ଡିବିଏସ୍ ଫାଉଣ୍ଡେସନ ପକ୍ଷରୁ ୫.୧ ନିୟୁତ ଏସଜିଡି ପାଣ୍ଠି ସହିତ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ବୃଦ୍ଧି ପାଇଁ ହକଦର୍ଶକ ସହ ସହଯୋଗିତା
– ଉନ୍ନତ ଡିବିଏସ୍ କାର୍ଯ୍ୟକ୍ରମ ହକଦର୍ଶକ ସହ ଉଦ୍ଦେଶ୍ୟ ଭିତ୍ତିକ ପୂର୍ବ ଭାଗିଦାରୀ ଉପରେ ଆଧାରିତ
– ଭାରତରେ ୫୦,୦୦୦ ଅଣୁ ଉଦ୍ୟୋଗୀଙ୍କ ସମେତ ୫୦୦,୦୦୦ ହିତାଧିକାରୀଙ୍କ ଆର୍ôଥକ ସ୍ଥିରତା ଏବଂ ସାମାଜିକ ନିରାପତାରେ ଉନ୍ନତି ଆଣିବା ଲକ୍ଷ୍ୟ ରଖାଯାଇଛି
ଭୁବନେଶ୍ୱର: ଡିବିଏସ୍ ଫାଉଣ୍ଡେସନ ହକଦର୍ଶକ ଏମ୍ପାୱାରମେଂଟ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ (ଏଚ୍ଇଏସପିଏଲ୍) ସହ ଭାଗିଦାରୀରେ ଗ୍ରାମୀଣ ଭାରତ ଉପରେ ଧ୍ୟାନ ଦେଇ ଆର୍ôଥକ ଅନ୍ତର୍ଭୁକ୍ତୀକରଣକୁ ଆଗେଇ ନେବାରେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ନୂତନ କାର୍ଯ୍ୟକ୍ରମ ଘୋଷଣା କରିଛି। ନିମ୍ନ ଆୟକାରୀ ଏବଂ ଅବହେଳିତ ବ୍ୟକ୍ତିଙ୍କ ଜୀବନ ଏବଂ ଜୀବିକାରେ ଉନ୍ନତି ଆଣିବା ପାଇଁ ଆଗାମୀ ଦଶନ୍ଧି ମଧ୍ୟରେ ୧ ବିଲିୟନ ଏସଜିଡି ଆବଣ୍ଟନ କରିବାକୁ ୨୦୨୩ରେ ଘୋଷଣା କରାଯାଇଥିବା ଡିବିଏସ ବ୍ୟାଙ୍କର ବୃହତ ପ୍ରତିଶ୍ରୁତିର ଏକ ଅଂଶ ହେଉଛି ଏହି କାର୍ଯ୍ୟକ୍ରମ । ସମଗ୍ର ଦେଶରେ ସମୁଦାୟ ୫,୦୦,୦୦୦ ହିତାଧିକାରୀଙ୍କୁ ଉପକୃତ କରିବାକୁ ଲକ୍ଷ୍ୟ ରଖିଥିବା ଏହି କାର୍ଯ୍ୟକ୍ରମ ପାଇଁ ଡିବିଏସ୍ ଫାଉଣ୍ଡେସନ୍ ୫.୧ ନିୟୁତ ଏସଜିଡି ଯୋଗାଇଦେବ।
ଭାରତର ଗ୍ରାମୀଣ ଜନସଂଖ୍ୟା ପ୍ରାୟତଃ ଆର୍ôଥକ ସେବା ଏବଂ ସାମାଜିକ କଲ୍ୟାଣ ଅଧିକାର ବିଷୟରେ ସୂଚନାର ଅଭାବ ଏବଂ ଉପଲବ୍ଧତା ପରି ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ଡିବିଏସ୍ ପାଣ୍ଠିପ୍ରାପ୍ତ ଏହି କାର୍ଯ୍ୟକ୍ରମ ଏହି ଜନସଂଖ୍ୟାକୁ ଆର୍ôଥକ ଧାରଣା ଏବଂ ଉତ୍ପାଦଗୁଡ଼ିକୁ ବୁଝିବାରେ ସାହାଯ୍ୟ କରିବା ପାଇଁ ସମ୍ବଳ ପ୍ରଦାନ କରିବା ସହିତ ସାମାଜିକ କଲ୍ୟାଣକାରୀ ଯୋଜନାଗୁଡ଼ିକୁ କିପରି ଉପଲବ୍ଧ କରାଯିବ ସେ ବିଷୟରେ ଉପକରଣ ଏବଂ ସହାୟତା ପ୍ରଦାନ କରି ଏହି ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନକୁ ସମାଧାନ କରୁଛି। ତାହାକୁ ହକଦର୍ଶକର ଏଜେଂଟ ଦଳ ସହଯୋଗ କରୁଛନ୍ତି । ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଛତିଶଗଡ଼ ଓ ଓଡ଼ିଶା ରାଜ୍ୟର ଗ୍ରାମାଂଚଳରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ।
ଏହି କାର୍ଯ୍ୟକ୍ରମରେ ହକଦର୍ଶକର ମହିଳା ଏଜେଂଟଙ୍କ ସମେତ ଉତ୍ସର୍ଗୀକୃତ ଫିଲଡ ଟିମକୁ ଉଭୟ ଡିଜିଟାଲ ଏବଂ ଆର୍ôଥକ ସାକ୍ଷରତା ପ୍ରଶିକ୍ଷଣ ଅଧିବେଶନ ସହିତ ଯୋଗ୍ୟତା ସ୍କ୍ରିନିଂ ଅଧିବେଶନ ପରିଚାଳନା ପାଇଁ ନିୟୋଜିତ କରାଯିବ । ଏହି କାର୍ଯ୍ୟକ୍ରମରେ ଯୋଗ୍ୟ ହିତାଧିକାରୀ, ବିଶେଷକରି ମହିଳା, ବୟସ୍କ ଏବଂ ରାସ୍ତାକଡ଼ ବିକ୍ରେତା ଓ ବ୍ୟବସାୟୀଙ୍କ ଭଳି ଅଣୁଉଦ୍ୟୋଗୀଙ୍କୁ ଉପଯୁକ୍ତ ସାମାଜିକ କଲ୍ୟାଣକାରୀ ଯୋଜନାରେ ସାମିଲ କରିବାକୁ ପ୍ରାଥମିକତା ଦିଆଯିବ। ଏହାବ୍ୟତୀତ ଆର୍ôଥକ ଠକେଇରୁ ସୁରକ୍ଷା ଦେବାପାଇଁ ଅଂଶଗ୍ରହଣକାରୀମାନଙ୍କୁ ଦୁର୍ନୀତି ବିରୋଧୀ ସଚେତନତା ପ୍ରଶିକ୍ଷଣ ଦିଆଯିବ। ଏହି ସେବାଗୁଡ଼ିକର ଫଳପ୍ରଦତା ବୃଦ୍ଧି କରି, ଏକ କ୍ୟୁଆର୍ କୋଡ ଥିବା କାର୍ଡ, ହକଦର୍ଶକ ଯୋଜନା କାର୍ଡ, ଯୋଜନା ଯୋଗ୍ୟତା ବିଷୟରେ ସମୟକ୍ରମେ ସୂଚନା ଅପଡେଟ୍ ସହିତ ଅନଲାଇନରେ ହିତାଧିକାରୀଙ୍କ ସାମାଜିକ ଅଧିକାର ପ୍ରୋଫାଇଲକୁ ସହଜରେ ହାସଲ କରିବାରେ ସୁବିଧା ପ୍ରଦାନ କରିବ । ବିଷୟବସ୍ତୁ ସଚେତନତା ବୃଦ୍ଧି ପାଇଁ ଡିବିଏସ୍ କର୍ମଚାରୀମାନେ ଏହାର ଷ୍ଟାଫ୍ ସ୍ୱେଚ୍ଛାସେବୀ ଆନ୍ଦୋଳନ ‘ପିପୁଲ୍ ଅଫ୍ ପର୍ପଜ୍’ ଅଧୀନରେ କାର୍ଯ୍ୟକ୍ରମ ବିତରଣରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ସହିତ ହକଦର୍ଶକ ଟିମ୍ ସହିତ ଗୋଷ୍ଠୀ ଅଧିବେଶନ ଆୟୋଜନ କରିବେ।
ଡିବିଏସ୍ ବ୍ୟାଙ୍କ ଇଣ୍ଡିଆର ପରିଚାଳନା ନିର୍ଦେଶକ ତଥା ଗ୍ରୁପ୍ ଷ୍ଟ୍ରାଟେଜିକ୍ ମାର୍କେଟିଂ ଆଣ୍ଡ କମ୍ୟୁନିକେସନ୍ ମୁଖ୍ୟ ଅଜମତ ହବିବୁଲ୍ଲା କହିଛନ୍ତି ଯେ, ‘ଏକ ଦଶନ୍ଧିରୁ ଅଧିକ ସମୟ ପୂର୍ବରୁ ଡିବିଏସ୍ ଫାଉଣ୍ଡେସନ୍ ଜୀବନ ଓ ଜୀବିକାର ଉନ୍ନତି ଉପରେ ଗୁରୁତ୍ୱ ଦେଇ ଆସୁଛି ଏବଂ ୨୦୧୮ରୁ ଆମେ ଏକ ବିଜନେସ୍ ଫର୍ ଇମ୍ପାକ୍ଟ ଭାବରେ ନୀତିରେ ହକଦର୍ଶକ ସହ ଏକ ନୂତନ ପଦକ୍ଷେପ ଆରମ୍ଭ କରିବାକୁ ସକ୍ଷମ ହେବା ବିଶେଷ ଭାବରେ ଅର୍ଥପୂର୍ଣ୍ଣ। ଭାରତରେ ତିନି ଦଶନ୍ଧି ପୂରଣ କରିଥିବା ଡିବିଏସ୍ ବ୍ୟାଙ୍କ ଏହାର ଉଦ୍ଦେଶ୍ୟ ଭିତିକ ଦୃଷ୍ଟିକୋଣ ପ୍ରତି ସଚ୍ଚୋଟ ରହିବା ଏବଂ ପରିବର୍ତନକୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ବାପେକ୍ଷା ଅଧିକ ପ୍ରତିଶ୍ରୁତିବଦ୍ଧ। ହକଦର୍ଶକ ସହ ମିଶି ଆମେ ବ୍ୟାଙ୍କିଂଠାରୁ ଆଗକୁ ବଢ଼ିବା ଏବଂ ଆର୍ôଥକ ଅନ୍ତର୍ଭୁକ୍ତୀକରଣ ମାଧ୍ୟମରେ ସମୁଦାୟକୁ ସଶକ୍ତ କରିବା ପାଇଁ ଏହି ମିଳିତ ମିଶନକୁ ଆଗକୁ ନେବୁ । ବାସ୍ତବ ଜ୍ଞାନର ବ୍ୟବଧାନକୁ ଲକ୍ଷ୍ୟ ଭିତିକ ସମାଧାନ ମାଧ୍ୟମରେ ମୁକାବିଲା କରି ଆମେ ଦାରିଦ୍ର୍ୟରୁ ମୁକୁଳିବା ଏବଂ ଆଗାମୀ ପିଢ଼ି ପାଇଁ ଏକ ଉନ୍ନତ ବିଶ୍ୱ ଗଠନ କରିବାରେ ସହାୟକ ହୋଇପାରିବା।”
୨୦୧୮ ଡିବିଏସଏଫ ବିଜନେସ ଫର ଇମ୍ପାକ୍ଟ ଗ୍ରାଂଟ ଏବଂ ୨୦୨୦ ଡିବିଏସଏଫ ବିଜନେସ ଟ୍ରାନ୍ସଫର୍ମେସନ ଇମପ୍ରୁଭମେଂଟ ଗ୍ରାଂଟ ମାଧ୍ୟମରେ ଡିବିଏସଏଫ ଫାଉଣ୍ଡେସନ (ଡିବିଏସଏଫ) ସହିତ ହକଦର୍ଶ ଯୋଗାଯୋଗ ଏବଂ ସମର୍ଥନ କରୁଛି। ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଓଡ଼ିଶା, ତାମିଲନାଡୁ ଏବଂ ତେଲେଙ୍ଗାନାର ଦୁର୍ବଳ ସମ୍ପ୍ରଦାୟର ନାଗରିକମାନଙ୍କ ମଧ୍ୟରେ ଡିଜିଟାଲ ଏବଂ ଆର୍ôଥକ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ପାଇଁ ୨୦୨୩ ରେ ହକଦର୍ଶକ ଭାରତରେ ଡିବିଏସଏଫ କାର୍ଯ୍ୟକ୍ରମ ଅଂଶୀଦାର ହୋଇଥିଲା । ଏହି ପଦକ୍ଷେପ ମାଧ୍ୟମରେ ୨ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ପାଇଁ ୧୦,୦୦୦ରୁ ଅଧିକ ଡିଜିଟାଲ ଏବଂ ଆର୍ôଥକ ସାକ୍ଷରତା ଅଧିବେଶନ ସଫଳତାର ସହ ଆୟୋଜନ କରାଯାଇଥିଲା ଏବଂ ୪ ଲକ୍ଷରୁ ଅଧିକ ଲୋକଙ୍କୁ ଅଧିକାର ସ୍କ୍ରିନିଂ ଏବଂ ସୁବିଧା ସହାୟତା ପ୍ରଦାନ କରାଯାଇଥିଲା ଯାହା ଦ୍ୱାରା ସେମାନେ କଲ୍ୟାଣକାରୀ ଯୋଜନାର ଲାଭ ଉଠାଇ ପାରିବେ । ଉଲ୍ଲେଖଯୋଗ୍ୟ, ଡିଜିଟାଲ ଓ ଆର୍ôଥକ ସାକ୍ଷରତାରେ ତାଲିମ ପ୍ରାପ୍ତ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ପ୍ରାୟ ୯୦% ହେଉଛନ୍ତି ମହିଳା।
