ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫାମନ୍ସ ସେଂଟର ପକ୍ଷରୁ ରାଜ୍ୟରେ ତିନିଟି ନୂଆ କେନ୍ଦ୍ରର ଶୁଭାରମ୍ଭ


ନବରରଙ୍ଗପୁର, ଜଗତସିଂହପୁର ଓ ସୁବର୍ଣ୍ଣପୁରରେ ନୂଆ କେନ୍ଦ୍ରଗୁଡ଼ିକ ଉଦ୍‌ଘାଟିତ
ଗ୍ରାସ୍‌ରୁଟ୍ ସେଂଟର ମୋଟ ସଂଖ୍ୟା ୨୮କୁ ବୃଦ୍ଧି


ଭୁବନେଶ୍ୱର: ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଂଟର (ଓଏନ୍‌ଟିଏଚ୍‌ଏଚ୍‌ପିସି) ପକ୍ଷରୁ ନବରଙ୍ଗପୁର, ଜଗତସିଂହପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ତିନିଟି ନୂଆ ତୃଣମୂଳ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି ।
ଏଥିପାଇଁ ଅନୁଷ୍ଠିତ ଭର୍ଚୁଆଲ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗର କ୍ରୀଡ଼ା ନିର୍ଦ୍ଦେଶକ ଆଇଏଏସ୍ ସିଦ୍ଧାର୍ଥ ଦାସ, ଓଏନ୍‌ଟିଏଚ୍‌ଏଚ୍‌ପିସିିର ପ୍ରକଳ୍ପ ନିର୍ଦ୍ଦେଶକ ରାଜୀବ ସେଠ୍‌୍ ଓ ୩ ଜିଲ୍ଲାର ବରିଷ୍ଟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଉଚ୍ଚ ଶ୍ରେଣୀର ହକି ଖେଳାଳି ସୃଷ୍ଟି କରୁଥବା ଓଡ଼ିଶା ନାଭାଲ ଟାଟା ହକି ହାଇପରଫରମାନ୍ସ ସେଂଟରର ମାର୍ଗଦର୍ଶନରେ ଏହି କେନ୍ଦ୍ରଗୁଡ଼ିକ ଉଦୀୟମାନ ପ୍ରତିଭାଙ୍କୁ ସମୃଦ୍ଧ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ।
ନୂଆ କେନ୍ଦ୍ରଗୁଡ଼ିକ ବିଷୟରେ ନିଜର ଖୁସି ବ୍ୟକ୍ତ କରି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ କହିଛନ୍ତି ଯେ, “ଏହି ତୃଣମୂଳ ସ୍ତରର ତାଲି଼ମ ଖେଳାଳିଙ୍କୁ ଜାତୀୟ ଓ ଆନ୍ତର୍ଜାତିକ ମାନରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ରାଜ୍ୟରେ ହକିର ପ୍ରସାର କରୁଛନ୍ତି ଏବଂ ଏହି ତୃଣମୂଳ କେନ୍ଦ୍ରଗୁଡ଼ିକ ଖେଳାଳିଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରି ସଫଳତା ହାସଲ କରିବାରେ ସେମାନଙ୍କୁ ସକ୍ଷମ କରିବ ।’’
ତିନି ନୂଆ କେନ୍ଦ୍ରର ପ୍ରଶିକ୍ଷକମାନଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ଏଚ୍‌ପିସିର ପୂର୍ବତନ ମହିଳା ଖେଳାଳି ଯାହା ଏକ ସାମଗ୍ରିକ ଏକୀକରଣ ନୀତିକୁ ପ୍ରତିଫଳିତ କରୁଛି ।
ନବରଙ୍ଗପୁର, ଜଗତସିଂହପୁର ଓ ସୁବର୍ଣ୍ଣପୁର ଜିଲ୍ଲାର ପ୍ରଶାସନ, ଓଏନ୍‌ଟିଏଚ୍‌ଏଚ୍‌ପିସିକୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗର କ୍ରୀଡ଼ା ନିର୍ଦ୍ଦେଶକ ଆଇଏଏସ୍ ସିଦ୍ଧାର୍ଥ ଦାସ କହିଛନ୍ତି ଯେ, “ତୃଣମୂଳ କେନ୍ଦ୍ରଗୁଡ଼ିକର ସଂଯୋଜକ, ପ୍ରଶିକ୍ଷକ ଓ ଖେଳାଳିମାନେ ନିଶ୍ଚିତ ରୂପେ ରାଜ୍ୟରେ ହକିର ଭବିଷ୍ୟତ ସଂଜ୍ଞା ନିର୍ଧାରଣ କରିବେ । ଏହି କେନ୍ଦ୍ରଗୁଡ଼ିକର ସମ୍ପ୍ରସାରଣ ଓଡ଼ିଶାରେ ହକିର ଭବିଷ୍ୟତ ଉଜ୍ଜ୍ୱଳ କରିବା ସହିତ ପ୍ରତିଭାବାନ ଖେଳାଳିଙ୍କ ନୂଆ ପିଢ଼ିକୁ ସମୃଦ୍ଧ କରିବ । ମୁଁ ଭାବୁଛି ଯେ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ବ୍ଲକ୍ ସ୍ତରରେ ସମ୍ପୃକ୍ତ ଅଧିକାରୀ, ପ୍ରଶିକ୍ଷକ, ଶିକ୍ଷକ ଏବଂ ଅଭିଭାବକଙ୍କ ସମେତ ସମସ୍ତ ଅଂଶୀଦାର ହେଉଛନ୍ତି ଗୁରୁତ୍ୱପୂର୍ଣ୍ଣ ସମ୍ପର୍କର ସେତୁ ।’’
ଓଡ଼ିଶା ସରକାର, ଟାଟା ଷ୍ଟିଲ୍ ଓ ଟାଟା ଟ୍ରଷ୍ଟ୍‌ସର ମିଳିତ ସହଯୋଗିତାରେ ୨୦୧୯ରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଓଡ଼ିଶା ନାଭାଲ ଟାଟା ହକି ହାଇପରଫରମାନ୍ସ ସେଂଟର (ଏଚ୍‌ପିସି) ସ୍ଥାପନ କରାଯାଇଥିଲା । ଏହି ଏଚ୍‌ପିସିରେ ଏବେ ଉଭୟ ପୁରୁଷ ଓ ମହିଳା ୩୦୦୦ ଖେଳାଳି ରହିଛନ୍ତି ଯେଉଁମାନଙ୍କୁ ରାଜ୍ୟ ଓ ଜାତୀୟ ପ୍ରତିଭାରୁ ଚୟନ କରାଯାଇଛି । ଏହି ଖେଳାଳମାନଙ୍କୁ ବିଶ୍ୱ ସ୍ତରୀୟ ସୁବିଧା ସୁଯୋଗ ଓ ତାଲିମ ପ୍ରଦାନ କରିବା ସହ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଓଏନ୍‌ଟିଏଚ୍‌ଏଚ୍‌ପିସି ଦ୍ୱାରା ପରିଚାଳିତ ଆବଶ୍ୟକ ଭିତିଭୂମି ଜରିଆରେ ଆନ୍ତର୍ଜାତିକ ପ୍ରତିଯୋଗିତା ପାଇଁ ସେମାନଙ୍କ ଦକ୍ଷତାକୁ ଶାଣିତ କରାଯାଉଛି ।
ହାଇ-ପରଫରମାନ୍ସ ସେଂଟର ଭୂମିକା ସହିତ ଏହି ଏଚ୍‌ପିସି ଓଡ଼ିଶାର ୧୨ଟି ଜିଲ୍ଲାରେ ତୃଣମୂଳ ହକିର ପ୍ରସାର କରୁଥିବା ବେଳେ ୨୮ଟି କାର୍ଯ୍ୟକ୍ଷମ ତୃଣମୂଳ କେନ୍ଦ୍ର, ୨୦ ଆଷ୍ଟ୍ରୋ ଟର୍ଫ ଓ ୮ ଘାସ ପିଚ୍ କେନ୍ଦ୍ରରର ଦେଖାଶୁଣା କରୁଛି ।


Share It

Comments are closed.