ଅଶୋକ ଲେଲ୍ୟାଣ୍ଡ୍ ପକ୍ଷରୁ ଓଡ଼ିଶାରେ ଦୁଇଟି ଡିଲର୍ସିପ୍ର ଶୁଭାରମ୍ଭ
ଭୁବନେଶ୍ୱର/ କଟକ/ ଅନୁଗୋଳ/ ଢେଙ୍କାନାଳ : ହିନ୍ଦୁଜା ଗ୍ରୁପ୍ର ଅଗ୍ରଣୀ ସଂସ୍ଥା ଅଶୋକ ଲେଲ୍ୟାଣ୍ଡ୍ ପକ୍ଷରୁ ଚ୍ୟାନେଲ୍ ପାର୍ଟନର ସାମଲ ଅଟୋମୋଟିଭ୍ସ ପ୍ରାଇଭେଟ୍ ଲିମିଟେଡ୍ ସହଯୋଗରେ ଓଡ଼ିଶାରେ ଦୁଇଟି ନୂଆ ଏମ୍ ଆଣ୍ଡ୍ ଏଚ୍ସିଭି ଡିଲର୍ସିପ୍ର ଶୁଭାରମ୍ଭ କରାଯାଇଛି। ଏହି ଦୁଇ ଡିଲର୍ସିପ୍କୁ ଢେଙ୍କାନାଳ ଓ ଅନୁଗୋଳରେ ଖୋଲାଯାଇଛି। ଏଥି ସହିତ ରାଜ୍ୟରେ ଅଶୋକ ଲେଲ୍ୟାଣ୍ଡ୍ର ଏମ୍ଆଣ୍ଡ୍ଏଚ୍ସିଭି ଡିଲର୍ସିପ୍ ସଂଖ୍ୟା ୫୦ରେ ପହଂଚିଛି।
ଢେଙ୍କାନାଳର ୨ଏସ୍ ଡିଲରସିପ୍ କଟକ ଓ ସମ୍ବଲପୁର ପ୍ରମୁଖ ସହରକୁ ସଂଯୋଗ କରୁଥିବା ଜାତୟ ରାଜପଥ ୫୫ରେ ଅବସ୍ଥିତ। ୪୦,୦୦୦ ବର୍ଗଫୁଟ ପରିବ୍ୟାପ୍ତ ଏହି ଡିଲର୍ସିପ୍ରେ ଅତ୍ୟାଧୁନିକ ଉପକରଣ ଯଥା ହ୍ୱିଲ୍ ଆଲାଇନମେଂଟ୍ ମେସିନ୍, ନ୍ୟୁମେଟିକ୍ ସିଷ୍ଟମ୍, ଅତ୍ୟାଧୁନିକ ମରାମତି ବ୍ୟବସ୍ଥା ଓ ଭ୍ରାମ୍ୟମାଣ ସର୍ଭିସ୍ ଭ୍ୟାନ୍ ସହ ସଜ୍ଜିତ ଦୁଇଟି ଦୁର୍ଘଟଣା ମରାମତି ବେ’ ଏବଂ ନିରବଚ୍ଛିନ୍ନ ସେବା ସୁନିଶ୍ଚିତ କରିବା ପାଇଁ ତାଲିମପ୍ରାପ୍ତ ଟେକ୍ନିସିଆନ୍ ରହିଛନ୍ତି। ଅନୁଗୋଳ, ଢେଙ୍କାନାଳ, ଯାଜପୁର ଓ କେନ୍ଦୁଝର ଜିଲ୍ଲାକୁ ଏହି ଆଉଟଲେଟ୍ ସେବା ଯୋଗାଇବ।
ଅନୁଗୁଳରେ ଖୋଲାଯାଇଥିବା ଆଉଟ୍ଲେଟ୍ ୧ଏସ୍ ଡିଲରସିପ୍ ହୋଇଥିବା ବେଳେ ତାହା ପୂର୍ବ ଭାରତରେ କମ୍ପାନିର ଉପସ୍ଥିତିକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ତୁଲାଇବ।
ଅଶୋକ ଲେଲ୍ୟାଣ୍ଡର ଏମଏଚସିଭିର ଜାତୀୟ ବିକ୍ରୟ ମୁଖ୍ୟ ଶ୍ରୀମତୀ ମାଧବୀ ଦେଶମୁଖ କହିଛନ୍ତି, “ଏହି ନୂତନ ଡିଲରସିପ୍ ଆଉଟଲେଟଗୁଡ଼ିକର ଉଦଘାଟନ ପୂର୍ବ ଭାରତରେ, ବିଶେଷକରି ଓଡ଼ିଶାରେ ଆମର