ଲୌରିଜ୍ ନୁଡ୍‌ସେନ୍ ଇଲେକ୍ଟ୍ରିକାଲ୍ ଆଣ୍ଡ୍ ଅଟୋମେସନ୍ ପକ୍ଷରୁ ପରବର୍ତୀ ପିଢ଼ିର ଅଟୋମେସନ୍ ସମାଧାନର ଶୁଭାରମ୍ଭ

Share It

ଭୁବନେଶ୍ୱର: ଲୌରିଜ୍ ନୁଡ୍‌ସେନ୍ ଇଲେକ୍ଟ୍ରିକାଲ୍ ଆଣ୍ଡ୍ ଅଟୋମେସନ୍ ପକ୍ଷରୁ ଶକ୍ତି ଦକ୍ଷତାକୁ ବଢ଼ାଇବା ଓ ଖର୍ଚ୍ଚରେ ୮୦ ପ୍ରତିଶତ ହ୍ରାସ ଆଣିବା ଲାଗି ପରବର୍ତୀ ପିଢ଼ିର ସ୍ମାର୍ଟ ଶକ୍ତି ଓ ଅଟୋମେସନ୍ ସମାଧାନର ଶୁଭାରମ୍ଭ କରାଯାଇଛି। ଭାରତର ଡିକାର୍ବନାଇଜେସନ୍ ଲକ୍ଷ୍ୟ ଅନୁସାରେ ପ୍ରସ୍ତୁତ ଏହି ସମାଧାନଗୁଡ଼ିକ ଶିଳ୍ପ ପ୍ରକ୍ରିୟାରେ ଉନ୍ନତି ଆଣିବା ସହିତ ଦେଶର ଶକ୍ତି ଭିତିଭୂମିର ଭବିଷ୍ୟତ ପ୍ରସ୍ତୁତି ବଢ଼ାଇବ। ଅଟୋମେସନ୍‌, ଶକ୍ତି ପରିଚାଳନା ଓ ସଫ୍ଟୱେର ପରିଚାଳନା ବୁଦ୍ଧିମତା ସହିତ ଉତ୍ପାଦ ନବସୃଜନ ଶିଳ୍ପ, ଓଇଏମ୍‌, ୟୁଟିିଲିଟି ଓ ଭିତିଭୂମି କ୍ଷେତ୍ରର ସଂସ୍ଥାଗୁଡ଼ିକୁ ଶକ୍ତି ଉପଯୋଗିତା ହ୍ରାସ କରିବାରେ ସହାୟକ ହେବ।
“ବିକଶିତ ଭାରତ’ ପ୍ରତି ଆମର ପ୍ରତିବଦ୍ଧତା ଶିଳ୍ପ ପରିବର୍ତନ ଏବଂ ଶକ୍ତି ସ୍ଥିରତା ପାଇଁ ଆମର ଅଭିଯାନରେ ପ୍ରତିଫଳିତ ହୋଇଛି। ଭାରତର ଶକ୍ତି ପରିବର୍ତନ ସହିତ ନର୍ଡିକ ଡିଜାଇନ୍ ଉତ୍କର୍ଷତାକୁ ମିଶ୍ରଣ କରି ଆମେ ବ୍ୟାପକ ସମାଧାନ ପ୍ରଦାନ କରୁଛୁ ଯାହା ପରିଚାଳନା ଦକ୍ଷତା, ଉତ୍ପାଦକତା ବୃଦ୍ଧି କରେ ଏବଂ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ରାଷ୍ଟ୍ରର ଦୃଷ୍ଟିକୋଣକୁ ସମର୍ଥନ କରୁଛି। ବୈଷୟିକ ଜ୍ଞାନକୌଶଳ, ଭାଗିଦାରୀ ଏବଂ ଗବେଷଣା ଓ ବିକାଶ କ୍ଷେତ୍ରରେ ୠୁରୁତ୍ୱପୂର୍ଣ୍ଣ ପୁଞ୍ଜିନିବେଶ ମାଧ୍ୟମରେ ଆମେ ଭବିଷ୍ୟତର ଶିଳ୍ପ ବ୍ୟବସ୍ଥା ନିର୍ମାଣ କରିବା ସହିତ ଭାରତର ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାକୁ ସୁଦୃଢ଼ କରୁଛୁ ବୋଲି ଲୌରିଜ ନୁଡସେନ ଇଲେକ୍ଟ୍ରିକାଲ୍ ଆଣ୍ଡ ଅଟୋମେସନର ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ଶ୍ରୀ ନରେଶ କୁମାର କହିଛନ୍ତି।
