ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଇଣ୍ଡିଆନ୍ କାଉନ୍‌ସିଲ୍ ଅ୍‌ଫ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ ସହଯୋଗରେ ଡିଜିଟାଲ୍ ଟ୍ୱିନ୍ ପ୍ରଯୁକ୍ତି ଉପରେ ଜାତୀୟ ସେମିନାର ଆୟୋଜିତ

“ଡିଜିଟାଲ୍ ଟ୍ୱିନ୍ ପ୍ରଯୁକ୍ତି ଏକ ନବସୃଜନ ନୁହେଁ, ଯୋଗାଣ ଶୃଙ୍ଖଳର ଭବିଷ୍ୟତ ପାଇଁ ଏକ ଆବଶ୍ୟକତା: ପ୍ରପେସର ମହାଦେବ ଜୟସ୍ୱାଲ୍‌

Share It

ସମ୍ବଲପୁର: ଦେଶର ଅଗ୍ରଣୀ ମ୍ୟାନେଜମେଂଟ୍ ପ୍ରତିଷ୍ଠାନ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ (ଆଇସିଏସଏସଆର), ନୂଆଦିଲ୍ଲୀ ସହଯୋଗରେ ଯୋଗାଣ ଶୃଙ୍ଖଳା ଡିଜିଟାଲ ଟ୍ୱିନ୍ ଉପରେ ଜାତୀୟ ଆଲୋଚନାଚକ୍ର ସଫଳତାର ସହ ଆୟୋଜନ କରାଯାଇଛି। ଏହି ଦୁଇଦିନିଆ ଜାତୀୟ ଆଲୋଚନାଚକ୍ରରେ ଯୋଗାଣ ଶୃଙ୍ଖଳା ପରିଚାଳନା ଏବଂ ଶିଳ୍ପ ୪.୦ରେ ଡିଜିଟାଲ ଟ୍ୱିନ୍ ଟେକ୍ନୋଲୋଜିର ପରିବର୍ତନଶୀଳ ଭୂମିକା ଉପରେ ଆଲୋକପାତ କରାଯାଇଥିଲା ଯାହା ଶିକ୍ଷାବିତ୍‌, ଶିଳ୍ପ ବିଶେଷଜ୍ଞ ଏବଂ ଗବେଷଣା ପଣ୍ଡିତମାନଙ୍କ ମଧ୍ୟରେ ଜ୍ଞାନ ଆଦାନପ୍ରଦାନ ମାଧ୍ୟମରେ ଶିଳ୍ପ-ଶିକ୍ଷାଗତ ସହଯୋଗକୁ ଆହୁରି ପ୍ରୋତ୍ସାହିତ କରିଥିଲା। ଜାତୀୟ ସ୍ତରରେ ଅଧ୍ୟାପକ, ବିଦ୍ୱାନ ଏବଂ ଶିଳ୍ପ ବିଶେଷଜ୍ଞମାନଙ୍କ ଅବଦାନ ସହିତ ଏହି କାର୍ଯ୍ୟକ୍ରମରେ ହାଇବ୍ରିଡ୍ ମାଧ୍ୟମରେ ଦୁଇଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଏବଂ ୫୪ଟି ପେପର ଉପସ୍ଥାପନା କରାଯାଇଥିଲା।

ଏହା ଗୁରୁତ୍ୱପୂର୍ଣ୍ଣ ଯେ ଯୋଗାଣ ଶୃଙ୍ଖଳା ପରିଚାଳନାରେ ଏକ ଡିଜିଟାଲ ଟ୍ୱିନ୍ ହେଉଛି ଏକ ଭର୍ଚୁଆଲ୍ ମଡେଲ୍ ଯାହା ଏକ ଯୋଗାଣ ଶୃଙ୍ଖଳାକୁ ଅନୁକରଣ କରିବା ପାଇଁ ବାସ୍ତବ ସମୟ ଡାଟା ବ୍ୟବହାର କରେ। ଏହା ବ୍ୟବସାୟୀମାନଙ୍କୁ ସେମାନଙ୍କ ଯୋଗାଣ ଶୃଙ୍ଖଳା ବୁଝିବା, ସମସ୍ୟାର ପୂର୍ବାନୁମାନ କରିବା ଏବଂ ଉତମ ନିଷ୍ପତି ନେବାରେ ସାହାଯ୍ୟ କରିପାରେ। ଏହି କାର୍ଯ୍ୟକ୍ରମ ଡିଜିଟାଲ ଟ୍ୱିନ୍ ଟେକ୍ନୋଲୋଜିର ଉଦୀୟମାନ ଧାରା, ଗବେଷଣା ଫଳାଫଳ ଏବଂ ବାସ୍ତବ ଦୁନିଆର ପ୍ରୟୋଗ ବିଷୟରେ ଆଲୋଚନା କରିବା ପାଇଁ ଏକ ପ୍ଲାଟଫର୍ମ ମଧ୍ୟ ପ୍ରଦାନ କରିଥିଲା ଯାହା ଦ୍ୱାରା କାର୍ଯ୍ୟକ୍ଷମ ସ୍ଥିରତା, ରିୟଲ-ଟାଇମ୍ ନିଷ୍ପତି ନେବା ଏବଂ ଯୋଗାଣ ଶୃଙ୍ଖଳା ଦକ୍ଷତା ବୃଦ୍ଧି ପାଇଥିଲା ।