ଉପସ୍ଥିତିକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯାହା ଅଶୋକ ଲେଲ୍ୟାଣ୍ଡପାଇଁ ଏକ ପ୍ରମୁଖ ବଜାର ହୋଇ ରହିଛି। ଏହି ଅତ୍ୟାଧୁନିକ ସୁବିଧାଗୁଡ଼ିକ ଉନ୍ନତ ବିକ୍ରୟ ଏବଂ ସେବା ଅଭିଜ୍ଞତା ସହିତ ଗ୍ରାହକଙ୍କୁ ସେବା ପ୍ରଦାନ କରିବାର ଆମର କ୍ଷମତାକୁ ବୃଦ୍ଧି କରିବ। ଆମର ଅଂଶୀଦାର ସାମଲ ପ୍ରାଇମ ଅଟୋମୋଟିଭ୍ସ ପ୍ରାଇଭେଟ୍ ଲିମିଟେଡ୍ ସହିତ ମିଶି ଆମେ ଏହି କ୍ଷେତ୍ରରେ ଆମର ଗ୍ରାହକମାନଙ୍କର ବିକଶିତ ଆବଶ୍ୟକତାକୁ ପୂରଣ କରିବାରେ ଆମର ଦକ୍ଷତା ଉପରେ ବିଶ୍ୱାସ କରୁଛୁ। ଆମେ ଆମର ସମ୍ପର୍କକୁ ଗଭୀର କରିବା ସହିତ ଅଭିନବ ଗତିଶୀଳତା ସମାଧାନ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ଅଛୁ ଏବଂ ଏହି ସମ୍ପ୍ରସାରଣ ଆମକୁ ଶ୍ରେଷ୍ଠ ୧୦ ସିଭି ସଂସ୍ଥାଙ୍କ ମଧ୍ୟରେ ରହିବାର ଆମର ଲକ୍ଷ୍ୟ ହାସଲ କରିବାର ନିକଟତର କରିଛି।”
ସାମଲ ପ୍ରାଇମ ଅଟୋମୋଟିଭ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଜଗଦୀଶ ସାମଲ କହିଛନ୍ତି ଯେ, “ଅଶୋକ ଲେଲାଣ୍ଡ ସହ ଭାଗିଦାରୀ କରି ଓଡ଼ିଶାରେ ଗ୍ରାହକଙ୍କ ଉନ୍ନତ ଆବଶ୍ୟକତାକୁ ପୂରଣ କରିବାକୁ ଆମେ ଉତ୍ସାହିତ। ନୂତନ ଡିଲରସିପ୍ ଆଉଟଲେଟ୍ଗୁଡ଼ିକ ବ୍ରାଣ୍ଡର ଉପସ୍ଥିତିକୁ ସୁଦୃଢ଼ କରିବା ଏବଂ ଅଶୋକ ଲେଲ୍ୟାଣ୍ଡକୁ ଏହି ଅଂଚଳରେ ଏକ ଶକ୍ତିଶାଳୀ ଶକ୍ତି ଭାବରେ ଅବସ୍ଥାପିତ କରିବ। ଏହି ସମସାମୟିକ ସୁବିଧାଗୁଡିକ ସହିତ ଆମେ ଆମର ଗ୍ରାହକମାନଙ୍କୁ ସର୍ବୋତମ ମାଲିକାନା ଅଭିଜ୍ଞତା ଦେବାକୁ ଚେଷ୍ଟା କରୁଛୁ। ଏହି ଭାଗିଦାରୀ ଜରିଆରେ ଆମେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମୋବିଲିଟି ସମାଧାନ ପ୍ରଦାନ କରି ଗ୍ରାହକଙ୍କ ବିଭିନ୍ନ ପରିବହନ ଚାହିଦା ପୂରଣ କରିବାକୁ ଲକ୍ଷ୍ୟ ରଖିଛୁ।”
Comments are closed.