ଏସ୍‌ଆଣ୍ଡ୍‌ପି ଗ୍ଲୋବାଲ୍ ପକ୍ଷରୁ ବେଦାନ୍ତରିସୋର୍ସେସ୍ ରେଟିଂରେ ଉନ୍ନତି

Share It

ଭୁବନେଶ୍ୱର: ଏସ୍‌ଆଣ୍ଡ୍‌ପି ଗ୍ଲୋବାଲ୍ ରେଟିଂସ୍ ପକ୍ଷରୁ ବେଦାନ୍ତ ଲିମିଟେଡ୍‌ର ପ୍ରମୁଖ ସଂସ୍ଥା ବେଦାନ୍ତ ରିସୋର୍ସେସ୍ ଲିମିଟେଡ୍‌ (ଭିଆର୍‌ଏଲ୍‌)ର ରେଟିଂରେ ଉନ୍ନତି କରାଯାଇଛି । ଏଜେନ୍ସି ପକ୍ଷରୁ ଭିଆର୍‌ଏଲ୍‌ର ରେଟିଂକୁ ବି ମାଇନସ୍‌କୁ ବି କରାଯାଇଛି । ରେଟିଂରେ ଏହି ଉନ୍ନତି ସହିତ ଭିଆର୍‌ଏଲ୍‌ର ରେଟିଂକୁ ଏସ୍‌ଆଣ୍ଡପି ଗ୍ଲୋବାଲ୍ ପକ୍ଷରୁ ଗତବର୍ଷର ସିସିରୁ ଯଥେଷ୍ଟ ଉନ୍ନତି କରାଯାଇଛି । ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ଆମେ ବେଦାନ୍ତ ରିସୋର୍ସେସ୍ ଲିମିଟେଡ୍‌ର କ୍ରେଡିଟ୍ ରେଟିଂକୁ ବି ମାଇନସ୍‌ରୁ ବିକୁ ଏବଂ କମ୍ପାନିର ଗ୍ୟାରେଂଟି ବଣ୍ଡ୍ ରେଟିଂକୁ ସିସିସି+ରୁ ବି ମାଇନସ୍‌କୁ ଉନ୍ନୀତ କରିଛୁ । ଏସ୍‌ଆଣ୍ଡ୍‌ପି ଗ୍ଲୋବାଲ୍ ଏହାର ରିପୋର୍ଟରେ ଦର୍ଶାଇଛି ଯେ ୨୦୨୮ ବର୍ଡ ଲାଗି ସର୍ବନିମ୍ନ ପାଣ୍ଠି ସଂଗ୍ରହ କରିବା ନିକଟତର ହୋଇଥିବାରୁ ଭିଆର୍‌ଏଲ୍‌ର ରେଟିଂରେ ଉନ୍ନତି ଅଣାଯାଇଛି । ନୂଆ ପାଣ୍ଠି ନମନୀୟତାରୁ ଜଣାପଡ଼ିଛି ଯେ ରିଫାଇନାନ୍ସ ବିପଦ ପରିଚାଳନା ହୋଇପାରିବ, ସେଥିପାଇଁ ଷ୍ଟେବଲ୍ ଆଉଟ୍‌ଲୁକ୍ ପ୍ରଦାନ କରାଯାଇଛି । ଷ୍ଟେବଲ୍ ଆଉଟ୍‌ଲୁକ୍ କମ୍ପାନିର ପରିଚାଳନାରେ ଥିବା ଦୃଢ଼ତାକୁ ଦର୍ଶାଉଛି ଯାହା ଆଭ୍ୟନ୍ତରୀଣ ନଗଦ ସୃଷ୍ଟି ଓ ରିଫାଇନାନ୍ସ ଉଦ୍ୟମକୁ ସହଯୋଗ କରିବ । ଡିଲେଭରେଜିଂ ଓ ବାଲାନ୍ସ ସିଟ୍‌କୁ ଦୃଢ଼ କରିବା ଉପରେ କମ୍ପାନିର ଗୁରୁତ୍ୱ ଯୋଗୁଁ ଅନ୍ୟ ଏଜେନ୍ସିମାନେ ମଧ୍ୟ ରେଟିଂରେ ଉନ୍ନତି ଆଣିବେ ।

ଚଳିତ ବର୍ଷ ନଭେମ୍ବରରେ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଅଂଶଧନଧାରୀମାନଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି ଯେ ଭିଆରଏଲର ଡିଲିଭରେଜିଂ ଉପରେ ଗୁରୁତ୍ୱ ଦେବା ଦ୍ୱାରା ଗତ ଦୁଇ ବର୍ଷ ମଧ୍ୟରେ ଋଣ ୪.୭ ବିଲିୟନ ଡଲାର ହ୍ରାସ ପାଇଛି । ଏହି ଉନ୍ନତୀକରଣ ମଧ୍ୟ ବେଦାନ୍ତର ବଣ୍ଡ ବଜାରକୁ କ୍ରମାଗତ ଭାବରେ ଟ୍ୟାପ୍ କରିବାର କ୍ଷମତାକୁ ପ୍ରତିଫଳିତ କରେ । ଗତ ୪ ମାସ ମଧ୍ୟରେ ଭିଆରଏଲ ବଣ୍ଡ୍ ଇସ୍ୟୁ ଜରିଆରେ ୨ ବିଲିୟନ ଡଲାର ସଂଗ୍ରହ କରିଛି, ୩୦୦ ବେସିସ୍‌ ପଏଂଟ ସୁଧ ଖର୍ଚ୍ଚ ହ୍ରାସ ହାସଲ କରିଛି ଏବଂ ଏହାର ଋଣ ପରିପକ୍ୱତାକୁ ଯଥେଷ୍ଟ ବୃଦ୍ଧି କରିଛି, ଯାହା କମ୍ପାନିର ପୁଞ୍ଜି ଢାଂଚାକୁ ଯଥେଷ୍ଟ ସୁଦୃଢ଼ କରିବାରେ ସହାୟକ ହୋଇଛି ।


Share It

Comments are closed.