ମମତା ମେସିନାରି ଲିମିଟେଡର ଇନିସିଆଲ ପବ୍ଲିକ ଅଫରିଂ ୨୦୨୪ ଡିସେମ୍ବର ୧୯ରେ ଖୋଲିବ

Share It

ଭୁବନେଶ୍ୱର: ମମତା ମେସିନାରି ଲିମିଟେଡର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ)ର ବିଡ ୨୦୨୪ ଡିସେମ୍ବର ୧୯, ଗୁରୁବାର ଖୋଲିବ। ଏଥିରେ କମ୍ପାନିର ପ୍ରତିଷ୍ଠାତା ଅଂଶଧନକାରୀମାନେ ୭୩,୮୨,୩୪୦ ଇକ୍ୱିଟି ସେୟାର ବିକ୍ରି କରିବେ। ଆଙ୍କର ନିବେଶକମାନେ ଏହାର ଗୋଟିଏ ଦିନ ପୂର୍ବରୁ ୨୦୨୪ ଡିସେମ୍ବର ୧୮, ବୁଧବାର ଦିନ ବିଡ୍ ଦାଖଲ କରିପାରିବେ। ଅଫରରେ ବିଡ୍ ଦାଖଲର ଶେଷ ତାରିଖ ହେଉଛି ୨୦୨୪ ଡିସେମ୍ବର ୨୩, ସୋମବାର।
ଅଫର ଫର ସେଲରେ ମହେନ୍ଦ୍ର ପଟେଲଙ୍କ ୫,୩୪,୪୮୩ ଇକ୍ୱିଟି ସେୟାର, ନୟନା ପଟେଲଙ୍କ ୧,୯୬୭,୯୩୧ ଇକ୍ୱିଟି ସେୟାର, ଭଗବତୀ ପଟେଲଙ୍କ ୧,୨୨୭,୦୪୨ ଇକ୍ୱିଟି ସେୟାର, ମମତା ଗ୍ରୁପ୍ କର୍ପୋରେଟ ସର୍ଭିସେସ୍ ଏଲଏଲପିର ୨,୧୨୯,୮୧୪ ଇକ୍ୱିଟି ସେୟାର ଏବଂ ମାମାତା ମ୍ୟାନେଜମେଣ୍ଟ ସର୍ଭିସେସ୍ ଏଲଏଲପିର ୧୫୨୩,୦୭୦ ଇକ୍ୱିଟି ସେୟାର ବିକ୍ରି କରାଯିବ।
ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ ୨୩୦ ଟଙ୍କାରୁ ୨୪୩ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି। ଯୋଗ୍ୟ କର୍ମଚାରୀମାନଙ୍କୁ ସେମାନଙ୍କ ଲାଗି ସଂରକ୍ଷିତ ରହିଥିବା ଭାଗ ଉପରେ ଇକ୍ୱିଟି ସେୟାର ପିଛା ୧୨ ଟଙ୍କାର ରିହାତି ମିଳିବ। ନିବେଶକମାନେ ସର୍ବନିମ୍ନ ୬୧ ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଓ ପରେ ସେଥିରେ ୬୧ଟି ଲେଖାଏଁ ସେୟାର ଯୋଡ଼ିପାରିବେ।
କମ୍ପାନିର ଇକ୍ୱିଟି ସେୟାରକୁ ବିଏସଇ ଲିମିଟେଡ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ ଅଫ ଇଣ୍ଡିଆ ଲିମିଟେଡରେ ତାଲିକାଭୁକ୍ତ କରାଯିବ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ମାନଙ୍କ ଲାଗି ସଂରକ୍ଷିତ ରଖାଯିବ । ତାହାର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଆଙ୍କର ନିବେଶକଙ୍କୁ ଦିଆଯାଇପାରିବ । ସେଥିରୁ ଏକ ତୃତୀୟାଂଶ ଇକ୍ୱିଟି ସେୟାର ଘରୋଇ ମ୍ୟୁଚୁଆଲ ଫଣ୍ଡ ଲାଗି ସଂରକ୍ଷିତ ରହିବ। ନିଟ କ୍ୟୁଆଇବିର ୫ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ମ୍ୟୁଚୁଆଲ ଫଣ୍ଡ ଲାଗି ରଖାଯିବ । ଯଦି ମ୍ୟୁଚୁଆଲ ଫଣ୍ଡର ହାରାହାରି ଭାଗ କ୍ୟୁଆଇବି ଭାଗର ୫ ପ୍ରତିଶତରୁ କମ ରହିବ ତେବେ ତାହାକୁ କ୍ୟୁଆଇବି ଭାଗରେ ଯୋଡ଼ାଯିବ। ନିଟ ଅଫରର ୧୫ ପ୍ରତିଶତ ରାଶିକୁ ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରଖାଯିବ । ସେଥିରୁ ୩୫ ପ୍ରତିଶତ ଇକ୍ୱିଟି ସେୟାର ଖୁଚୁରା ନିବେଶକମାନଙ୍କ ଲାଗି ରହିବ।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜର ହେଉଛି ବିଲାଇନ କ୍ୟାପିଟାଲ ଆଡଭାଇଜର୍ସ ପ୍ରାଇଭେଟ ଲିମିଟେଡ।


Share It

Comments are closed.