ବଜାଜ୍ ଅଟୋ ପକ୍ଷରୁ ଏକ ନୂଆ ଅବତାରରେ ପଲ୍‌ସର ଏନ୍‌୧୫୦ର ଶୁଭାରମ୍ଭ


ଭୁବନେଶ୍ୱର : ବିଶ୍ୱର ସବୁଠାରୁ ମୂଲ୍ୟବାନ ଦୁଇଚକିଆ ଓ ତିନି ଚକିଆ ଯାନ କମ୍ପାନୀ ବଜାଜ ଅଟୋ ପକ୍ଷରୁ ଭାରତରେ ଏହାର ନୂଆ ପଲ୍‌ସର ଏନ୍‌୧୫୦ର ଲଂଚ୍ ଘୋଷଣା କରାଯାଇଛି । ପଲ୍‌ସର ଏନ୍‌୧୫୦ ହେଉଛି ସମ୍ପ୍ରସାରିତ ପଲ୍‌ସର ପୋର୍ଟଫୋଲିଓରେ ଉପଯୁକ୍ତ ଯୋଗ ଯାହା ଗତ ୧୮ ମାସ ମଧ୍ୟରେ ପଲ୍‌ସର ଏନ୍‌୨୫୦ ଓ ବହୁମାତ୍ରାରେ ସଫଳ ପଲ୍‌ସର ଏନ୍‌୧୬- ସମେତ ଏକାଧିକ ରୋମାଂଚକର ଲଂଚ୍‌ର ସାକ୍ଷୀ ହୋଇଛି । ପଲ୍‌ସର ଏନ୍‌୧୫୦ ସହିତ ଭାରତର ସର୍ବାଧିକ ବିକ୍ରି ହେଉଥିବା ସ୍ପୋର୍ଟସ୍ ବାଇକ୍ ପରିବାର ଏକ ମୂଲ୍ୟବାନ ନୂଆ ପ୍ରବେଶକାରୀର ସନ୍ଧାନ କରିଛି । ନୂଆ ପଲ୍‌ସର ଏନ୍‌୧୫୦ରେ ୧୪.୫ ପିଏସ୍ ପିକ୍ ପାୱାର ସହିତ ୧୩.୫ ଏନ୍‌ଏମ୍ ଟର୍କ ଏବଂ ସୁପେରିୟର ବ୍ରେକିଙ୍ଗ୍ ଓ ଟ୍ରାକ୍ସନ ପାଇଁ ସିଙ୍ଗଲ୍ ଚ୍ୟାନେଲ ଏବିଏସ୍ ରହିଛି । ସେହିପରି ଏଥିରେ ମୋନୋସକ୍ ରିୟର ସସ୍‌ପେନ୍‌ଶନ ଓ ଏକ ସ୍ପୋର୍ଟି ଅଣ୍ଡରବେଲି ଏଗ୍‌ଜଘଷ୍ଟ ରହିଛି । ଏହି ବାଇଜ୍ ୩ଟି ଆକର୍ଷଣୀୟ ରଙ୍ଗ ରେସିଙ୍ଗ୍ ରେଡ୍‌, ଇବୋନି ବ୍ଲାକ୍ ଓ ମେଟାଲିକ୍ ପର୍ଲ ହ୍ୱାଇଟ୍‌ରେ ଉପଲବ୍ଧ ହେବ । ଏହାର ଏକ୍ସଶୋ’ରୁମ୍ (ଓଡିଶା) ମୂଲ୍ୟ ୧,୧୮,୭୦୧ ଟଙ୍କା ରହିଛି ।

