ଓଡ଼ିଶାରେ ଶକ୍ତି ରୂପାନ୍ତରଣ ପ୍ରକଳ୍ପ ଫାଇନାନ୍ସ ପାଇଁ ଆଭାଡା ଗ୍ରୁପ୍ ପକ୍ଷରୁ ଆର୍‌ଇସି ଲିମିଟେଡ୍ ସହିତ ସହଯୋଗିତା ସ୍ଥାପନ


ଭୁବନେଶ୍ୱର: ଓଡ଼ିଶାର ଶକ୍ତି ରୂପାନ୍ତରଣ ପ୍ରକଳ୍ପଗୁଡ଼ିକୁ ଫାଇନାନ୍ସ ସୁବିଧା ପ୍ରଦାନ କରିବା ଲାଗି ଆଭାଡା ଗ୍ରୁପ୍ ଓ ଆର୍‌ଇସି ଲିିମଟେଡ୍ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର ହୋଇଛି । ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମାଙ୍କ ଉପସ୍ଥିତିରେ ମୋଟ ୧୫,୦୦୦ କୋଟି ଟଙ୍କା ପାଇଁ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା ।
ସବୁଜ ଶକ୍ତି କ୍ଷେତ୍ରକୁ ରୂପାନ୍ତରଣ ତ୍ୱରାନ୍ୱିତ କରିବା ଏବଂ ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆ ଉତ୍ପାଦନର ଏକ ବିଶ୍ୱସ୍ତରୀୟ ହବ୍‌ରେ ପରିଣତ ହେବା ଲାଗି ଭାରତ ସରକାର ରଖିଥିବା ଅଭିଳାଷକୁ ସମର୍ଥନ କରିବା ଉପରେ ଏହି ସହଯୋଗିତାରେ ଗୁରୁତ୍ୱାରୋପ କରାଯାଇଛି । ଦୀର୍ଘସ୍ଥାୟୀ ଶକ୍ତି ଚାହିଦାରେ ହୋଇଥିବା ବୃଦ୍ଧି ପାଇଁ ଶକ୍ତି କ୍ଷେତ୍ରକୁ ପୁଞ୍ଜିନିବେଶ ଆଣିବା ଲାଗି ଓଡ଼ିଶା ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଡିକାର୍ବନାଇଜେସନକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି ।
ଏହି ସହଯୋଗିତା ସମ୍ପର୍କରେ ଆଭାଡା ଗ୍ରୁପ୍‌ର ଅଧ୍ୟକ୍ଷ ବିନୀତ ମିତଲ କହିଛନ୍ତି ଯେ, “ଆର୍‌ଇସି ଲିମିଟେଡ୍ ସହ ସହଯୋଗିତା ବିଷୟରେ ଘୋଷଣା କରି ମୁଁ ବେଶ ଆନନ୍ଦିତ ଯାହା ୨୦୭୦ ସୁଦ୍ଧା ନେଟ୍ ଜିରୋ ଲକ୍ଷ୍ୟ ହାସଲ କରିବାରେ ଭାରତର ପ୍ରତିବଦ୍ଧତାକୁ ସୁଦୃଢ଼ କରିବାରେ ସହାୟକ ହେବ । ଅକ୍ଷୟ ଶକ୍ତି ଓ ଗ୍ରିନ୍ ଅଣୁ ବ୍ୟବସାୟ କାରବାରକୁ ଆରାମଦାୟକ ସୁବିଧା ପ୍ରଦାନ କରିବା ଏବଂ ଦୀର୍ଘସ୍ଥାୟୀ ଅଭିବୃଦ୍ଧି ପାଇଁ ଏହାକୁ ଏକ ଉପଯୁକ୍ତ ସ୍ଥଳରେ ପରିଣତ କରିଥିବାରୁ ଓଡ଼ିଶା ସରକାରଙ୍କୁ ଆମେ ଧନ୍ୟବାଦ ଜଣାଇବାକୁ ଚାହୁଛୁ । ଏହି ସଂସ୍ଥା ପଛରେ ରହିଥିବା ଆମର ପ୍ରତିବଦ୍ଧତା ହେଉଛି ଗ୍ରିନ୍ ଏନର୍ଜି ଆମର ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଦୁନିଆରେ ସକାରାତ୍ମକ ପରିବର୍ତନ ଆଣିପାରିବ ବୋଲି ଆମର ବିଶ୍ୱାସ ରହିଛି । ଓଡ଼ିଶାରେ ଅକ୍ଷୟ ଶକ୍ତି ପ୍ରକଳ୍ପକୁ ଫାଇନାନ୍ସ ପ୍ରଦାନ କରିବାରେ ଏହି ସହଯୋଗିତା ଆମ ପାଇଁ ସହାୟକ ହେବ ଏବଂ ରାଜ୍ୟର ନିରନ୍ତର ବିକାଶ ପ୍ରତି ଯୋଗଦାନ ପ୍ରଦାନ କରି ଭାରତ ଓ ବିଶ୍ୱସ୍ତରରେ ଅକ୍ଷୟ ଶକ୍ତିରେ ଆମ ଉପସ୍ଥିତିକୁ ବଢ଼ାଇବ ।’’


Share It

Comments are closed.