ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ସକ୍ଷମ ଓ ଆଇଆଇଟି ଦିଲ୍ଲୀର ଆସିଷ୍ଟେକ୍ ଲ୍ୟାବ୍‌ର ଅଭିଯାନ ‘ଜ୍ୟୋତିର ଗମୟ’ ସହ ବୁଝାମଣାପତ୍ର ସ୍ୱାକ୍ଷରିତ


ଭୁବନେଶ୍ୱର: ଆସିଷ୍ଟିଭ୍ ଟେକ୍ନୋଲୋଜି ରେ ଦୃଷ୍ଟିହୀନମାନଙ୍କୁ ଚିହ୍ନଟ କରି ପ୍ରଶିକ୍ଷଣ ପ୍ରଦାନ କରିବା ଲାଗି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ସକ୍ଷମ ଓ ଆଇଆଇଟି ଦିଲ୍ଲୀର ଆସିଷ୍ଟେକ୍ ଲ୍ୟାବ୍‌ର ଅଭିଯାନ ଜ୍ୟୋତିର ଗମୟ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି ।
ସକ୍ଷମର ପ୍ରତିଷ୍ଠାତା ଡକ୍ଟର ଦୀପେନ୍ଦ୍ର ମନୋଚା ଓ ସକ୍ଷମର ଷ୍ଟ୍ରାଟେଜିକ୍ ଆଡଭାଇଜର ରାଜୀବ ରାତୁରୀ, ଟିଏସ୍‌ଏଫ୍‌ର ସିଇଓ ସୌରଭ ରାୟ ଓ ଟିଏସ୍‌ଏଫ୍‌ର ଦକ୍ଷତା ବିକାଶ ମୁଖ୍ୟ କ୍ୟାପ୍‌ଟେନ୍ ଅମିତାଭ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି ।
ଦୃଷ୍ଟିହୀନଙ୍କୁ ପଢ଼ାପଢ଼ି ଓ ଲେଖାଲେଖିରେ ସ୍ୱାଧୀନ କରିବା ସହିତ ବିଭିନ୍ନ ପ୍ରକାର ଅନଲାଇନ୍ କାର୍ଯ୍ୟକଳାପ ଯଥା ନିଜେ ବ୍ୟାଙ୍କ ଖାତା ପରିଚାଳନା କରିବା, ବ୍ୟାଙ୍କ କାରବାର କରିବା, ରେଳ ଟିକଟ ସଂରକ୍ଷଣ କରିବା, ଅନଲାଇନ୍ ସପିଙ୍ଗ୍ କିମ୍ବା କୌଣସି ସ୍ଥାନରେ ପହଂଚିବା ଲାଗି ଗୁଗୁଲ୍ ମ୍ୟାପ୍ ବ୍ୟବହାର କରିବାରେ ସକ୍ଷମ କରିବା ଲାଗି ଆସିଷ୍ଟିଭ୍ ପ୍ରଯୁକ୍ତି ଆଧାରିତ ସମାଧାନର ଗୁରୁତ୍ୱକୁ ସ୍ୱୀକୃତି ପ୍ରଦାନ କରିବା ଲାଗି ଜ୍ୟୋତିର ଗମୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି ।
ଟାଟା ଷ୍ଟିଲ୍ ଫାଉଣ୍ଡେସନର ସିଇଓ ସୌରଭ ରାୟ କହିଛନ୍ତି ଯେ, “ଦିବ୍ୟାଙ୍ଗକୁ ସମ୍ମାନ ଦେବା ଓ ସକ୍ଷମ କରିବାର ସନ୍ଧାନରେ ସବଲ୍ ପକ୍ଷରୁ ଏକ ପ୍ଲାଟ୍‌ଫର୍ମ ଗଠନ କରାଯାଇଛି ଯାହା ନାଗରିକ ସମାଜ, କଂପାନି ଓ ସାର୍ବଜନୀନ ବ୍ୟବସ୍ଥାକୁ ଏକଜୁଟ କରିଛି । ଏହା ପ୍ରତିବର୍ଷ ୧୦,୦୦୦ରୁ ଅଧିକ ଲୋକଙ୍କ ସହ କାର୍ଯ୍ୟ
କରୁଛି ଯେଉଁଥିରେ ସମ୍ବେଦନଶୀଳ ଜୀବନଯାପନ କରୁଥିବା ଦିବ୍ୟାଙ୍ଗଙ୍କ ଉପରେ ଗୁରୁତ୍ୱ ଦିଆଯାଉଛି । ଆମର ବିଶ୍ୱାସ ରହିଛି ଯେ ସକ୍ଷମ ଓ ଆଇଆଇଟି ଦିଲ୍ଲୀ ଭଳି ସହଯୋଗୀଙ୍କ ସହ ଜ୍ୟୋତିର ଗମୟ ଭଳି କାର୍ଯ୍ୟକ୍ରମର ସବଲ୍ ସହିତ ସମାନ ମୂଲ୍ୟବୋଧ ରହିଛି ଏବଂ ଏହି ସହଯୋଗିତାର ସମ୍ଭାବନାକୁ ନେଇ ଆମେ ବେଶ ଉତ୍ସାହିତ ରହିଛୁ ।’’
ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଦୃଷ୍ଟିହୀନ ଓ ପଢ଼ିପାରୁନଥିବା ଲୋକଙ୍କ ମଧ୍ୟରେ ଆସିଷ୍ଟିଭ୍ ଟେକ୍ନୋଲୋଜି ଓ ତାହାର ବ୍ୟବହାରକୁ ନେଇ ସଚେତନତା ସୃଷ୍ଟି କରିବା ଏବଂ ସେମାନେ ସମାଜରେ ତାହାର ସଚେତନତା ବଢ଼ାଇବେ ଏବଂ ବ୍ୟବହାରକାରୀଙ୍କ ନେଟ୍‌ୱର୍କ ସମ୍ପ୍ରସାରଣ କରିବେ । ଦୁଇ ବର୍ଷରେ ୧୨୫୮ ଜଣ ଭିନ୍ନକ୍ଷମଙ୍କୁ ସାହାଯ୍ୟ କରିବାକୁ ଏହି ପ୍ରକଳ୍ପରେ ଲକ୍ଷ୍ୟ ରଖାଯାଇଛି ।


Share It

Comments are closed.