ଆଙ୍କର ଓରାଲ୍ କେୟାର ପକ୍ଷରୁ ଓଡ଼ିଶାରେ ଉପସ୍ଥିତି ସୁଦୃଢ଼ୀକରଣ
ଓଡ଼ିଆ ସିନେ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ନିଯୁକ୍ତି, ନୂଆ ଅଭିଯାନର ଶୁଭାରମ୍ଭ
ଭୁବନେଶ୍ୱର: ଆଙ୍କର କଞ୍ଜ୍ୟୁମର ପ୍ରଡକ୍ଟସ୍ର ଅଗ୍ରଣୀ ବ୍ରାଣ୍ଡ୍ ଆଙ୍କର ଓରାଲ୍ କେୟାର୍ ଓଡ଼ିଆ ସିନେ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ଏହାର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରି ଏହାର ଉପସ୍ଥିତି ସୁଦୃଢ଼ କରିଛି। ଆଙ୍କର ପାଇଁ ଓଡ଼ିଶା ଏକ ପ୍ରମୁଖ ବଜାର ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବଜାରରେ ନିଜ ଉପସ୍ଥିତି ବଢ଼ାଇବା ଓ ବଜାରରେ ସ୍ଥିତିକୁ ସୁଦୃଢ଼ କରିବାରେ ବ୍ରାଣ୍ଡ୍ର ପ୍ରତିବଦ୍ଧତାକୁ ଦର୍ଶାଉଛି।
ଏହି ଅଭିଯାନ ଜରିଆରେ ଆଙ୍କର ଓରାଲ୍ କେୟାର ଏହି ଅଂଚଳରେ ଏହାର ଉପସ୍ଥିତି ଓ ବିତରଣ ନେଟ୍ୱର୍କ ବଢ଼ାଇବା ଏବଂ ବ୍ରାଣ୍ଡ୍କୁ ଅଧିକ ଲୋକାଦୃତ଼ କରି ବଜାର ଅଂଶ ବଢ଼ାଇବାକୁ ଲକ୍ଷ୍ୟ ରଖିଛି। ଉଚ୍ଚ ମାନର ଓରାଲ୍ କେୟାର ସମାଧାନର ବର୍ଦ୍ଧିତ ଚାହିଦାକୁ ବୁଝିପାରି କମ୍ପାନି ଓଡ଼ି÷ଆ ଗ୍ରାହକଙ୍କ ଆବଶ୍ୟତା ପୂରଣ କରିବାକୁ ଏହାର ଉପସ୍ଥିତି ସମ୍ପ୍ରସାରଣ କରୁଛି।
ଏହି ସମ୍ପ୍ରସାରଣର ଅଂଶ ସ୍ୱରୂପ ଆଙ୍କର ଓରାଲ୍ କେୟାର ପକ୍ଷରୁ ଏହାର ପ୍ରମୁଖ ଉତ୍ପାଦ ଆଙ୍କର ରେଡ୍ ଟୁଥ୍ପେଷ୍ଟ ସମେତ ଏହାର ଉତ୍କଷ୍ଟ ଓରାଲ୍ କେୟାର ଉତ୍ପାଦ ବର୍ଗମାଳାକୁ ବର୍ଣ୍ଣନା କରୁଥିବା ଦୁଇଟି ଅଭିଯାନକୁ ରାଜ୍ୟରେ ଉନ୍ମୋଚନ କରାଯାଇଛି। ଓଡ଼ିଶା ପାଇଁ ପ୍ରସ୍ତୁତ କରାଯାଇଥିବା ନୂଆ ଅଭିଯାନ ହେଉଛି “ଲାଲ୍, କମାଲ୍, ବେମିସାଲ୍” ଓ “ନୟେ ଜମାନେ କି ନୟି ସୁରକ୍ଷା”।
ଲାଲ୍, କମାଲ, ବେମିସାଲ ଅଭିଯାନରେ ଆଙ୍କର ରେଡ୍ ଟୁଥପେଷ୍ଟରେ ଥିବା ୬ ମୂଳ ଆୟୁର୍ବେଦିକ ଉପାଦାନ ସହ ୧୦ ଆୟୁର୍ବେଦିକ ଉପାଦାନର ଲାଭକୁ ପ୍ରଦର୍ଶିତ କରାଯାଇଛି। ମାଢ଼ିକୁ ଦୃଢ଼ ଓ ସୁସ୍ଥକର ରଖିବା ଉଦ୍ଦେଶ୍ୟ ନେଇ ପ୍ରସ୍ତୁତ କରାଯାଇଥିବା ଏହି ଟିଭିସିରେ ଏକ ସପିଂ କରିବା ସମୟର ଦୃଶ୍ୟ ମାଧ୍ୟମରେ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଏହି ଟୁଥ୍ପେଷ୍ଟର ପ୍ରଭାବ ଓ ସ୍ୱାଦ କିଭଳି ପରିବାରଗୁଡ଼ିକର ପସନ୍ଦ ପାଲଟିି ତାହା ଦର୍ଶାଯାଇଛି।
