ତନେଇରା ପକ୍ଷରୁ “ଫର ବିଉଟିଫୁଲ୍ ବିଗିନିଙ୍ଗ୍‌ସ”ର ଅଭିଯାନର ଶୁଭାରମ୍ଭ

Share It

ଭୁବନେଶ୍ୱର: ବିବାହ ହେଉଛି ଆବେଗ ଯେଉଁଠାରେ ଅତୀତର ସ୍ମୃତି ଓ ଏକ ନୂତନ ଅଧ୍ୟାୟ ଆରମ୍ଭର ମିଶ୍ରଣ ରହିଥିବା ବେଳେ ପ୍ରେମ ପରିସୀମା ଅତିକ୍ରମ କରିଥାଏ ଏବଂ ନୂଆ କାହାଣୀ ଉନ୍ମୋଚନ ହୋଇଥାଏ। ଟାଟାର ଉତ୍ପାଦ ତନେଇରା ପକ୍ଷରୁ ଏହାର ନୂତନ ଅଭିଯାନ “ଫର ବିଉଟିଫୁଲ୍ ବିଗିନିଙ୍ଗ’ ସହିତ ଏହି ସାର୍ବଜନୀନ ଯାତ୍ରାର ଭାବକୁ ତୋଳି ଧରିଛି। ଅଭିନେତ୍ରୀ ମୃଣାଳ ଠାକୁର ଓ ଅନ୍ୟମାନଙ୍କୁ ନେଇ ପ୍ରସ୍ତୁତ ଏହି ଅଭିଯାନ ଯେଉଁଥିରେ ଏକ ବଧୂର ପିଲା ଦିନ ଘରକୁ ଛାଡ଼ି ଏକ ନୂଆ ସମ୍ଭାବନାର ଦୁନିଆକୁ ଯାତ୍ରା ପର୍ଯ୍ୟନ୍ତର କାହାଣୀ ବର୍ଣ୍ଣନା କରାଯାଇଛି।
ଏହି ଅଭିଯାନ ଜରିଆରେ ତନେଇରା ପକ୍ଷରୁ ସେହି ବିପୁଳ ଆବେଗ ପ୍ରତି ସମ୍ମାନ ଜଣାଯାଇଛି ଯାହା ବିଭିନ୍ନ ଅଂଚଳ କିମ୍ବା ପରମ୍ପରା ବଧୂମାନଙ୍କୁ ଏକାତ୍ରୀତ କରିଥିବା ବେଳେ ଏହି ଯାତ୍ରାର ବିଶେଷତାକୁ ଜଣାଉଛି। ଏଥିରେ ବଧୂ ଜଣକ କେବଳ ଏକ ଶାଢ଼ି ପିନ୍ଧି ନଥାନ୍ତି, ସେ ସ୍ୱପ୍ନ, ସ୍ମୃତି ଓ ଆଶାର ଲଫାପା ଘୋଡ଼େଇ ହୋଇଥାନ୍ତି। ତନେଇରାର ଏହି “ଫର ବିଉଟିଫୁଲ ବିଗିନିଙ୍ଗ’ ଅଭିଯାନରେ ତୋଳି ଧରାଯାଇଥିବା ସାତ ଅଂଚଳ ମଧ୍ୟରେ ବଧୂର ଶାଢ଼ି ବିବିଧ ସୂତା, ରୂପରେଖ ଓ ଡିଜାଇନ୍‌ରେ ରହିଛି।
ଫର ବିଉଟିଫୁଲ୍ ବିଗିନିଙ୍ଗସ୍ ଏହି ପବିତ୍ର କାର୍ଯ୍ୟକ୍ରମ ସହ କପଡ଼ାରେ ସଂସ୍କୃତିର ଛାପକୁ ପାଳନ କରୁଥିବା ବେଳେ ଆମ ଦେଶର କଳାକୃତି ସହ ସମସାମୟିକ ଡିଜାଇନ୍‌, ବ୍ୟାଖ୍ୟା ଓ ଆଧୁନିକ ରଙ୍ଗର ସମୃଦ୍ଧ ମୂଳକୁ ପାଳନ କରୁଛି। ଏହି କଲେକ୍ସନ ବିଶୁଦ୍ଧ, ଅସଲି ଫ୍ୟାବ୍ରିକ୍ ଓ ବିଭିନ୍ନ ଡିଭାଇନ ପରିଭାଷାକୁ ପାଳନ କରୁଛି। ତନିସ୍କ ପକ୍ଷରୁ ଜରି ସାର୍ଟିଫିକେସନ ପ୍ରଦାନ କରାଯାଉଛି ଯାହା ବଧୂକୁ ତାହାର ସବୁଠୁ ବଡ଼ ଦିନରେ ଅସଲି ଐତିହ୍ୟର ଭାବ ପ୍ରଦାନ କରୁଛି। ବଧୂର ବାନ୍ଧବୀ ହୁଅନ୍ତୁ କିମ୍ବା ମା’, ଏହା ବିଭିନ୍ନ ପ୍ରକାର ଭୂମିକା ଓ ବ୍ୟକ୍ତିତ୍ୱ ପାଇଁ ବିକଳ୍ପ ପ୍ରଦାନ କରୁଛି।
ଏହି ଅଭିଯାନ ସମ୍ପର୍କରେ ତେନଇରାର ମହାପ୍ରବନ୍ଧକ ଶାଲିନି ଗୁପ୍ତା କହିଛନ୍ତି ଯେ, “ତନେଇରାରେ ଆମର ବିଶ୍ୱାସ ରହିଛି ଯେ ପ୍ରତି ବଧୂଙ୍କ ଯାତ୍ରା ହେଉଛି ପରମ୍ପରା ଓ ରୂପାନ୍ତରଣ ଏକ ଉତ୍ସବ। ଆମର ଅଭିଯାନ ହେଉଛିି ମାନସିକତା, ସ୍ମୃତି ଓ ସ୍ୱପ୍ନର ପରିପ୍ରକାଶ ଯାହା ତା୍‌କ ପଥ, ଆବେଗକୁ ଆକାର ପ୍ରଦାନ କରୁଥିବା ବେଳେ ସାଂସ୍କୃତିକ ବିଷୟ ସତ୍ୱେ ସାରା ଦେଶର ବଧୂଙ୍କୁ ଏକତ୍ରୀତ କରୁଛି। ଆମର ବିବାହ ବର୍ଗମାଳା ସେହି ମୂଲ୍ୟବୋଧକୁ ଦର୍ଶାଉଥିବା ବେଳେ ବିଭିନ୍ନ ପ୍ରକାର ଶାଢ଼ି ପ୍ରଦାନ କରୁଛି ଆମର ବୟନ ପରମ୍ପରାକୁ ସଂରକ୍ଷିତ ରଖୁଛି ଓ ପ୍ରସାର କରୁଛି ଏବଂ ପ୍ରତି ବଧୂଙ୍କ ସ୍ୱତନ୍ତ୍ରତାକୁ ଗ୍ରହଣ କରୁଛି। ବଧୂଙ୍କ ପରମ୍ପରାର ଏକ ଅଂଶ ହେବା ଲାଗି ପ୍ରତିଟି ଶାଢ଼ିକୁ ପ୍ରେମ, ଗୌରବ ଓ ଏକ ସୁନ୍ଦର ଶୁଭାରମ୍ଭର ପ୍ରତିଶ୍ରୁତିରେ ବୁଣି ପ୍ରସ୍ତୁତ କରାଯାଇଛି।’’
ତେନଇରାର ବିବାହ ସମ୍ଭାରରେ ଥିବା ପ୍ରତିଟି ଶାଢ଼ିର ନିଜସ୍ୱ ଇତିହାସ ଓ କାହାଣୀ ରହିଛି। କର୍ଣ୍ଣାଟକର ବଧୂମାନଙ୍କ ଲାଗି ରେଗାଲ୍ ହ୍ୱାଇଟ୍ ଓ ଲାଲ କାଞ୍ଜିବରମଠାରୁ ଆରମ୍ଭ କରି ତାମିଲ ବଧୂମାନଙ୍କ ଲାଗି ଲାଲ କାଞ୍ଜିବରମ ଶାଢ଼ି ପର୍ଯ୍ୟନ୍ତ ଆଂଚଳିକ ଆବଶ୍ୟକତାକୁ ପୂରଣ କରିବା ଭଳି ବିଭିନ୍ନ ଶାଢ଼ି ରହିଛି।


Share It

Comments are closed.