ଏହି ବାଇକ୍‌ର ଶୁଭାରମ୍ଭ ସମ୍ପର୍କରେ ବଜାଜ ଅଟୋ, ମୋଟରସାଇକେଲ୍ସ ବିଭାଗର ଅଧ୍ୟକ୍ଷ ସାରଙ୍ଗ କାନାଡେ କହିଛନ୍ତି, ’୨୦ ବର୍ଷ ପୂର୍ବେ ଆମେ ପ୍ରଥମ ପଲ୍‌ସର ୧୫୦ ସିସି ମୋଟରସାଇକେଲର ଶୁଭାରମ୍ଭ କରିଥିଲୁ ଯାହା ଏଂଟ୍ରି-ଲେଭେଲ୍ ସ୍ପୋର୍ଟ ବାଇକିଙ୍ଗ୍ କ୍ଷେତ୍ରକୁ ଦୋହଲାଇ ଦେଇଥିଲା ଏବଂ ଏହା ସେବେଠୋରୁ ଭାରତର ସର୍ବାଧିକ ବିକ୍ରି ହେଉଥିବା ୧୫୦ ସିସି ଅଟେ । ଏନ୍‌୧୫୦ ସହିତ ପଲସର ଏହାର ସର୍ବବୃହତ୍ ଓ ନିର୍ଭୀକ ଅବତାରରେ ରାସ୍ତା ଉପରେ ପ୍ରାଧାନ୍ୟ ବିସ୍ତାର କରିବା ପାଇଁ ଫେରିଆସିଛି । ଏହାର ଆକ୍ରମଣାତ୍ମକ ଷ୍ଟାଇଲିଂ, ସେଗ୍‌ମେଂଟ୍‌-ଲିଡିଂ ଫିଚର, ଆକର୍ଷଣୀୟ ଅନ୍‌-ରୋଡ୍ ପ୍ରଦର୍ଶନ ଓ ଏକ ଅତୁଳନୀୟ ଭାବେ ଆକର୍ଷଣୀୟ ମୂଲ୍ୟ ଏହାକୁ ପଲ୍‌ସର ପରିବାରରେ ଏକ ଚମତ୍କାର ମୂଲ୍ୟ ଯୋଗରେ ପରିଣତ କରୁଛି ।’ ଷ୍ଟାଇଲ ଓ କାର୍ଯ୍ୟକାରିତା କ୍ଷେତ୍ରରେ ନୂଆ ବଜାଜ ପଲ୍‌ସର ଏନ୍‌୧୫୦ ନୂଆ ବେଂଚ୍‌ମାର୍କ ସ୍ଥାପନ କରିଛି । ଏହି ନୂଆ ବାଇକ୍‌ରେ ରାସ୍ତାକୁ ଉଜ୍ଜ୍ୱଳିତ କରୁଥିବା ସେଗ୍‌ମେଂଟ୍ ପ୍ରଥମ ଏଲ୍‌ଇଡି ପ୍ରୋଜେକ୍ଟର ହେଡ୍‌ଲ୍ୟାମ୍ପ ଏବଂ ତ୍ରୁଟିହୀନ ଗ୍ରିପ୍ ସ୍ଥିରତା ପ୍ରଦାନ କରୁଥିବା ୧୨୦ କ୍ରସ୍‌-ସେକ୍ସନ ରିୟର ଟାୟାର ରହିଛି । ପଲ୍‌ସର ଏନ୍‌୧୫୦ରେ ୪ ଷ୍ଟ୍ରୋକ୍‌-ସିଙ୍ଗଲ୍ ସିଲିଣ୍ଡର-ଏଫ୍‌ଆଇ, ୧୪୯.୬୮ ସିସିର ଇଞ୍ଜିନ କ୍ଷମତା, ଟ୍ୟୁବୁଲାର ଫ୍ରେମ୍ ଷ୍ଟ୍ରକ୍‌ଚର, ଡିଜିଟାଲ ଏଲ୍‌ସିଡି ସ୍ପିଡୋମିଟର୍‌, ଟ୍ୟୁବ୍‌ଲେସ୍ ଟାୟାର, ମୋନୋସକ୍‌- ଟ୍ୱିନ୍ ସକ୍ ଆବ୍‌ଜର୍‌ବର୍ ଆଦି ରହିଛି ।

 


Share It

Comments are closed.