ଜେପିଏଫ୍ଏଲ୍ ଫିଲ୍ମସ୍ ପକ୍ଷରୁ ବିଓପିଏ ନାଇଲନ୍ ଫିଲ୍ମସ୍ ଉନ୍ମୋଚିତ, ୧୨୦ କୋଟି ଟଙ୍କାର ନିବେଶ
ଭୁବନେଶ୍ୱର: ଭାରତର ସବୁଠାରୁ ବଡ଼ ଫ୍ଲେକ୍ସିବଲ୍ ପ୍ୟାକେଜିଂ କମ୍ପାନି ଜିନ୍ଦଲ ପଲି ଫିଲ୍ମସ୍ ଲିମିଟେଡ୍ର ସହାୟକ ସଂସ୍ଥା ଜେପିଏଫ୍ଏଲ୍ ଫିଲ୍ମସ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଭାରତରେ ପ୍ରଥମ ଭାବରେ ବାଇଆକ୍ସିଆଲି ଓରିଏଟେଂଡ୍ ପଲିଆମାଇଡ୍ (ବିଓପିଏଲ୍) ନାଇଲନ୍ ଫିଲଲ୍ସ୍ର ଶୁଭାରମ୍ଭ ଘୋଷଣା କରାଯାଇଛି। ଜେପିଏଫ୍ଏଲ୍ ଫିଲ୍ମସ୍ ପ୍ରାଇଭେଟ୍ ଲିମିଟେଡ୍ ନାସିକ୍ରେ ଥିବା ନିଜର ଆଧୁନିକ କାରଖାନାରେ ୧୨୦ କୋଟି ଟଙ୍କା ବିନିଯୋଗ କରିଛି।
ଏହି ବିଓପିଏ ନାଇଲନ୍ ଫିଲ୍ମ୍ର ଉନ୍ମୋଚନ ସରକାରଙ୍କ “ମେକ୍ ଇନ୍ ଇଣ୍ଡିଆ” ପଦକ୍ଷେପ ସହିତ ସମନ୍ୱିତ ରହିଛି ଏବଂ କମ୍ପାନିର ଅଭିବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ନୂତନ ଉତ୍ପାଦର ଶୁଭାରମ୍ଭ କମ୍ପାନିର ନିର୍ମାଣ ପ୍ରକ୍ରିୟାରେ ପ୍ରଯୁକ୍ତିଗତ ଉନ୍ନତି ଏବଂ ବିନିର୍ମାଣ ପ୍ରକ୍ରିୟାରେ ନବସୃଜନ, ଗୁଣବତା ବୃଦ୍ଧି କରିବା, ଖର୍ଚ୍ଚରେ ଉନ୍ନତି ଏବଂ ଗ୍ରାହକ ସନ୍ତୁଷ୍ଟି ବୃଦ୍ଧି କରିବା ପାଇଁ କମ୍ପାନିର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏହି ବିନିଯୋଗ ଭାରତୀୟ ବଜାର ପ୍ରତି କମ୍ପାନିର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଉଛି।
ଜେପିଏଫ୍ଏଲ୍ ଫିଲ୍ମସର ଉପ ସିଇଓ (ଗ୍ରୋଥ୍ ଡିଭିଜନ) ଡକ୍ଟର ମହେଶ ଏନ୍ ଗୋପାଳସମୁଦ୍ରମ କହିଛନ୍ତି ଯେ, “ବିଓପିଏ ନାଇଲନ୍ ଫିଲ୍ମ୍ର ଶୁଭାରମ୍ଭ ସହିତ ଜେପିଏଫ୍ଏଲ୍ ଫିଲ୍ମସ୍ ପ୍ରାଇଭେଟ୍ ଲିମିଟେଡ୍ ଭାରତୀୟ ବଜାରରେ ପ୍ରଥମ ଭାବରେ ଏହି ନବସୃଜନ ଆଣିଛି। ଏହି ଅନନ୍ୟ ଉତ୍ପାଦ ଉନ୍ନତ ଯାନ୍ତ୍ରିକ ଗୁଣ ଏବଂ ସୁଗନ୍ଧ ବାରିଅର୍ ପ୍ରଦାନ କରୁଛି। ଏହା ଫାର୍ମା, ମେଡିକାଲ୍, ଏଫ୍ଏମ୍ସିଜି ଏବଂ ଖାଦ୍ୟ ପ୍ରୟୋଗରେ ସମାଧାନ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ। ଏ ପର୍ଯ୍ୟନ୍ତ ଏହି ଫିଲ୍ମକୁ ୧୦୦% ଆମଦାନି କରାଯାଉଥିଲା।”
ଏହି ଅନନ୍ୟ ଉତ୍ପାଦର ମୁଖ୍ୟ ବିଶେଷତା ହେଉଛି ଏହାର ଆଇସୋଟ୍ରୋପିସିଟି ଯାହା ସ୍ୱତନ୍ତ୍ର ଜାପାନୀ ଡବଲ୍ ବବଲ୍ ଫିଲ୍ମ୍ ପ୍ରଯୁକ୍ତିରେ ଉତ୍ପାଦନ କରାଯାଉଛି। ଏହା ଉତ୍ପାଦର ଦୈର୍ଘ୍ୟ ଏବଂ ପ୍ରସ୍ଥରେ ସ୍ଥିରତା, ପଂଚର୍ ପ୍ରତିରୋଧ ଏବଂ ସମାନତା ପ୍ରଦାନ କରୁଛି। ଏହା ବ୍ୟତୀତ, ଉତ୍ପାଦଟି ହାଇ-ସ୍ପିଡ୍ ପ୍ରିଟିଂ ପାଇଁ ଉପଯୁକ୍ତ ଏବଂ ଗ୍ୟାସ୍ ପାଇଁ ଏକ ପ୍ରଭାବଶାଳୀ ବାରିଅର୍ ଭାବରେ କାର୍ଯ୍ୟ କରିବ।
“ବିଓପିଏ ଫିଲ୍ମ୍ ଆମ ଗ୍ରୁପ୍ କମ୍ପାନୀ ଜିନ୍ଦଲ ନାଇଲନ୍ ଫିଲ୍ମସ୍ ଦ୍ୱାରା ଇଟାଲୀରେ ମଧ୍ୟ ଉତ୍ପାଦନ କରାଯାଉଛି। ଏହି ଅନୁଭବ ଆମକୁ ଭାରତୀୟ ଗ୍ରାହକଙ୍କୁ ସେବା ପ୍ରଦାନ କରିବାରେ ଏବଂ ବିଶ୍ୱସ୍ତରୀୟ ନବସୃଜନକୁ ସ୍ଥାନୀୟ ଭାବରେ ଆଣିବାରେ ସାହାଯ୍ୟ କରିବ ବୋଲି ଡକ୍ଟର ମହେଶ ଏନ୍ ଗୋପାଲସାମୁଦମ୍ କହିଛନ୍ତି।
Comments are closed.