
ଷ୍ଟେଟ୍ ବ୍ୟାଙ୍କର ୭୦ ଶାଖା ଓ ୫୦୧ ମହିଳା ସିଏସ୍ପି ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ
ଭୁବନେଶ୍ୱର: ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏହାର ପ୍ରତିଷ୍ଠାର ୭୦ ବର୍ଷ ପୂର୍ତିି ଅବସରରେ ୧୯୫୫ ମସିହା ଜୁଲାଇ ପହିଲାରେ ଏହାର ପ୍ଲାଟିନମ୍ ଜୁବିଲି ଉତ୍ସବ ଆରମ୍ଭ କରିଥିଲା। ଏହି ଉତ୍ସବର ଏକ ଅଂଶ ଭାବରେ ମାନ୍ୟବର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ୭୦ଟି ଶାଖା ଏବଂ ୫୦୧ଟି ମହିଳା ଗ୍ରାହକ ସେବା ପଏଂଟ (ସିଏସପି)କୁ ଉଦଘାଟନ କରିଥିଲେ। ଏହା ଜନସାଧାରଣଙ୍କୁ ପ୍ରଭାବଶାଳୀ ସେବା ପ୍ରଦାନ କରିବା ପାଇଁ ବ୍ୟାଙ୍କର ପ୍ରତିବଦ୍ଧତାକୁ ଦୃଢ଼ କରିଛି। ଆର୍ଥିକ ସେବା ବିଭାଗ ସଚିବ ଏମ୍ ନାଗାରାଜୁ ଏବଂ ଏସବିଆଇର ଅଧ୍ୟକ୍ଷ ସିଏସ୍ ସେଟ୍ଟିଙ୍କ ଉପସ୍ଥିତିରେ ଏହି ଉଦ୍ଘାଟନ ହୋଇଥିଲା। ଏହି ଗସ୍ତ ସମୟରେ ଅର୍ଥମନ୍ତ୍ରୀ ବ୍ୟାଙ୍କର ଏକ ସ୍ୱତନ୍ତ୍ର ବୋର୍ଡ ବୈଠକରେ ଉଦ୍ବୋଧନ ଦେଇଥିଲେ।
ଗ୍ରାହକମାନଙ୍କ ପାଇଁ ସେବା ଉପଲବ୍ଧତା ବଢ଼ାଇବା ଏବଂ ସମଗ୍ର ଦେଶରେ ବ୍ୟାଙ୍କ୍ ନଥିବା ଲୋକଙ୍କ ପାଖରେ ପହଂଚିବା ପାଇଁ ଏସବିଆଇ ଏହାର ଶାଖା ନେଟୱାର୍କକୁ ବିସ୍ତାର କରୁଛି। ଚଳିତ ଆର୍ôଥକ ବର୍ଷରେ ବ୍ୟାଙ୍କ ୍ ସେବାକୁ ଅବହେଳିତ ସମୁଦାୟମାନଙ୍କ ପାଇଁ ଅଧିକ ଉପଲବ୍ଧ କରାଇବା ପାଇଁ ବ୍ୟାଙ୍କ କାର୍ଯ୍ୟ କରୁଛି। ନାଗାଲାଣ୍ଡର ପୁଘୋପୋଟୋ, ଓଡ଼ିଶାର ଇଟାମାଟି, କେରଳର ଚୁଲିମାନୁର, ଆନ୍ଧ୍ରପ୍ରଦେଶର ପଳାସମୁଦ୍ରମ୍ ଏବଂ ତେଲେଙ୍ଗାନାର ଚିନ୍ନାମ୍ବାଭି ଭଳି ଗ୍ରାମରେ ଶାଖା ଉଦ୍ଘାଟନ ଆର୍ôଥକ ଅନ୍ତର୍ଭୁକ୍ତୀକରଣ ପ୍ରତି ବ୍ୟାଙ୍କର ଅତୁଟ ପ୍ରତିବଦ୍ଧତାର ପ୍ରମାଣ।
ଆର୍ôଥକ ବର୍ଷ ୨୦୨୪-୨୫ର ତୃତୀୟ ତ୍ରୟମାସରେ ବ୍ୟାଙ୍କ ପ୍ରାୟ ୧୦୦ଟି ଶାଖା ଯୋଡ଼ିଛି। ଫଳରେ ବ୍ୟାଙ୍କ ୨୨,୮୦୦ ଶାଖାର ନେଟୱାର୍କ ଅତିକ୍ରମ କରିଛି। ଏହାବ୍ୟତୀତ ଏସବିଆଇ ୭୮,୦୨୩ କଷ୍ଟମର ସର୍ଭିସ ପଏଂଟ୍ (ସିଏସପି)ର ଏକ ମଜବୁତ ନେଟୱାର୍କଟ୍ସ୍ାପନ କରିଛି। ଆହୁରି ୭୦ଟି ଶାଖା ଏବଂ ୫୦୧ଟି ମହିଳା ସିଏସପି ପ୍ରଚଳନ ସରକାରଙ୍କ “ବ୍ୟାଙ୍କ ନଥିବା ସ୍ଥାନରେ ସେବା ପହଂଚାଇବା, ଅସୁରକ୍ଷିତ ଲୋକଙ୍କୁ ସୁରକ୍ଷିତ କରିବା ଅଣଅନୁଦାନପ୍ରାପ୍ତମାନଙ୍କୁ ପାଣ୍ଠି ଯୋଗାଣ” ରଣନୀତି ସହିତ ସମନ୍ୱୟ ରକ୍ଷା କରିବା ପାଇଁ ବ୍ୟାଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି।