ନୟି ଜମାନେ କି ନୟି ସୁରକ୍ଷାରେ ଅର୍ଚ୍ଚିତା ଅଭିନୟ କରିଛନ୍ତି, ଯାହା ଆଧୁନିକ ପରିବାରର ସମ୍ପୂର୍ଣ୍ଣ ଓରାଲ୍ କେୟାର ଉପରେ ଆଲୋକପାତ କରୁଛି। ଏହା ଆଙ୍କର ଓରାଲ୍ କେୟାରକୁ ଏକ ଉନ୍ନତ ବୈଜ୍ଞାନିକ ଓ ନୈତିକ ସଚେତନ ବ୍ରାଣ୍ଡ୍ ଭାବେ ଉପସ୍ଥାପନ କରୁଛି ଯାହା ଧଳା, ଦୃଢ଼ ଓ ସୁସ୍ଥକର ଦାନ୍ତର ପ୍ରତିଶ୍ରୁତି ଦେଉଥିବା ବେଳେ ଏହା ୧୦୦ ପ୍ରତିଶତ ଶାକାହାରୀ ଫର୍ମୁଲା ମାଧ୍ୟମରେ ପ୍ରସ୍ତୁତ କରାଯାଇଛି।
ଆଙ୍କର କଞ୍ଜ୍ୟୁମର ପ୍ରଡକ୍ଟସର ନିର୍ଦ୍ଦେଶକ କରନ ଶାହା କହିଛନ୍ତି ଯେ, “ଆଙ୍କର ଓରାଲ କେୟାର ପକ୍ଷରୁ ଆମେ ଉଚ୍ଚ ଗୁଣବତା, ପ୍ରଭାବଶାଳୀ ଏବଂ ପ୍ରାକୃତିକ ଓରାଲ କେୟାର ସମାଧାନ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଓଡ଼ିଶା ଆମ ପାଇଁ ଏକ ପ୍ରାଥମିକତା ବଜାର ଏବଂ ଏହି କ୍ଷେତ୍ରରେ ଆମର ପୁଞ୍ଜିନିବେଶ ଉପଭୋକ୍ତାଙ୍କ ଆବଶ୍ୟକତାକୁ ପୂରଣ କରୁଥିବା ଉନ୍ନତ ଉତ୍ପାଦ ସହିତ ସେବା କରିବା ପାଇଁ ଆମର ସମର୍ପଣକୁ ପ୍ରତିଫଳିତ କରୁଛି। ଅର୍ଚ୍ଚିତା ସାହୁଙ୍କ ସହ ଭାଗିଦାରୀ ଆମ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଏବଂ ସମଗ୍ର ଓଡ଼ିଶାରେ ଓରାଲ କେୟାର ସଚେତନତା ବୃଦ୍ଧିରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ବିଶ୍ୱାସ ଏବଂ ଗୁଣବତାର ପରମ୍ପରା ସହିତ ଆଙ୍କର ଓରାଲ କେୟାର ଓଡ଼ିଆ ଉପଭୋକ୍ତାଙ୍କ ବିକଶିତ ଆବଶ୍ୟକତା ଅନୁଯାୟୀ ଅଭିନବ ସମାଧାନ ପ୍ରଦାନ କରିବାକୁ ସମର୍ପିତ ରହିଛି।”