ଦଶନ୍ଧି ଧରି ଅଭିଜ୍ଞତା ଜରିଆରେ କମ୍ପାନି ଚିନି କଳର ୨ ଲକ୍ଷ ଟିସିଡି, ରାଇସ୍ ମିଲ ୮ହଜାରରୁ ଅଧିକ ଟନ୍‌ର ଅଟୋମେସନ୍ ଏବଂ ୬୦ ଲକ୍ଷ ସ୍ପିଣ୍ଡଲ୍‌କୁ ଉନ୍ନତ ସମାଧାନ ଜରିଆରେ ସଶକ୍ତ କରାଯାଇଛି। ଭରସାଯୋଗ୍ୟତା ପାଇଁ ପରିଚିତ ଲୌରିଜ୍ ନୁଡସେନ୍ ୨୦ରୁ ଅଧିକ ମୁନିସପାଲ କର୍ପୋରେସନ, ୮୦ରୁ ଅଧିକ ପେଟ୍ରୋକେମିକାଲ ଟର୍ମିନାଲ୍ ଓ ୨୫ ହଜାରରୁ ଅଧିକ ହସ୍ପିଟାଲ୍ ଶଯ୍ୟାକୁ ମଧ୍ୟ ସମର୍ଥନ କରୁଛି। ଏହା ଭାରତର ସର୍ବବୃହତ ବିମାନବନ୍ଦର, ଅଗ୍ରଣୀ ଫାର୍ମା କମ୍ପାନି ଓ ୨ଜି ଇଥାନଲ୍ ପ୍ଲାଂଟକୁ ମଧ୍ୟ ସମର୍ଥନ କରୁଛି।
ଲୌରିଜ୍ ନୁଡ୍‌ସେନ୍ ଫାର୍ମା, ରସାୟନ, ବୟନ ଏବଂ ଧାତବ ଶିଳ୍ପର ଏକ ବିଶ୍ୱାସଯୋଗ୍ୟ ସହଯୋଗୀ ଯାହା ପରବର୍ତୀ ପିଢ଼ିର ଅଟୋମେସନ୍ ସମାଧାନ ଉପସ୍ଥାପନ କରି ଭାରତର ଡିଜିଟାଲ୍ ରୂପାନ୍ତରଣକୁୁ ତ୍ୱରାନ୍ୱିତ କରିବ ଓ ଦକ୍ଷତାରେ ଉନ୍ନତି ଆଣିବ।
ଭାରତୀୟ ଗ୍ରାହକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା ଏହି ଉତ୍ପାଦ ଓ ସମାଧାନଗୁଡ଼ିକ ଶକ୍ତି ଓ ପରିଚାଳନା ଦକ୍ଷତାରେ ବିପ୍ଳବ ଆଣିବ। ସ୍ମାର୍ଟ ଶକ୍ତି ନିୟନ୍ତ୍ରଣ ଓ ଉନ୍ନତ ଅଟୋମେସନ୍ ଜରିଆରେ ଲୌରିଜ୍ ନୁଡସେନ୍ ଉତ୍ପାଦକତା ବଢ଼ାଇବା ଏବଂ ଉଭୟ ଶିଳ୍ପ ଓ ଭିତିଭୂମି କ୍ଷେତ୍ରରେ “ଡିପ୍ ଭାରତ’ ଅଭିବୃଦ୍ଧିକୁ ସଶକ୍ତ କରିବ।
କମ୍ପାନିର ଉନ୍ନତ ଉତ୍ପାଦଗୁଡ଼ିକ ମଧ୍ୟରେ ରହିଛି ଭାରିଏବଲ୍ ଫ୍ରିକ୍ୟୁଏନ୍ସି ଡ୍ରାଇଭ୍‌, ପ୍ରୋଗ୍ରାମେବଲ୍ ଲଜିକ୍ କଂଟ୍ରୋଲ୍‌, ହୁମାନ୍‌-ମେସିନ୍ ଇଂଟରଫେସ, ଆଇଓଟି ସକ୍ଷମ ଏଜ୍ ଗେଟ୍‌ୱେ ଓ ସ୍ମାର୍ଟକମ୍ ପ୍ରୋସେସ୍ ସ୍କାଡା ସଫ୍‌ଟୱେର୍‌। ଭାରତକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା ଏହି ନବସୃଜନଗୁଡ଼ିକ ଶିଳ୍ପ ଅଟୋମେସନ୍‌ରେ ଉନ୍ନତି ଆଣିବ, ପରିଚାଳନାକୁ ସଂଗଠିତ କରିବ ଏବଂ ଉତ୍ପାଦକତା ବଢ଼ାଇବ।
ଲୌରିଜ୍ ନୁଡ୍‌ସେନ୍ ଭାରତର ଶିଳ୍ପ ଓ ଶକ୍ତି ଭବିଷ୍ୟତରେ ନିବେଶ ଜାରି ରଖିବ ଏବଂ ଆରଆଣ୍ଡଡି ଓ ମାନୁପାକ୍‌ଚରିଂ ଦକ୍ଷତାକୁ ବଢ଼ାଇବ। ଏହାର କାରଖାନା ତାମିଲନାଡୁ, ମହାରାଷ୍ଟ୍ର ଓ ଗୁଜରାଟରେ ରହିଛି। ଏଥି ସହିତ ୫୫୦ରୁ ଅଧିକ ସହରରେ ୩୩ରୁ ଅଧିକ କାର୍ଯ୍ୟାଳୟ ରହିଛି।


Share It

Comments are closed.