ଏନପିସିଆଇ ନିବେଶ ଠକେଇ ସଚେତନତା ସହିତ ଡିଜିଟାଲ ସୁରକ୍ଷାକୁ ପ୍ରୋତ୍ସାହିତ କରୁଛି

Share It

ଭୁବନେଶ୍ବର: ନିବେଶ ସମ୍ବନ୍ଧୀୟ ଠକାମି ହେଉଛି ଆର୍ôଥକ ଅପରାଧର ସବୁଠାରୁ ପ୍ରତାରଣାମୂଳକ ମାଧ୍ୟମ ଯାହା ପ୍ରାୟତଃ ସାମାଜିକ ବ୍ୟବସ୍ଥା ଓ ମାନବ ମନୋଭାବକୁ ନିୟନ୍ତ୍ରଣ କରୁଥିବା ବିଷୟ ଜରିଆରେ କରାଯାଇଥାଏ। ଠକମାନେ ଆର୍ôଥକ ବିଶେଷଜ୍ଞଙ୍କ ଭୂମିକା ନେଇ, ପ୍ରତିଷ୍ଠିତ ସଂଗଠନଗୁଡ଼ିକର ପ୍ରତିନିଧି କିମ୍ବା ବେଳେବେଳେ ସୋସିଆଲ୍ ମିଡିଆ ପ୍ରଭାବଶାଳୀ (ଇନଫ୍ଲୁଏନ୍‌ସର୍‌)ଙ୍କ ନକଲି ଭିଡିଓ ବ୍ୟବହାର କରି ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି କରନ୍ତି। ସେମାନେ ଅସାଧାରଣ ଫାଇଦା, ସ୍ୱତନ୍ତ୍ର ନିବେଶ ସୁଯୋଗ କିମ୍ବା ସୀମିତ ସମୟ ଡିଲ୍ ପ୍ରତିଶ୍ରୁତି ଦେଇ ଲୋକମାନଙ୍କୁ ଯଥାର୍ଥ ଅନୁସନ୍ଧାନ ନକରି ନିବେଶ କରିବାକୁ ଉତ୍ସାହିତ କରନ୍ତି। ଯେତେବେଳେ ଲୋକମାନେ ନିବେଶ କରନ୍ତି, ଠକମାନେ ହଠାତ୍ ଅଦୃଶ୍ୟ ହୋଇଯାଆନ୍ତି କିମ୍ବା ବ୍ୟକ୍ତି ଠକାମିର ଶିକାର ହେଉଥିବା ବୁଝିବା ପର୍ଯ୍ୟନ୍ତ ଅର୍ଥ ଆହରଣ ଜାରି ରଖନ୍ତି। ଯେହେତୁ ଠକାମି ପ୍ରଯୁକ୍ତି ସହିତ ପରିଚାଳିତ ହୁଏ, ତେଣୁ ସେହି ମାନସିକ ଚତୁରତତା ବିରୁଦ୍ଧରେ ସର୍ବୋତମ ପ୍ରତିରକ୍ଷା ହେଉଛି ସଚେତନତା।
ନିବେଶ ସମ୍ବନ୍ଧୀୟ ଠକାମିର ପ୍ରକାରଭେଦ
ନକଲି ଟ୍ରେଡିଂ ପ୍ଲାଟଫର୍ମ ଏବଂ ଆପ୍‌: ଠକମାନେ ନକଲି ନିବେଶ ଆପ୍ କିମ୍ବା ୱେବସାଇଟ୍ ସୃଷ୍ଟି କରନ୍ତି ଯାହା ବୈଧ ବ୍ରୋକର, ଫଣ୍ଡ ହାଉସ୍ କିମ୍ବା ଏକ୍ସଚେଞ୍ଜଗୁଡ଼ିକର ୱେବସାଇଟ୍ ଭଳି ସମାନ ଦେଖାଯାଏ। ନକଲି ସ୍କିମ୍ ଉପରେ ଲୋଭନୀୟ ଲାଭ ଦେଖାଇ ପ୍ରାରମ୍ଭରେ ଲୋକମାନଙ୍କୁ ଟଙ୍କା ଜମା କରିବାକୁ ପ୍ରଲୋଭିତ କରାଯାଏ। ଯେତେବେଳେ ସେମାନେ ବହୁତ ପରିମାଣର ନିବେଶ କରନ୍ତି, ସେମାନଙ୍କୁ ପାଣ୍ଠି ଉଠାଇବାକୁ ପ୍ରତିରୋଧ କରନ୍ତି।
