ ଦକ୍ଷତା ବିକାଶର ସମନ୍ୱୟ ଲାଗି ଆପ୍ରେଂଟିସିପ୍ ଏମ୍ବେଡେଡ୍ ଡିଗ୍ରି ପ୍ରୋଗ୍ରମାର ପ୍ରସାର କରାଯାଇଥିଲା। ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଂଟିସିପ୍ ମେଳା ଓ ସଚେତନତା କର୍ମଶାଳା ଜରିଆରେ ଆପ୍ରେଂଟିସିପ୍ ନିୟୋଜନ ବଢ଼ାଇବାକୁ ମନ୍ତ୍ରଣାଳୟ ପ୍ରତିବଦ୍ଧ ରହିଛି।


Share It

Comments are closed.