ହକଦର୍ଶକର ସହ ପ୍ରତିଷ୍ଠାତା ତଥା ସିଇଓ ଅନିକେତ ଡୋଗର କହିଛନ୍ତି ଯେ, ‘ଆମେ ଦ୍ରୁତ ଗତିରେ ଗତି କରୁଥିବା ଦୁନିଆରେ ବଢ଼ୁଥିବା ବେଳେ ଯେଉଁମାନଙ୍କୁ ଅଧିକ ସହାୟତାର ଆବଶ୍ୟକତା ପଡ଼ିବ ସେମାନଙ୍କୁ ସମର୍ଥନ କରିବା ଜରୁରୀ ଏବଂ କେହି ଯେପରି ପଛରେ ନ ପଡ଼ିବେ ତାହା ସୁନିଶ୍ଚିତ କରିବା ଜରୁରୀ। ଆମର ନୂତନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଅବହେଳିତ ସମୁଦାୟମାନଙ୍କୁ ଆନୁଷ୍ଠାନିକ ବ୍ୟବସ୍ଥାର ଲାଭ ପାଇବା ପାଇଁ ଦକ୍ଷତା ଏବଂ ଆତ୍ମବିଶ୍ୱାସ ପ୍ରଦାନ କରି ସେମାନଙ୍କ ମଧ୍ୟରେ ଦୀର୍ଘକାଳୀନ ଅର୍ଥନୈତିକ ସ୍ଥିରତା ଏବଂ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା । ଡିବିଏସ୍ ଫାଉଣ୍ଡେସନ ଆମ ଯାତ୍ରାରେ ଏକ ବିଶ୍ୱସ୍ତ ଅଂଶୀଦାର ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ବର୍ଷ ବର୍ଷ ଧରି ସେମାନଙ୍କର ନିରନ୍ତର ସମର୍ଥନ ଆମକୁ ଆମର ପଉପସ୍ଥିତିକୁ ବୃଦ୍ଧି କରିବାକୁ ଏବଂ ଅଧିକ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବାକୁ ସକ୍ଷମ କରିଛି । ସାମୂହିକ କାର୍ଯ୍ୟକୁ ପ୍ରୋତ୍ସାହିତ କରି ବାସ୍ତବ ପ୍ରଭାବ ଆଣିବା ପାଇଁ ଆମେ ପୁଣି ଥରେ ଏକ ଅତ୍ୟନ୍ତ ଉଦ୍ଦେଶ୍ୟମୂଳକ ପଦକ୍ଷେପରେ ଭାଗିଦାରୀ କରିବାକୁ ଚାହୁଁଛୁ।’’
ଏହି କାର୍ଯ୍ୟକ୍ରମ ଡିବିଏସ୍ ଫାଉଣ୍ଡେସନର ବ୍ୟାପକ ଉଦ୍ଦେଶ୍ୟର ଏକ ଅଂଶ ଅଟେ ଯାହା ଦୁର୍ବଳ ସମୁଦାୟଗୁଡିକୁ ସମର୍ଥନ କରିବା ଏବଂ ସମାଜର ଅବହେଳିତ ଏବଂ ବୟସ୍କ ସଦସ୍ୟମାନଙ୍କ ଉପରେ ଏକ ନିର୍ଦ୍ଦିଷ୍ଟ ଧ୍ୟାନ ଦେଇ ସମଗ୍ର ଏସିଆରେ ଆର୍ôଥକ ସ୍ଥିରତା ହାସଲ କରିବାରେ ସକ୍ଷମ କରିବ । ବିଜନେସ୍ ଫର ଇମ୍ପାକ୍ଟକୁ ଆଧାର କରି ଡିବିଏସ୍ ଲାଭ ଏବଂ ଉଦ୍ଦେଶ୍ୟର ସହିତ କାର୍ଯ୍ୟକରୁଥିବା ଉଦ୍ୟୋଗଗୁଡିକ ପାଇଁ ସମର୍ଥନ କରୁଛି ଯାହା ଏହାର ଲକ୍ଷ୍ୟ ସହିତ ସଂଯୁକ୍ତ ରହିଛି ଏବଂ ସେମାନଙ୍କୁ ଡିବିଏସର ସଂସ୍କୃତି ଏବଂ କାର୍ଯ୍ୟରେ ସମନ୍ୱିତ କରିଛି।
Comments are closed.