ରିହାତି ମୂଲ୍ୟରେ ଷ୍ଟକ୍‌: ଠକମାନେ କମ୍ ଜଣାଶୁଣା, କମ୍ ପରିମାଣର ଷ୍ଟକ୍ ପ୍ରଚାର କରନ୍ତି ଏବଂ କେବଳ କିଛି ନିର୍ଦ୍ଧିଷ୍ଟ ଗ୍ରାହକଙ୍କ ପାଇଁ ଅତ୍ୟଧିକ ରିହାତି ମୂଲ୍ୟରେ ପ୍ରାରମ୍ଭିକ ପ୍ରବେଶ ନିଶ୍ଚିତ କରନ୍ତି। ସେମାନେ ନିବେଶକାରୀଙ୍କୁ ଏକ୍ସଚେଞ୍ଜ କିମ୍ବା ବ୍ରୋକିଂ ହାଉସ୍ ପରିବର୍ତେ ବ୍ୟକ୍ତିଗତ ଆକାଉଂଟ୍‌କୁ ଫଣ୍ଡ ଟ୍ରାନ୍ସଫର୍ କରିବାକୁ କହନ୍ତି ଯାହା ଠକାମିର ଇଚ୍ଛାକୁ ସୂଚିତ କରିଥାଏ। ଏହି ଠକାମିରେ ସେମାନେ ଷ୍ଟକ୍ ଟ୍ରେଡିଂ ମାଧ୍ୟମରେ ସମ୍ପତ୍ତି ସୃଷ୍ଟି କରିବାର ଛଳନାରେ ସାଧାରଣତଃ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ପାଣ୍ଠି ସଂଗ୍ରହ କରନ୍ତି।
ନକଲି ନିଯୁକ୍ତି ଠକାମି: ଠକମାନେ ନିଜକୁ ଚାକିରି ପ୍ରଦାନକାରୀ ଭାବରେ ଉପସ୍ଥାପନ୍ନ କରନ୍ତି ଯାହା ସୋସିଆଲ୍ ମିଡିଆ ପେଜ୍ ପସନ୍ଦ କରିବା କିମ୍ବା ସମୀକ୍ଷା ଲେଖିବା ଭଳି ସରଳ କାର୍ଯ୍ୟ ଅନ୍ତର୍ଭୁକ୍ତ କରନ୍ତି ଏବଂ ବିଶ୍ୱାସ ଅର୍ଜନ କରିବାକୁ ଏକ ଛୋଟ ଫି’ ଦେବାକୁ କହନ୍ତି। ପରବର୍ତୀ ସମୟରେ, ବ୍ୟକ୍ତିଙ୍କୁ ଛୋଟ କ୍ରୟ କରିବାକୁ ପ୍ରେରିତ କରାଯାଏ ଯାହାକୁ ପ୍ରାରମ୍ଭିକ ନିବେଶ ଭାବରେ ପ୍ରଦର୍ଶିତ କରାଯାଏ। ସେମାନେ ଶେଷରେ ଯୋଜନାଗୁଡ଼ିକର ଠକାମି ସ୍ୱଭାବକୁ ଚିହ୍ନିପାରନ୍ତି।
