ଏନ୍‌ପିସିଆଇ ପକ୍ଷରୁ “ଡିଜିଟାଲ୍ ଆରେଷ୍ଟ” ଠକେଇ ବିରୋଧରେ ସଚେତନତାର ପ୍ରସାର

Share It

ଭୁବନେଶ୍ୱର: ସାରା ଦେଶରେ ଡିଜିଟାଲ୍ ପେମେଂଟ୍ ସୁବିଧା ପହଂଚିବା ସହିତ ଭାରତ ଏକ ଡିଜିଟାଲ୍‌-ପ୍ରଥମ ଅର୍ଥନୀତିରେ ପରିଣତ ହୋଇଛି। ଏହା ଉଭୟ ସୁରକ୍ଷା ଓ ସୁବିଧା ପ୍ରଦାନ କରୁଛି। ତେବେ ଡିଜିଟାଲ୍ ପେମେଂଟ୍‌କୁ ସୁରକ୍ଷିତ ଭାବେ ବ୍ୟବହାର କରିବା ଓ ଅନଲାଇନ୍ ଠକେଇଠାରୁ ଦୁରେଇ ରହିବା ଜରୁରୀ। ସମ୍ଭାବ୍ୟ ଠକେଇକୁ ଆଗୁଆ ଚିହ୍ନଟ କରିବା ଆପଣ ଓ ଆପଣଙ୍କ ପ୍ରିୟଜନଙ୍କ ସୁରକ୍ଷା ପାଇଁ ସହାୟକ ହେବା ସହ ଏକ କମ୍ ନଗଦ ଅର୍ଥନୀତିକୁ ସମସ୍ତଙ୍କ ପାଇଁ ସୁଦୃଢ଼ କରିବ।
ଅନଲାଇନ୍ ଠକେଇଗୁଡ଼ିକ ଅଧିକ ଜଟିଳ ହୋଇପଡ଼ିଛି। ସେଥିରୁ ଏକ ବଡ଼ ଉଦାହରଣ ହେଉଛି ଡିଜିଟାଲ୍ ଠକେଇ। ଏଥିରେ ଠକ ଜଣେ ଆଇନ ପ୍ରଣୟନକାରୀ ସଂସ୍ଥାର ଅଧିକାରୀ ଭାବେ ମିଥ୍ୟା ପରିଚୟ ଦେଇ ପୀଡ଼ିତଙ୍କୁ ଟଙ୍କା ପଠାଇବା କିମ୍ବା ବ୍ୟକ୍ତି ତଥ୍ୟ ଦେବା ଲାଗି ବାଧ୍ୟ କରିବା ସହ ସେମାନଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ନକଲି ଆଇନର ଭୟ ଦେଖାନ୍ତି। ପ୍ରଥମେ ସେମାନେ ଫୋନ୍ କଲ୍ ଜରିଆରେ ପୀଡ଼ିତଙ୍କ ପାଖରେ ପହଂଚିବା ପରେ ତାହାକୁ ହ୍ୱାଟସ୍‌ଆପ୍ କିମ୍ବା ସ୍କାଏପେ ଜରିଆରେ ଭିଡିଓ କଲ୍‌ରେ ପରିଣତ କରନ୍ତି। ଆର୍ଥିକ ଠକେଇ ଓ ଅନ୍ୟାନ୍ୟ କାରଣ ଦର୍ଶାଇ ପୀଡ଼ିତଙ୍କୁ ୱାରେଂଟ ଜରିଆରେ ଡିଜିଟାଲ ଗିରଫ କରିବା ଧମକ ଦିଆଯାଏ। ଭୟରେ ପୀଡ଼ିତ ହାର ମାନି ଯାଆନ୍ତି ଓ ଆର୍ଥିକ କ୍ଷତିର ଶିକାର ହୁଅନ୍ତି ଓ ସେମାନଙ୍କ ପରିଚୟ ମଧ୍ୟ ଚୋରି ହୁଏ।
ଡିଜିଟାଲ ଠକେଇରୁ ବର୍ତିବା ଲାଗି ଏନସିପିଆଇ ପକ୍ଷରୁ କେତେକ ପରାମର୍ଶ ଦିଆଯାଇଛି। ହଠାତ ଫୋନ୍‌କୁ ଯଦି କୌଣସି ବ୍ୟକ୍ତି ପୁଲିସ, ସିବିଆଇ, ଆୟକର ଅଧିକାରୀ କିମ୍ବା କଷ୍ଟମ ଏଜେଂଟ୍ କହି କଲ୍ କରୁଛନ୍ତି ତେବେ ସତର୍କ ରୁହନ୍ତୁ। ଯଦି ସେମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନର ଧମକ ଦେଉଛନ୍ତି ତେବେ ସମ୍ପୂର୍ଣ୍ଣ ସତର୍କ ହୋଇଯ।।