ଉଦ୍‌ଘାଟନୀ ଭାଷଣରେ ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ କହିଥିଲେ ଯେ, “ଡିଜିଟାଲ୍ ଟ୍ୱିନ୍ ଟେକ୍ନୋଲୋଜି କେବଳ ଏକ ଉଦ୍ଭାବନ ନୁହେଁ ବରଂ ଯୋଗାଣ ଶୃଙ୍ଖଳାର ଭବିଷ୍ୟତ ପାଇଁ ଏକ ଆବଶ୍ୟକତା, ଅର୍ଥାତ୍ ଯୋଗାଣ ଶୃଙ୍ଖଳାର ଭବିଷ୍ୟତ ହେଉଛି ଡିଜିଟାଲ୍‌। ଏହା ବାସ୍ତବ ସମୟ ନିଷ୍ପତି ନେବାକୁ ସକ୍ଷମ କରେ, ପରିଚାଳନାଗତ ସ୍ଥିରତା ବଢ଼ାଇଥାଏ ଏବଂ କ୍ରମଶଃ ଜଟିଳ ବିଶ୍ୱ ବଜାରରେ ଦକ୍ଷତା ବଢ଼ାଇଥାଏ । ଆଇଆଇଏମ୍ ସମ୍ବଲପୁରରେ ଆମେ ଆମ ଛାତ୍ରଛାତ୍ରୀମାନଙ୍କୁ ଏହି ପରିବର୍ତନମୂଳକ ଉପାୟର ଉପଯୋଗ କରିବା ଓ ଡିଜିଟାଲ୍ ଅର୍ଥନୀତିରେ ଲିଡର୍‌ରେ ପରିଣତ କରିବା ପାଇଁ ଦକ୍ଷତା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ।’’
ସିମେନ୍ସର ମୁଖ୍ୟ ଗ୍ରାହକ ଅଧିକାରୀ-ମାଳଦ୍ୱୀପ ଏବଂ ଶ୍ରୀଲଙ୍କା ସତୀଶ ପାଣ୍ଡେ, ସିମେନ୍ସର ଗ୍ଲୋବାଲ ପ୍ରଡକ୍ଟ ମ୍ୟାନେଜର, ସିଙ୍ଗାପୁର ଅମେୟା ଡେଟ୍‌, ଆଇଆଇଏମ୍ ସମ୍ବଲପୁରର ଜାତୀୟ ସେମିନାରର ଅଧ୍ୟକ୍ଷ, ଆଇଟିସି ଲିମିଟେଡ୍‌ର ଭିପି (ଡିଜିଟାଲ୍ ଓ ସିଡିଆଇଓ) ଗୌରବ କଟାରିଆ, କେପିଏମଜି ଇଣ୍ଡିଆର ବୈଷୟିକ ନିର୍ଦେଶକ ସନ୍ଦୀପ ଚିତୋରା ଓ କଙ୍ଗସବର୍ଗ ଡିଜିଟାର ଟେକ୍ ସେଲ୍‌ସ ଆଡଭାିଜର୍ ସଙ୍କେତ ପୁରାନିକ୍ ମଧ୍ୟ ଉପସ୍ଥିତ ଥିଲେ।

ଆଇଆଇଏମ୍ ସମ୍ବଲପୁରର ସେମିନାର ଅଧ୍ୟକ୍ଷ ପ୍ରଫେସର ଆର.କେ ପାଢ଼ୀ ଧନ୍ୟବାଦ ଅର୍ପଣ କରିବା ସହ ଦୁଇଦିନିଆ କାର୍ଯ୍ୟକ୍ରମ ଶେଷ ହୋଇଥିଲା।


Share It

Comments are closed.