ବ୍ୟାଙ୍କ ଏହାର ୧୭ଟି ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟରେ ୧୭ଟି ସିଏସଆର କାର୍ଯ୍ୟକ୍ରମ ପାଇଁ ୨୬ କୋଟି ଟଙ୍କା ଆବଂଟନ କରି ସାମାଜିକ ପ୍ରଭାବ ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି, ମହିଳା ସଶକ୍ତୀକରଣ, ସ୍ୱାସ୍ଥ୍ୟ ସେବା ଏବଂ ପରିମଳ, ଜୀବିକା ବିକାଶ ଏବଂ ପରିବେଶ ନିରନ୍ତରତା କ୍ଷେତ୍ରରେ ପ୍ରକଳ୍ପଗୁଡ଼ିକୁ ସମର୍ଥନ କରୁଛି । ୨୦୨୫ ଆର୍ôଥକ ବର୍ଷର ପ୍ରଥମ ୯ ମାସରେ ଏହା ୩୭୯ କୋଟି ଟଙ୍କା ବିନିଯୋଗ କରିସାରିଛି ଯାହା ଗୋଷ୍ଠୀ ବିକାଶ ଏବଂ ସ୍ଥାୟୀ ଅଭିବୃଦ୍ଧି କ୍ଷେତ୍ରରେ ଏହାର ପ୍ରୟାସକୁ ଆହୁରି ପ୍ରୋତ୍ସାହିତ କରିଛି।
ଏହି ଅବସରରେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ, “ଏସବିଆଇ ୫୧ କୋଟିରୁ ଅଧିକ ଗ୍ରାହକଙ୍କ ବିଶ୍ୱସ୍ତ ଅଂଶୀଦାର ହୋଇ ରହିଛି ଯାହା ଅନେକ ଦେଶର ଜନସଂଖ୍ୟାଠାରୁ ଅଧିକ ଯାହା ସମସ୍ତ ଆୟ ବର୍ଗରେ ଅର୍ଥନୈତିକ ପ୍ରଗତି ପାଇଁ ଏହାର ଗଭୀର ପ୍ରତିବଦ୍ଧତାକୁ ଦର୍ଶାଉଛି। ନିୟାମକ ଆହ୍ୱାନ ଏବଂ ବଜାର ବାଧା ସତ୍ୱେ ବ୍ୟାଙ୍କର ବିକାଶ ଏବଂ ଉଦ୍ଭାବନ କରିବାର ଦକ୍ଷତା ଏହାର ନେତୃତ୍ୱ ବଜାୟ ରଖିବାରେ ସହାୟକ ହୋଇଛି। ଡିଜିଟାଲ ପରିବର୍ତନକୁ ଗ୍ରହଣ କରି ଏସବିଆଇ ଗ୍ରାହକଙ୍କ ଅନୁଭୂତିକୁ ପୁନଃସଂକଳ୍ପିତ କରିଛି, ନିରବଚ୍ଛିନ୍ନ ଆର୍ôଥକ ଉତ୍ପାଦ ପ୍ରଚଳନ କରିଛି ଏବଂ ପରିଚାଳନା ଦକ୍ଷତା ବୃଦ୍ଧି କରିଛି, ଯାହା ବ୍ୟାଙ୍କିଙ୍ଗକୁ ପୂର୍ବ ଅପେକ୍ଷା ଅଧିକ ସୁଲଭ ଏବଂ ଅନ୍ତର୍ଭୁକ୍ତ କରିଛି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ବିଶ୍ୱର ଅନ୍ୟତମ ବୃହତମ ବାଣିଜ୍ୟିକ ବ୍ୟାଙ୍କ ଭାବେ ବିଶ୍ୱଜନସଂଖ୍ୟାର ପାଖାପାଖି ୫.୬% ଲୋକଙ୍କୁ ସେବା ଯୋଗାଉଛି ଏସବିଆଇର ଚତୁରତା ଏବଂ ପ୍ରତିଦ୍ୱନ୍ଦ୍ୱିତା ଅତୁଳନୀୟ।”
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ୫୦୧ଟି ମହିଳା ଗ୍ରାହକ ସେବା ପଏଂଟ ଉଦଘାଟନ କରି ଅର୍ଥମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହ ସାରା ଦେଶରେ ମହିଳାମାନଙ୍କ ପାଇଁ ଆର୍ôଥକ ସ୍ୱାଧୀନତା ବୃଦ୍ଧି ଦିଗରେ ଏସବିଆଇର ପ୍ରତିବଦ୍ଧତାର ଏକ ମାଇଲଖୁଂଟ ବୋଲି ଆଲୋକପାତ କରିଥିଲେ। ସେ କହିଛନ୍ତି ଯେ ଏହି ସର୍ଭିସ୍ ପଏଂଟଗୁଡ଼ିକ ଶେଷ ମାଇଲ ବ୍ୟାଙ୍କିଂ ଉପଲବ୍ଧତାକୁ ବଢ଼ାଇବ, ଅଧିକରୁ ଅଧିକ ମହିଳାଙ୍କୁ ସେମାନଙ୍କ ଆର୍ôଥକ କଲ୍ୟାଣର ଦାୟିତ୍ୱ ନେବାକୁ ସଶକ୍ତ କରିବ ଏବଂ ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ସକ୍ରିୟ ଯୋଗଦାନ କରିବ।
Comments are closed.