ପଞ୍ଜି ଏବଂ ପିରାମିଡ୍ ସ୍କିମ୍‌: ଏହି ଠକାମି ନିବେଶକାରୀଙ୍କୁ ଉଚ୍ଚ ଲାଭର ପ୍ରତିଶ୍ରୁତି ଦେଇଥାନ୍ତି। କିନ୍ତୁ ପ୍ରାରମ୍ଭିକ ନିବେଶକାରୀଙ୍କୁ ନୂତନ ନିବେଶକାରୀଙ୍କ ଫଣ୍ଡରୁ ଦେୟ ଦିଅନ୍ତି, ପ୍ରକୃତ ଲାଭରୁ ନୁହେଁ। ନୂତନ ଅର୍ଥ ବନ୍ଦ ହୋଇଗଲେ ସେମାନେ ବନ୍ଦ ହୋଇଯାଆନ୍ତି।
ନିବେଶ୍ ସମ୍ବନ୍ଧୀୟ ଠକାମିରୁ କିପରି ସୁରକ୍ଷିତ ରହିବେ
– ନିବେଶ କରିବା ପୂର୍ବରୁ ଯାଂଚ କରନ୍ତୁ: ସବୁବେଳେ ସେବି, ଆରବିଆଇ କିମ୍ବା ଅଫିସିଆଲ୍ ନିୟାମକ ୱେବସାଇଟ୍ ପରିଦର୍ଶନ କରନ୍ତୁ
– ଉଚ୍ଚ ଫାଇଦା ଉପରେ ସନ୍ଦେହ କରନ୍ତୁ: ଯଦି ଏକ ନିବେଶ ବହୁତ ଭଲ ଶୁଣାଯାଏ ତାହା ହେଉଛି ଏକ ଠକାମି
– ଚାପ କୌଶଳ ଏଡ଼ାନ୍ତୁ: ବୈଧ ଆଇନ୍ ତତ୍କାଳ ନିଷ୍ପତି ଆବଶ୍ୟକ କରେ ନାହିଁ
– ୱେବସାଇଟ୍ ଏବଂ ଇମେଲ୍ ସାକ୍ଷାତକାରୀ ଯାଂଚ କରନ୍ତୁ: ଏଚଟିଟିପିଏସ୍‌, ଅଫିସିଆଲ୍ ଡୋମେନ୍ ନାମ ଖୋଜନ୍ତୁ ଏବଂ ଅନାବଶ୍ୟକ ଲିଙ୍କ୍ ଉପରେ କ୍ଲିକ୍ କରିବାରୁ ଦୂରେଇ ରୁହନ୍ତୁୁ
– ବ୍ୟକ୍ତିଗତ କିମ୍ବା ବ୍ୟାଙ୍କିଂ ବିବରଣୀ କଦାପି ପ୍ରଦାନ କରନ୍ତୁ ନାହିଁ: ଠକମାନେ ଏଗୁଡ଼ିକୁ ନିୟନ୍ତ୍ରଣ ଏବଂ ଅର୍ଥ ଚୋରି କରିବାକୁ ବ୍ୟବହାର କରନ୍ତି
ସତର୍କ ଏବଂ ଅବଗତ ରହିବା ହେଉଛି ନିବେଶ ସମ୍ବନ୍ଧୀୟ ଠକାମିର ସର୍ବୋତମ ପ୍ରତିରକ୍ଷା। ନିବେଶ କରିବା ପୂର୍ବରୁ ସବୁବେଳେ ଅନୁସନ୍ଧାନ କରନ୍ତୁ ଏବଂ ଅନାବଶ୍ୟକ ନିବେଶ ପ୍ରସ୍ତାବ ଉପରେ ବିଶ୍ୱାସ କରନ୍ତୁ ନାହିଁ। ସନ୍ଦେହଜନକ ନମ୍ବରକୁ ଜାତୀୟ ସାଇବର୍ ଅପରାଧ ହେଲ୍ପଲାଇନ୍ ୧୯୩୦ କିମ୍ବା ଦୂରସଂଚାର ବିଭାଗ (https://sancharsaathi.gov.in/sfc/ ) କୁ ରିପୋର୍ଟ କରନ୍ତୁ। ବାର୍ତା ସେଭ୍ କରନ୍ତୁ, ସ୍କ୍ରିନଶଟ୍ ନିଅନ୍ତୁ ଏବଂ କଥାବାର୍ତା ରେକର୍ଡ କରନ୍ତୁ।


Share It

Comments are closed.