ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ୱାରା ଡୁବୁରିଠାରେ ନିର୍ମିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉଦଘାଟନ କଲେ ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ
ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ମାନ୍ୟବର ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ଶ୍ରୀ ପ୍ରଦୀପ ବଳ ସାମନ୍ତ ସୋମବାର ଡୁବୁରି ଠାରେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍ଏଫ୍) ଦ୍ୱାରା ନିର୍ମିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି)କୁ ଉଦଘାଟନ କରିଛନ୍ତି ।
୩,୭୪୦ ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ ଏହି ନୂତନ ସୁବିଧା ସାଧାରଣ ଲୋକମାନଙ୍କ ପାଇଁ ସେବା ଯୋଗାଣ ଏବଂ ଉପଲତା ରେ ଉନ୍ନତି ଆଣିବା ପାଇଁ ଟିଏସଏଫର ପ୍ରତିବଦ୍ଧତାକୁ ଦର୍ଶାଉଛି । ଉଦଘାଟନୀ ଉତ୍ସବରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍, ଓଡ଼ିଶାର ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ ଯୋଗ ଦେଇଥିଲେ ।
ପିଏଚସିରେ ଅନ୍ତର୍ଭୁକ୍ତିକରଣ ସୁନିଶ୍ଚିତ କରିବା ପାଇଁ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅନୁକୂଳ ରାମ୍ପ୍ ଏବଂ ଶୌଚାଳୟବ୍ୟବସ୍ତା ରହିଛି । ଏଥିସହ ଭୂତଳ ଜଳ ସଂରକ୍ଷଣ ଏବଂ ପୁନର୍ଜୀବିତ କରିବାରେ ସାହାଯ୍ୟ କରୁଥିବା ଛାତ-ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ସହିତ ସ୍ଥାୟୀ ଭିତ୍ତିଭୂମି ଏବଂ ଶକ୍ତି ଦକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ୩୦ରୁ ଊର୍ଦ୍ଧ୍ୱ ସୌର ପ୍ୟାନେଲ ଯୋଗେ ଅକ୍ଷୟ ଶକ୍ତି ଏକୀକରଣ ସମେତ ଅନେକ ବୈଶିଷ୍ଟ୍ୟ ରହିଛି ।
Comments are closed.