ଏହି ଅଭିଯାନର ଲକ୍ଷ୍ୟ ସମ୍ପର୍କରେ ଆଙ୍କର କଞ୍ଜ୍ୟୁମର ପ୍ରଡକ୍ଟସର କ୍ରିଏଟିଭ୍ ଡାଇରେକ୍ଟର କୁନାଲ ଶାହା କହିଛନ୍ତି ଯେ, “ଲାଲ୍, କମାଲ, ବେମିସାଲ ଏବଂ ନୟି ଜମାନେ କି ନୟି ସୁରକ୍ଷା ସହ ଆମେ ଏକ ନୂତନ ଏବଂ ସାଂସ୍କୃତିକ ପ୍ରାସଙ୍ଗିକ କାହାଣୀ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ ଯାହା ଓଡ଼ିଆ ଉପଭୋକ୍ତାଙ୍କ ମନକୁ ଗଭୀର ଭାବେ ଛୁଇଁବ। ଆଙ୍କର ଓରାଲ କେୟାର କେବଳ ଏକ ଉତ୍ପାଦ ନୁହେଁ , ଏହା ବିଶ୍ୱାସ ସୃଷ୍ଟି କରିବା ଏବଂ ସାମଗ୍ରିକ ମୁଖ ଓରାଲ୍ କେୟାର ଗୁରୁତ୍ୱକୁ ସୁଦୃଢ଼ କରିବ।”
ନିଜ ଉତ୍ସାହକୁ ପ୍ରକାଶ କରି ଅର୍ଚ୍ଚିତା ସାହୁ କହିଛନ୍ତି ଯେ, “ଆଙ୍କର ଓରାଲ୍ କେୟାର ସହିତ ସହଯୋଗିତା କରି ମୁଁ ରୋମାଂଚିତ ଯାହା ବିଶ୍ୱାସ, ନବସୃଜନ ଓ ସାମଗ୍ରିକ ମୁଖ ସ୍ୱାସ୍ଥ୍ୟ ସହ ପରିପୂରକ। ସାମଗ୍ରିକ କଲ୍ୟାଣ ପାଇଁ ଉତମ ମୁଖ ସ୍ୱଚ୍ଛତା ଜରୁରୀ ଏବଂ ମୋର ପୂର୍ଣ୍ଣ ବିଶ୍ୱସ ଅଛି ଯେ, ଆଙ୍କର ଗ୍ରାହକମାନଙ୍କ ଆବଶ୍ୟକତା ଅନୁଯାୟୀ ଆଧୁନିକ ଓ ପ୍ରଭାବଶାଳୀ ସମାଧାନ ପ୍ରଦାନ କରିବ। ଏହି ଅର୍ଥପୂର୍ଣ୍ଣ ଯାତ୍ରାର ଅଂଶ ହେବାକୁ ମୁଁ ଉତ୍ସାହିତ ରହିଛି।”
ଆଙ୍କର କଞ୍ଜ୍ୟୁମର ପ୍ରଡକ୍ଟସ୍ର ବରିଷ୍ଠ ଉପାଧ୍ୟକ୍ଷ-ବିକ୍ରି ଅସିତ ରାୟ କହିଛନ୍ତି ଯେ, “ଓଡ଼ିଶା ଏକ ଗତିଶୀଳ ଏବଂ ବିକଶିତ ବଜାର ଯେଉଁଠାରେ ବିଶ୍ୱସ୍ତ, ଉଚ୍ଚମାନର ଓରାଲ କେୟାର ଉତ୍ପାଦକୁ ଅଧିକ ପସନ୍ଦ କରାଯାଉଛି। ଅର୍ଚ୍ଚିତା ସାହୁଙ୍କ ସହ ଆମର ସହଯୋଗିତା ଏବଂ ଆମର ନୂତନ ଅଭିଯାନ ଆମକୁ ଉପଭୋକ୍ତାଙ୍କ ସହିତ ଆମର ସମ୍ପର୍କକୁ ଗଭୀର କରିବା, ଆମର ବଂଟନକୁ ବିସ୍ତାର କରିବା ଏବଂ ଓରାଲ କେୟାର ବର୍ଗରେ ଆମର ସ୍ଥିତିକୁ ସୁଦୃଢ଼ କରିବାରେ ସକ୍ଷମ କରିବ।”
ଆଙ୍କର କଞ୍ଜ୍ୟୁମର ପ୍ରଡକ୍ଟସର ମାର୍କେଟିଂ ମୁଖ୍ୟ ସନ୍ଦୀପ ଆବି କହିଛନ୍ତି ଯେ, “ଅର୍ଚ୍ଚିତା ସାହୁ ଓଡ଼ିଶାର ଜଣେ ସମ୍ମାନିତ ଓ ସାଂସ୍କୃତିକ ଭିତିରେ ପରିଚିତ ବ୍ୟକ୍ତିତ୍ୱ। ଓଡ଼ିଆ ପରିବାର ସହିତ ତାଙ୍କର ଦୃଢ଼ ବିଶ୍ୱସନୀୟତା ଏବଂ ସମ୍ପର୍କ ତାଙ୍କୁ ଆଙ୍କର ଓରାଲ କେୟାରକୁ ପ୍ରତିନିଧିତ୍ୱ କରିବା ପାଇଁ ଉପଯୁକ୍ତ ପସନ୍ଦ କରିଥାଏ। ଟିଭିସି ବ୍ୟତୀତ ସେ ଡିଜିଟାଲ ଅଭିଯାନ, ଷ୍ଟୋର୍ ଭିତରେ ପ୍ରଚାର ଏବଂ ଉପଭୋକ୍ତା