ଆନ୍ତୁ। ସେମାନେ ଆପଣଙ୍କୁ କିମ୍ବା ପରିବାର ସଦସ୍ୟ କୌଣସି ମନି ଲଣ୍ଡରିଂ, ଟିକସ ଠକେଇ ଓ ଡ୍ରଗ୍‌ସ ଚୋରାଚାଲାଣରେ ଲିପ୍ତ ଥିବା ଧମକ ଦେଇପାରନ୍ତି। ଠକମାନେ ସାଧାରଣତଃ ଭୟ ସୃଷ୍ଟିକାରୀ ଭାଷା ବ୍ୟବହାର କରନ୍ତି ଓ ଅତି ଜଲ୍‌ଦିରେ ଥାଆନ୍ତି। ପୋଲିସ ୟୁନିଫର୍ମ କିମ୍ବା ଅନ୍ୟ କୌଣସି ସରକାରୀ କର୍ମଚାରୀ ପୋଷାକ ପିନ୍ଧି ସେମାନେ ଭିଡିଓ କଲ୍ ଉଠାଇବାକୁ କହିବେ। ସେମାନେ ସାଧାରଣତଃ ଗିରଫ କରିବା ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଧମକ ଦିଅନ୍ତି। ଆଇନର ଭାଷା ବ୍ୟବହାର କରି ସେମାନେ ପୀଡ଼ିତଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରନ୍ତି। କେତେକ ଘଟଣାରେ ସେମାନେ ନକଲି ପୁଲିସ ଷ୍ଟେସନ ବି ପ୍ରସ୍ତୁତ କରିଥାନ୍ତି।ଠକମାନେ ବ୍ୟକ୍ତିଗତ ତଥ୍ୟ ଓ ମାମଲା ରଫାଦଫା କରିବା ଲାଗି ବଡ଼ ରାଶି ପଠାଇବାକୁ ଦାବି କରନ୍ତି। ଟଙ୍କା ଦେଲେ ମାମଲାର ଫଇସଲା କରିଦେବେ ବୋଲି ପ୍ରତିଶ୍ରୁତି ଦିଅନ୍ତି। ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ଏକ ଆକାଉଂଟ୍‌କୁ ଟଙ୍କା ପଠାଇବାକୁ କୁହନ୍ତି। କିଛି ନିର୍ଦ୍ଦିଷ୍ଟ ୟୁପିଆଇ ଆଇଡିକୁ ଟଙ୍କା ପଠାଇବାକୁ କୁହନ୍ତି।
ଏଭଳି ଠକାମିଠାରୁ ନିଜକୁ ସୁରକ୍ଷିତ ରଖିବା ଲାଗି ପ୍ରଥମେ କଲ୍ କିମ୍ବା ମେସେଜ୍ ଆସିବା ପରେ କିଛି ସମୟ ତୁରନ୍ତୁ ଓ କଲ୍‌ର ସତ୍ୟତା ଯାଂଚ କରନ୍ତୁ। ଠକ ଯେତେ ଡରାଇବାକୁ ଚେଷ୍ଟା କଲେ ବି ଶାନ୍ତ ରୁହନ୍ତୁ। ପ୍ରକୃତ ସରକାରୀ କିମ୍ବା ଆଇନ ଏଜେନ୍ସି କେବେବି ଟଙ୍କା ମାଗନ୍ତି ନାହିଁ ଏବଂ ଫୋନ୍ କିମ୍ବା ଭିଡିଓ କଲ୍‌ରେ ମାମଲାର ତଦନ୍ତ କରିବାକୁ କୁହନ୍ତି ନାହିଁ। କୌଣସି ପଦକ୍ଷେପ ନେବା ପୂର୍ବରୁ କଲ୍ କରିଥିବା ବ୍ୟକ୍ତିର ପରିଚୟ ଯାଂଚ କରନ୍ତୁ ଏବଂ କେବଳ ବିଶ୍ୱସ୍ତ ଉତ୍ସ ଉପରେ ଭରସା କରନ୍ତୁ। ସନ୍ଦେହଜନକ ନକର ହୋଇଥିଲେ ଜାତୀୟ ସାଇବର ଅପରାଧ ହେଲପଲାଇନ୍ ୧୯୩୦ରେ କଲ୍ କରି ଜଣାନ୍ତୁ କିମ୍ବା ଟେଲିଯୋଗାଯୋଗ ବିଭାଗର ସଂଚାର ସାଥୀ ପୋର୍ଟାଲ୍‌ରେ ଅବଗତ କରନ୍ତୁ। ମେସେଜ୍ ଆସିଥିଲେ ତାହାକୁ ସେଭ୍ କରନ୍ତୁ, ତାହାର ସ୍କ୍ରିନ୍ ସଟ୍ ରଖନ୍ତୁ। କୌଣସି ପ୍ରକାର ରିପୋର୍ଟ ଦାଖଲ କରିବା ବେଳେ ସେଗୁଡ଼ିକ ଆପଣଙ୍କୁ ସହାୟକ ହେବ।


Share It

Comments are closed.