ନିୟୋଜନ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ସାମିଲ ହେବେ। ଆମର ସୃଜନଶୀଳ ଆଭିମୁଖ୍ୟ ତାଙ୍କ ବାସ୍ତବ ଜୀବନ ବ୍ୟକ୍ତିତ୍ୱକୁ ଉପଯୋଗ କରି ଆମ ଦର୍ଶକଙ୍କ ସହିତ ଏକ ପ୍ରକୃତ ଏବଂ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ କରିଥାଏ।”
ଓଡ଼ିଆ ଗ୍ରାହକମାନଙ୍କ ହର୍ବାଲ ଓ ପ୍ରାକୃତିକ ଓରାଲ୍ କେୟାର୍ ଉତ୍ପାଦ ପ୍ରତି ଦୃଢ଼ ପସନ୍ଦ ରହିଛି ଯାହା ତୁଳସୀ, ତୋମର, ଲବଙ୍ଗ, ଶୁଣ୍ଠି, ପିପଳି ଓ ପୁଦିନା ଭଳି ବିଶ୍ୱସନୀୟ ଉପାଦାନକୁ ସମର୍ଥନ କରୁଛି। କ୍ରୟ ନିଷ୍ପତିରେ ପ୍ରଭାବର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଯାହା ମୂଲ୍ୟ ଓ ଉଚ୍ଚ ଗୁଣାତ୍ମକ ମାନର ଓରାଲ କେୟାର ସମାଧାନର ଚାହିଦା ବଢ଼ାଉଛି। ଏଥି ସହିତ ଦାନ୍ତ ସ୍ୱାସ୍ଥ୍ୟକୁ ନେଇ ସଚେତନତା ବୃଦ୍ଧି ପାଉଥିବାରୁ ସାମଗ୍ରିକ ମୁଖ ସୁରକ୍ଷା ପ୍ରଦାନ କରୁଥିବା ଉତ୍ପାଦର ପ୍ରାଥମିକତା ବଢ଼ିବାରେ ଲାଗିଛି।
ଆଙ୍କର ରେଡ୍ ଟୁଥ୍ପେଷ୍ଟରେ ୬ ସ୍ୱତନ୍ତ୍ର ଆୟୁର୍ବେଦିକ ଉପାଦାନ ରହିଛି ଯାହା ୧୦ ଜଡ଼ିବୁଟିର ଲାଭ ପ୍ରଦାନ କରି ଦୀର୍ଘସ୍ଥାୟୀ ମୁଖ ସୁରକ୍ଷା ସୁନିଶ୍ଚିତ କରୁଛି। ବୈଜ୍ଞାନିକ ଉପାୟରେ ପ୍ରସ୍ତୁତ ଏହାର ମିଶ୍ରଣ ଦାନ୍ତକୁ ଦୃଢ଼ କରୁଥିବା ବେଳେ ଜୀବାଣୁଙ୍କୁ ରୋକୁଛି ଏବଂ ମାଢ଼ି ସ୍ୱାସ୍ଥ୍ୟାର ପ୍ରସାର କରୁଥିବା ବେଳେ ସତେଜ ସ୍ୱାଦ ପ୍ରଦାନ କରୁଛି ଯାହା ପରିବାରଗୁଡ଼ିକର ପସନ୍ଦ ପାଲଟିଛି। ପୁନଶ୍ଚ, ଏହା ୧୦୦ ପ୍ରତିଶତ ଶାକାହାରୀ ଏବଂ ବିଶ୍ୱସ୍ତରୀୟ ସାର୍ଟିଫାଏଡ୍ (ମାନ୍ୟତାପ୍ରାପ୍ତ) ଯାହା ନୈତିକ ଓ ସୁରକ୍ଷିତ ଉତ୍ପାଦ ପାଇଁ ଗ୍ରାହକଙ୍କ ବର୍ଦ୍ଧିତ ଚାହିଦା ସହ ସମନ୍ୱିତ ରହିଛି।
ଗୁଣବତା ଓ ନବସୃଜନ ପ୍ରତି ପ୍ରତିବଦ୍ଧତା ଜାରି ରଖି ଆଙ୍କର ଓରାଲ୍ ହେଲ୍ଥ କେୟାର ପ୍ରତି ପରିବାର ପାଇଁ ବିଶ୍ୱାସନୀୟ ଓ ପ୍ରଭାବଶାଳୀ ସମାଧାନ ପ୍ରଦାନ କରି ଓଡ଼ିଶାରେ ଘରେ ଘରେ ପରିଚିତ ନାମରେ ପରିଣତ ହେବାକୁ ପ୍ରସ୍ତୁତ ରହିଛି।
Comments are closed.